ମିଠା ମିଠା ଗୀତର ସଂଜରେ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆଟ୍ ପଏଣ୍ଟ ତରଫରୁ ୧୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ‘ମିଠା ମିଠା ଗୀତର ସଂଜରେ’ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଗୀତିକଳ୍ପ ହରିଶ୍ ପ୍ରଧାନ ଉଦଘାଟକ ପ୍ରଦୀପ ପ୍ରକାଶ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥ୍ ଭାବେ ଡ଼ ଗୀତାଞ୍ଜଳି ମହାପାତ୍ର ଯୋଗଦାନ କରିଥିଲେ। ଆମ ନୟାଗଡ଼ ମାଟି ସୁଯୋଗ୍ୟ କଣ୍ଠଶିଳ୍ପୀଙ୍କ ମଧ୍ୟରେ ଡଃ ଆଶୁତୋଷ ମିଶ୍ର, ଭୂମିକା ମହାପାତ୍ର, ରାଜୀବ ମହାପାତ୍ର, ବିଜୟାନନ୍ଦ ମହାପାତ୍ର, ଇପ୍ସିତା, ସୃଷ୍ଟି ଶୋଭିତା ଏବଂ ବଂଶୀଧର ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ କଣ୍ଠଶିଳ୍ପୀ ସାନୁ ପ୍ରମୁଖ ପୁରୁଣା ଲୋକପ୍ରିୟ ସଂଗୀତ ଓ ଆଧୁନିକ ଗୀତ ଗାନ କରିଥିଲେ। ଉପସ୍ଥାପକ ଉପସ୍ଥାପିକା ଭାବରେ ଗୋପୀନାଥ ସେଠୀ ଓ ସସ୍ମିତା ରାଣୀ ଦାଶ ଓଡ଼ିଆ ବିଭାଗ ଶରଣକୁଳ ମହାବିଦ୍ୟାଳୟ…

Read More

ନୟାଗଡ଼ରେ ଆରମ୍ଭ ହେଲା ବିପି ଚେସ୍ ଏକାଡେମୀ, ଶିଶୁଙ୍କ ମାନସିକ ବିକାଶ ପାଇଁ ନୂଆ ପଦକ୍ଷେପ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଚେସ୍ ଖେଳ ପ୍ରତି ଆଗ୍ରହୀ ଶିଶୁ ଓ ଯୁବପିଢ଼ୀଙ୍କ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଷ୍ଟେସନ ରୋଡ଼ ସ୍ଥିତ ସଶୀ ନିବାସ ପରିସରରେ *ବିପି ଚେସ୍ ଏକାଡେମୀ (BP Chess Academy)* ପକ୍ଷରୁ ନିୟମିତ ଚେସ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏକାଡେମୀରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କୁ ଚେସ୍‌ର ବିଭିନ୍ନ କୌଶଳ, ଓପେନିଂ, ମିଡଲ ଗେମ୍ ଓ ଏଣ୍ଡ ଗେମ୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ଏଥିସହ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳିମାନଙ୍କୁ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ଚେସ୍ କେବଳ ଏକ ଖେଳ ନୁହେଁ, ବରଂ ଏହା ଶିଶୁମାନଙ୍କର ଏକାଗ୍ରତା, ନିଷ୍ପତ୍ତି ନେବା କ୍ଷମତା, ଧୈର୍ଯ୍ୟ ଏବଂ ତାର୍କିକ ଚିନ୍ତାଧାରାର ବିକାଶରେ ସହାୟକ ହୋଇଥାଏ। ଏହି ଲକ୍ଷ୍ୟକୁ ନେଇ ଏକାଡେମୀ ପକ୍ଷରୁ ନିୟମିତ…

Read More

‘ତୃତୀୟ ନୟନ’ର ନାଟକ ସମୀକ୍ଷା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଦର୍ପଣ ପରିସରରେ ‘ତୃତୀୟ ନୟନ’ର ଅଭିନୀତ ନାଟକ ‘ବିଚାର ପଥର’ର ସମୀକ୍ଷା ବୈଠକ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ବିଧାୟକ ଡ. ଅରୁଣ କୁମାର ସାହୁ ମଞ୍ଚ ନାଟକକୁ ଅଧିକ ଲୋକାଭିମୁଖୀ ତଥା ଆକର୍ଷଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ସଂପାଦକ ବିଶ୍ଵନାଥ ମହାପାତ୍ର ନାଟକର ସଫଳତା ପାଇଁ କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ନିୟମିତ ବୈଠକ କରି ନୟାଗଡ଼ ନାଟ୍ୟ ଆନ୍ଦୋଳନକୁ ସମୃଦ୍ଧ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ନାଟ୍ୟଭୂଷଣ ଡ ବିଜୟ କୁମାର ଚୌଧୁରୀ, ନିର୍ଦ୍ଦେଶକ ଗଦାଧର ନନ୍ଦ,  ଡ. ଆଶୁତୋଷ ମିଶ୍ର, ନିରଞ୍ଜନ ନାୟକ, ପ୍ରଦୀପ୍ତ ରଥ, ମିଷ୍ଟର କାଳିଆ, ପ୍ରତାପ ସାହୁ, ନୀଳିମା ନନ୍ଦ, ଦେବେନ୍ଦ୍ର ପରମଗୁରୁ, ଗୋଦାବରୀ ବସନ୍ତିଆ, ଅନ୍ତର୍ଯ୍ୟାମୀ ମହାନ୍ତି, ବାସୁଦେବ ମିଶ୍ର,…

Read More

ମନ ମୋହିଲା ନାଟକ “ବିଚାର ପଥର”

ନୟାଗଡ଼, (ନୟାଗଡ଼ ଦର୍ପଣ): ‘ତୃତୀୟ ନୟନ’ର ନାଟକ ‘ବିଚାର ପଥର ‘ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମର ଭରପୂର ପ୍ରେକ୍ଷାଳୟରେ ମଇ ସତର ସନ୍ଧ୍ୟାରେ ନାଟ୍ୟପ୍ରେମୀ ଦର୍ଶକ ମାନଙ୍କୁ ଆରମ୍ଭରୁ ଶେଷ ଯାଏଁ ବାନ୍ଧି ରଖି ପାରିଥିଲା ଅଭ୍ଭୂତପୂର୍ବ ଉତ୍କଣ୍ଠାମୟ ମଞ୍ଚମାୟାରେ। କମ୍ରେଡ୍ ବିଶ୍ଵନାଥ ମହାପାତ୍ରଙ୍କ ବଳିଷ୍ଠ କାହାଣୀକୁ ନେଇ ନାଟ୍ୟରୂପ ଦେବା ସହିତ ନିର୍ଦ୍ଦେଶନା ଦେଇଥିଲେ ବରିଷ୍ଠ ନାଟ୍ୟକାର ଗଦାଧର ନନ୍ଦ। ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ନାଟକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶୀଷ ପଟ୍ଟନାୟକ। ଅନୁଷ୍ଠାନର ସଂପାଦକ ବିଶ୍ଵନାଥ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନ ପର୍ବରେ ନୟାଗଡ଼ର ଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ଓ ପବିତ୍ର କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ…

Read More

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଫାଇନାଲ ଚଳିତ ମାସ ୨୦ ତାରିଖରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀ ସଭା ଗୃହରେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ବ୍ଲକ ପର୍ଯ୍ୟାୟ ସଙ୍ଗୀତ ପ୍ରତିଯୋଗିତା ଶେଷ ହୋଇଯାଇଛି। ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୧ ଜଣ ପ୍ରତିଯୋଗୀ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଭୟ ସେମି ଫାଇନାଲ ଏବଂ ଫାଇନାଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଏ ନେଇ ସଙ୍ଗୀତଧାରା ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ସେମିଫାଇନାଲ ରାଉଣ୍ଡରେ ବ୍ଲକ ପର୍ଯ୍ୟାୟରୁ ମନୋନୀତ ୫୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ଏବଂ ସେମିଫାଇନାଲ ରାଉଣ୍ଡରୁ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇ ଭକ୍ତି…

Read More

ନାଟକ ‘ଜଉଘର’: ଧ୍ୱଂସର ସ୍ତୂପ ଉପରେ ଶ୍ରଦ୍ଧାର ନିଅଁ ଗଢ଼ିବାର ଏକ ନିଆରା ପ୍ରୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅତୀତର ମହାଭାରତ ହେଉ କିମ୍ବା ଆଜିର ଆଧୁନିକ ସମାଜ, କ୍ଷମତା ଆଉ ସିଂହାସନ ପାଇଁ ଷଡ଼ଯନ୍ତ୍ରର କଳାବଳୟ ସବୁଠି ବିଦ୍ୟମାନ। ଏହି ଚିରନ୍ତନ ସତ୍ୟକୁ ଆଧାର କରି ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟ ରେ ରାଗେଶ୍ରୀ ନିଳୟମ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ହୃଦୟସ୍ପର୍ଶୀ ନାଟକ ‘ଜଉଘର’। ନାଟ୍ୟକାର ବ୍ରତ୍ୟ ବସୁଙ୍କ ଲିଖିତ ଏବଂ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ଏହି ନାଟକଟି କେବଳ ମନୋରଞ୍ଜନ ନୁହେଁ, ବରଂ ମଣିଷ ଭିତରେ ସୁପ୍ତ ଥିବା ବିବେକକୁ ଜାଗ୍ରତ କରିବାର ଏକ ସଫଳ ଆହ୍ୱାନ ଥିଲା। ନାଟକର ମୂଳ ବାର୍ତ୍ତା ଅନୁଯାୟୀ, ମଣିଷ ନିଜର ଅହଂକାର ଓ ଶକ୍ତି ପ୍ରଦର୍ଶନ ପାଇଁ ସର୍ବଦା ଲାଳାୟିତ। ଶାସକ ଓ ଶୋଷିତଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ, ଜୀବନ ଓ ମୃତ୍ୟୁର ଲଢ଼େଇ ମଧ୍ୟରେ କିଭଳି ମାନବିକତା ହଜିଯାଉଛି,…

Read More

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ‘ମଞ୍ଚାୟନ ନାଟକ ମହୋତ୍ସବ-୨୦୨୬’ର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ବାଗଦେବୀ ଲିଟେରେଚର ଟ୍ରଷ୍ଟ’ ପକ୍ଷରୁ ନାଟକ ‘ଓଡ଼ଶ’ ମଞ୍ଚସ୍ଥ ହୋଇଯାଇଛି। ମେ’ ୯ ତାରିଖ ସନ୍ଧ୍ୟାରେ ପରିବେଷିତ ଏହି ନାଟକଟି ସମାଜର ବିଭିନ୍ନ ଦିଗ ଓ ମଣିଷର ଚରିତ୍ରକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପନ କରି ଦର୍ଶକଙ୍କ ମନ ଜିଣିପାରିଛି। ନାଟକଟିର ମୂଳ ଭାବଧାରା ‘ପୃଥିବୀରେ ସମସ୍ତଙ୍କର କିଛି ନା କିଛି ଭୂମିକା ରହିଛି’ ଉପରେ ଆଧାରିତ। ଛୋଟ ହେଲେ ମଧ୍ୟ ଓଡ଼ଶର ଜୀବନ ଅଛି, ସେ ମଣିଷ ପରି ଖାଏ, ବୁଲେ ଏବଂ ତା’ର ମଧ୍ୟ ସଂସାର ଅଛି। ନାଟକରେ ଓଡ଼ଶ ଓ ମଣିଷ ମଧ୍ୟରେ ଥିବା ତୁଳନାତ୍ମକ ଚିତ୍ରକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି। ମଣିଷର ରକ୍ତ ଶୋଷି ଓଡ଼ଶ…

Read More

ଡ. କୁଳାଙ୍ଗାର ପାଇବେ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ମଞ୍ଚ ପକ୍ଷରୁ ମେ ୩ ତାରିଖ ଦିନ ହେବାକୁ ଥିବା “ହସି ହସାଅ” କାର୍ଯ୍ୟକ୍ରମରେ ବ୍ୟଙ୍ଗକବି ଡ. କୁଳାଙ୍ଗାରଙ୍କୁ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ମେ ୩ତାତିଖ ସନ୍ଧ୍ୟାରେ ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ଆୟୋଜିତ ହେବାକୁ ଥ‌ିବା କାର୍ଯ୍ୟକ୍ରମରେ ଉପାୟନ ସହ ୨୧ ହଜାର ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ସୂଚନା ଦିଆଯାଇଛି । ପ୍ରତ୍ୟେକ ବର୍ଷ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ଜନ କରାଯାଉଥିବା ବେଳେ ବ୍ୟଙ୍ଗ ସାହିତ୍ୟକୁ ଆଗକୁ ନେବାକୁ ପ୍ରୟାସ ଜାରି ରହିଛି।

Read More

ନୟାଗଡ଼ରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତାଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସହର ସ୍ଥିତ ଷ୍ଟାଡିଅମ ଠାରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତା -୨୦୨୬, ନୟାଗଡ ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ଆଥଲେଟିକ ଆସୋସିଏସନ୍  ସୌଜନ୍ୟରୁ  ଜିଲ୍ଲାପାଳ ମଧୁମିତା ରଥଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଅଶେଷ କୁମାର ଦାଶ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି ଭବାନୀ ଶଙ୍କର ଦାସ, ବିନାୟକ ପ୍ରସାଦ ରାଓ, ସଭ୍ୟ ସୁରେନ୍ଦ୍ର କୁମାର ସେଠୀ, ପ୍ରଶାନ୍ତ କୁମାର ଦାସ ଖେଳ ଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ବିରଞ୍ଚି ନାରାୟଣ ବେହେରା, ଉମାକାନ୍ତ ମିଶ୍ର,…

Read More

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୧ରେ ନୂଆଗାଁ ବ୍ଲକ ଅଡିସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ଆସନ୍ତା ୧୧ ତାରିଖ ଶନିବାର ଦିନ ଯୁକ୍ତ ଦୁଇ କଲେଜ(ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ) ପରିସରରେ ଅନୁଷ୍ଠିତ ହେବ। ଏ ନେଇ ସଙ୍ଗୀତଧାରା ସମ୍ପାଦକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ,ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ରବିବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ।  ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଏହି ପ୍ରତିଯୋଗିତାରେ ଭାଗ ନେଇ  ପାରିବେ। ପ୍ରତିଯୋଗୀ ମାନେ ସକାଳ ସାଢ଼େ…

Read More