ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଖଣ୍ଡପଡା ଏବଂ ଭାପୁର ବ୍ଲକରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଭାପୁର ବ୍ଲକର ସେଣ୍ଟ ଜାଭିଆର ସ୍କୁଲରେ ଅନୁଷ୍ଠିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାରେ ଓମ ପ୍ରକାଶ ମହାରଣା,ସ୍ଵାଗତିକା ନାଏକ,ମିତାଲି ଦାଶ, ଆରାଧନା ପଣ୍ଡା ଏବଂ କ୍ରିଷ୍ଣା ଦାଶ ସେମି ଫାଇନାଲ ପର୍ଯ୍ୟାକୁ ମନୋନୀତ ହୋଇଥିଲେ। ସେହିପରି ଅପରାହ୍ନରେ ଖଣ୍ଡପଡ଼ା ବ୍ଲକ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଇପ୍ସିତା ପ୍ରିୟଦର୍ଶିନୀ,ଗୁଡୁ ମହାନ୍ତି,ବିଶ୍ୱଜିତ ନାୟକ, ଶୁଭସ୍ମିତା ବେହେରା, ବର୍ଷାରାଣୀ ପ୍ରଧାନ ପ୍ରମୁଖ ସେମି ଫାଇନାଲକୁ ମନୋନୀତ ହୋଇଥିଲେ। ଉଭୟ ବ୍ଲକରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରପତି ଭାବେ ନୟାଗଡ଼ର ବରିଷ୍ଠ ତଥା ବେତାର କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ରବୀନ୍ଦ୍ର କୁମାର ଦାଶ ଏବଂ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ମୂଲ୍ୟାୟନ କରିଥିଲେ। ଉଭୟ ସ୍ଥାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ସଙ୍ଗୀତଧାରା ପକ୍ଷରୁ ମନୋଜ ଶତପଥୀ, ସମ୍ପାଦକ ପ୍ରଶାନ୍ତ ଦାଶ, ସଂଯୋଜକ ଲକ୍ଷ୍ମୀଧର ସାହୁ, ସଦସ୍ୟ ଅଶୋକ ମଲ୍ଲ ଏବଂ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଖଣ୍ଡପଡା ଏବଂ ଭାପୁର ବ୍ଲକରେ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ
