ନୟାଗଡ଼, (ନୟାଗଡ଼ ଦର୍ପଣ): ଭୋଟ ବଚାଓ ଦେଶ ବଚାଓ ଆଜି ନଭେମ୍ବର ୨୫ ସମ୍ବିଧାନ ରକ୍ଷା ପାଇଁ ନୟାଗଡ଼ରେ କଂଗ୍ରେସ ପକ୍ଷରୁ ବିଶାଳ ମୋଟର ସାଇକେଲ ରାଲି ବିଜିପୁର ଠାରୁ ବାହାରି ବିଭିନ୍ନ ପଞ୍ଚାୟତ ଦେଇ ନୟାଗଡ଼ ସହର ପରିକ୍ରମା କରି ଟ୍ରାଫିକ ଛକ ଠାରେ ପଥପ୍ରାନ୍ତ ସଭା ଆୟୋଜନ କରାଯାଇ ଥିଲା। ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ସମ୍ବିଧାନ ରକ୍ଷା ରାଲିରେ ବରିଷ୍ଠ ନେତା ହୁସେନ ଖାନ, ଲଷ୍ମୀଧର ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ଶାନ୍ତ, ରାଜ୍ୟ ସେବାଦଳ ସାଧାରଣ ସମ୍ପାଦକ ମନୋଜ ସାହୁ, ରାଜ୍ୟ ଓବିସି ଉପସଭାପତି କମଳ ଚରଣ ସାହୁ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସୀମ ଖାନ, ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ନୟାଗଡ଼ ମୁନିସିପାଲିଟି କଂଗ୍ରେସ ସଭାପତି ରାଜକିଶୋର ଜେନା, ଓବିସି କଂଗ୍ରେସ ଜିଲ୍ଲା ସଭାପତି ପୀତବାସ ଖୁଣ୍ଟିଆ, ସେବାଦଳ ଜିଲ୍ଲା ସଭାପତି ଦିଗାମ୍ବର ବେହେରା,ଯୁବ କଂଗ୍ରେସ ନେତା ଶିବରଞ୍ଜନ ସାହୁ, ଓମ ପ୍ରସାଦ ପ୍ରଧାନ, ଆଦିତ୍ୟ ପ୍ରସାଦ ଜୁଝାରସିଂହ, ଅଭିଷେକ ପ୍ରଧାନ,ସୁରେନ୍ଦ୍ର ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ନୟାଗଡ଼ ଡିସିସି, ନୟାଗଡ଼ ବ୍ଲକ କଂଗ୍ରେସ ଏବଂ ମୁନିସିପାଲିଟି କଂଗ୍ରେସ ପକ୍ଷରୁ ମିଳିତ ଆୟୋଜନ କରାଯାଇଥିଲା।
ନୟାଗଡରେ ସମ୍ବିଧାନ ରକ୍ଷା ରାଲି
