୨୦୨୪ ମସିହା ପାଇଁ ଜିଲ୍ଲାସ୍ତରରେ ପ୍ରଥମସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ପାଇବେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଅଧୀନ ପଞ୍ଚଶଖା ଶିକ୍ଷାସେତୁ ସଂଗଠନ ତରଫରୁ ପ୍ରକାଶିତ ଚିଠି ଅନୁସାରେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ବିଦ୍ୟାଳୟ ସର୍ବାଧିକ ୮୬.୧୫ ମାର୍କ ରଖି ପ୍ରଥମସ୍ଥାନ ଅଧିକାର କରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ନିଶ୍ଚିତ ଜଣାପଡିଛି।
ପ୍ରକାଶ ଥାଉକି ନୟାଗଡ଼ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ, ରାଜସୁନାଖଳା ତରଫରୁ ହୋଇଥିବା ମାର୍କିଙ୍ଗ ରେ
ବିଜ୍ଞାନାଗାର, ପାଠାଗାର, ଶୌଚାଳୟ, ପାନୀୟ ଜଳ ଏବଂ ବିଦ୍ୟାଳୟ ପରିବେଶର ରକ୍ଷଣାବେକ୍ଷଣ  ଆଧାରରେ ଶତକଡା ୩୦ ମାର୍କ ଓ ଦଶମ ବୋର୍ଡ ପରୀକ୍ଷା ଫଳାଫଳ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ଶିକ୍ଷଣ ଫଳାଫଳ ଆଧାରରେ ଶତକଡା ୩୦ ମାର୍କ,କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିତର୍କ, ବିଜ୍ଞାନ ପ୍ରଦର୍ଶନୀ ଏବଂ ସ୍କୁଲ କ୍ୟାବିନେଟ୍/ହାଉସ୍ ସିଷ୍ଟମ୍ ଭଳି ଅଭିନବ ଆଧାରରେ ଶତକଡା ୨୦ ମାର୍କ ତଥା ବିଦ୍ୟାଳୟ ପରିଚାଳନା କମିଟି (SMC) ଏବଂ ପୁରାତନ ଛାତ୍ର ସଂସଦ (Alumni) ର ସକ୍ରିୟତା ଓ ସହଯୋଗ ଆଧାରରେ ଶତକଡା ୨୦ ମାର୍କ ଆଧାରରେ ଜିଲ୍ଲାରେ ସର୍ବାଧିକ ରଖିଥିବା ଜଣାପଡିଛି। ସେତେବେଳରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟ, ବର୍ତ୍ତମାନ ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଯେକି ସେତେବେଳେ ବରିଷ୍ଠ ଶିକ୍ଷକ ଥିଲେ, ବିଦ୍ୟାଳୟ ଶିକ୍ଷକ ସନ୍ତୋଷ କୁମାର ସାହୁ, ଅବନ୍ତୀ ବେହେରା, ବିଜୟାଲଷ୍ମୀ ଦଳେଇ, ସନ୍ତୋଷ ନାହାକ, ଆଲୋକ ନାୟକ, ସୂର୍ଯ୍ୟମଣୀ ନାୟକ, ଖୋଗେଶ୍ୱର ବେହେରା, ରାଧାଗୋବିନ୍ଦ ନାୟକ ଓ ପଦ୍ମିନୀ ନାୟକ ସମସ୍ତ ଶିକ୍ଷକ ଙ୍କ ଉଦ୍ୟମ ଦ୍ୱାରା ସଫଳତା ପାଇଥିବା ଜଣାପଡିଛି

Related posts