ନୟାଗଡ଼ କପ୍ : ସେମି ଫାଇନାଲରେ କଟକର ମଙ୍ଗଳା କ୍ଳବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କପ୍ ଫୁଟବଲ୍ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୫ ମ ଦିନର ଖେଳରେ ଉତ୍କଳ ସ୍ପୋର୍ଟିଁ ଜଟଣୀ ଏବଂ ମଙ୍ଗଳା ଏଫ୍ ସି କଟକ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ କଟକ ଦଳ ଆକ୍ରମଣ ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧରେ କଟକ ଦଳର ୮ ନମ୍ବର ଜର୍ଶିରେ ଥିବା ଖେଳାଳି ପବିତ୍ର ପ୍ରଧାନ ଖେଳର ୬ ମିନିଟ୍ ସମୟରେ , ୩୩ ମିନିଟ୍ ସମୟରେ ଏବଂ ୭୦ମିନିଟ୍ ସମୟରେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ଏବଂ ଶେଷ ମୁହୂର୍ତ୍ତରେ ପବିତ୍ର ଆଉ ଏକ ଗୋଲ୍ ଦେଇଥିଲେ।  ସେହି କଟକ ଦଳର ୨୩ ନମ୍ବର ଜର୍ଶିର ଖେଳାଳି ସୁନିଲ ସୋରେନ ଆଉ ଏକ ଗୋଲ୍ ଦେଇଥିଲେ।  ଆଜି ମଞ୍ଚରେ ବିଶିଷ୍ଟ ସମାଜସେବୀ ଇରାନୀ ରାୟ, ନୟାଗଡ଼ ବ୍ଲକ୍  ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଚଳଚ୍ଚିତ୍ର ପ୍ରଯୋଜକ,…

Read More

ଚାରି ଗଡ଼ଜାତର ଗୌରବମୟ ଗାଥାକୁ ନେଇ ଯୁବ ଐତିହାସିକ ପ୍ରଶାନ୍ତ ଦାସଙ୍କ ଲିଖିତ “ନୟାଗଡ ଇତିହାସ” ପୁସ୍ତକ ଉନ୍ମୋଚିତ

ନୟାଗଡ, (ନୟାଗଡ଼ ଦର୍ପଣ): ଚାରି ଗଡ଼ଜାତର ଗୌରବମୟ ଗାଥାକୁ ନେଇ ଯୁବ ଐତିହାସିକ ପ୍ରଶାନ୍ତ ଦାସଙ୍କ ଲିଖିତ “ନୟାଗଡ଼ ଇତିହାସ” ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ନୟାଗଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ସରସ୍ଵତୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ପ୍ରଦୀପ୍ତ ପଟ୍ଟନାୟକ, ଜିଲ୍ଲା ବାର ଆସୋସିଏସନର ସଭାପତି ରଣଜିତ୍ ଦାଶ, ନିର୍ମଳ ଚନ୍ଦ୍ର ଶୁରଦେଓ, କବି ଗୋଦାବରୀଶ ମିଶ୍ର, ସାହିତ୍ୟିକା ଅମ୍ବିକା ସ୍ୱାଇଁ, କାଉନସିଲର କିଶାନ ଦାସ ପ୍ରମୁଖ ଯୋଗଦେଇ ନୟାଗଡ ଇତିହାସ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ପୁସ୍ତକଟି ସମ୍ପର୍କରେ ସାମ୍ୱାଦିକ ଶ୍ରୀଯୁକ୍ତ ରଥ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ବହିଟିର ଆମୂଳଚୁଳ ସମୀକ୍ଷା କରିଥିଲେ ପ୍ରଦୀପ୍ତ ପଟ୍ଟାୟକ। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍…

Read More

ଦ୍ଵିତୀୟ ଦିନରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ -୨୦୨୬: ୨-୧ ଗୋଲରେ କେରଳ ବିଜୟୀ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଖେଳ ପଡ଼ିଆରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ-୨୦୨୬ର ଦ୍ବିତୀୟ  ଦିବସରେ କେରଳ ୨-୧ ଗୋଲରେ ଗଣ୍ଡରପୁର ଭୁବନେଶ୍ୱର ଠାରୁ ବିଜୟୀ ହୋଇଛି। ଆଜିର ଏହି ଚିତ୍ତାକର୍ଷକ ଖେଳରେ କେରଳର ୧୦ ନଂ ଜର୍ଷିରେ ଖେଳୁଥିବା ଆଧିଥୀ କ୍ରିଷ୍ଣା ମ୍ୟାନ ଅଫ ମ୍ୟାଚ୍ ଘୋଷିତ ହୋଇ ପୁରସ୍କୃତ ହୋଇଥିଲେ। ସେହିଭଳି କେରଳର ୬୭ ନଂ ଜର୍ଷିରେ ଖେଳୁଥିବା ମୁବାର୍ଲ୍ସ ବେଷ୍ଟ ସ୍କୋରର ହୋଇଛନ୍ତି। ୭୮୬ କ୍ଲବ ସିନ୍ଦୁରିଆ, ମର୍ଣିଂ କ୍ଳବ୍, ଜିଲ୍ଲା ଆଥଲେଟିକ ଆସୋସିଏସନ୍ ନୟାଗଡ, ନୟାଗଡ କ୍ଳବର ମିଳିତ ସହଯୋଗରେ ଆଜିର ଏହି ଉଦ୍ଘାଟନୀ ମ୍ୟାଚରେ ଅତିଥିଭାବେ ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, କ୍ରୀଡାବିତ୍ ରାଜା ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଭୂତି ଭୂଷଣ ସାହୁ ଡିଆଇବି ଡିଏସପି ଡ ଦୀନେଶ ଚନ୍ଦ୍ର ନାୟକ ଯୋଗଦେଇ ଖେଳାଳୀମାନଙ୍କ…

Read More

ନୟାଗଡ଼ କପ୍ ଉଦଘାଟିତ: ୧-୦ ଗୋଲରେ ଭଞ୍ଜନଗର ବିଜୟୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ରଙ୍ଗାରଙ୍ଗ ପରିବେଶ ଏବଂ ଆକର୍ଷଣୀୟ ସୁସଜ୍ଜିତ ଖେଳପଡିଆ ମଧ୍ୟରେ ଆଜି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୬ ଉଦଘାଟିତ ହୋଇଯାଇଛି। ସମାଜସେବୀ ଇରାନୀ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତତୋଳନ କରି ଆଜିର ଏହି ଉଦଘାଟନୀ ମ୍ୟାଚକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ତହସିଲଦାର ରାଜେଶ୍ କେଶରୀ ସ୍ବାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ, ସମାଜସେବୀ ମମତାଜ ବେଗମ୍ ପ୍ରମୁଖ ଯୋଗଦେଇଥିଲେ। 786 ଆଥଲେଟିକ୍ ଆସୋସିଏସନ୍ ସଭାପତି ସେଖ ୟୁସୁବ, ସମ୍ପାଦକ ଅନୱର ଅଲ୍ଲୀ,…

Read More

ସାମ୍ବାଦିକ ଭବନ ପକ୍ଷରୁ ବନ୍ଧୁ ମିଳନ, ଯୋଗଦେଲେ ଜିଲ୍ଲାର ୧୪୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସାମ୍ବାଦିକ ଭବନ ପକ୍ଷରୁ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଣିପୋଇଲା ଚିନିକଳ ନିକଟରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ରୋଜିନା ଦାଶ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ନବବର୍ଷ ଅବସରରେ ପ୍ରତ୍ୟେକ ବର୍ଷ…

Read More

ସେବା ସମିତି ପକ୍ଷରୁ ଆୟୋଜିତ ଯୁବ ଉତ୍ସବ ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବାଉତ୍ସବ ସମିତି ପକ୍ଷରୁ ପୁରୁଣା ସହର ଠାରେ ଆୟୋଜିତ ଯୁବ ଉତ୍ସବ କାର୍ଯ୍ୟକ୍ରମ  ସୋମବାର ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇଯାଇଛି। ନୟାଗଡ଼ ପୁରୁଣା ସହର ସ୍ଥିତ ଯଦୁମଣି ନାଟ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ସାଧାରଣ ସଭାର ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମୁନିସିପାଲିଟି ପୌରାଧ୍ୟକ୍ଷା  ନିରୁପମା ଖଟେଇ ପ୍ରମୁଖ ଅତିଥି ଯୋଗଦେଇଥିଲେ। ସାମ୍ବାଦିକ ଜୟନ୍ଦ୍ର ବେହରା ସଭା ସଂଚାଳନ କରିଥିବା ବେଳେ ସେବା ସମିତି ସଦସ୍ୟ, ସୁନୀଲ କୁମାର ନାୟକ, ଗୁଲସନ ଦାସ, ପରମେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନେ ଯୁବ ଦିବସ ପାଳନର ଅନୁଚିନ୍ତା ଓ…

Read More

ନୟାଗଡ଼ ବ୍ଲକ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୧୦ କଣ୍ଠଶିଳ୍ପୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୟାଗଡ଼ ବ୍ଲକ ଅଡିସନ ନୂଆରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ,ଶିକ୍ଷାକେନ୍ଦ୍ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଶିକ୍ଷକ ନୀଳମାଧଵ ନନ୍ଦ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୩ଜଣ କଣ୍ଠଶିଳ୍ପୀ  ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତ ଗୁରୁ ରବୀନ୍ଦ୍ର କୁମାର ଦାଶ,କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ରବୀନ୍ଦ୍ର କୁମାର ତ୍ରିପାଠୀ  ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ  ୧୦…

Read More

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

ଭକ୍ତଚରଣଙ୍କ ସ୍ମୃତିରେ କବିତାର ଅଭିଷେକ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ‘ଅର୍ଜୁନ’ର ଚତୁର୍ଥ ଦିବସ ସଡ଼କ ସୁରକ୍ଷା ସଚେତନତା, ସାହିତ୍ୟିକ ଚର୍ଚ୍ଚା ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଲ୍ଲାସମୟ ଭାବେ ପାଳିତ ହୋଇଯାଇଛି।ସକାଳେ ପଞ୍ଚୁଦୋଳ ପଡିଆଠାରୁ ରଣପୁର ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସଡ଼କ ସୁରକ୍ଷା ସଚେତନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଶୋଭାଯାତ୍ରାର ଉଦଘାଟନ କରିବା ସହ ପଦଯାତ୍ରାରେ ସାମିଲ ହୋଇ ସଡ଼କ ସୁରକ୍ଷା ସନ୍ଦେଶ ପ୍ରଚାର କରିଥିଲେ। ଏହି ଅବସରରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି,  ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଓ ବିଡ଼ିଓ ମନୋଜ କୁମାର ମଧ୍ୟ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ, କଲେଜ ଓ ବହୁ ସଂଖ୍ୟକ ସାଧାରଣ ଲୋକ ସାମିଲ ହୋଇଥିଲେ। ଚତୁର୍ଥ ଦିବସକୁ ଭକ୍ତ…

Read More

ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଜନ୍ମ ଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୂଜ୍ୟପୂଜା କମିଟି, ନୟାଗଡ଼ ଆନୁକୂଲ୍ୟରେ ଆଜି ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଜନ୍ମ ଜୟନ୍ତୀ  ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟସ୍ଥ ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ “ଉତ୍କଳ ଘଣ୍ଟ ବ୍ୟଙ୍ଗ କବି ଯଦୁମଣି, ଆମ ଓଡ଼ିଆ ମାଟି ମା’ର ମଉଡମଣି” ପରି ନାରା ଦିଆଯାଇ ତାଙ୍କ ସାହିତ୍ୟିକ ଅବଦାନକୁ ସ୍ମରଣ କରାଯାଇଥିଲା। ଏହି ସ୍ମୃତି ସଭାରେ ଗୋଦାବରିଶ ସାହୁ, ସାମ୍ବାଦିକ ରାମକୃଷ୍ଣ ରଥ, ବୈଦ୍ୟଭୁଷଣ ମହାପାତ୍ର, ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖଙ୍କ ସହ ମନସୁର ମଲ୍ଲିକ, ସନ୍ତୋଷ କୁମାର ଶର୍ମା, ରଜନୀକାନ୍ତ ଭୁୟାଁ, ପ୍ରଶାନ୍ତ କୁମାର ଜେନା, ସନ୍ତୋଷ କୁମାର ଦାଶ ଓ ଇଶାନ ପ୍ରସାଦ ଦାଶ ଉପସ୍ଥିତ ଥିଲେ।

Read More

‘ଅଙ୍କୁରାୟନ’ର ଦ୍ଵିତୀୟ ଦିବସରେ ଡ. ସୁରେଶ ବରାଡ଼ଙ୍କ ଆଭାସ ଗଳ୍ପ ‘ଲୁହ’ ଲୋକାର୍ପିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଦ୍ୱିତୀୟ ଦିବସରେ ବିଶିଷ୍ଟ କବି, ଲେଖକ, କାବ୍ୟକାର, ନାଟ୍ୟକାର, ଗାଳ୍ପିକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଆଭାସ ଗଳ୍ପ “ଲୁହ” ଲୋକାର୍ପିତ ହୋଇଯାଇଛି। ଗ୍ରୀନ କ୍ଳବର ସଭାପତି ବିଭୁପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼ ଗୋବିନ୍ଦ ଚନ୍ଦ୍ର ଦାଶ। ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ମଙ୍ଗରାଜ, ଷ୍ଟେଟ ସ୍କାଉଟ ଟ୍ରେନର, ରମେଶ କୁମାର ବଳବନ୍ତରାୟ, କବି ଦିନବନ୍ଧୁ ମହାପାତ୍ର ଓ ମଞ୍ଚ ପରିଚାଳନା…

Read More