ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ‘ସୃଜନ’ ଠାରେ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ବିଶାଳ ଆଇନ୍ ସଚେତନତା ଶିବିର ଏବଂ ଏହା ଉପରେ ଏକ ବୈଠକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିବାର ଅଦାଲତ ବିଚାରପତି ପ୍ରଦୀପ କୁମାର ମହାନ୍ତ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଲିଲି ସେନାପତି, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ମଂଚରେ ଉପସ୍ଥିତ ରହି ଆଇନ୍ ସଚେତନତା ଦିବସ ପାଳନ ତାତ୍ପର୍ଯ୍ୟ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ୍ ପ୍ରଜ୍ଞା ପାରମିତା ମହାପାତ୍ର, ବରିଷ୍ଠ ଦେୱାନୀ ଅଦାଲତ…

Read More

ପ୍ଲାଷ୍ଟିକ୍ ଫ୍ରି ପରିବେଶ ଗଠନ ପାଇଁ ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ନିଆରା ପ୍ରୟାସ, ପଲିଥିନ ବଦଳରେ ବାଉଁଶ ଚାଙ୍ଗୁଡ଼ି

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ ତରଫରୁ କାର୍ତ୍ତିକ ମାସ ସାରା ନୟାଗଡ଼ ଜିଲ୍ଲାର ଶହେରୁ ଉର୍ଦ୍ଧ୍ବ ମନ୍ଦିର ସଫେଇ କରିବା ପରେ ଏହାର ସମାପନ ଦିବସ ପାଳନ କରାଯାଇଛି। ଏକ ମାସ ଧରି ଚାଲିଥିବା ସଫେଇ କାର୍ଯ୍ୟକ୍ରମର ସମାପନ ଦିବସରେ ଅନନ୍ୟା ଫାଉଣ୍ଡେସନ ତରଫରୁ କିଛି ନିଆରା କାର୍ଯ୍ୟକ୍ରମ କରାଯାଇଛି। ସୂଚନାଯୋଗ୍ୟ ଯେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ମାସେ ଧରି ମନ୍ଦିର ଗୁଡିକରୁ ପ୍ଲାଷ୍ଟିକ ସଂଗ୍ରହ କରି ବୈଜ୍ଞାନିକ ପଦ୍ଧତିରେ ପୁନଃଚକ୍ରଣ କରାଯାଉଛି। ଆଜିର ଏହି ସମାପନ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଓ ସୁନାଖଳା ସରପଞ୍ଚ ତଥା ସ୍ୱଚ୍ଛତା ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିବା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଉପସ୍ଥିତ…

Read More

ନୟାଗଡ଼ରେ ଦୁର୍ନୀତି ନିବାରଣ ସଚେତନତା ରାଲି

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ନୀତି ନିବାରଣ ସଚେତନତା ପାଳନ ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରାୟ ୫୦୦ ମିଶନଶକ୍ତି ମାଆମାନଙ୍କୁ ନେଇ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପୂର୍ବାହ୍ନ ୧୦ଘଟିକା ସମୟରେ ବାହାରିଥିଲା। ଏହି ରାଲିକୁ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଉପ ଆରକ୍ଷୀ ଅଧୀକ୍ଷକ(ଦୁର୍ନୀତି ନିବାରଣ) ଶ୍ରୀକାନ୍ତ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତାରାଣୀ ପାତ୍ର, ଡି.ପି.ଏମ (ଓ.ଏଲ.ଏମ) ସଂଜୟ କୁମାର ମହାପାତ୍ର, ଡିପିସି (ମିଶନଶକ୍ତି) ସମିଧା ପାଢ଼ୀ ଯୋଗ ଦେଇଥିଲେ । ରାଲିରେ ଯୋଗଦେଇଥିବା ମାଆମାନେ…

Read More

ନୟାଗଡ଼ରେ ନିଯୁକ୍ତି ମେଳା, ୫ଗୋଟି ବ୍ଲକରୁ ୬୫୪ଜଣ ପ୍ରାର୍ଥୀଙ୍କର ନିଯୁକ୍ତି ନିମନ୍ତେ ନାମ ପଂଜୀକରଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ନୟାଗଡ଼, ଦଶପଲ୍ଲା, ଓଡ଼ଗାଁ, ରଣପୁର, ନୂଆଗାଁ ବ୍ଲକର ୧୮ରୁ ୩୫ବର୍ଷର ଯୁବକ ଯୁବତୀମାନଙ୍କର ବିଭିନ୍ନ କମ୍ପାନୀରେ ନିଯୁକ୍ତି ନିମନ୍ତେ ପୋଲିସ ଟ୍ରେନିଂ ପଡ଼ିଆରେ ଏକ ନିଯୁକ୍ତି ମେଳା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍‌ଘାଟନ କରିଥିଲେ। ପରେ ପରେ ଜିଲ୍ଲା ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଅଧ୍ୟକ୍ଷ ସରକାରୀ ପଲିଟେକନିକ୍ ଓଡ଼ଗାଁ, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖୁଟୁବନ୍ଧ, ଡି.ପି.ଏମ(ଓ.ଏଲ.ଏମ) ସଂଜୟ କୁମାର ମହାପାତ୍ର, ଜିଲ୍ଲା…

Read More

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଏବଂ କଳା ଉତ୍ସବ -୨୦୨୨ ଆସନ୍ତା ତା, ୦୭/୧୧/୨୦୨୨ ସୋମବାର ନବଘନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ସମଗ୍ର ଜିଲ୍ଲାରୁ ୬୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଦର୍ଶକ ସମସ୍ତ ବ୍ଲକରୁ ଆସିବେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ପ୍ରକାଶ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ, ଅଭିଭାବକ, ବୁଦ୍ଧିଜୀବି ଏବଂ ଜନସାଧାରଣ ଏଥିରେ ଯୋଗଦାନ କରି ଏହି ଉତ୍ସବକୁ ସଫଳ କରିବା ନିମନ୍ତେ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ଅନୁରୋଧ କରିଛନ୍ତି ।

Read More

ଶୁଳିଆ ସଂରକ୍ଷିତ ଜଙ୍ଗଲରେ ଗୟଳ ଆକ୍ରମଣରେ ଛେଳି ଚରାଳିଙ୍କ ମୃତ୍ୟୁ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା କୋରପିଠା ଗ୍ରାମର ଗଙ୍ଗାନାହାକ (୬୫) ଶୁଳିଆ ସଂରକ୍ଷିତ ଜଙ୍ଗଲକୁ ଛେଳି ଚରାଉଥିବା ସମୟରେଗୟଳ ଆକ୍ରମଣର ଶିକାର ହୋଇଥିଲେ। ଗାଁର କିଛି ମହିଳା ପହଂଚି ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ଼ ମେଡ଼ିକଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଗଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅପରାହ୍ନ ୨ଘଟିକା ସମୟରେ ଗଙ୍ଗା ନିକଟସ୍ଥ ଶୁଳିଆ ଜଙ୍ଗଲକୁ ଛେଳି ନେଇ ଯାଇଥିଲେ। ଛେଳି ଚରୁଥିବା ସମୟରେ ଏକ ଗୟଳ ଜଙ୍ଗଲରୁ ବାହାରି ଆସି ଗଙ୍ଗାଙ୍କୁ ଆକ୍ରମଣ କରିଥିଲା। ଗୟଳ ଏତେ ଭୟଙ୍କର ଥିଲା ଯେ ଗଙ୍ଗାଙ୍କୁ ତଳେ ପକାଇ ରକ୍ତାକ୍ତ କରି ଚାଲିଥିଲା। ଗୟଳ ଆକ୍ରମଣରେ ଗଙ୍ଗା ଚିତ୍କାର କରିବାରୁ ଆଖପାଖରେ ଥିବା ଚାରିରୁ ପାଞ୍ଚଜଣ ମହିଳା…

Read More

ଚଳିତ ମାସ ୧୩ରୁ ୧୯ତାରିଖ ପର୍ଯ୍ୟନ୍ତ ଶରଣକୁଳ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ଲଡୁକେଶ ଆଥଲେଟିକ୍ ଆସୋସିଏସନ ଶରଣକୁଳ ପକ୍ଷରୁ ୬୧ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତ ନଭେମ୍ବର ମାସ ୧୩ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତହେବ। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ ବୋଲି ଆସୋସିଏସନ ପକ୍ଷରୁ ସୂଚନା ମିଳିଛି। ୧୩ତାରିଖ ପ୍ରଥମ ଦିନର ଖେଳରେ ଆଚିଭର କଟକ ଓ କିଶୋର କ୍ଲବ୍ ଭୁବନେଶ୍ବର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୪ତାରିଖରେ ତାମିଲନାଡୁ ପୋଲିସ ଓ ୟୁନାଇଟେଡ଼ କ୍ଲବ୍ ବରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ସେହିପରି ୧୫ତାରିଖ ଖେଳରେ ହାଇଦ୍ରାବାଦ ଆର୍ମି ଓ ସ୍ପୋର୍ଟସ ହଷ୍ଟେଲ ବାରିପଦା ମଧ୍ୟରେ ହେବାକୁ ଥିବା ବେଳେ ୧୬ତାରିଖରେ ସାଇ ଏଚଏଏଲ ସୁନାବେଡା ଓ ସ୍ପୋର୍ଟସ ହଷ୍ଟେଲ ଭବାନୀ ପାଟଣା ମଧ୍ୟରେ…

Read More

ସଜେଇ ହେଉଛି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ

ଗଣିଆ,(ନୟାଗଡ଼ ଦର୍ପଣ): ସଜେଇ ହେଉଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ବଡ଼ମୂଳ ମଙ୍ଗାନାସୀସ୍ଥିତ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ। ଶୀତ ତଥା ପର୍ଯ୍ୟଟନ ଋତୁ ପ୍ରବେଶ କରୁଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ସ୍ୟାଣ୍ଡରିସର୍ଟ ସାଜସଜ୍ଜା ଚାଲିଥିବା ଦେଖିବାକୁ ମିଳିଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା କଟେଜ୍‌ ଗୁଡ଼ିକର ନିମାର୍ଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଆସନ୍ତା ୧୫ତାରିଖରେ ଏହାର ଶୁଭ ଉଦ୍‌ଘାଟନ କରାଯିବ । ଏ ନେଇ ମୁଦୁଲୀଗାଡ଼ିଆ, ମା’ ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ୧୬ଟି ଅଣଶୀତତାପ ନିତମ୍ବିତ ଅସ୍ଥାୟୀ ଟେଣ୍ଟ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତିନିଆଯାଇଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆବଶ୍ୟକସ୍ଥଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଟେଣ୍ଟ ସଂଖ୍ୟାକୁ ବୃଦ୍ଧି କରାଯିବ। ସାତକୋଶିଆ…

Read More

୬ନଂ ଜୋନ ଡ଼ାଇରେକ୍ଟର ଭାବେ ନିର୍ବାଚିତ ହେଲେ ଉପେନ୍ଦ୍ର ସାହୁ ଓରଫ ରୂପ ଭାଇ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ହୋଇଥିବା ବେଳେ ୬ନଂ ଜୋନରୁ ପ୍ରାର୍ଥୀ ଭାବରେ ଉପେନ୍ଦ୍ର କୁମାର ସାହୁ ଏବଂ ସତ୍ୟ ନାରାୟଣ ସାହୁ ନିର୍ବାଚନ ଲଢ଼ୁଥିଲେ । ଏହି ନିର୍ବାଚନ ପାଇଁ ନୟାଗଡ ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ସେହି କେନ୍ଦ୍ରରେ ସମବାୟ ସମିତିର ସଦସ୍ୟମାନେ ନିଜ ନିଜ ମତଦାନ କରିଥିଲେ । ୬ନଂ ଜୋନରେ ସମୁଦାୟ ୧୬୨ଜଣ ଭୋଟର ଥିବାବେଳେ ୧୫୮ଜଣ ମତଦାତା ମତଦାନ କରିଥିଲେ ସେଥି ମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିବା ବେଳେ ୪୩ଖଣ୍ଡ ଭୋଟ ନାରାୟଣ ସାହୁ ପାଇ ସନ୍ତୁଷ୍ଟ ହୋଇଥିଲେ ଏବଂ ୧୧୪ ଖଣ୍ଡ ଭୋଟ ପାଇ ଦଶପଲ୍ଲା ଅଞ୍ଚଳର ଦକ୍ଷ ସଂଗଠକ ତଥା ଦଶପଲ୍ଲା ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ ବିଜୟୀ…

Read More

ଆରମ୍ଭ ହେଲା ଭଏସ୍ ଅଫ ନୟାଗଡ଼ ସିଜିନ୍ ୩

ନୟାଗଡ଼,(ନୟାଗଡ଼ ଦର୍ପଣ): ସଂଗୀତ କ୍ଷେତ୍ରରେ ପ୍ରଶିଦ୍ଧି ଲାଭକରିଥିବା ନୟାଗଡରେ ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ସଂଗୀତ ଭିତ୍ତିକ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼,ସିଜିନ୍ ୩ ଆଜି ଠାରୁ ଆରମ୍ଭ ହୋଇଛି। ନୟାଗଡ଼ କ୍ଳବର ସଭାପତି ରବୀନ୍ଦ୍ର କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଭଏସ୍ ଅଫ୍ ନୟାଗଡ଼ର ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ,ଆଜି ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବ୍ଳକର ୧୪ ରୁ ୨୧ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ପର୍ଯ୍ୟାୟୟକ୍ରମେ ନୟାଗଡର ଅନ୍ୟ ୭ ଟି ବ୍ଳକରେ ପ୍ରତିଯୋଗିତା କରାଯାଇ କ୍ୱ।ଟର ପଫାଇନାଲ୍, ସେମିଫାଇନାଲ ଓ ଫାଇନାଲ୍ ଏହିପରି ଭାବେ ଭଏସ୍ ଅଫ୍ ନୟାଗଡ଼ ଭାବେ…

Read More