ଗୋଡ଼ିଗଦା ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୋଡ଼ି (ଚିପ୍ସ) ବୋଝେଇ ହାଇୱା ଟ୍ରକରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚର୍ଚ୍ଚା ଓ ଉତ୍କଣ୍ଠା ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ପଞ୍ଚାୟତର ସୁନାଖଳା ଗ୍ରାମର ଦିବାକର ରାଉତଙ୍କ ପୁଅ ମୁନା ରାଉତ (୧୯)। ସେ ଓଡି-୧୫ଜେ-୭୫୮୨ନମ୍ବର ବିଶିଷ୍ଟ ହାଇୱା ଟ୍ରକରେ ହେଲ୍ପର ଭାବେ କାମ କରୁଥିଲେ। ସୂଚନା ଅନୁସାରେ, ଶନିବାର ରାତିରେ ହାଇୱାଟି ଗୋଡ଼ି (ଚିପ୍ସ) ବୋଝେଇ କରି ଭାପୁର ବଜାର ନିକଟସ୍ଥ ମହୋତ୍ସବ ପଡ଼ିଆ ନିକଟରେ ଜଣେ ବ୍ୟକ୍ତିଙ୍କ ସ୍ଥାନରେ ଗୋଡ଼ି ଖାଲି କରୁଥିଲା। ତେବେ ଗୋଡ଼ି ଅନଲୋଡ୍ ସମୟରେ ସେଥିରୁ ହେଲ୍ପର ମୁନା ରାଉତଙ୍କ ମୃତଦେହ ମିଳିଥିଲା। ଘଟଣା ଜଣାପଡ଼ିବା ପରେ…

Read More

ବିଦ୍ୟୁତ ସଂସ୍ପର୍ଶରେ ୭ ମଇଁଷିଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବଡ଼ ବାଣପୁର ପଞ୍ଚାୟତର ଘଣାଶାଳିଆ ଗ୍ରାମରେ ସୋମବାର ଏକ ହୃଦୟବିଦାରକ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୭ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାର ପ୍ରତିବାଦରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଘଣାଶାଳିଆ ଗ୍ରାମର ଗୋପାଳକ ନିରୁପମା ବେହେରା ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ତାଙ୍କ ମଇଁଷିମାନଙ୍କୁ ଚରାଇବା ପାଇଁ କୁମୁଣ୍ଡି ଅଞ୍ଚଳରେ ଥିବା ବିଲକୁ ନେଇଥିଲେ। ସେହି ସମୟରେ ବିଲ ନିକଟରେ ଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ କରି ୭ଟି ମଇଁଷି ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣାସ୍ଥଳରେ ହିଁ ସମସ୍ତ ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଗୋପାଳକ…

Read More

+୨ ବୋର୍ଡ ପରୀକ୍ଷାର୍ଥୀଙ୍କୁ ଏବିଭିପିର ଶୁଭେଚ୍ଛା

ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଖଣ୍ଡପଡ଼ା ନଗର ତରଫରୁ ପଠାଣି ସାମନ୍ତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏବିଭିପି କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ଜୀବନର ଏକ ମହତ୍ୱପୂର୍ଣ୍ଣ ପର୍ବ ହେଲେ ମଧ୍ୟ ଏହା ଭବିଷ୍ୟତର ସଫଳତାର ଏକମାତ୍ର ମାନଦଣ୍ଡ ନୁହେଁ। ଆତ୍ମବିଶ୍ୱାସ, ନିୟମିତ ପଢ଼ିବା ଓ ସକାରାତ୍ମକ ଚିନ୍ତାଧାରା ସହିତ ପରୀକ୍ଷା ଦେଲେ ନିଶ୍ଚୟ ଭଲ ଫଳାଫଳ ମିଳିବ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସହ-ସଂଯୋଜକ ଶ୍ରୀ ମଙ୍ଗୁଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ସନ୍ତୋଷିନି ମନ୍ତ୍ରୀ, ଖଣ୍ଡପଡ଼ା ନଗର ସମ୍ପାଦକ ଶ୍ରୀ ଭାଗବତ ପ୍ରଧାନ ଓ ଭାବଗ୍ରାହୀ ପ୍ରଧାନ ଉପସ୍ଥିତ ଥିଲେ। ଶେଷରେ ଏବିଭିପି ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରାଯାଇଛି ଏବଂ ଶାନ୍ତ ମନୋଭାବ ସହ…

Read More

ଏବିଭିପିର ଖଣ୍ଡପଡା ନଗର ସମ୍ମିଳନୀ

ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନଗର ସମ୍ମିଳନୀ  ସ୍ଥାନୀୟ ପଠାଣୀ ସାମନ୍ତ କ୍ଲବ ଠାରେ ଅୟୋଜିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦଙ୍କ  ୧୬୪ ତମ  ଜନ୍ମ ଜୟନ୍ତୀ  ତଥା ରାଷ୍ଟ୍ରୀୟ ଯୁବ ଦିବସ କୁ ଦେଶ ବ୍ୟାପି ଏବିଭିପି ଏକ ସପ୍ତାହ ପାଇଁ ପାଳନ କରୁଛି। ଏହି ଅବସରରେ  ଖଣ୍ଡପଡ଼ାରେ  ମଧ୍ୟ ଯୁବ ଦିବସ ପାଳନ ସହ  ନଗରର  ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପରେ ଏବିଭିପି ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଗଠନ ମନ୍ତ୍ରୀ  ଶ୍ରୀ ବୁଦ୍ଧଦେବ ବାଘ ଯୋଗ ଦେଇଥିଲେ। ଏବିଭିପିର  ଲକ୍ଷ୍ୟ ଆଦର୍ଶ ଓ ସ୍ଵାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସହ ସଂଯୋଜକ  ଶ୍ରୀ ମଙ୍ଗୁଳିଆ ବେହେରା ସ୍ଵାଗତ ଭାଷଣ ରଖିବା ସହ  ନୂତନ ନଗର…

Read More

ମନମୋହିଲା ଅସୀମା ପଣ୍ଡାଙ୍କ ଗୀତ ଓ ପପୁ ପମପମଙ୍କ କମେଡି

ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଅସ୍ମିତା, କଳା, ସଂସ୍କୃତି, ଐତିହ ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ବହୁ ପ୍ରତିକ୍ଷୀତ ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୬ ଉଦଘାଟିତ ହୋଇଯାଇଛି। ସକାଳ ୧୨ଟାରେ ଉତ୍କର୍ଷ ମହୋତ୍ସବର ଉଦଘାଟନ କାର୍ଯ୍ୟକ୍ରମ ଅତ୍ୟାନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ବାବା ବାଲୁଙ୍କେଶ୍ୱର ଦେବ ପୀଠରୁ ଭାପୁର ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ଉତ୍କର୍ଷ ଭାପୁର ମହୋତ୍ସବର ସଭାପତି ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଠାକୁରଙ୍କ ନିକଟରେ ପୂଜର୍ଚନା କରି ପତାକା ଦେଖାଇ ମଶାଲ ଶୋଭାଯାତ୍ରା ଶୁଭାରମ୍ଭ କରିଛନ୍ତି। ମଶାଲ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୁବକ, ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସହର ସହ ଅଂଶଗ୍ରହଣ କରିଥିଲେ। ମଶାଲ ଶୋଭାଯାତ୍ରା ମହୋତ୍ସବ…

Read More

ଖଣ୍ଡପଡା ଏବଂ ଭାପୁର ବ୍ଲକରେ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଖଣ୍ଡପଡା ଏବଂ ଭାପୁର ବ୍ଲକରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଭାପୁର ବ୍ଲକର ସେଣ୍ଟ ଜାଭିଆର ସ୍କୁଲରେ ଅନୁଷ୍ଠିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାରେ ଓମ ପ୍ରକାଶ ମହାରଣା,ସ୍ଵାଗତିକା ନାଏକ,ମିତାଲି ଦାଶ, ଆରାଧନା ପଣ୍ଡା ଏବଂ କ୍ରିଷ୍ଣା ଦାଶ ସେମି ଫାଇନାଲ ପର୍ଯ୍ୟାକୁ ମନୋନୀତ ହୋଇଥିଲେ। ସେହିପରି ଅପରାହ୍ନରେ ଖଣ୍ଡପଡ଼ା ବ୍ଲକ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଇପ୍ସିତା ପ୍ରିୟଦର୍ଶିନୀ,ଗୁଡୁ ମହାନ୍ତି,ବିଶ୍ୱଜିତ ନାୟକ, ଶୁଭସ୍ମିତା ବେହେରା, ବର୍ଷାରାଣୀ ପ୍ରଧାନ ପ୍ରମୁଖ ସେମି ଫାଇନାଲକୁ ମନୋନୀତ ହୋଇଥିଲେ। ଉଭୟ ବ୍ଲକରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରପତି ଭାବେ ନୟାଗଡ଼ର ବରିଷ୍ଠ ତଥା ବେତାର କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ରବୀନ୍ଦ୍ର କୁମାର ଦାଶ ଏବଂ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଯୋଗଦାନ…

Read More

ନୀଳମାଧବ ମହାବିଦ୍ୟାଳୟରେ ଏବିଭିପି ତରଫରୁ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ

କଣ୍ଟିଲୋ, (ନୟାଗଡ଼ ଦର୍ପଣ): କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ତରଫରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସହିତ ଜନଜାତି ଗୌରବ ଦିବସ ଉତ୍ସାହପୂର୍ଣ୍ଣ ପରିବେଶରେ ପାଳନ କରାଯାଇଛି। ଜନଜାତି ଗୌରବ ଦିବସ ଟିକୁ ଅଧିକ ସାର୍ଥକ କରିବା ପାଇଁ ମହାବିଦ୍ୟାଳୟ ପରିସରରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରି ସମ୍ମାନ ଜଣାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ଜନଜାତି ନାୟକ ବିର୍ସା ମୁଣ୍ଡାଙ୍କ ଜୀବନ, ତ୍ୟାଗ ଓ ସଂଗ୍ରାମ ସମ୍ବନ୍ଧରେ ଅବଗତ କରାଯାଇଥିଲା। ବକୃତା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବିର୍ସା ମୁଣ୍ଡାଙ୍କ ଜନଜାତି ଅଧିକାର ପାଇଁ ହୋଇଥିବା ଆନ୍ଦୋଳନ, ତାଙ୍କର ଦେଶଭକ୍ତି ଓ ସମାଜ ସୁଧାର ଧାରଣା ବିଷୟରେ ଉତ୍ସାହିତ ଭାବରେ ମତ ପ୍ରକାଶ କରିଥିଲେ। ସାଧାରଣ ଜ୍ଞାନ…

Read More

ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ ଓ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ପ୍ରଥମ ବାର୍ଷିକ ଉତ୍ସବ

ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ସହର ସ୍ଥିତ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇଥିଲେ। ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ହାନୀ କରିବା ଭଳି କାର୍ଯ୍ୟ ନକରି କଲମ ମୁନକୁ ସ୍ବଛ ଭାବରେ ଚଲାଇବାକୁ ଶ୍ରୀ କର ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଖଣ୍ଡପଡ଼ା…

Read More

ଖଣ୍ଡପଡ଼ାରେ ସେବା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ବୁଧବାର ଖଣ୍ଡପଡା ବ୍ଲକରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଗୋଳାପୋଖରୀ, ମଣିକର୍ନିକା, ସାହସପୁର, କୁମ୍ଭାର ସାହି ଆଦି ସ୍ଥାନରେ ଗରିବ ଓ ଅସହାୟମାନଙ୍କୁ ବସ୍ତ୍ର, ଚପଲ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ସେବା କାର୍ଯ୍ୟକ୍ରମରେ ସେବା ସଦସ୍ୟ  ସୌମ୍ୟା ସ୍ଵୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ସତ୍ୟ ନାରାୟଣ, ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଅବିନାଶ ସାହୁ, ରାଜେଶ ବାରିକ, ପ୍ରଶାନ୍ତ କୁମାର, ଦେବାଶିଷ ରାଉତ, ସିଲୁ ବରାଡ, ଅନୁସୂୟା ପ୍ରଧାନ, ଅଭିଲିପସା, ଆଦିତ୍ୟ…

Read More

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦୈନିକ ଖବର କାଗଜର ଶିରୋନାମା ପାଲଟୁଛି ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା

ନୟାଗଡ଼, (ନୟାଗଡ଼ ଦର୍ପଣ) : ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମେକେଶ ରାୟ ଏବଂ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆସନ୍ତା ଜୁନ ୨୫ ତାରିଖ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ସକାଳ ୧୦ ଘଟିକା ସମୟରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ…

Read More