ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଦ୍ୱିତୀୟ ସଂନ୍ଧ୍ୟା

ଶୀତୁଆ ସଂନ୍ଧ୍ୟାକୁ ଉଷୁମୁ କଲା ଶିଙ୍ଗମ୍ ଡ୍ୟାନ୍ସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ ପଡ଼ିଆରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଦ୍ୱିତୀୟ ସଂନ୍ଧ୍ୟା ବେଶ୍ ଆକର୍ଷଣୀୟ ହୋଇଥିଲା । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ସାମିଲ ହୋଇଥିଲେ। ଶିଙ୍ଗମ୍ ଡ୍ୟାନ୍ସ ଗ୍ରୃପ କଳାକାରମାନେ ଶୀତୁଆ ସଂନ୍ଧ୍ୟାକୁ ଉଷୁମୁ କରିଥିଲେ । ହଜାର ହଜାର ସଂଖ୍ୟାରେ ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏହା ସହିତ ରକ୍ ଅନ୍ ଡ୍ୟାନ୍ସ ଗ୍ରୃପ କଳାକାରମାନେ ମଧ୍ୟ ଦର୍ଶକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । କମେଡି କଳାକାର ଟୁକୁନା ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିଲେ।…

Read More

ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଉଦଘାଟିତ
ମାନମୋହିଲେ ମାଟିର ଝିଅ ବର୍ଣ୍ଣାଳୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ ପଡ଼ିଆରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମାଜସେବୀ ତାପସ କୁମାର ପାଢ଼ୀ ପ୍ରମୁଖ ସାମିଲ ହୋଇଥିଲେ।  ଓଡ଼ିଆଙ୍କ ଐତିହ୍ୟକୁ ସ୍ମୃତି ଭାବେ ମନେ ରଖିବାକୁ ଅନୁଷ୍ଠିତ ଉତ୍ସବ ପୁରୁଣା ସହରବାସୀଙ୍କ ଉତ୍ସାହ ପାଇଁ ଅନୁଷ୍ଠିତ ହୋଇପାରୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରଥମ ସନ୍ଧ୍ୟାରେ ଗୋଟି ପୁଅ ନୃତ୍ୟ ଓ ମାଟିର ଝିଅ ବର୍ଣ୍ଣାଳୀ ହୋତାଙ୍କ ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଷାନ୍…

Read More