ଡିସେମ୍ବର ୮ରୁ୧୨ତାରିଖ ରାଜସୁନାଖଳା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ଉଦଘାଟନ କରିବେ ବାଚସ୍ପତି। ଉଦଯାପନୀ ଉତ୍ସବରେ ଯୋଗଦେଇପାରନ୍ତି ରାଜ୍ୟପାଳ ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ପାଇଁ ସାମ୍ବାଦିକ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ମହୋତ୍ସବ କମିଟିର ସଭାପତି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ଵାଚସ୍ପତି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଯୋଗଦେବାର ସମ୍ଭାବନା ଥିବା ଜଣାପଡିଛି। ବିଗତ କିଛି ବର୍ଷ ଧରି ରାଜସୁନାଖଳା ମହୋତ୍ସବକୁ…

Read More

ଭଏସ୍ ଅଫ୍ ନୟାଗଡ଼ ବିଜେତା ହେଲେ  ପ୍ରୀତିପଦ୍ମା ମିଶ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ କ୍ଲବ୍ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍-୬ ର ଫାଇନାଲ  ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ପାଞ୍ଚବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ  ମାନନୀୟ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଭଏସ୍ ଅଫ୍ ନୟାଗଡ଼ ବିଜେତାଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ ପ୍ରତିଯୋଗୀଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଶୋକ କୁମାର ଗାଣ୍ଠିଆ ଓ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ଯାପକ ଲଳିତ କୁମାର କର ଯୋଗଦେଇ…

Read More

“ଶ୍ରୀ ସୃଜନ” ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଅଁଳା ନବମୀ  ଅବସରରେ ‘ଶ୍ରୀସୃଜନ’,ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ  ନୟାଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସ୍ଥାୟୀ ସଭାପତି ଡ.ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର, ସମ୍ପାଦିକା ଜୟଶ୍ରୀ ଦେବୀ,ସଭ୍ୟ ଲକ୍ଷ୍ମୀଧର ମହାପାତ୍ର ,କମ୍ରେଡ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉତ୍ସବକୁ ଉଦ୍ଘାଟନ କରାଯାଇଥିଲା।ଏହି ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ, ପ୍ରସିଦ୍ଧ ଢୁମ୍ପା ସଙ୍ଗୀତ ଗାୟକ ସଚ୍ଚିଦାନନ୍ଦ ମହାପାତ୍ରଙ୍କୁ “ଶ୍ରୀ ସୃଜନ ସଙ୍ଗୀତ ପ୍ରତିଭା” ସମ୍ମାନରେ ସମ୍ମାନିତ କରାଯାଇଥିଲା ଅନୁଷ୍ଠାନର  ଛାତ୍ର ସାଇଅମ୍ରିତ୍ ସାହୁ, ଛାତ୍ରୀ କାଦମ୍ବିନୀ ମହାପାତ୍ର,ଝୁମୁରି ସାହୁ, ମଧୁସ୍ମିତା ବେହେରା,ଅନନ୍ୟା ମାଧୁରୀ ଦାସ,ତିତିକ୍ଷା ପରିଡ଼ା,ଶୁଭଶ୍ରୀ ମହାପାତ୍ର, ଆରାଧ୍ୟା ମହାରଣା ଓ ମାନିନୀ ମନସ୍ମିତାଙ୍କ ସମେତ…

Read More

୫ଦିନ ବ୍ୟାପି ଚାଲିବ ନୟାଗଡ଼ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥାର ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ପୁରୁଣା ସହରର ମା’ ଦକ୍ଷିଣକାଳୀଙ୍କ ଯାତ୍ରା ପଡ଼ିଆଠାରେ ଆସନ୍ତା ତା୦୫.୧୧.୨୦୨୪ରିଖ ଦିନ ସକାଳ ଘ୭.୩୦ମି. ସମୟରେ “ବୋଇତ ବନ୍ଦାଣ ଉତ୍ସବ” ପାଳନ କରାଯାଉଅଛି । ଉକ୍ତ ଉତ୍ସବକୁ ଲୋକାଭିମୁଖୀ କରିବା ପାଇଁ ଆସନ୍ତକାଲି ଅର୍ଥାତ ତା୦୧.୧୧.୨୦୨୫ରିଖ ଠାରୁ ତା୦୫. ୧୧. ୨୦୨୫ରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର, ପଲ୍ଲିଶ୍ରୀମେଳା ଓ ରାମ ଦୋଳିର ଆୟୋଜନ କରାଯାଇଅଛି । ୫ଦିନ ବ୍ୟାପି ହେବାକୁ ଥିବା ଏହି ଉତ୍ସବରେ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ଆସନର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ଏନେଇ ବୋଇତ ବନ୍ଦାଣ ଉତ୍ସବ କମିଟି ଜନସାଧାରଣଙ୍କ ଉପସ୍ଥିତି, ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। କାର୍ଯ୍ୟସୂଚୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତା୦୧.୧୧.୨୦୨୫ରିଖ (ଶନିବାର) ସନ୍ଧ୍ୟା ୭ଟା ରେବୋଇତ ବନ୍ଦାଣ…

Read More

ନୟାଗଡ଼ ରେ ପାଳିତ ହେଲା ଓଡ଼ିଶା ନାଟ୍ୟ ସଂଘ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନାଟକ ଖାଲି ମନୋରଂଜନ କରେ ନାହିଁ, ନାଟକ ଜୀବନର କଥା କହେ । ସମାଜକୁ ସଚେତନ କରିବା ତଥା ନୂତନ ଦିଗ ଦେଖାଇବାର ଏକ ସଶକ୍ତ ମାଧ୍ୟମ ହେଉଛି ନାଟକ ଏହା ସିଧାସଳଖ ଭାବେ ଦର୍ଶକଙ୍କ ହୃଦୟ କୁ ଛୁଏଁ ଏବଂ ସେମାନଙ୍କୁ ଭାବିବା ପାଇଁ ପ୍ରେରିତ ମଧ୍ୟ କରେ । ଏଥିପାଇଁ ନାଟକକୁ ସମାଜର ଦର୍ପଣ କୁହାଯାଏ ବୋଲି ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ଇନସ୍ପାୟାର କଲେଜ ସଭାଗୃହ ପରିସରରେ ନୟାଗଡ଼ ଜିଲ୍ଲା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ନୟାଗଡ଼ର ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନନୀୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ ଓ ନାଟ୍ୟକାର ଶ୍ରୀଧର ସାହୁ ଏବଂ କବୟତ୍ରୀ ଗୀତାଞ୍ଜଳି ମହାପାତ୍ର ଯୋଗଦେଇ ନାଟକର…

Read More

ଡ୍ୟାନ୍ସ ନୟାଗଡ ଡ୍ୟାନ୍ସରେ ନୈନା ତନୟା ଡ୍ୟାନ୍ସ ଟପ୍ପର

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ଆନୁକୁଲ୍ୟରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ସ୍ଥାନୀୟ ନୀଳମାଧବ ହୋଟେଲରେ ଏହା ଅନୁଷ୍ଠିତ ହୋଇଥିଲା। ସେମି ଫାଇନାଲରେ ଥିବା ୨୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୦ ଜଣ ଫାଇନାଲକୁ ଉନ୍ନୀତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ନୈନା ତନୟା, ସୃଷ୍ଟି ମୟୀ ସାହୁ ଓ ସାଇଶ୍ରୀ ମହାପାତ୍ର ଯଥାକ୍ରମେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ଭାବରେ ଯୋଗ୍ୟ ବିବେଚିତ ହୋଇଥିଲେ। ନୈନା ତନୟା ନୟାଗଡ ଡ୍ୟାନ୍ସ ଟପ୍ପର ଭାବେ ବିଜୟୀ ହୋଇ ଟ୍ରଫି ସହ ପ୍ରଶଂସା ପତ୍ର ଏବଂ ୧୦ ହଜାର ଟଙ୍କା ପୁରସ୍କାର ରାଶି ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ଦ୍ଵିତୀୟ ବିଜେତାଙ୍କୁ ୭ ହଜାର ଟଙ୍କା ଟ୍ରଫି ଓ ପ୍ରଶଂସା ପତ୍ର ଏବଂ ତୃତୀୟ…

Read More

ଜିଲ୍ଲା ଲେଖକ ପରିଷଦ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଲେଖକ ପରିଷଦର ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସିନ୍ଦୁରିଆ ବକ୍ସି ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶେଖ ଅବଦୁଲ ଖାଲିକ ଗତବର୍ଷ ଅନୁଷ୍ଠିତ ବାର୍ଷିକ ଉତ୍ସବର ସବିଶେଷ ତଥ୍ୟ ଉପସ୍ଥାପନା କରିବା ସହିତ ଚଳିତ ବର୍ଷର ବ୍ୟୟ ଅଟକଳ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବାର୍ଷିକ ଉତ୍ସବ ଡିସେମ୍ବର ୧୩ ଏବଂ ୧୪ ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ଲେଖକ ପରିଷଦ ସଦସ୍ୟ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ତେଣୁ ଏଥି ନିମନ୍ତେ ଏକ ନାଟକ ଓ କଳାକାର ଚୟନ କମିଟି ଗଠନ କରାଯାଇଥିବା ବେଳେ ପ୍ରଧାନୀ ବୃନ୍ଦାବନ…

Read More

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ନବକଳେବର ରଥ ଚକ ସ୍ଥାପନ କମିଟି ଏବଂ ସଙ୍ଗୀତଧାରା, ନୟାଗଡ଼ର  ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ,  କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,କାଳିଦାସ ମହାପାତ୍ର,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା,ଓମ ପ୍ରସାଦ ପାତ୍ର, ସୋମାଲିନ ପୃଷ୍ଟି,ଜନ୍ମେଜୟ ପ୍ରଧାନ, ଲିପ୍ସାରାଣୀ ପଣ୍ଡା ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ ପ୍ରମୁଖ ପରିଚାଳନା…

Read More

୯ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼କୁ ସଫଳତା

ନୟାଗଡ଼,(ନୟାଗଡ଼ ଦର୍ପଣ): ମେ ମାସ ୩୦ ତାରିଖ ଠାରୁ ଚଳିତ ଜୁନ୍ ମାସ ୦୧ ତାରିଖ ପର୍ଯ୍ୟନ୍ତ ୯ମ ଓପନ ଜାତୀୟ ଟାଇକୋଣ୍ଡ କିରୋଗି ଏବଂ ପୁମସାଇ ଚମ୍ପିୟାନସିପ ୨୦୨୫ କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୂଆ ରାଜବାଟି ସ୍ଥିତ ନୟାଗଡ଼ ମାର୍ଶାଲ ଆର୍ଟ ଏକାଡେମୀ ନୟାଗଡ଼ର ୩୨ ଜଣ ଖେଳାଳି ବିଭିନ୍ନ ବର୍ଗର କିରୋଗି ଏବଂ ପୁମସାଇ ଇଭେଣ୍ଟରେ ଉଭୟ ବାଳକ ଏବଂ ବାଳିକା ଭାଗ ନେଇଥିଲେ । ସେଥିମଧ୍ୟରୁ ସାଇପ୍ରିତମ ମହାରଣା, ଦିବ୍ୟାଶୁଂ ସାହୁ, ଆଦିତ୍ୟ ଷଡ଼ଙ୍ଗୀ, ରାଜ ବିନାୟକ, ରୋହନ ପଢିଆରି, ରୁପେଶ କୁମାର ପାତ୍ର, ନିର୍ଝରା ମିଶ୍ର, ଦେବାଶିଂ ବିଶ୍ବାଳ ଏବଂ ଶ୍ରୀ ଶିବାନୀ ସୁବୁଦ୍ଧି ସ୍ଵର୍ଣ୍ଣ ପଦକ ଅର୍ଜନ କରିଥିବା ବେଳେ ଭିରାଟ ପ୍ରୟାସ, ଆୟୁଷ୍ମାନ ବିହାରୀ, ସାୟାମ ସୋଭିତ ସାହୁ, ଦିବ୍ୟଜ୍ୟୋତି ସାହୁ,…

Read More

ବିଶ୍ୱ ହାସ୍ୟ ଦିବସ: ଜ୍ଞାନ ହୋତା ପାଇଲେ ଚଳିତବର୍ଷ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ

ନୟାଗଡ଼,(ନୟାଗଡ଼ ଦର୍ପଣ) :ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଏବଂ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି,ଡ.କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ଡ. ରମାକାନ୍ତ ମହାପାତ୍ର,ରବୀନ୍ଦ୍ର ରାଉତ, ମିଷ୍ଟର କାଳିଆ,ଆର୍ତ୍ତତ୍ରାଣ,ବାଳକୃଷ୍ଣ,…

Read More