ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ମାନବିକ ଅଧିକାର
ଦିବସ” ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ୧୦ ଡିସେମ୍ବର ତାରିଖରେ ମାନବିକ ଅଧିକାର ଦିବସ ପାଳିତ ହୁଏ । ଏହି ଅବସରରେ ନୟାଗଡ ଜିଲ୍ଲା ଏବଂ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତିକ୍ରମେ ନୟାଗଡ ସ୍ଵୟଂଶାଶିତ ମହାବିଦ୍ୟାଳୟର ମାଲତୀ ଚୌଧୁରୀ ଛାତ୍ରୀ ନିବାସ ଅନ୍ତେବାସୀମାନଙ୍କ ଗହଣରେ ଏହି ଦିବସ ପାଳିତ ହୋଇଅଛି। ୱାର୍ଡେନ ଶ୍ରୀମତୀ କବିତା ମହାପାତ୍ର ଅତିଥୀମାନଙ୍କୁ ସ୍ବାଗତ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ବର୍ଗ ବିଚାରପତି ତଥା ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ବିଶେଷ କୁମାର ସାହୁ, ମାନବିକ ଅଧିକାର ଦିବସର ତାତ୍ପର୍ଯ୍ୟ ୭୫ ବର୍ଷ ପାଳନ ଉପଲକ୍ଷେ “ସମସ୍ତଙ୍କ ପାଇଁ ସ୍ବାଧୀନତା, ସମାନତା ଓ ନ୍ୟାୟ ବାଖ୍ୟା କରିଥିଲେ। ଭାରତୀୟ ସମ୍ବିଧାନରେ ମାନବିକ ଅଧିକାର, ଆଇନ୍ ତଃ ଅଧିକାର ଏବଂ ମୌଳିକ ଅଧିକାର ଉପରେ ସଚିବ ଦୃଷ୍ଟାନ୍ତ ମୂଳକ ବାଖ୍ୟା କରିଥିଲେ । ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମର ମଲ୍ଲିକ ମାନବିକତା ଏବଂ ମାନବିକ ଅଧିକାର ଯୁକ୍ତ ଜୀବନ, ଏକ ଶାନ୍ତି
ପରିବେଶ ସହିତ ଉନ୍ନତ ସମାଜ ଏବଂ ସଭ୍ୟତା ଗଠନ କରିବାରେ ସହାୟକ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରୀମାନେ ସଚିବ ଶ୍ରୀ ବିଶେଷ କୁମାର ସାହୁଙ୍କଠାରୁ ବିଭିନ୍ନ ତଥ୍ୟ ଉପରେ ଅବଗତ ହୋଇଥିଲେ । ପ୍ରାଧିକରଣ କର୍ମଚାରୀ ରାଜେଶ କୁମାର ବାରିକ, ଶ୍ରୀ ପବନ କୁମାର ବେହେରା, ତତ୍ବାବଧାରକ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ଏବଂ ଶ୍ରୀ ଅବନ୍ତ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଛାତ୍ରୀ ନିବାସ ତତ୍ବାବଧାରିକା ଶ୍ରୀମାତୀ ରଶ୍ମି ରଞ୍ଜିତା ମହାପାତ୍ର ଦିବସର ଉପଯୋଗୀତା ଦର୍ଶାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts