ନୟାଗଡ଼ ଜିଲ୍ଲାର ସ୍ମରଣୀୟ ପୁସ୍ତକ ସାରସ୍ବତ ମହକ ଲୋକାର୍ପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର କେ. ସି କ୍ଲବ୍ ଠାରେ  ଜିଲ୍ଲାର ସାରସ୍ବତ ପ୍ରତିଭା ମାନଙ୍କୁ ନେଇ “ନୟାଗଡ଼ ଜିଲ୍ଲାର ସାରସ୍ବତ ମହକ” ପୁସ୍ତକ ଲୋକାର୍ପଣ ହୋଇଯାଇଅଛି । ଉକ୍ତ ଉତ୍ସବରେ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ର ମାନ୍ଯବର ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ ଉପସ୍ଥିତ ରହି ଉକ୍ତ ପୁସ୍ତକଟି ପରବର୍ତ୍ତୀ ପିଢି ପାଇଁ ମାର୍ଗଦର୍ଶିକା ପୁସ୍ତକ ଭାବରେ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଓଡିଶାର ଯଶସ୍ବୀ ସାହିତ୍ୟିକ ଦାଶ ବେନହୁର ଯୋଗଦାନ କରି ନୟାଗଡ଼ର ଐତିହ୍ୟ ଓ ଦିବଂଗତ ସାହିତ୍ୟିକ ମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ନାଟ୍ଯ ଭୂଷଣ ଡ. ବିଜୟ କୁମାର ଚୌଧୁରୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଓଡିଆ…

Read More

ଜଗତସିଂହପୁର ଜିଲ୍ଲାରେ ନୟାଗଡ ଜିଲ୍ଲାର ‘ପରମ୍ପରା’ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ସଙ୍ଗଠନ “ପରମ୍ପରା’ର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟାଙ୍କର ପାରାଦୀପ ବନ୍ଦର ପରିଭ୍ରମଣ ଅବସରରେ ପାରାଦୀପଗଡ଼ର ସାହିତ୍ୟ ଅନୁଷ୍ଠାନ “ଟିକିଟିକି ତାରା’ ସୌଜନ୍ୟରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରସିଦ୍ଧ ମାଳିକା କ୍ଷେତ୍ର ଉଦୟବଟ ଧାମ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ, ମୁଖ୍ୟବକ୍ତା ଭାବରେ ପରମ୍ପରାର ସଭାପତି ଡ. ସୁକାନ୍ତି ମହାନ୍ତି, ସମ୍ମାନିତ ଅତିଥିଭାବେ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ, ବରିଷ୍ଠ ସାମ୍ବାଦିକ ଚିତ୍ତ ସ୍ଵାଇଁ, ଉଦୟବଟ ଧାମ ପରିଚାଳନା ଟ୍ରଷ୍ଟ ସଭାପତି ମିହିର ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଟିକିଟିକି ତାରା ସଭାପତି ଅକ୍ଷୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍ଵାଗତ ଭାଷଣ ଦେଇଥିଲେ ସମ୍ପାଦିକା ମିନର୍ଭା ସ୍ଵାଇଁ। ଏହି ଅବସରରେ ଆୟୋଜିତ କବିତା…

Read More

ଫଗୁରେ ଫଗୁରେ ଫାଲଗୁନି ଉପନ୍ୟାସର ପାଠକୀୟ ଚର୍ଚ୍ଚା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମ୍ରେଡ୍ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ଫଗୁରେ ଫଗୁରେ ଫାଲଗୁନି’ର ପାଠକୀୟ ଚର୍ଚ୍ଚା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀଙ୍କ ଗହଣରେ ଉତ୍ସାହ ଉଦ୍ଦୀପନା ସହିତ ସମାହିତ ହୋଇଯାଇଛି। ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ପୁସ୍ତକର ସମୀକ୍ଷା କରି ପାଠକୀୟ ଉତ୍କଣ୍ଠା ଉଜ୍ଜୀବିତ କରୁଥିବା ଏହି ସଫଳ ଉପନ୍ୟାସର ବଳିଷ୍ଠ କାହାଣୀ, ଲୋକକଥିତ ଭାଷା ଚାତୁରୀ, ଶ୍ରେଣୀ ସଂଘର୍ଷର ଅନ୍ତର୍ନିହିତ ବାର୍ତ୍ତା ଉପରେ ଆଲୋକପାତ କରି ଶ୍ରୋତାଙ୍କୁ ଉପନ୍ୟାସର ମର୍ମ ଭିତରେ ନିମଜ୍ଜିତ କରାଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ଼ର ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ ଔପନ୍ୟାସିକ କମ୍ରେଡ୍ ମହାପାତ୍ରଙ୍କ ଲଗାତାର ପ୍ରଗତିଶୀଳ ସାହିତ୍ୟ ସୃଷ୍ଟିର ଭୂୟସୀ ପ୍ରଶଂସା କରିବା ସହିତ…

Read More

ଭଞ୍ଜପୀଠ ମାଳିସାହିରେ ୧୪ରେ ହେବ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର  ପବିତ୍ର  ପୀଠ  ମାଳିସାହି ଠାରେ ପାରମ୍ପରିକ ଭଞ୍ଜ ଜୟନ୍ତୀ ଉତ୍ସବର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଞ୍ଜ ଜୟନ୍ତୀ କିପରି ସଫଳତାର ସହିତ ସମ୍ପାଦକ କରାଯିବ ତାହା ଉପରେ ଗୁରୁତ୍ୱାରୋପ କରାଯିବା ସହ  ହାଇସ୍କୁଲ ସ୍ତରୀୟ ବକ୍ତ୍ରୁତା, ସଙ୍ଗୀତ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ଛାତ୍ରଛାତ୍ରୀ ଓ ମାଟ୍ରିକ ଜିଲ୍ଲା ଟପ୍ପରଙ୍କୁ  ଭଞ୍ଜ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରାରମ୍ଭିକ ଭଞ୍ଜ ସଙ୍ଗୀତ ସହିତ ଓଡ଼ିଶାର ବିଶିଷ୍ଟ ସାହିତ୍ୟ ବିଶାରଦ ମାନେ ଏହି ସାରସ୍ବତ ସମାବେଶରେ ସମ୍ଭାଷଣ ରଖିବେ…

Read More

“ଫଗୁରେ ଫଗୁରେ ଫାଲଗୁନି” ପୁସ୍ତକ ଉନ୍ମୋଚନ ଉତ୍ସବ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଜଗାପୁର ବନଦୁର୍ଗା ମନ୍ଦିର ପ୍ରାଙ୍ଗଣ ତଥା ଏକ ମନୋଜ୍ଞ ପରିବେଶରେ ବିଶିଷ୍ଟ ସାହିତ୍ୟିକ କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ନୂତନ ଉପନ୍ୟାସ “ଫଗୁରେ ଫଗୁରେ ଫାଲଗୁନି” ଲୋକାର୍ପିତ ହୋଇଯାଇଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ସାହିତ୍ୟପ୍ରେମୀଙ୍କ ଉପସ୍ଥିତି ଉତ୍ସବର ଗୁରୁତ୍ୱକୁ ବୃଦ୍ଧି କରିଥିଲା।  ଉତ୍ସବର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଅତିଥିମାନଙ୍କୁ ପୁଷ୍ପ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହିତ ପୁସ୍ତକର ପ୍ରକାଶନ ସଂସ୍ଥା ରଞ୍ଜୁବାଳା ପ୍ରକାଶନୀ ପକ୍ଷରୁ ପ୍ରକାଶକ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେବାପରେ ଅତିଥିମାନଙ୍କ ଦ୍ୱାରା ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା। ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପୁସ୍ତକଟିକୁ ସୁନ୍ଦର ଭାବରେ ସମୀକ୍ଷା ପୂର୍ବକ ଉପସ୍ଥାପନ କରିଥିଲେ ସମୀକ୍ଷକ ପ୍ରଫେସର ଡ଼ ଆଶୁତୋଷ ମିଶ୍ର । ଡ.ମିଶ୍ରଙ୍କ ଉପସ୍ଥାପନା…

Read More

ନୟାଗଡ଼ରେ ବିଶ୍ଵ ମାତୃଭାଷା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ପ୍ରମୁଖ ଅନୁଷ୍ଠାନ ପରମ୍ପରା, ଜିଲ୍ଲା ଲେଖକ ପରିଷଦ, ମୈତ୍ରୀ ଯୁବ ସଂସଦ, ମା ଫାଉଣ୍ଡେସନ, ଆର୍ଟ ପଏଣ୍ଟ ଏବଂ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସ୍ମୃତି ସଂସଦ ତରଫରୁ ମୈତ୍ରୀ ଯୁବ ସଂସଦରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପରମ୍ପରାର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଓ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ୍ ଅତିଥି ରୂପେ ଯୋଗଦେଇ ମାତୃଭାଷାର ଉନ୍ନତି ଓ ପ୍ରସାର ଦିଗରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅତିଥିମାନେ ପ୍ରକାଶ କରିଥିଲେ କି ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ। ଏହି ଅବସରରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା। କବିତା…

Read More

ଝିଅଟିଏ ମୁଁ ଝିଅଟିଏ

ଝିଅଟିଏ ମୁଁ ଝିଅଟିଏ              ମୁଁ ଆସନ୍ତା କାଲିର ସ୍ବପ୍ନ ଟିଏ ମୁଁ ପ୍ରଗତି ପଥର ଧାରାଟିଏ              ଝିଅଟିଏ ମୁଁ ଝିଅଟିଏ ନଦଳି ପାଦରେ ମୋତେ              ନମାରି ମାତୃଗର୍ଭରୁ ସତେଦୁନିଆକୁ ଆଣ ଆଲୋକ ଦେଖାଅ             ଦେଖ ମୁଁ ସୁନ୍ଦର ପରୀ ଟିଏ ଝିଅଟିଏ ମୁଁ ଝିଅଟିଏ               ମୁଁ ଭବିଷ୍ୟତର ରତ୍ନଟିଏ ଉଚ୍ଚାକାଂକ୍ଷୀ ମୁଁ ଉଚ୍ଚାମନା                ନିଜେ ଜଳି ଅନ୍ୟ ପାଇଁ ଦିଏ ଆଶ୍ବାସନାପ୍ରତିପୋଷଣ ପ୍ରତିପାଳନ ଦ୍ବାହିରେ                 ମୁଁ ସଫଳ ନେତ୍ରୀ ଟିଏ ଝିଅଟିଏ ମୁଁ ଝିଅଟିଏ                 ମୁଁ ସଫଳ ଧାତ୍ରୀ ଟିଏ ପରିସ୍ଥିତିର ମୁଁ ସଫଳ ଦାୟିତ୍ଵ ସମ୍ପର୍ଣ୍ଣା                ମୁଁ ଜାୟା ଜନନୀ ଭଗିନୀ ମୋରୂପ ଅନନ୍ୟା ଝିଅଟିଏ ମୁଁ ଝିଅଟିଏ ମୁଁ ସୁନ୍ଦର ଗଳ୍ପ ଟିଏ                  ମିନତି ମଙ୍ଗଳ, ନୟାଗଡ଼

Read More

ନୟାଗଡ ଜିଲ୍ଲା ଦଶପଲ୍ଲାଠାରେ ଦୁଇ ଦିନ ଧରି ଆୟୋଜନ ହେବ ଉତ୍କଳ ସମ୍ମିଳନୀର ୪୯ତମ ଅଧିବେଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସମ୍ମିଳନୀର ୨୧ ଡିସେମ୍ବର ୨୦୨୫ ତାରିଖରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀର ସପ୍ତମ ବୈଠକର ନିଷ୍ପତ୍ତିକ୍ରମେ ୪୯ତମ ସାଧାରଣ ଅଧିବେଶନ ଆସନ୍ତା ଫେବୃଆରୀ ମାସ ୭ଓ ୮ ତାରିଖ ଦୁଇ ଦିନ ଧରି ନୟାଗଡ ଜିଲ୍ଲା ଦଶପଲ୍ଲାଠାରେ ଅନୁଷ୍ଠିତ ହେବାକୁଯାଉଛି। ପରିଷଦ ସଭା ଓ ସାଧାରଣ ଅଧିବେଶନ ସାଙ୍ଗକୁ କେନ୍ଦ୍ରୀୟ କମିଟିର ନିର୍ବାଚନ ମଧ୍ଯ ଅନୁଷ୍ଠିତ ହେବ। ପରିଷଦ ସଭାରେ ମୁଖ୍ୟ ଆଲୋଚନାର ବିଷୟ ରହିବ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ତଥା ପୃଥ‌ିବୀର ୧୦ଗୋଟି ବହୁଳ ବ୍ୟବହାର ଭାଷା ମଧ୍ୟରେ ପ୍ରାଚୀନ ଓଡ଼ିଆ ଭାଷାକୁ ସ୍ଥାନୀତ କରାଯିବାକୁ ପ୍ରସ୍ତାବ ନିଆଯିବ। ଏଥି ସହିତ ସୀମାସମସ୍ୟା, ଓଡ଼ିଶାର ବରପୁତ୍ରମାନଙ୍କର ପୂଜ୍ୟପୂଜା ନିମନ୍ତେ ଏକ ନୀତି ପ୍ରଣୟନ କରାଯିବ। ଉତ୍କଳ ଗୌରବ ମଧୁବାବୁଙ୍କର ସ୍ଵାଭିମାନୀ ଓଡ଼ିଆ ଜାତି ଗଢ଼ିବାର ସ୍ଵପ୍ନକୁ ସାକାର କରିବା ସକାଶେ ଓଡ଼ିଶାର…

Read More

ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ: ଲୋକାର୍ପିତ ହେଲା ଡଃ ଅରୁଣ କୁମାର ସାହୁଙ୍କ ପୁସ୍ତକ ‘ପୀଡ଼ା’ ଓ ସଙ୍ଗୀତ ‘ଶୀତୁଆ ସନ୍ଧ୍ୟା’

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ କାର୍ଯ୍ୟକ୍ରମ। ବରିଷ୍ଠ ରାଜନେତା ତଥା ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ରଚିତ ଜୀବନଧର୍ମୀ ପୁସ୍ତକ ପୀଡ଼ା ଓ ସୁଗମ ସଙ୍ଗୀତ ଶୀତୁଆ ସନ୍ଧ୍ୟାର ଲୋକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଶିକ୍ଷାବିତ୍ ତଥା ସାରସ୍ଵତ ସାଧକ ମନୋରଞ୍ଜନ ସାହୁ ଏବଂ ମହାନ ଚଇତି ନୃତ୍ୟ ଗୁରୁ ପଦ୍ମଶ୍ରୀ ଡଃ ଉତ୍ସବ ଚରଣ ଦାସ । ଚିରାଚରିତ ଭିଡ଼ରୁ ବାହାରି କିଛି ଭିନ୍ନ କରିବାର ଝୁଙ୍କ ଅରୁଣଙ୍କୁ ଏକ ନିଆରା ପରିଚୟ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମର ସ୍ଵତନ୍ତ୍ରତା ହେଉଛି ଏହା ସନ୍ଧ୍ୟା ୬.୧୮ରୁ ଆରମ୍ଭ ହୋଇ ୭.୩୮ ରେ ସମାପନ ହୋଇଥିଲା ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋରଧରିଛି। ସବୁବେଳେ ସମୟାନୁବର୍ତ୍ତିତାର…

Read More

ସମ୍ବାଦ ପରମ୍ପରା ଓ ନୟାଗଡ ଲାଇଟର ସ୍ୱନକ୍ଷେତ୍ର ଉତ୍ସବ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ରୁ ପ୍ରକାଶିତ ସାପ୍ତାହିକ ଓଡ଼ିଆ ଖବର କାଗଜ ଓ ପାକ୍ଷିକ ଇଂରାଜୀ ଖବର କାଗଜ ର ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନ ରେ ଅନୁଷ୍ଠିତ ହୋଇଯାଇଛି।  ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ  ଜ୍ୟୋତି ରଞ୍ଜନ ସାମନ୍ତରାୟ , ଓଡ଼ିଶା ସାହିତ୍ୟ ଏକାଡେମୀ ର ଜଗତସିଂହପୁର ଜିଲ୍ଲା ସଦସ୍ୟ ଅକ୍ଷୟ କୁମାର ରାଉତ , ଏବଂ ଓଡ଼ଗାଁ ସମବାୟ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସଭାପତିତ୍ବ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ । ଅତିଥି ମାନେ ସାମ୍ବାଦିକତା ର ସ୍ୱରୂପ ଓ ସାମ୍ବାଦିକ ର କର୍ତ୍ତବ୍ୟବୋଧ ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ କବିତା…

Read More