ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପାରିତ କରାଯାଇଥିବା ବେଳେ ତତ୍ ସଙ୍ଗେ ସଙ୍ଗେ ପୂର୍ବବର୍ଷ ଏବଂ ଚଳିତ ବର୍ଷର ବ୍ୟୟ ଅନୁମୋଦନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଯୋଗ ଦେଇଥିଲେ । ଏହାକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ କୁମାର ଦାସ । ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜି ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଲାଇନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ
