ନୟାଗଡ଼ ଟାଉନ ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ଦିଗବିଜୟ ବିଶ୍ୱାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନ ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ଯୁବ ପୋଲିସ ଅଧିକାରୀ ଦିଗବିଜୟ ବିଶ୍ୱାଳ। ଶ୍ରୀ ବିଶ୍ୱାଳ ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିଲେ। ସେ ଟାଉନ ଥାନାରେ ଯୋଗ ଦେବାପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀମାନେ ସ୍ୱାଗତ ଜଣାଇଥିଲେ। ନୟାଗଡ଼ ଟାଉନ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବା ବେଳେ ନୂତନ ଆଇଆଇସିଙ୍କ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିବ। ସହରରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟାର ନିରାକରଣ, ନିଶା ଓ ମଦ ବେପାରକୁ ରୋକ ଲଗାଇବା, ଆଇନ ଶୃଙ୍ଖଳା ରକ୍ଷା ଆଦି କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନୂତନ ଆଇଆଇସି ଶ୍ରୀ ବିଶ୍ୱାଳ କହିଛନ୍ତି। ସୂଚନା ଥାଉକି, ଦିଗବିଜୟ ବିଶ୍ୱାଳ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ ଏବଂ ନିଜର କାର୍ଯ୍ୟଦକ୍ଷତା…

Read More

୮ତାରିଖରୁ ନୟାଗଡ଼ରେ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ତାରିଖରୁ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ନୟାଗଡ଼ କ୍ଲବ ଏବଂ ୭୮୬ୟୁଥ କ୍ଲବ ସିନ୍ଦୁରିଆ ଆନୁକୁଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ୮ ତାରିଖରେ ଓଡିଶା ଇଲେଭେନ ବନାମ ଜଗା ୟୁନାଇଟେଡ କ୍ଲବ ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହେବ । ୯ତାରିଖରେ ସୁଦେଭା ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ ଦିଲ୍ଲୀ ବନାମ ୟୁନାଇଟେଡ କ୍ଲବ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ । ୧୦ତାରିଖରେ ସାଇହାଲ ସୁନାବେଢ଼ା ବନାମ ଇଣ୍ଟରନ୍ୟାସନାଲ ଏଫସି ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ୧୧ ତାରିଖରେ ଖଜୁରା ଏଫସି ନେପାଳ ବନାମ କେଏଫଟିସି କ୍ଲବ କେରଳ ମଧ୍ୟରେ ଅନୁଷ୍ଠିତ ହେବ । ୧୨ ତାରିଖରେ ପ୍ରଥମ ସେମିଫାଇନାଲ ଓ ୧୩ ତାରିଖରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।…

Read More

ସିନେଷ୍ଟାର ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ଲୋକାର୍ପିତ ହେଲା ଭଜନ ସଙ୍ଗୀତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୂଆବର୍ଷ ଉପଲକ୍ଷେ ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଦ୍ୱାରା ଭିଡିଓ ସଙ୍ଗୀତ ‘ପାପଭାର ମୋର ବଳିଗଲା ବୋଲି ତୋ ସିଂହ ଦୁଆର କରିଲୁ ମନା’ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଲୋକାର୍ପିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ଯୁବପ୍ରତିଭା ତଥା ଦୂରଦର୍ଶନ ଏବଂ ଆକାଶବାଣୀ କେନ୍ଦ୍ରର ସ୍ୱୀକୃତୀପ୍ରାପ୍ତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏହି ଭଜନରେ କଣ୍ଠଦାନ କରିଥିବା ବେଳେ ଗୀତିକାର ସୁବାସ ନାୟକ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ଦ୍ୱାରା ପ୍ରଯୋଜିତ ଏହି ଭିଡିଓ ସଙ୍ଗୀତର ପରିଚାଳନା ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଞ୍ଜନ କୁମାର କରିଛନ୍ତି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦାଶଙ୍କ ସମେତ ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଦୀନବନ୍ଧୁ…

Read More

ସଜେଇ ହେଉଛି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ

ଗଣିଆ,(ନୟାଗଡ଼ ଦର୍ପଣ): ସଜେଇ ହେଉଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ବଡ଼ମୂଳ ମଙ୍ଗାନାସୀସ୍ଥିତ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ। ଶୀତ ତଥା ପର୍ଯ୍ୟଟନ ଋତୁ ପ୍ରବେଶ କରୁଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ସ୍ୟାଣ୍ଡରିସର୍ଟ ସାଜସଜ୍ଜା ଚାଲିଥିବା ଦେଖିବାକୁ ମିଳିଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା କଟେଜ୍‌ ଗୁଡ଼ିକର ନିମାର୍ଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଆସନ୍ତା ୧୫ତାରିଖରେ ଏହାର ଶୁଭ ଉଦ୍‌ଘାଟନ କରାଯିବ । ଏ ନେଇ ମୁଦୁଲୀଗାଡ଼ିଆ, ମା’ ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ୧୬ଟି ଅଣଶୀତତାପ ନିତମ୍ବିତ ଅସ୍ଥାୟୀ ଟେଣ୍ଟ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତିନିଆଯାଇଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆବଶ୍ୟକସ୍ଥଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଟେଣ୍ଟ ସଂଖ୍ୟାକୁ ବୃଦ୍ଧି କରାଯିବ। ସାତକୋଶିଆ…

Read More

ସମ୍ବର୍ଦ୍ଧନା ପରିବାରର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ପାଳିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ଠାରେ ସମ୍ବର୍ଦ୍ଧନା ପରିବାର ଦ୍ୱାରା ୨୦୨୨ ବର୍ଷ ପାଇଁ ସମ୍ବର୍ଦ୍ଧନା ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ପାଳିତ ହୋଇଯାଇଛି। ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଏବଂ ସୁଶାନ୍ତ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନିରାକାର ସ୍ୱାଇଁ ମହୋଦୟ ସଭାପତିତ୍ୱ ଏବଂ ହରିପ୍ରିୟା ଦ୍ବିବେଦୀ ସମ୍ପାଦନା ଭାର ସୁଚାରୁରୂପେ ନିର୍ବାହ କରିଥିଲେ। ସେବା, ସଂସ୍କୃତି ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସାରା ଓଡ଼ିଶାରେ ଶରଣକୁଳ ମାଟି ନିଜର ଉତ୍କର୍ଷତା ଐତିହାସିକ ଯୁଗରୁ ପ୍ରତିପାଦିତ କରି ଆସିଛି। ଲଡୁବାବାଙ୍କ ଦୀପାବଳି ଯାତ୍ରା ସମୟରେ ଓ ଶ୍ରୀକ୍ଷେତ୍ର ପୁରୀରେ ସେବା କ୍ଷେତ୍ରରେ ମୁରାରୀ ତ୍ରିପାଠୀଙ୍କ ଉଲ୍ଲେଖନୀୟ କାର୍ଯ୍ୟର ପୁନରାଲୋଚନା କରିବା ସହ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ଶିକ୍ଷା ଗୁରୁ…

Read More

ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମିନି ମାରାଥନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଏକ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରାଥନର ଶୁଭ ଉଦଘାଟନ କରିଥିବା ବେଳେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ସମାଜସେବୀ ସନ୍ତୋଷ ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟର ଅଧକ୍ଷ ଶାରଦା ପ୍ରସାଦ ମହାପାତ୍ର, ଯୁବ ସମଜସେବୀ ଚିତ୍ତ ରଂଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସାହିତ୍ୟିକ ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ମଞ୍ଚ ପରିଚାଳନା…

Read More

ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ, ଆଜ୍ଞାମାଳ ପହଞ୍ଚିଲା ପରେ ବଡ଼ରାଉଳ ପୀଠରେ ପୂଜାର୍ଚ୍ଚନା

ଗଣିଆ,(ନୟାଗଡ ଦର୍ପଣ): ଜଗତର ନାଥ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡ ରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଏକ ୪ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ, ମହାପ୍ରସାଦ, ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ନୟାଗଡ଼ ଅଭିମୁଖେ ପହଞ୍ଚିଥିଲେ। ନୟାଗଡ ବନବିଭାଗ ଜରିଆରେ ସେହି ପ୍ରତିନିଧିଦଳ ମା” ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ଦାଶ, ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ…

Read More