ସଜେଇ ହେଉଛି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ

ଗଣିଆ,(ନୟାଗଡ଼ ଦର୍ପଣ): ସଜେଇ ହେଉଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ବଡ଼ମୂଳ ମଙ୍ଗାନାସୀସ୍ଥିତ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ। ଶୀତ ତଥା ପର୍ଯ୍ୟଟନ ଋତୁ ପ୍ରବେଶ କରୁଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ସ୍ୟାଣ୍ଡରିସର୍ଟ ସାଜସଜ୍ଜା ଚାଲିଥିବା ଦେଖିବାକୁ ମିଳିଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା କଟେଜ୍‌ ଗୁଡ଼ିକର ନିମାର୍ଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଆସନ୍ତା ୧୫ତାରିଖରେ ଏହାର ଶୁଭ ଉଦ୍‌ଘାଟନ କରାଯିବ । ଏ ନେଇ ମୁଦୁଲୀଗାଡ଼ିଆ, ମା’ ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ୧୬ଟି ଅଣ
ଶୀତତାପ ନିତମ୍ବିତ ଅସ୍ଥାୟୀ ଟେଣ୍ଟ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତି
ନିଆଯାଇଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆବଶ୍ୟକସ୍ଥଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଟେଣ୍ଟ ସଂଖ୍ୟାକୁ ବୃଦ୍ଧି କରାଯିବ। ସାତକୋଶିଆ ଗଣ୍ଡକୁ ଲାଗି ରହିଥିବା ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ମହାନଦୀର ନୀଳ ଜଳରାଶି ଉପରେ ବୋଟିଂର ମଜା ବେଶ୍ ମନଲୋଭା। ସେହିପରି ପିଲାଙ୍କ ପାଇଁ ଶିଶୁ ଉଦ୍ୟାନ, ଦୋଳି, ପର୍ଯ୍ୟଟକଙ୍କ ପାଇଁ ଭଲି, ବ୍ୟାଟମିଣ୍ଟନ, ସାଇକେଲିଂ, ଜଙ୍ଗଲ ଟ୍ରେକିଂ, ରୋପ୍‌, ଲାଇବ୍ରେରି, ବୋଟିଂ, କ୍ୟାମ୍ପ ଫାୟାର ଓ ମନୋରଞ୍ଜନ ପାଇଁ ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ବ୍ୟବସ୍ଥା ରହିଛି। ବର୍ତ୍ତମାନ ଦେଶବିଦେଶରୁ ବହୁ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି । ବଣଭୋଜି ପାଇଁ ବଡ଼ମୂଳଠାରେ ପିଣ୍ଡି ନିର୍ମାଣ କରାଯିବା ସହ ବଡ଼ମୂଳ ଓ ମାଳିସାହିର ୨ଟି ସ୍ଥାନରେ ବୋଟିଂ ପାଇଁ ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ କଟେଜ୍‌ ବ୍ୟତୀତ ମଙ୍ଗାନାସୀ ପାହାଡ଼ରେ ୩ଟି ଶୀତତାପ ନିୟନ୍ତ୍ରିତ କଟେଜ୍ ଓ ପାହାଡ଼ ପାଦଦେଶରେ ୪ଟି ଶୀତତାପ ନିୟନ୍ତ୍ରିତ ଟେଣ୍ଟ ବର୍ଷ ତମାମ ପର୍ଯ୍ୟଟକଙ୍କ
ପାଇଁ ରହିଛି। ବର୍ତ୍ତମାନ ସାତକୋଶିଆକୁ ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି।

Related posts