The Dusk of Dreams

Prof. Umesh Chandra Mahapatra was born on 1st April 1950 in a remote village named as Binayakpur Sasan in a middle class family in the state of Odisha in the Present District of Nayagarh. His Father Late Pandit Mahadeb Mahapatra was a sanskrit teacher who always inspired his son to be a teacher. He has completed his primary and secondary educations in the village school and became a Graduate from Nayagarh Autonomous College, Nayagarh, and M.Phil. Degree from Merut University. Then the joined as a Political Science Lecture in Sarankul…

Read More

ବାର୍ଷଭାନବୀ

ବାର୍ଷଭାନବୀ କବି ପ୍ରଧାନ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ (ସଂସ୍କୃତ ଭୂଷଣ) କଟକ ଜିଲ୍ଲା ନରସିଂହପୁର ଅଢ଼େଇଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଗ୍ରାମରେ ଜନ୍ମ । ବର୍ତ୍ତମାନ ତାଙ୍କର ବାସସ୍ଥାନ, ନୟାଗଡ଼ ଜିଲ୍ଲାର ଇଟାମାଟି । ଛାତ୍ରଜୀବନରେ କବି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ସଂସ୍କୃତ ପ୍ରତିଯୋଗିତାରେ ସ୍ୱର୍ଣ୍ଣଦକପ୍ରାପ୍ତ । ସେ ଏକାଧାରରେ ଜଣେ କବି, ପଣ୍ଡିତ, ଅନୁବାଦକ, ଗାଳ୍ପିକ, ନାଟ୍ୟକାର, ବକ୍ତା, ପ୍ରବଚକ ଓ ସମାଲୋଚକଭାବେ ପରିଚିତ । ବ୍ୟଙ୍ଗକବିତା ରଚନାକରି ସେ ‘ବ୍ୟଙ୍ଗବାଗୀଶ’ ଉପାଧ୍ରିାପ୍ତ । ସଂସ୍କୃତ ଭାଷାର ସେ ଜଣେ ଉଚ୍ଚକୋଟିର ବାଗ୍ମୀ । ରଣପୁର ମହାବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁଲୋକଭାଷା ପ୍ରଚାର ପରିପ୍ରେକ୍ଷୀରେ କବି “ସଂସ୍କୃତ ଭୂଷଣ” ଉପାଧିରେ ଭୂଷିତ । “ସଂସ୍କୃତ କବି”ଭାବରେ କବିଙ୍କର ଅନେକ ଶ୍ଳୋକ, ଗଳ୍ପ, ନାଟକ ଆଦି ଦିଗ୍‌ଦର୍ଶିନୀ, ପ୍ରିୟମ୍ବଦା, ଲୋକସୁଶ୍ରୀ ଆଦି ସଂସ୍କୃତ ପତ୍ରିକାମାନଙ୍କରେ ପ୍ରକାଶିତ…

Read More

ସମୟର ଡାକ

ସୁଶ୍ରୀ ରଚିତା ପରିଡ଼ା ଜଣେ ଯୁବ ଲେଖିକା ଓ କବୀ । ସେ ନୟାଗଡ଼ ଜିଲ୍ଲା ନୂଆଗାଁରେ ୧୯୯୯ ମସିହା ମାର୍ଚ୍ଚମାସ ୧୫ତାରିଖରେ ଶ୍ରୀଯୁକ୍ତ ଚିତ୍ତରଂଜନ ପରିଡ଼ା ଓ ଶ୍ରୀମତୀ ସାଗରିକା ପରିଡ଼ାଙ୍କ କୋଳମଣ୍ଡନ କରନ୍ତି । ସେ ଗୀତିକବିତା, ପ୍ରବନ୍ଧ ଓ ଗଳ୍ପ ରଚନା କ୍ଷେତ୍ରରେ ଜଣେ ଅନନ୍ୟ ପ୍ରତିଭୂ । ଭାବଭାବନାର ବେଳାଭୂମିରେ ଠିଆହୋଇ ସେ ଦେଖିଛନ୍ତି ଜୀବନର ଚୌହଦୀଭିତରେ ସମାଜରେ ଘଟିଚାଲିଥିବା ଘଟଣାକୁ । ଲେଖିଛନ୍ତି ଓ ଦେଖେଇଛନ୍ତି ଅନନ୍ୟ ଅନୁଭବକୁ ସୃଜନର କାନ୍‌ଭାସରେ । ବୟସ କମ୍ ହୋଇଥିଲେ ମଧ୍ୟ ରଚିତାଙ୍କ ରଚନାଶୈଳୀ ଜୀବନଧର୍ମୀ ଓ ମାଟିମନସ୍କତାରେ ଭରପୁର । ସେ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ସମୟରୁ କବିତା, ଗଳ୍ପ ଲେଖାରେ ମନୋନିବେଶ କରନ୍ତି । ତାଙ୍କ ଚତୁଃପାଶ୍ୱର୍ରେ ଘଟୁଥିବା ଘଟଣାବଳୀକୁ ସେ ଗଳ୍ପ ଓ କବିତା ମାଧ୍ୟମରେ ପରିସ୍ଫୁଟନ କରନ୍ତି…

Read More

ସେଇ ଦରପୋଡ଼ା କାଠ

ପଙ୍କରୁ କମଳ ଏବଂ ଶୁକ୍ତିରୁ ମୌକ୍ତିକ ଉଦ୍ଭବ ହେଲାଭଳି ନୟାଗଡ଼ ଜିଲ୍ଲା, ଓଡ଼ଗାଁ ମଣ୍ଡଳ ଅନ୍ତର୍ଭୁକ୍ତ ଦଣ୍ଡୋର ଭଳି ଏକ ଅଖ୍ୟାତ ପଲ୍ଲୀରେ ୧୯୭୮ମସିହା ଜୁନ୫ତାରିଖରେ ପିତା ଶ୍ରୀଯୁକ୍ତ ସୁବାସ ବିଶୋଇ ଓ ମାତା ରତନି ବିଶୋଇଙ୍କ କୋଳମଣ୍ଡନ କରନ୍ତି ଯୁବ ଲେଖକ ଶାନ୍ତନୁ ବିଶୋଇ ।ପରିବାରର ବୋଝ, ଦାରିଦ୍ର‌୍ୟର କଷାଘାତ, ବନ୍ଧୁରମୟ ଜୀବନର ଚଲାପଥ ଅତିକ୍ରାନ୍ତ କରି ସେ ତର୍ଜମା କରିଛନ୍ତି ନିଜର ତଥା ପ୍ରତିବେଶୀମାନଙ୍କର ଜୀବନଶୈଳୀକୁ । ତନ୍ନତନ୍ନ କରି ବିଶ୍ଳେଷଣ କରନ୍ତି ପ୍ରତ୍ୟେକ ଗ୍ରାମୀଣ ମଣିଷ ଜୀବନ ବଞ୍ôଚବାର ରାହାକୁ । ମଧ୍ୟସ୍ଥତା ବିହୀନ ଜୀବନ ଯାତ୍ରାରେ ଗ୍ରାମୀଣ ସଂସ୍କୃତି ଭିତରୁ ଖୋଜି ପାଇଛନ୍ତି ଅନେକ ଘଟଣା, ଅଘଟଣା ଓ ଦୁର୍ଘଟଣା, ଆଉ ତନ୍ମଧ୍ୟରୁ ଖୋଜି ପାଇଛନ୍ତି ଅନେକ ସାକାରାତ୍ମକ ଭାବଧାରା ।ଉକ୍ତ ଭାବଧାରା ପାରିଜାତ ପୁଷ୍ପର ଗୋଟଏି ଗୋଟଏି ସମ୍ମଳି ତି…

Read More

ସ୍ୱର୍ଗକୁ ବାଟ

ଶ୍ରୀଯୁକ୍ତ ହରିଶ୍ ପ୍ରଧାନ(ଗୀତିକଳ୍ପ) ଆମ ସମୟର ଓଡ଼ିଆ ଗୀତିକବିତା ପରିମଣ୍ଡଳରେ ଜଣେ ଅନନ୍ୟ ପ୍ରତିଭା । ଛନ୍ଦ ଓ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗୀକଶୋଭାରାଜି, ମାନବୀୟ ସମ୍ବେଦନ, ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ । ନିଜର ସୃଜନାତ୍ମକ ସୃଷ୍ଟି ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରାମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେବିଭୂଷିତ । ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠିତ କଙଋଶିଳ୍ପୀମାନଙ୍କ କଙଋରେ ହରିଶ୍ ପ୍ରଧାନ(ଗୀତିକଳ୍ପ)ଙ୍କ ଗୀତସବୁ କ୍ୟାସେଟ୍‌, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତହୋଇ ଯଥେଷ୍ଟ ଆଦୃତି ଲାଭ କରିାରିଛି । ତାଙ୍କଦ୍ୱାରା ରଚିତ ନୟାଗଡ଼ ପୁରାଣ, ନୟାଗଡ଼ ଜ୍ଞାନ, ଭୂତ ସହିତ ରାତିଏ, ଅମ୍ଳାନ ସ୍ୱାକ୍ଷର ଆଦି ପୁସ୍ତକ ବେଶ୍‌ଆଦୃତ ହୋଇପାରିଛି ପାଠକମାନଙ୍କ ମଧ୍ୟରେ ।…

Read More

ନାୟିକାର ନାଁ ଲୁସି

ଓଡ଼ିଆ ନାଟ୍ୟ ସାହିତ୍ୟରେ ଚର୍ଚ୍ଚିତ ନାଟ୍ୟକାର ଅଧ୍ୟାପକ ରାମଚନ୍ଦ୍ର ମିଶ୍ର ୧୯୭୦ ଦଶକରୁ ନାଟକ ରଚନା କ୍ଷେତ୍ରରେ ନିଜକୁ ନିମଗ୍ନ ରଖି ଓଡ଼ିଆ ନାଟ୍ୟସାହିତ୍ୟକୁ କରିଛନ୍ତି ଋଦ୍ଧିମନ୍ତ । ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ମିଶ୍ରଙ୍କ ନାଟକଗୁଡ଼ିକ ନାଟ୍ୟଧର୍ମୀ, ନାଟ୍ୟପ୍ରେମୀ ଓ ସମାଲୋଚକଙ୍କଦ୍ୱାରାବେଶ୍ ଆଦୃତି ଲାଭ କରିାରିଛି । ଶୈଳୀ, ପାତ୍ରଚୟନ, ସଂଳାପ ଓ କାହାଣୀ ଦୃଷ୍ଟିରୁ ନାଟ୍ୟକାର ମିଶ୍ରଙ୍କ ସମସ୍ତ ନାଟକ ସ୍ୱତନ୍ତ୍ରତା ଦାବି କରନ୍ତି ।‘ନାୟିକାର ନାଁ ଲୁସି’ ନାଟକଟି ସମସ୍ତଙ୍କୁ ଛୁଇଁବ ନିଶ୍ଚିତ ।ଦର୍ପଣ ପବ୍ଲିକେଶନ

Read More

ନୟାଗଡ଼ ଜ୍ଞାନ

ନୟାଗଡ଼ ଗଡ଼ଜାତର ତ୍ରୈକାଳିକ ମହିମମୟ ବିସ୍ତୃତି ପ୍ରଖ୍ୟାପନ ଏକ ବିଜ୍ଞାପନ ନୁହେଁ । ଭୂମି-ସଂପ୍ରୀତିବୋଧ ଓ ଐତିହ୍ୟ-ଅସ୍ମିତାର ପୃଷ୍ଠଭୂମିରେ ଜୀବନ୍ୟାସର ସଂସ୍ଥିତି ଅନ୍ୱେଷଣର ପରିପଥରେ ନୟାଗଡ଼ ପଞ୍ଚଭୂତରେ ଏକ ସମ୍ମିଶ୍ରିତ ଚିତ୍ରାର୍ପିତ ଦନ୍ତକଥା ନୁହେଁ । ଧର୍ମୀୟ, ସାଂସ୍କୃତିକ ଓ ନୃତାତ୍ତ୍ୱିକ ପରିଶୀଳନ କ୍ଷେତ୍ରରେ ଏହାର ସମୁଜ୍ୱଳତା ପରିଲକ୍ଷଣୀୟ । ମହାକାଳର ଚୋରାବାଲିରେ କେତେ ବିଲୁପ୍ତି ମଧ୍ୟରେ ବି ଆଲୋକର ଏକ ପ୍ରତୀକ-ସ୍ଥିତି ହେଉଛି ନୟାଗଡ଼ । ରାଜା, ମହାରାଜା, ସ୍ଥପତି, ଭାସ୍କର, କବି-ପୁରୁଷ, ଦାର୍ଶନିକ ବର୍ଗର ବିଭୂତିରେ ନୟାଗଡ଼ ଏକ ଭିନ୍ନ ଚେତନାର ନୈମିଷାରଣ୍ୟ । ଏହା ସହିତ ଜଡ଼ିତ କେତେ ଉପକଥା, ପ୍ରବଚନ, ପ୍ରବାଦ, ରୂଢ଼ି, ଢଗଢମାଳି ଓ ଅତୀତକା । ସାଧରଣ ମଣିଷର ଆବେଗ, ପ୍ରବେଗ, ସଂବେଗ, ନୟାଗଡ଼ ମାଟିର ସ୍ୱପ୍ନ ଓ କଳ୍ପନାରେ ସଦାସର୍ବଦା ଆଣନ୍ତି ବିଭୋରତା ଓ କର୍ମ ପ୍ରବଣତାର…

Read More

ପଦ୍ୟ ନିର୍ମାଲ୍ୟ

କବି ଉମେଶ ଚନ୍ଦ୍ର ମହାପାତ୍ର ୧୯୫୦ ମସିହା ଏପ୍ରଲ୍ ଏକ ତାରିଖ ଦିନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବିନାୟକପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । କବି ଶ୍ରୀଯୁକ୍ତ ମହାପାତ୍ର ନିଜ ଗାଁ ସ୍କୁଲରେ ଶିଶୁ ଶ୍ରେଣୀଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ି ନୟାଗଡ଼ କଲେଜରୁ ବି.ଏ. ପାସ୍ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରୁ ରାଜନୀତି ବିଜ୍ଞାନରେ ଏମ୍‌.ଏ. ପାସ୍ କରି ଶରଣକୁଳ କଲେଜରେ ଅଧ୍ୟକ୍ଷ ଭାବେ ଦୀର୍ଘ ନଅ ବର୍ଷ ଧରି କାମ କରିଥିଲେ । କଲେଜ ଗଠନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ ମିରଟ ବିଶ୍ୱବିଦ୍ୟାଳୟରୁ ଏମ୍‌.ଫିଲ୍‌. ପାସ୍ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରଣପୁର ମହାବିଦ୍ୟାଳୟରେ ୧୧ବର୍ଷ ଧରି ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟଭାବେ କାମ କରିଥିଲେ ଏବଂ କିଛିଦିନ ପାଇଁ ରଣପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷଭାବେ କାମ କରିଥିଲେ…

Read More

ନୟାଗଡ଼ ପୁରାଣ

ହରିଷ ଗୀତିକଳ୍ପ ଆମ ସମୟର ଓଡ଼ିଆ ଗୀତିକବିତା ପରିମଣ୍ଡଳରେ ଜଣେ ଅନନ୍ୟ ପ୍ରତିଭା। ଛନ୍ଦ ଓ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗିକ ଶୋଭାରାଜି, ମାନବୀୟ ସମ୍ବେଦନ, ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ। ନିଜର ସୃଜନାତ୍ମକ ସମୃଦ୍ଧ ସୃଷ୍ଟି ପାଇଁ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେ ବିଭୂଷିତ। ଓଡ଼ିଶାର ସମସ୍ତ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ କଣ୍ଠରେ ହରିଶ୍ ପ୍ରଧାନ (ଗୀତିକଳ୍ପ)ଙ୍କ ଗୀତସବୁ କ୍ୟାସେଟ, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ହୋଇ ଯଥେଷ୍ଟ ଆଦୃତି ଲାଭ କରିପାରିଛି।“ନୟାଗଡ଼ ପୁରାଣ (ରଳବ ଖଣ୍ଡ)” ହରିଶ୍ ଗୀତିକଳ୍ପଙ୍କ ଏକ ଅଭିନବ ପ୍ରୟାସ। ପୁରାଣ କିମ୍ବଦନ୍ତୀ, ଲୋକକଥା ପରମ୍ପରା ତଥା ଐତିହାସିକ ତଥ୍ୟ…

Read More

ଅମ୍ଳାନ ସ୍ୱାକ୍ଷର

ହରିଶ ପ୍ରଧାନ(ଗୀତିକଳ୍ପ) ଓଡ଼ିଆ ସାହିତ୍ୟ ଜଗତରେ ଜଣେ ଜଣାଶୁଣା ଲେଖକ ଓ କବି । ଛନ୍ଦ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗିକ ଶୋଭାରାଜି, ମାନବୀୟ ସମ୍ବେଦନ,ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ । ନିଜର ସୃଜନଶୀଳତା ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରାପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେ ବିଭୂଷିତ । ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ କଣ୍ଠରେହରିଶ ପ୍ରଧାନ (ଗୀତିକଳ୍ପ)ଙ୍କ ଗୀତ ସବୁ କ୍ୟାସେଟ୍‌, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ହୋଇ ଯଥେଷ୍ଟ ଆଦୃତି ଲାଭ କରି ।ରିଛି । ତାଙ୍କଦ୍ୱାରା ରଚିତ ‘ନୟାଗଡ଼ପୁରାଣ’, ‘ନୟାଗଡ଼ ଜ୍ଞାନ’, ‘ଜଗାର କରୁଣା’ ଓ ‘ଭୂତ ସହିତ ରାତିଏ’ ଆଦି ପୁସ୍ତକ ବେଶ୍ ଆଦୃତ ହୋଇପାରିଛି ପାଠକମାନଙ୍କ ମଧ୍ୟରେ…

Read More