ରୋଟାରୀ କ୍ଳବ୍ ନୟାଗଡ଼ରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ। – ଶିକ୍ଷକମାନେ ସମାଜର ଆଲୋକ ବର୍ତ୍ତିକା- ମୁଖ୍ଯ ଅତିଥି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁ ମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି ସମାଜର ଆଲୋକ ବର୍ତ୍ତିକା ବୋଲି କହିଥିଲେ। ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକ ମାନେ ସ୍ବାଭିମାନୀ ହେବା ଆବଶ୍ଯକ ଏବଂ ସଚ୍ଚୋଟ ତଥା ନିଷ୍ଠାପର ଭାବେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍ ବୋଲି କହିଥିଲେ।…

Read More

ଧାଡ଼ିକିଆ ଖବର, ତାରିଖ ୨୧.୦୪.୨୪ (ରବିବାର)

୧-ଭୁବନେଶ୍ୱର:୪୫ ଡିଗ୍ରୀ ଟପିଲା ତାତି, ୧୩ଟି ସହରରେ ତାପମାତ୍ରା ୪୩ ଡ଼ିଗ୍ରୀରୁ ଅଧିକ। ୨-କାଳବୈଶାଖୀ ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ୩-ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି, ନବୀନ ପଟ୍ଟନାୟକଙ୍କ ସମେତ ତାଲିକାରେ ୪୦ଜଣଙ୍କ ନାଁ। ୪-ହରଭଙ୍ଗା:ଚଳିତ ଶିକ୍ଷାବର୍ଷରୁ ଲୁଣିବାହାଲ ସ୍ଥିତ କିସରେ ହେବ ପାଠପଢ଼ା। ୫-ଭୁବନେଶ୍ୱର:୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା।ନିମାପଡ଼ାରୁ ଲଢ଼ିବେ ସୁରଙ୍କ ବଡ଼ ପୁଅ। ୬-ବିଜେଡ଼ି ବିଧାୟକ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ସ୍ଥାନ, ଷଷ୍ଠ ଥରକୁ ମିଶାଇ ମୋଟ ୩୨ ଜଣ ମହିଳାଙ୍କୁ ମିଳିଛି ଟିକେଟ। ୭-ଚାଲିଛି ନିର୍ବାଚନୀ ପ୍ରଚାର ଗୀତ, କଣ୍ଠଶିଳ୍ପୀଙ୍କୁ ନାହିଁ ଫୁରସତ୍।ଗିତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ୮-ନୂଆପଡାରେ ପୁଣି ବାଘ ଆତଙ୍କ, ବଳଦକୁ ମାରି ଖାଇଲା କଲରାପତରିଆ।…

Read More

ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ମାନବିକ ଅଧିକାର
ଦିବସ” ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ୧୦ ଡିସେମ୍ବର ତାରିଖରେ ମାନବିକ ଅଧିକାର ଦିବସ ପାଳିତ ହୁଏ । ଏହି ଅବସରରେ ନୟାଗଡ ଜିଲ୍ଲା ଏବଂ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତିକ୍ରମେ ନୟାଗଡ ସ୍ଵୟଂଶାଶିତ ମହାବିଦ୍ୟାଳୟର ମାଲତୀ ଚୌଧୁରୀ ଛାତ୍ରୀ ନିବାସ ଅନ୍ତେବାସୀମାନଙ୍କ ଗହଣରେ ଏହି ଦିବସ ପାଳିତ ହୋଇଅଛି। ୱାର୍ଡେନ ଶ୍ରୀମତୀ କବିତା ମହାପାତ୍ର ଅତିଥୀମାନଙ୍କୁ ସ୍ବାଗତ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ବର୍ଗ ବିଚାରପତି ତଥା ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ବିଶେଷ କୁମାର ସାହୁ, ମାନବିକ ଅଧିକାର ଦିବସର ତାତ୍ପର୍ଯ୍ୟ ୭୫ ବର୍ଷ ପାଳନ ଉପଲକ୍ଷେ “ସମସ୍ତଙ୍କ ପାଇଁ ସ୍ବାଧୀନତା, ସମାନତା ଓ ନ୍ୟାୟ ବାଖ୍ୟା କରିଥିଲେ। ଭାରତୀୟ ସମ୍ବିଧାନରେ ମାନବିକ ଅଧିକାର, ଆଇନ୍ ତଃ…

Read More

ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆ ରେ ନୟାଗଡ଼ ବିଧାୟକ

ଗଣିଆ, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ଼ଃ.ଅରୁଣ କୁମାର ସାହୁ ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସି ବିଦ୍ୟାଳୟ ର ନୂତନ ଭାବେ ନିର୍ମାଣ ହେଉଥିବା ଶ୍ରେଣୀ ଗୃହ କାର୍ଯ୍ୟକୁ ସମୀକ୍ଷା କରିଥିଲେ ଓ ଯଥାଶୀଘ୍ର ଏହି କାର୍ଯ୍ୟ ସାରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଡଃ.ସାହୁ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ଆସି ସାମ୍ବାଦିକମାନଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତକାର କରିଥିଲେ। ଆଗାମୀ ଦୁର୍ଗାପୂଜା ପାଇଁ ସାମ୍ବାଦିକ ମାନଙ୍କୁ ଅଭିନନ୍ଦନ ଜଣାଇ ଅଞ୍ଚଳରେ ଘଟୁଥିବା ଘଟଣାବଳୀ ସଂପର୍କରେ ସତ୍ୟ ଏବଂ ନିର୍ଭୁଲ ସମ୍ବାଦ ପରିବେଷଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସହିତ ଯୋଡ଼ି ହୋଇ ସହଭାଗିତା ଭିତ୍ତିରେ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

Read More

୧୦୦ତମ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ନୟାଗଡ଼ରେ ଉପଭୋଗ କଲେ ଶହ ଶହ ବିଜେପି କର୍ମୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ନୟାଗଡ଼ ବ୍ଳକ ନୋତ୍ତର ପଞ୍ଚାୟତର ବଉଳସାହି, ଓଡ଼ଗାଁ ବ୍ଳକ କୁରାଳରେ ଶହ ଶହ ଲୋକଙ୍କୁ ନେଇ ମନ କି ବାତ କାର୍ଯ୍ୟକ୍ରମକୁ ଦେଖିଥିଲେ। ଏହି ଅବସରରେ ପ୍ରତ୍ୟୁଷାଙ୍କ ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ତଥା ବିଜେପି ନେତା ସନ୍ତୋଷ ପ୍ରଧାନ, ନସିର ଅହମ୍ମଦ, ପ୍ରହଲ୍ଲାଦ ବରାଡ଼, ସଞ୍ଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Read More

୮ତାରିଖରୁ ନୟାଗଡ଼ରେ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ତାରିଖରୁ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ନୟାଗଡ଼ କ୍ଲବ ଏବଂ ୭୮୬ୟୁଥ କ୍ଲବ ସିନ୍ଦୁରିଆ ଆନୁକୁଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ୮ ତାରିଖରେ ଓଡିଶା ଇଲେଭେନ ବନାମ ଜଗା ୟୁନାଇଟେଡ କ୍ଲବ ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହେବ । ୯ତାରିଖରେ ସୁଦେଭା ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ ଦିଲ୍ଲୀ ବନାମ ୟୁନାଇଟେଡ କ୍ଲବ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ । ୧୦ତାରିଖରେ ସାଇହାଲ ସୁନାବେଢ଼ା ବନାମ ଇଣ୍ଟରନ୍ୟାସନାଲ ଏଫସି ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ୧୧ ତାରିଖରେ ଖଜୁରା ଏଫସି ନେପାଳ ବନାମ କେଏଫଟିସି କ୍ଲବ କେରଳ ମଧ୍ୟରେ ଅନୁଷ୍ଠିତ ହେବ । ୧୨ ତାରିଖରେ ପ୍ରଥମ ସେମିଫାଇନାଲ ଓ ୧୩ ତାରିଖରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।…

Read More

ସତ୍ୟମର ୨୧ତମ ଜନ୍ମବାର୍ଷିକୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ୨୦୦୨ ଜାନୁଆରୀ ମାସ ୧ ତାରିଖରେ ପ୍ରତିଷ୍ଠା ଲାଭ କରିଥିବା ନୟାଗଡ଼ ସ୍ଥିତ ସତ୍ୟମ ଅନୁଷ୍ଠାନ ତାର ୨୧ତମ ଜନ୍ମବାର୍ଷିକୀ ସ୍ଥାନୀୟ ରୋଟାରୀ ଭବନରେ ପାଳନ କରିଛି। ସତ୍ୟମ ନିର୍ଦ୍ଦେଶକ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେଇଥିବା ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ମୂଖ୍ୟ ଅତିଥି ଏବଂ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ରସାୟନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ବସନ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସତ୍ୟମ ପରି ଉତ୍ତମ ଅନୁଷ୍ଠାନ ମାନେ ସମାଜରେ ଉତ୍ତମ ନାଗରିକ ସୃଷ୍ଟି କରିବାରେ ସହାୟକ ହୁଅନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ ମନୋଜ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର…

Read More