ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପାରିତ କରାଯାଇଥିବା ବେଳେ ତତ୍ ସଙ୍ଗେ ସଙ୍ଗେ ପୂର୍ବବର୍ଷ ଏବଂ ଚଳିତ ବର୍ଷର ବ୍ୟୟ ଅନୁମୋଦନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଯୋଗ ଦେଇଥିଲେ । ଏହାକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ କୁମାର ଦାସ । ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜି ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଲାଇନ…
Read MoreCategory: ସ୍ୱାସ୍ଥ୍ୟ
ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ “ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ” ଏକ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ରଖିଥିଲେ। ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ଆଜି ନୟାଗଡ଼ ଜିଲ୍ଲାରେ ଶୁଭାରମ୍ଭ ହୋଇଛି । ଏହି ଅଭିଯାନ ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମର ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହି ଅଭିଯାନର କ୍ଷତିକାରକ…
Read Moreନଭେମ୍ବର ୩ରୁ ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବିଜୁ ମହାବୀର ଫୁଟ୍ ସେଣ୍ଟର, ଖୋର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ ଭିନ୍ନକ୍ଷମଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ରୋପଣ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନୟାଗଡଠାରେ ନଭେମ୍ବର ୩ରୁ ୭ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏହି ଶିବିରରେ କୃତ୍ରିମ ଅଙ୍ଗ ଯଥା -ଗୋଡ଼ ଓ ହାତ ସହ ଆଶା ବାଡି ଓ ଶ୍ରବଣ ଯନ୍ତ୍ର ମାଗଣାରେ ଯୋଗାଇଦିଆଯିବ। ଏହି ମହତ କାର୍ଯ୍ୟରେ ସମାଜର ସବୁ ବର୍ଗର ଜନ ସାଧାରଣଙ୍କୁ ସହଯୋଗ, କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀକୁ ରୋଟାରୀ କ୍ଲବ ନୟାଗଡ଼ ର ସଭାପତି…
Read Moreସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱଚ୍ଛ ନାରୀ ଓ ସଶକ୍ତ ପରିବାର ଅଭିଯାନର” ବୈଠକ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ସ୍ୱଚ୍ଛ ନାରୀ ଓ ସଶକ୍ତ ପରିବାର ଅଭିଯାନର” ବୈଠକ ଅନୁଷ୍ଠିତ ହେଇଥିଲା। ଏହି ଅଭିଯାନର ଆରମ୍ଭ ୧୭ ସେପ୍ଟେମ୍ବର ୨୦୨୫ ରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କୁ ଲୋକ ଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲା କୁ ରାଜ୍ୟ ସ୍ଥର ରେ ଏକ ଉତ୍ତମ ସ୍ଥାନ ରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ର ଉପସ୍ଥିତ ଥିବା ଅଧିକାରୀ ଏବଂ ଅନ୍ୟ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ସମସ୍ତ ବୟସ୍କର ମହିଳାମାନଙ୍କ ସ୍ବାସ୍ଥ୍ୟସେବା ପ୍ରଦାନ ତଥା 1. ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ (Primary Health Screening):o ପ୍ରତ୍ୟେକ ବ୍ଲକ ଶିବିର ଆୟୋଜନ କରି ସ୍ୱାସ୍ଥ୍ୟ ଯାଞ୍ଚ ଏବଂ…
Read Moreଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ମୁଖ୍ୟ ବିତରଣୀୟ ଉପରେ ସମୀକ୍ଷା କରିବା ବୈଠକ ଅନୁଷ୍ଠିତ ହେଇଥିଲା। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ, ସମସ୍ତ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲାକୁ ରାଜ୍ୟସ୍ତରରେ ଏକ ଉତ୍ତମ ସ୍ଥାନରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ତାଗିତ କରିଥିଲେ। ବିଶେଷ କରି ତୃଣମୂଳ ସ୍ତରରେ ଯଥା ମମତା ଦିବସ, ଟୀକାକରଣ ଦିବସ ଆଦିକୁ ଉତ୍ତମ ରୂପେ ପରିଚାଳନା ପାଇଁ ଉଭୟ ଗୋଷ୍ଠୀ ତଥା ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହ୍ରାସ କରିବା ପାଇଁ ଆଶା ତଥା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅନବରତ…
Read Moreବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ ଆଞ୍ଚଳିକ ସାଧନକେନ୍ଦ୍ର ମଶାବାରୀ ଅନ୍ତର୍ଗତ ପନ୍ତିଖାରୀ ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଶାବାରୀରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣତି ମଞ୍ଜରୀ ଶର୍ମା, ହୋମିଓପ୍ୟାଥିକ ଡାକ୍ତର ଦେବୀ ପ୍ରସାଦ ପଣ୍ଡା ଓ ପ୍ରକୃତିବନ୍ଧୁ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଉପସ୍ଥିତ ହୋଇ ପ୍ରଥମେ ଏକବୃକ୍ଷରେ ସମସ୍ତେ ଜଳଦାନ କରି ଠାକୁରଙ୍କ ନିକଟରେ ଧୂପ ଦୀପ ଅର୍ପଣ କରିଥିଲେ।ବିଦ୍ୟାଳୟର ଶିକ୍ଷାର୍ଥୀମାନେ ମୁଖସ୍ଥ ଶିବ ପଞ୍ଚାକ୍ଷର ମନ୍ତ୍ରଗାନ କରିଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ସୁରମା ଷଢଙ୍ଗୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଡାକ୍ତର ଶର୍ମା ଶିକ୍ଷାର୍ଥୀଙ୍କୁ କଲେରା, ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କରେ ବୁଝାଇବା…
Read Moreନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ମହୋତ୍ସବ ମହାସମାରୋହରେ ଉଦ୍ଘାଟିତ ହୋଇ ଯାଇଛି। ଏହି ଉଦ୍ଘାଟନୀ ଉତ୍ସବ ରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଦୁଇଶହ ମିଟରର ଲମ୍ବ ବିଶାଳ ଏକ ବିଶାଳ ତ୍ରିରଙ୍ଗା ପତାକା ଶତାଧିକ ଯୁବକ ଯୁବତୀ ଏଥିରେ ସାମିଲ ହୋଇଥିଲେ । ଶହ ଶହ ଯୁବକ ଏହି ଯାତ୍ରା ରେ ଯୋଗ ଦେଇ ଦେଶପ୍ରେମ ରେ ଉଦଭାସିତ ହୋଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଯୁବକ ମାନଙ୍କ ସ୍ଵରରେ ଏବଂ ଦେଶପ୍ରେମ ନାରାରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ଦେଶସେବା ପାଇଁ ଏ ସେବା ଉତ୍ସବ ର ନିଆରା ପ୍ରୟାସ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ର ଅଧ୍ୟକ୍ଷ ଶିବରାମ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ…
Read Moreରୋଟାରୀ କ୍ଲବ ନୟାଗଡ଼ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ଚଷମା ବଣ୍ଟନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଓଡ଼ଗାଁ ବ୍ଲକ ଆରଡା ପଞ୍ଚାୟତର କେନ୍ଦୁପଲ୍ଲୀ ଗାଁ’ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ରୋଟାରୀ କ୍ଲବର ପୂର୍ବତନ ସଭାପତି ରୋଟାରିଆନ ଶ୍ରୀକାନ୍ତ ଖଟେଇଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁନିତା ସାହୁ ଓ କେନ୍ଦୁପଲ୍ଲୀ ଗାଁ’ର ସଭାପତି ରାଜକିଶୋର ନାୟକ ଓ ସଂପାଦକ ପ୍ରମୋଦ ପ୍ରଧାନ ଯୋଗଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରୋଗୀମାନଙ୍କୁ ଚଷମା ବଣ୍ଟନ କରିବା ସହ ସେମାନଙ୍କ ସହ ତାଙ୍କର ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହି…
Read Moreଇଟାମାଟିରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ
ଇଟାମାଟି, (ନୟାଗଡ଼ ଦର୍ପଣ): ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଆୟୋଜିତ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ନୟାଗଡ଼ ବ୍ଲକ ଇଟାମାଟି ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଔଷଧ ସହ ନିଶୁଳ୍କ ଫିସିଓଥେରାପି ସେବା ଯୋଗାଇ ଦିଆଯାଇଥିଲା। ଆଗାମୀ ଦିନରେ ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଯଥାସମ୍ଭବ ଜନସେବା ମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସାଇସିଦ୍ଧି ଫାଉଣ୍ଡେସନର ଫାଉଣ୍ଡର ସାଇ ଶୁଭମ୍ କହିଛନ୍ତି। ମେଡ଼ିସିନ ବିଭାଗ ଡାକ୍ତର ବିଶ୍ୱଜିତ୍ ମହାନ୍ତି, ଶିଶୁ ବିଭାଗ ଡାକ୍ତର ଶୁଭ ସନ୍ଦୀପ ମହାନ୍ତି, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦିଲ୍ଲିପ ନାୟକ, ସର୍ଜରୀ ବିଭାଗ ଡାକ୍ତର ଅଂଶୁମାନ ରଥଙ୍କ ଭଳି ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲା। ଦିବ୍ୟରଞ୍ଜନ ମିଶ୍ରଙ୍କ ଦ୍ଵାରା ଫିଜିଓଥେରାପି ସେବା ପ୍ରଦାନ କରାଯାଇଥିଲା। ଫାର୍ମାସୀ ମନୋଜ କୁମାର ପଣ୍ଡାଙ୍କ…
Read Moreସାମ୍ବାଦିକ ଭବନରେ ରକ୍ତଦାନ ଶିବିର, ୭୫ ୟୁନିଟ ସଂଗ୍ରହ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଭବନ ଓ ରୋଟାରୀ କ୍ଲବ ସହଭାଗିତାରେ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିବା ସହ ପ୍ରଥମ ରକ୍ତଦାତା ଭାବେ ରକ୍ତଦାନ କରିଥିଲେ । ତାଙ୍କ ଜୀବନର ଏହା ୫୦ ତମ ରକ୍ତଦାନ ବୋଲି ସେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶ ଏବଂ ସମାଜସେବୀ ଦାମୋଦର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣସିଂ ଯୋଗ ଦେଇଥିଲେ। ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡା, ରୋଟାରୀ କ୍ଲବ ସଭାପତି ଶ୍ରୀକାନ୍ତ କୁମାର…
Read More