ହିନ୍ଦୀ: ରାଷ୍ଟ୍ରୀୟ ଏକତାର ଭାଷା

ନୟାଗଡ଼, (ନୟାଗଡ଼ ଦର୍ପଣ): କେବଳ ଭାରତର ଏକ ପ୍ରମୁଖ ଭାଷା ଭାବେ ନୁହେଁ  ଭାରତୀୟ  ସାଂସ୍କୃତିକ  ଏକତା ଦିଗରେ ମଧ୍ୟ ହିନ୍ଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଅଛି। ସ୍ୱାଧୀନତା ଆନ୍ଦୋଳନରେ ଭାରତୀୟଙ୍କ ମଧ୍ୟରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ଦିଗରେ ହିନ୍ଦୀ ଥିଲା ପ୍ରମୁଖ ମାଧ୍ୟମ। ଆଜି କେବଳ ଭାରତ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ହିନ୍ଦୀ ଭାଷା ବେଶ୍ ପ୍ରଭାବଶାଳୀ ହୋଇପାରିଛି। ଅତଏବ ହିନ୍ଦୀ ଦିବସ ପାଳନ କେବଳ ଏକ ଔପଚାରିକ ଉତ୍ସବ ନୁହେଁ ବଂର ଏକ ଜାଗୃତି ଅଭିଯାନ ଯହା ଆମକୁ ଆମର ରାଜଭାଷା ପ୍ରତି ଭଲପାଇବା ଏବଂ ସମ୍ମାନ ପ୍ରଦାନ କରିବାକୁ ଉତ୍ସାହିତ କରେ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ହିନ୍ଦୀ ପକ୍ଷ ପାଳନ  ଅବସରରେ ଅତିଥି ତଥା ହିନ୍ଦୀ ଭାଷା ସାହିତ୍ୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାର୍ଥୀମାନେ ଏହି ମତବ୍ୟକ୍ତ…

Read More

ଜିଲ୍ଲା ଲେଖକ ପରିଷଦ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଲେଖକ ପରିଷଦର ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସିନ୍ଦୁରିଆ ବକ୍ସି ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶେଖ ଅବଦୁଲ ଖାଲିକ ଗତବର୍ଷ ଅନୁଷ୍ଠିତ ବାର୍ଷିକ ଉତ୍ସବର ସବିଶେଷ ତଥ୍ୟ ଉପସ୍ଥାପନା କରିବା ସହିତ ଚଳିତ ବର୍ଷର ବ୍ୟୟ ଅଟକଳ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବାର୍ଷିକ ଉତ୍ସବ ଡିସେମ୍ବର ୧୩ ଏବଂ ୧୪ ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ଲେଖକ ପରିଷଦ ସଦସ୍ୟ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ତେଣୁ ଏଥି ନିମନ୍ତେ ଏକ ନାଟକ ଓ କଳାକାର ଚୟନ କମିଟି ଗଠନ କରାଯାଇଥିବା ବେଳେ ପ୍ରଧାନୀ ବୃନ୍ଦାବନ…

Read More

ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ମାତ୍ର ସପ୍ତମ ଶ୍ରେଣୀ ପାଠ ପଢି ମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଉଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ ଜୀବନର ଅନ୍ତିମ ସମୟରେ ରହିବା,ଖାଇବା ସହ ଅସୁସ୍ଥତା ଯୋଗୁଁ ଔଷଧ ପାଇଁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା।ସେ ଥିଲେ ସ୍ୱାଭିମାନୀ,କାହାପାଖରେ ହାତପାତିବାକୁ ପସନ୍ଦ କରୁନଥିଲେ। ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟ ଇତିହାସ (୧୯୨୯), ଓଡ଼ିଆ ସାହିତ୍ୟ ପ୍ରକାଶ, ଭାରତୀୟ ଦର୍ଶନ ପ୍ରବେଶିକା, ଆଧୁନିକ…

Read More

ପ୍ରକୃତି କୋଳରେ ବର୍ଷା କାଳୀନ ସାହିତ୍ୟ ଆସର “ମେଘ ମହ୍ଲାର”

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢାବୁଢ଼ିଆଣି ନିକଟସ୍ଥ ପ୍ରକୃତିର ବରଦାନ ବରକନ୍ୟା ଝରଣାଠାରେ ନୟାଗଡ଼ ଜିଲା ଲେଖକ ପରିଷଦ ଓ ନୟାଗଡ଼ ଦର୍ପଣ ପରିବାରର ମିଳିତ ଆନୁକୂଲ୍ୟରେ ବର୍ଷା କାଳୀନ ସାହିତ୍ୟ ଆସର ‘ମେଘ ମହ୍ଲାର’ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ପ୍ରାୟ ଶତାଧିକ ପ୍ରତିଭାଧାରୀ ସାହିତ୍ୟର ସୃଜନଶୀଳ ସ୍ରଷ୍ଟାମାନେ ଯୋଗଦେଇଥିଲେ। ଗଳ୍ପ, କବିତା, ସଙ୍ଗୀତ ଓ ବ୍ୟଙ୍ଗ ଚତୁଃଧାରାର ମଧୁର ମିଳନରେ ପ୍ରେମ ଭକ୍ତି ରୋମାଞ୍ଚକର କବିତା ଗଳ୍ପ ଓ ସଙ୍ଗୀତର ଭାବମୟ ପରିବେଶ ସ୍ମୃତି ଓ ବିସ୍ମୃତିର ସନ୍ଧିକ୍ଷଣରେ ଉପସ୍ଥିତ ସମସ୍ତ କବି ମନପ୍ରାଣରେ ସୃଷ୍ଟି ହୋଇଥିଲା ଅପାର ଆନନ୍ଦ। ଏହି ଅବସରରେ ସ୍ଵର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ଦ୍ଵାରା ରଚିତ ‘ଜହ୍ନର ମନ’ ଏବଂ ‘ରାଧାକୃଷ୍ଣ ଭାରତୀ’ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କବି ନିଳୀମା ନନ୍ଦ, କ୍ଷଣପ୍ରଭା କର,…

Read More

ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପାଇବେ ସାହିତ୍ୟିକ ଶତ୍ରୁଜିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସପ୍ତମ ଶ୍ରେଣୀ ପାଠ ପଢି ଡ୍ରଇଂ ଶିକ୍ଷକରୁ ଅଧ୍ୟାପକ ହେବା ସହ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିଥିବା ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଅନନ୍ୟ ସାରସ୍ଵତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ  ୧୩୨ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅଗଷ୍ଟ ୨୭ ତାରିଖ ୨୦୨୫ ରେ ନୟାଗଡ଼ଠାରେ ଅନୁଷ୍ଠିତ ହେବ। ସମାରୋହରେ ଚଳିତ ବର୍ଷ ତଥାସ୍ତୁ ତରଫରୁ କବି, ପ୍ରାବନ୍ଧିକ ଓ ସଂପାଦକ ଶତ୍ରୁଜିତଙ୍କୁ  ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ ପାଇଁ କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ…

Read More

ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରତାପ କୁମାର ପରିଡ଼ା

ନୟାଗଡ଼, (ନୟାଗଡ଼ ଦର୍ପଣ):  ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ପୁରୀ ସଂସ୍କୃତି  ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ, ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରାଯାଇଥିଲା ତତ୍ ସହ ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ଭାବରେ ବେଶ୍ ଜଣଶୁଣା ବୋଲି ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ହରିହର କାନୁନଗୋ ତିରୁପତି ବିଶ୍ବ ବିଦ୍ୟାଳୟ କୁଳପତି ଓ ଶଶଧର ପଣ୍ଡା…

Read More

ଶ୍ରୀବିଷ୍ଣୁ ଷୋଡଶ ନାମ ସ୍ମରଣ

ଶ୍ରୀ ବିଷ୍ଣୁ ଷୋଡଶ ନାମ ସ୍ମରଣ*********************ଔଷଧ ସେବନେ ବିଷ୍ଣୁ ଦିବ୍ଯ ନାମ                               କର ନିରବେ ଚିନ୍ତନ।ଭୋଜନ କାଳରେ ଜନାର୍ଦ୍ଦନ ନାମ                              ମାନସେ କର ସ୍ମରଣ।ଶୟନେ ଶ୍ରୀପଦ୍ମନାଭଙ୍କୁ ଧ୍ଯାୟିବ                               ବିବାହରେ ପ୍ରଜାପତି।ସମରେ ଶ୍ରୀଚକ୍ରଧରଙ୍କୁ ଚିନ୍ତିଲେ                               ହଟଇ ଘୋର ବିପତ୍ତି।ପ୍ରବାସ ଗମନେ ତ୍ରିବିକ୍ରମ ନାମ                               କରୁଥିବ ମନେ ଧ୍ଯାନ।ପରାଣ ପ୍ରୟାଣ ହୋଇଲେ ଆସନ୍ନ                                ଜପୁଥିବ ନାରାୟଣ।ପିୟସଙ୍ଗମରେ ଶ୍ରୀଧର ନାମ ଯେ                               କରିବ ମନେ ଚିନ୍ତନ।ଦୁଃସ୍ବପ୍ନ ଦର୍ଶନେ ଗୋବିନ୍ଦ ଭଜିବ                               ସଙ୍କଟେ ମଧୁସୂଦନ।କାନନ ଭ୍ରମଣେ ନରସିଂହ ଭଜ                               ପାବକେ ଜଳଶାୟୀଙ୍କୁ।ଜଳେ ଭଜୁଥିବ ବରାହ ମୂର୍ତ୍ତିଙ୍କୂ                                ପର୍ବତେ ରଘୁନାଥଙ୍କୁ।ଗମନେ ବାମନ ସ୍ମରି ଭ୍ରମୁଥିଲେ                                ନହୁଏ ଯାତ୍ରା ଦୁଷ୍କର।ସକଳ କାର୍ଯ୍ଯରେ ମାଧବ ଧ୍ଯାୟିଲେ                                ହୁଏ ସର୍ବ ଶୁଭଙ୍କର।ଏବଂବିଧ ବିଷ୍ଣୁ ଷୋଡଶ ନାମ ଯେ                                କରଇ ପ୍ରାତଃ ସ୍ମରଣ।ପାପରାଶି ନାଶି ବିଷ୍ଣୂଲୋକେ ହର୍ଷେ                                କରଇ ସେ ବିଚରଣ।। – ମୀନକେତନ ଷଡଙ୍ଗୀ, କଣ୍ଟାବଣିଆ ଶାସନ,   …

Read More

‘ସେଇ ଝିଅ ଶିବାନୀ’ ଉପନ୍ୟାସର ପାଠକୀୟ ଚର୍ଚ୍ଚା

ନୟାଗଡ଼, (ନୟାଗଡ଼ ଦର୍ପଣ): ସାହିତ୍ୟ ହେଉଛି ସମାଜର ଦର୍ପଣ। ପ୍ରଗତିଶୀଳ ସମାଜଧର୍ମୀ ସାହିତ୍ୟ ହିଁ ସାମାଜିକ ସ୍ରୋତରେ ମୋଡ ପରିବର୍ତ୍ତନ କରିଦେଇ ପାରେ। କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ଗୁଡିକ ସାଧାରଣ ମଣିଷର ଭାବୋଚ୍ଛ୍ଵାସକୁ ନେଇ ପରିପୁଷ୍ଟ। ‘ସେଇ ଝିଅ ଶିବାନୀ ‘ ଉପନ୍ୟାସ ନାରୀ ସଶକ୍ତିକରଣ, ଶୋଷଣବାଦୀ ସମାଜ ବ୍ୟବସ୍ଥାର ବିଭତ୍ସ ‌ବିରୂପ, ସମ୍ବେଦନଶୀଳ ନାରୀ ମନର କଥା ଓ ଗାଥା ତତ୍ ସହିତ କାଳକ୍ରମେ ହଜି ଯାଉଥିବା ଶବ୍ଦ ମାନଙ୍କୁ ପ୍ରୟୋଗ କରି ପାଠକୀୟ ଉତ୍କଣ୍ଠାର ସୁପରିବାହି ମସଲାରେ ଭରପୂର ବୋଲି ସମୀକ୍ଷକ ଭାବରେ ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ଆୟୋଜିତ ସାରସ୍ବତ ସମାରୋହରେ ସମୀକ୍ଷକ ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ…

Read More

‘ଦଶପଲ୍ଲା ଭୂଗୋଳ’ ପୁସ୍ତକ ଉନ୍ମୋଚିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପୁରାତନ ଗଡଜାତ ରାଜ୍ୟ ଦଶପଲ୍ଲାର ଭୌଗୋଳିକ ପରିସୀମା, ବାତାବରଣ, ଜଳବାୟୁ, ପ୍ରସିଦ୍ଧ ସ୍ଥାନ, ବାଣିଜ୍ୟ, ଶିକ୍ଷା, ରାଜନୈତିକ ଅବସ୍ଥା, ଗମନାଗମନ, ପର୍ବତମାଳା ଏବଂ ଗାଁର ନାମକରଣକୁ  ଆଧାର କରି ଭାରତ ସ୍ବାଧୀନତା ପୂର୍ବରୁ ଅର୍ଥାତ ୧୯୪୦ ମସିହାରେ ଦଶପଲ୍ଲା ଇଷ୍ଟେଟ ସହକାରୀ ଦେୱାନ ନୀଳମଣୀ ବିଷୋୟୀଙ୍କ ପ୍ରଥମ ସଂସ୍କରଣ ଦଶପଲ୍ଲା ଭୂଗୋଳ ପୁସ୍ତିକାର ପ୍ରଥମ ସଂସ୍କରଣ ପ୍ରକାଶ କରିଥିଲେ। ଏହି ପୁସ୍ତକ ‘ଦଶପଲ୍ଲା ଭୂଗୋଳ’ର ୨ୟ ସଂସ୍କରଣ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ‘ଅକ୍ଷ’ ପ୍ରକାଶିନୀ ଆନୁକୂଲ୍ୟରେ ଲେଖକ ଗାଳ୍ପିକ ହାଡିବନ୍ଦୁ ମହାଖୁଡଙ୍କ ଦ୍ୱାରା  ଶନିବାର ଦିନ ପ୍ରକାଶ ପାଇଛି । ଏହି ପୁସ୍ତକକୁ ଦଶପଲ୍ଲା ରାଜା ସାହେବ ଦିଗ୍‌ବିଜୟ ଚନ୍ଦ୍ର ଦେଓଭଞ୍ଜଙ୍କ କର କମଳରେ ରାଜନଅର ଅଭିଷେକ ମହଲରେ ପୁସ୍ତକକୁ ଅନାବରଣ କରିଛନ୍ତି। ଏ ଅବସରରେ ଳେକକ ଶ୍ରୀ ମହାଖୁଡଙ୍କୁ ଉଚ୍ଚ…

Read More

ମଇ ୩୦ରେ ଭଞ୍ଜପୀଠରେ ଭଞ୍ଜଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ) ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବକାଳ ଧରି ଭଞ୍ଜଜୟନ୍ତୀ ଉତ୍ସବ ପାଳିତ ହୋଇଆସୁଥିବା କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଆସନ୍ତା ମଇ ୩୦ତାରିଖ ସନ୍ଧ୍ୟାରେ ଚଳିତବର୍ଷର ସାମ୍ବତ୍ସରିକ ଉତ୍ସବ ପାଳନ କରାଯିବ ବୋଲି ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର କାର୍ଯ୍ୟନିର୍ବାହୀ କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ଗ୍ରହଣ କରିଛି। ଏହି ଭଞ୍ଜଜୟନ୍ତୀ ଉତ୍ସବରେ ସାହିତ୍ୟିକ ତଥା ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ବିଶିଷ୍ଟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ମୁଖ୍ୟଵକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ପାରମ୍ପରିକ ଭାବେ ସମ୍ବର୍ଦ୍ଧନା କ୍ରମେ ଓଡ଼ିଆ ଭାଷା ସାହିତ୍ୟର କୃତବିଦ୍ୟ ସାଧକ ତଥା ଜନ୍ମମାଟି ମାଳିସାହିର ଗୌରବ ଡ.ପ୍ରେମାନନ୍ଦ ମହାପାତ୍ର,…

Read More