ଖଣ୍ଡପଡ଼ା ରାସ୍ତାରୁ ବସ ଚୋରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଖଣ୍ଡପଡ଼ା ରାସ୍ତା ବଲାଙ୍ଗୀପାର୍କ ସାମ୍ନାରେ ଥିବା ମହନ୍ତ ପ୍ରେଟୋଲ ପମ୍ପ ନିକଟରେ ରଖାଯାଇଥିବା ଏକ ଯାତ୍ରୀବାହୀ ଘରୋଇ ବସ ଆଜି ସଂନ୍ଧ୍ୟାରେ ଚୋରୀ ହୋଇଥିବା ଅଭିଯୋଗ ହେଉଛି । ନୟାଗଡ଼ରୁ ଗଣିଆ ଅଭିମୂଖେ ଯାଉଥିବା ବାବା ନୀଳକଂଣ୍ଠ ନାମକ ଏହି ବସ ଆଜି ସଂନ୍ଧ୍ୟାରେ ପ୍ରେଟୋଲ ଟାଙ୍କି ନିକଟରେ ରଖାଯାଇଥିଲା । ତାହାକୁ କେହି ଦୁର୍ବୁତ୍ତ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ବସ ମାଲିକ  ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୋଡ଼ିସାହି ଗ୍ରାମର ପ୍ରତୀଭା ସିଂ । ବସ କର୍ମଚାରୀମାନେ ଗାଡ଼ି ଲକ୍ କରି ରଖିଥିବା ବେଳେ କିଭଳି ଚୋରୀ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟାଉନଥାନା ପୁଲିସ ଘଟଣାର ଖୋଳତାଡ଼ ଚଲାଇଛି ।

Read More

ଉତ୍କଳ ସାମ୍ବାଦିକ ସଂଘ ପରିଚାଳନା କମିଟି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖା ପରିଚାଳନା କମିଟି ବୈଠକ ଫତେଗଡ ଶ୍ରୀରାମ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ଭାପୁର ଶାଖା ପକ୍ଷରୁ ପରିଚାଳନା କରିଥିଲେ। ଆଗାମୀ ବର୍ଷ ପାଇଁ ସଦସ୍ୟତା ନବୀକରଣ ପ୍ରସଙ୍ଗ ଆଲୋଚନା କରାଯାଇ ବ୍ଲକ୍ ସଂଯୋଜକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବ୍ଲକ୍ ସଂଯୋଜକମାନେ ଚଳିତ ବର୍ଷର ସଦସ୍ୟ ତାଲିକା ଏବଂ ନବୀକରଣ ଦେୟ ବୈଠକରେ ପ୍ରଦାନ କରିଥିଲେ। ବୈଠକରେ ଜିଲ୍ଲା ଶାଖା ପରିଚାଳନା କମିଟି ପୁର୍ନଗଠନ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ନୂତନ ଜିଲ୍ଲା ଶାଖା ସଭାପତି ଭାବେ ଚିତ୍ତରଞ୍ଜନ ମିଶ୍ରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହାକୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। କାର୍ଯ୍ୟକାରୀ ସଭାପତି ଭାବେ ରବୀନ୍ଦ୍ର କୁମାର ଦାସ, ଉପ ସଭାପତି…

Read More

ନିଉଟାଉନ କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ସୁରଭି  ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଉଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ନିଉଟାଉନ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ, ବକ୍ତୃତା,ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଆଦିରେ ଅଂଶ ଗ୍ରହଣ କରିଥିଲେ।ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ଶିକ୍ଷକ ଲକ୍ଷ୍ମୀଧର ସାହୁ,ସସ୍ମିତା ସ୍ୱାଇଁ, ଦେବସ୍ମିତା ଅଧିକାରୀ,କାଦମ୍ବିନୀ କରଣ, ସରିତା ପ୍ରିୟଦର୍ଶିନୀ ସ୍ୱାଇଁ,ମିନାକ୍ଷୀ କର, ରଶ୍ମିତା ମହାପାତ୍ର, ଦେବରାଜ ମହାପାତ୍ର,…

Read More

ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଓ ଅଣୁ କବିତା ଆସର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ତ୍ରୟବାର୍ଷିକ ସାମ୍ବିଧାନିକ ବୈଠକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହେବା ସହିତ ଅଣୁ କବିତା ଆସର ଆୟୋଜିତ ହେଇଥିଲା। ଆଜିର ପ୍ରଥମାର୍ଦ୍ଧ ଅଣୁ କବିତା ଆସରରେ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ.ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ମୁଖ୍ୟବକ୍ତା ଭାବରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ. ବିନ୍ଦୁଲତା ଷଣ୍ଢ ଯୋଗଦେଇ ଥିବା ବେଳେ ଶତାଧିକ କବି/କବୟିତ୍ରୀ ଉପସ୍ଥିତ ହୋଇ ନିଜର ସ୍ୱରଚିତ ଅଣୁ କବିତା ପାଠ କରିଥିଲେ। ସେଥିମଧ୍ୟରୁ ଶ୍ରେଷ୍ଠ ତିନୋଟି କବିତାକୁ ଚୟନ କରାଯାଇ କବି ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।ଶ୍ରେଷ୍ଠ କବିତା ପାଇଁ ସମ୍ବର୍ଦ୍ଧିତ ହେଲେ କବୟିତ୍ରୀ ଡ.ସୁକାନ୍ତି ମହାନ୍ତି, ଡ.ସୀତୁ ପ୍ରକାଶ ରଥ ଓ ପ୍ରିୟଦର୍ଶିନୀ…

Read More

ନାଟ୍ୟକାର ରାମଚନ୍ଦ୍ର ଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସାହିତ୍ୟ ଆକାଶର ଅନନ୍ୟ ତାରକା ଦିବଂଗତ ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜନ୍ମ ବାର୍ଷିକୀ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମରେ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଅଦ୍ୟ ଅକ୍ଟୋବର ୧୨ତାରିଖ ପୂର୍ବାହ୍ନରେ। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାରଙ୍କ ପୁତ୍ର ଡ଼. ଶରତଚନ୍ଦ୍ର ମିଶ୍ର, ଡ. ଗିରୀଶଚନ୍ଦ୍ର ମିଶ୍ର, ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର, ଡ଼.ରବିନାରାୟଣ ପଣ୍ଡା, ବାବୁଲି ସାମନ୍ତରାୟ, ଆଡଭୋକେଟ ପ୍ରତାପ ନନ୍ଦ, ଶିକ୍ଷକ ନେତା ଏମ୍ ଆଉରଙ୍ଗଜେବ, ନିରଞ୍ଜନ ମିଶ୍ର, ନାଟ୍ୟପ୍ରେମୀ ମିଷ୍ଟର କାଳିଆ, ପବିତ୍ର ଇନ୍ଦ୍ରଜିତ, ସୁଦର୍ଶନ ରାଉତ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଦଶପଲ୍ଲା ମାଟିର ଯୋଗଜନ୍ମା ପୁରୁଷ ଓଡିଆ ନାଟକର ସଙ୍କଟମୟ ସମୟରେ ଯେଭଳି ଘର ସଂସାର,…

Read More

ନୟାଗଡ଼ ପୌର ପରିଷଦ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇଙ୍କ ଅଧ୍ଯକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୁଣା ବସଷ୍ଟାଣ୍ଡସ୍ଥିତ ଗୋଲେଇ ଛକ, ତ୍ରିନାଥ ଛକସ୍ଥିତ ଆମ ପାଇଁ ବଡ଼, ଆମ ନୟାଗଡ଼ ସେଲଫି ପଏଣ୍ଟ ଚତୁଃପାର୍ଶ୍ବରେ ହୋର୍ଡିଂ, ବ୍ୟାନର ଓ ବିଜ୍ଞାପନ ନ ଲଗାଇବାକୁ ବୈଠକରେ କଡ଼ା ନିଷ୍ପତ୍ତି ନିଆଯାଇଛି । ଏହି ଦୁଇ ସ୍ଥାନରେ ହୋର୍ଡିଂ ଲଗାଇଲେ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ଏନଫୋର୍ସମେଣ୍ଟ ଟିମକୁ ଦାୟିତ୍ବ ଦିଆଯାଇଛି। ସହରରେ ଥ‌ିବା ସମସ୍ତ କଲ୍ୟାଣ ମଣ୍ଡପର ଆନୁଷଙ୍ଗିକ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ପୂର୍ଣାଙ୍ଗ କରିବା, ସମସ୍ତ ଶୌଚାଳୟଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବା, ସାଗର ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ପରିମଳ ଦାୟିତ୍ବରେ ଥ‌ିବା ଘରୋଇ ସଂସ୍ଥା କାର୍ଯ୍ୟକୁ ନେଇ ବୈଠକରେ ଉପସ୍ଥିତ ସମସ୍ତ କାଉନସିଲର ଅସନ୍ତୋଷ…

Read More

ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦକ୍ଷତା ବୃଦ୍ଧି ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ପ୍ରାକୃତିକ ଶିଳ୍ପକଳା ଓ ପରିବେଶ ଅନୁକୂଳ ପଦକ୍ଷେପ ଉପରେ ଗୁରୁତ୍ୱାରୋପ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାସ୍ଥିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦକ୍ଷତା ବୃଦ୍ଧି ତଥା ପରିବେଶ ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEF&CC) ଏବଂ ଓଡ଼ିଶା ସରକାରଙ୍କ ପରିବେଶ ଅଧ୍ୟୟନ କେନ୍ଦ୍ର (CES)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‘ପ୍ରାକୃତିକ ଶିଳ୍ପକଳା ଓ ପରିବେଶ ଅନୁକୂଳ ପଦକ୍ଷେପ’ (Natural Crafts & Eco-Friendly Initiative) ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଏକ ପରିଷ୍କାର ଓ ସବୁଜ ଭବିଷ୍ୟତ ଗଠନ ପାଇଁ ସାମୂହିକ ପ୍ରୟାସ ଏବଂ ଛୋଟ ଛୋଟ ପଦକ୍ଷେପ ଦ୍ୱାରା ବଡ଼ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ…

Read More

କନ୍ୟା ସନ୍ତାନ ସଂଖ୍ୟା ହ୍ରାସ ରୋକିବା ନିମନ୍ତେ କର୍ମଶାଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ – ମୈତ୍ରୀ ଯୁବ ସଂସଦ , ନୟାଗଡ଼ ଓ ଗଣିଆ ଉନ୍ନୟନ କମିଟି , ଗଣିଆ ମିଳିତ ସହଯୋଗ ରେ କନ୍ୟା ସନ୍ତାନ ହ୍ରାସ ରୋକିବା ନିମନ୍ତେ ଏକ ବ୍ଲକସ୍ତରୀୟ କର୍ମଶାଳା ସମାଜସେବୀ ଅରୁଣ କୁମାର ମହାନ୍ତିଙ୍କ ପୌରୋ ହିତ୍ୟ ରେ ସାମ୍ବାଦିକ ଭବନ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭ ରେ ଗଣିଆ ଉନ୍ନୟନ କମିଟି ର ସଭାପତି, ଉଷା ପଟ୍ଟନାୟକ  ଆମ ଜିଲ୍ଲାର ସ୍ଥିତି କିପରି ଦିନକୁ ଦିନ ବିଗିଡି ଯାଉଛି ବୋଲି କହିବାକୁ ଯାଇ ପୁଅଙ୍କ ଅନୁପାତ ରେ କନ୍ୟା ସନ୍ତାନ ୭୭୪ , ଅର୍ଥାତ୍ ଏକ ହଜାର ପୁଅ ଜନ୍ମ ହେଉଥିବା ବେଳେ ଝିଅ ମାନଙ୍କ ଜନ୍ମ ହାର ଯଥେଷ୍ଟ କମି ଯାଇଛି ଉକ୍ତ କର୍ମଶାଳା ରେ ମୁଖ୍ୟ…

Read More

ଲକ୍ଷ୍ମୀ ନରସିଂହ ଅଙ୍ଗନରେ ଗୋପବନ୍ଧୁ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଦେଉଳି ଲକ୍ଷ୍ମୀ ନରସିଂହ ଅଙ୍ଗନ ଠାରେ ଗୋପବନ୍ଧୁ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଜିଲା  ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଶିଶୁ କବି ବସିରନ୍ ବିବି , ସମ୍ମାନୀତ ଅତିଥିଭାବେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ୍ ଅବଦୁଲ ଖାଲିକ୍,ଡ. ସୁକାନ୍ତି ମହାନ୍ତି,ଡ. ଗୀତାଞ୍ଜଳୀ ମହାପାତ୍ର,ଡ. ପ୍ରିୟମ୍ବଦା ଦାଶ, ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ମହମ୍ମଦ ଆଜାଦ୍, ପଣ୍ଡିତ କୃଷ୍ଣ ଚନ୍ଦ୍ର ସାହୁ,ଅଧ୍ୟାପିକା ନିଳୀମା ନନ୍ଦ ଓ ସୁରେନ୍ଦ୍ର ନାଥ ପ୍ରଧାନ ଏବଂ ସ୍ବତନ୍ତ୍ର ଅତିଥି ଭାବେ ନିରାକାର ସ୍ବାଇଁ,ଗୋଦାବରୀ ବସନ୍ତିଆ,ପ୍ରତାପ ସାହୁ, ରବିନ୍ଦ୍ର କୁମାର ମହାପାତ୍ର,ସରୋଜ କୁମାର ସାହୁ,ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନାଦର୍ଶ, ସାମ୍ବାଦିକକତା ଜୀବନ ଓ ତାଙ୍କର ଓଡ଼ିଆ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ, ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସାହିତ୍ୟିକ ବିଶ୍ବନାଥ ମହାପାତ୍ର ଓ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଓ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ଧୂପପୁଷ୍ପ ଅର୍ପଣ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ…

Read More