ରୋଟାରୀ କ୍ଲବ ନୟାଗଡ଼ର ୩୭ତମ ପ୍ରତିଷ୍ଠା ଦିବସ ପାଳିତ

ମା’ ରାମଚଣ୍ଡୀ ମନ୍ଦିରରେ ଥଣ୍ଡା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା ଆରମ୍ଭ ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ର ୩୭ତମ ପ୍ରତିଷ୍ଠା  ଦିବସ ଆଜି ନୟାଗଡ଼ସ୍ଥିତ ରୋଟାରୀ ଭବନଠାରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବି. ସୂର୍ଯ୍ୟ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କ୍ଲବର ସଭାପତି ବାସୁଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କ୍ଲବର ଚାର୍ଟର ସଦସ୍ୟ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଓ ଗୋଦାବରୀଶ ସାହୁଙ୍କୁ ସେମାନଙ୍କ ଅବଦାନ ଓ ଦୀର୍ଘଦିନର ସମର୍ପିତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ରୋଟାରିଆନମାନେ ରୋଟାରୀ ସହ ଜଡ଼ିତ ନିଜ ନିଜର ଅନୁଭୂତି ଓ ସ୍ମୃତି ବଖାଣିବା ସହ ସମାଜସେବା କ୍ଷେତ୍ରରେ ରୋଟାରୀର ଭୂମିକା ଏବଂ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।…

Read More

ସାଇକେଲ ଚଳାଇ ସୁସ୍ଥ ରୁହନ୍ତୁ ଓ ଶକ୍ତି ସଂରକ୍ଷଣ ବାର୍ତ୍ତା ପ୍ରଦାନକଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସାଇକେଲ ଚଳାନ୍ତୁ ନିଜକୁ ସୁସ୍ଥ ରଖିବା ସହିତ ଦେଶର ଶକ୍ତି ସଂରକ୍ଷଣ ପାଇଁ ହାତବଢାନ୍ତୁ ର ବାର୍ତ୍ତା ପ୍ରଦାନ କଲେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ସୂଚନା କ୍ରମେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ର ପ୍ରାୟ ଏକ ଶହ ରୁ ଅଧିକ ଛାତ୍ର ଛାତ୍ରୀଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ  ବିଦ୍ୟାଳୟ ରୁ ରୋହିବାଙ୍କ ପରେ ବାଘୁଆଛକ ପର୍ଯ୍ୟନ୍ତ ସାଇକେଲ ଚଳାଇ ନିଜକୁ ସୁସ୍ଥ ରଖନ୍ତୁ ଓ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ସରନ୍ତି ଶକ୍ତିର ସଂରକ୍ଷଣ କରନ୍ତୁ ବାର୍ତ୍ତା ଦେଇ ସାଇକେଲ ରାଲି କରିଥିଲେ। ଏହି ରାଲିରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ସେନାପତି, ଓଡଗାଁ…

Read More