ସ୍ୱର୍ଗକୁ ବାଟ

ଶ୍ରୀଯୁକ୍ତ ହରିଶ୍ ପ୍ରଧାନ(ଗୀତିକଳ୍ପ) ଆମ ସମୟର ଓଡ଼ିଆ ଗୀତିକବିତା ପରିମଣ୍ଡଳରେ ଜଣେ ଅନନ୍ୟ ପ୍ରତିଭା । ଛନ୍ଦ ଓ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗୀକ
ଶୋଭାରାଜି, ମାନବୀୟ ସମ୍ବେଦନ, ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ । ନିଜର ସୃଜନାତ୍ମକ ସୃଷ୍ଟି ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା
ମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେ
ବିଭୂଷିତ । ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠିତ କଙଋଶିଳ୍ପୀମାନଙ୍କ କଙଋରେ ହରିଶ୍ ପ୍ରଧାନ(ଗୀତିକଳ୍ପ)ଙ୍କ ଗୀତସବୁ କ୍ୟାସେଟ୍‌, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ
ହୋଇ ଯଥେଷ୍ଟ ଆଦୃତି ଲାଭ କରିାରିଛି । ତାଙ୍କଦ୍ୱାରା ରଚିତ ନୟାଗଡ଼ ପୁରାଣ, ନୟାଗଡ଼ ଜ୍ଞାନ, ଭୂତ ସହିତ ରାତିଏ, ଅମ୍ଳାନ ସ୍ୱାକ୍ଷର ଆଦି ପୁସ୍ତକ ବେଶ୍‌
ଆଦୃତ ହୋଇପାରିଛି ପାଠକମାନଙ୍କ ମଧ୍ୟରେ । ସେ ମଧ୍ୟ “ନୟାଗଡ଼ ଦର୍ପଣ” ଖବର କାଗଜ ପ୍ରତିଷ୍ଠା କରି ନୟାଗଡ଼ ଜିଲ୍ଲାରେ ପାଠକ ମହଲରେ ଉଚ୍ଚ ପ୍ରଶଂସିତ
ହୋଇପାରିଛନ୍ତି ।
କବିଙ୍କର ଏହି “ସ୍ୱର୍ଗକୁ ବାଟ” ପୁସ୍ତକଟି ଲୋକମାନଙ୍କ ମନରେ ଧର୍ମ ସଚେତନତା ସୃଷ୍ଟି କରିବ ନିଶ୍ଚୟ । ଦିବ୍ୟ ସନ୍ଦେଶ ଉପରେ ଆଧାରିତ ଏହି
କାବ୍ୟ ଗ୍ରନ୍ଥଟି ଧାର୍ମୀକଭାବନାରେ ବାନ୍ଧି ରଖିାରିବ ପାଠକ ଓ ଶ୍ରୋତାମାନଙ୍କୁ ।
ଦର୍ପଣ ପବ୍ଳିକେଶନ

Related posts