ବଲାଙ୍ଗୀ ପାର୍କରେ କୃତ୍ରିମ ଜଳପ୍ରପାତ ଲୋକାର୍ପଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ନିର୍ମାଣଧିନ ବଲାଙ୍ଗୀପାର୍କରେ ଆଜି ପୈାର ପରିଷଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ନିର୍ମାଣ କରାଯାଇଥିବା କୃତ୍ରିମ ଜଳପ୍ରପାଦ ଏବଂ ଜଳ ଫୁତକାରକୁ ଲୋକାର୍ପିତ କରିଛନ୍ତି । ନିକଟରେ ରହିଥିବା ୨୪୦ ଫୁଟ ଉଚ୍ଚା ପାହାଡ଼ ଉପରୁ ଜଳପ୍ରପାତ ନିର୍ମାଣ କରାଯାଇଛି । ଏହା ବଲାଙ୍ଗୀ ପାର୍କର ସୈାନ୍ଦର୍ଯ୍ୟ ବୃଦ୍ଧି କରୁଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଂଣ୍ଠଶିଳ୍ପୀ ଅର୍ପିତା ଚୈାଧୁରୀଙ୍କ ସ୍ୱରରେ ଝୁମିଲେ ଦର୍ଶକ । ବିଧାୟକଙ୍କ ସହ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଯୋଗ ଦେଇଥିଲେ । ନୟାଗଡ଼ ସହର ଏବଂ ଆଖପାଖ ଗ୍ରାମାଞ୍ଚଳରୁ ୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ…

Read More

ଦଶପଲ୍ଲାକୁ ଦଶହରା ପୂର୍ବରୁ ଟ୍ରେନ ନ ଗଡ଼ିଲେ ଜୋରଦାର ଆନ୍ଦୋଳନ, ରେଳଷ୍ଟେସନ ଉଦଘାଟନରେ ଅନ୍ତରାୟ ସାଜିଛନ୍ତି ରେଳମନ୍ତ୍ରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ରେଳଷ୍ଟେସନ ଉଦଘାଟନରେ ଅନ୍ତରାୟ ସାଜିଛନ୍ତି ଖୋଦ ରେଳମନ୍ତ୍ରୀ । ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ଉଦଘାଟନ ହେଉ ନଥିବାରୁ ଦଶପଲ୍ଲାକୁ ଟ୍ରେନ ଚଳାଚଳରେ ବିଳମ୍ବ ଘଟୁଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାକୁ ରେଳବିଭାଗ ପକ୍ଷରୁ ବୈମାତୃକ ମନୋଭାବକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ବିଗତ ଦିନରେ ନୟାଗଡ଼ ନାଗରିକ ମଞ୍ଚ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ,ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବିଭାଗ ପକ୍ଷରୁ କେବଳ ପ୍ରତିଶୃତି ଛଡ଼ା କିଛି ପଦକ୍ଷେପ ନିଆଯାଉ ନାହିଁ । ଇତି ମଧ୍ୟରେ ଦଶପଲ୍ଲା ରେଳ ଷ୍ଟେସନର ନିର୍ମାଣ…

Read More

ଶ୍ରୀଜଗନ୍ନାଥ ସଂଗ୍ରହାଳୟକୁ ତାଳପତ୍ର ପୋଥି ଦାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ପୁଆଣିଆ ଗ୍ରାମର ଦୂର୍ଯ୍ୟଧନ ବରାଡଙ୍କ ଘରେ ଦୀର୍ଘ ବର୍ଷଧରି ଥିବା ନୃସିଂହ ପୁରାଣ ସହ ଗୀତା ଭାଗବତ ତାଳପତ୍ର ପୋଥି ୧୦ ଖଣ୍ଡ ସ୍ଵେଚ୍ଛାକୃତ ଭାବେ ଦୁର୍ଦ୍ଦୁରା ଗାଁରେ ଥିବା ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରକୁ ପରିବାରର ସଦସ୍ୟମାନେ ପୂଜାର୍ଚ୍ଚନା କରି ଦାନ କରିଛନ୍ତି। ଉକ୍ତ ତାଳପତ୍ର ପୋଥି ଦାନ ସମୟରେ ପୂଜା କର୍ମଣୀରେ ମୁଖ୍ୟ ଅନ୍ତର୍ଯ୍ୟାମୀ ଦାସଙ୍କ ତତ୍ତ୍ଵାବଧାନରେ ବିଧିନୁଯାୟୀ ପୂଜା ପାଠ କରାଯାଇ ଅନୁଷ୍ଠାନର ସଂଗ୍ରହାକ ସଞ୍ଜୟ କୁମାର ସାହୁଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ପରବାରର ସଦସ୍ୟ ଘନଶ୍ୟାମ ବରାଡ଼, ପିଙ୍କୁ ବରାଡ, ସତ୍ୟଭାମା ବରାଡ, ରୁଷି ବରାଡ ପ୍ରମୁଖ ସହଯୋଗ କରିଥିଲେ। ଏଥି ସହ ସଂଗ୍ରହାଳୟରେ ସଂଗୃହିତ ହୋଇଥିବା ଦୁର୍ଲ୍ଲଭ ତାଳପତ୍ର ପୋଥି ଗୁଡ଼ିକକୁ ବିଭିନ୍ନ ସମୟରେ ଦୂରଦୂରାନ୍ତରୁ…

Read More

କେନାଲ ଛକ ଠାରୁ ଓସ୍ତିଆମାଳ ଭାୟା ବୁଢାବୁଢ଼ୀଆଣୀ ଡ୍ୟାମ ଦେଇ ୧୧ କିମି ରାସ୍ତା ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଗ୍ରାମାଞ୍ଚଳରେ ସବୁ ପ୍ରକାର ପାଣିପାଗକୁ ସୁହାଉଥବା ଉତ୍ତମ ମାନର ରାସ୍ତା ନିର୍ମାଣ କରାଯିବ । ଏହା ମାଧ୍ୟମରେ ଉଭୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ପର୍ଯ୍ୟଟନ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଯୋଗାଯୋଗ ବ୍ୟବସ୍ଥା ସୁଗମ ହୋଇ ପାରିବ। ଏହା ପରିବହନ ଆବଶ୍ୟକତାକୁ ପୂରଣ କରିବା ସହ ଗ୍ରାମାଞ୍ଚଳର ଆର୍ଥିକ ଓ ସାମାଜିକ ସେବାକୁ ପ୍ରୋତ୍ସାହିତ କରିବ। ଏଭଳି ଲକ୍ଷ୍ୟ ରଖି ଓଡ଼ଗାଁ ବ୍ଲକ ଅନ୍ତର୍ଗତ କେନାଲ ଛକ ଠାରୁ ଓସ୍ତିଆମାଳ ଭାୟା ବୁଢାବୁଢ଼ୀଆଣୀ ଡ୍ୟାମ ଦେଇ ୧୧ କିମି ରାସ୍ତା ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଗ୍ରାମୀଣ କାର୍ଯ୍ୟ ମୁଖ୍ୟ ଯନ୍ତ୍ରୀଙ୍କ ଚିଠି ସଂଖ୍ୟା ୨୮୯୭୫ ପ୍ରକାଶିତ ହୋଇଛି। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଉକ୍ତ ରାସ୍ତାଟି ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ…

Read More

ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରରେ ଦେବଦଳନ ରଥ ଚକ

ନୂଆଗାଁ,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଅବସରରେ ଅପରାହ୍ନରେ ଦୁରଦୁରା ଗ୍ରାମରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରରେ ପୁରୀରୁ ଦେବଦଳନ ରଥର ଚକ ଆସି ପହଞ୍ଚିଛି। ଦୁରୁଦୁରା ଗ୍ରାମରେ ରଥଚକ ପହଞ୍ଚିବା ପରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଥମେ ଆଜ୍ଞାମାଳ ଦେଇ ଶ୍ରଦ୍ଧାଳୁମାନେ ଗ୍ରାମକୁ ରଥଚକ୍ରକୁ ପାଛୋଟି ନେବା ସହ ଗ୍ରାମ ପରିକ୍ରମା କରିଥିଲେ । ପରେ ଉକ୍ତ ରଥଚକକୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟରେ ସଂସ୍ଥାପନ କରାଯାଇଥିଲା l ଘଣ୍ଟ, ମୃଦଙ୍ଗ, ତୁରୀ, ଗିନି ଧ୍ଵନିରେ ଦୁରୁଦୁରା ଗ୍ରାମ ଉତ୍ସବମୁଖର ହୋଇଉଠିଥିଲା । ଏଥି ସହିତ କବିସୂର୍ଯ୍ୟନଗରରୁ ଆସିଥିବା ଘଣ୍ଟବାଦ୍ୟ ଦଳ ଏବଂ ମା’ ମଙ୍ଗଳା ପାଇକ ଆଖଡ଼ାର କଳାକାରମାନେ ସେମାନଙ୍କର ପାଇକ ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ସହଯୋଗରେ ସଂଗ୍ରହାଳୟକୁ ଆସିଥିବା ସଂଗ୍ରହାଳୟର ସଂପାଦକ ସଞ୍ଜୟ କୁମାର…

Read More

ଆଜି ହେଉଛି ପବିତ୍ର ଅଖି ତୃତୀୟା, ଆଜିଠୁ ଆରମ୍ଭ ରଥ ଅନୁକୂଳ ଓ ଚନ୍ଦନ ଯାତ୍ରା

ରଥନିର୍ମାଣର ଶୁଭାନୁକୂଳ: ଏହିତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ…

Read More

ନୟାଗଡ଼ରୁ ଭଦ୍ରକ ୩୧ରୁ ଗଡ଼ିବ ପାସେଞ୍ଜର ମେମୁ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ। ଏ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୩୦ ତାରିଖ ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ଡ଼ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୫ ଭଦ୍ରକରୁ ସକାଳ ୫ଟା ୪୫ରେ ବାହାରି କଟକରେ ୮ଟା ୪୨ରେ ପହଞ୍ଚିବ। ସେଠାରୁ ୮ଟା ୪୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ ଟା ୩୨ରେ ପହଞ୍ଚି ୯ଟା ୩୭ରେ ନୟାଗଡ଼ ଟାଉନ ଅଭିମୁଖେ ଯାତ୍ରା କରିବ । ନୟାଗଡ଼ ଟାଉନରେ ଏହି ସ୍ୱତନ୍ତ୍ର ଟ୍ରେନ…

Read More

ବରକନ୍ୟାରେ ଡ଼ଃ. ଅରୁଣଙ୍କ ସହ ପହଞ୍ଚିଲେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲା ପ୍ରଶାସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି । କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ବର୍ଷସାରା କୁଳୁକୁଳୁ ଶବ୍ଦରେ ବହି ଚାଲିଛ ବରକନ୍ୟା ଝରଣା । ଦୀର୍ଘଦିନ ଧରି ଏହା ଲୋକ ଲୋଚନକୁ ଆସିନଥିବା ଏବେ ବେଶ ଲୋକପ୍ରିୟ ହୋଇଛି। ଆଜି ସକାଳୁ ସକାଳୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ବଡ଼ମ୍ବା…

Read More

ପ୍ରକୃତି କୋଳରେ ବରକନ୍ୟାକୁ ଦେଖି ଆଚମ୍ବିତ ହେଲେ ବିଧାୟକ ଡ଼ଃ. ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢାବୁଢିଆଣୀ ଡ୍ୟାମ୍ ଠାରୁ ପ୍ରାୟ ୫ କି.ମି ଦୁର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମର କାନଖାଇ ପାହାଡ଼ରୁ ଧାର ଧାର ବୋହି ବହି ଚାଲିଛି ବରକନ୍ୟା ଝରଣା । ପ୍ରାକୃତିକ ଶୋଭରାଜିରେ ଭରପୁର ଏହି ସୌନ୍ଦର୍ଯ୍ୟମୟ ସ୍ଥାନଟି ଜିଲ୍ଲାରେ ଲୁକ୍କାୟିତ ଅବସ୍ଥାରେ ଥିବାବେଳେ ଏହି ଝରଣା ନିକଟକୁ ଆଜି ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଜିଲ୍ଲା ପ୍ରଶାସନକୁ ସାଙ୍ଗରେ ଧରି ଏହି ବର-କନ୍ୟା ଝରଣା ପରିଦର୍ଶନ କରିଛନ୍ତି। ପ୍ରକୃତି କୋଳରେ ଏମିତି ଏକ ବିରଳ ଚୀରସ୍ରୋତା ଝରଣା ରହିଥିବା କଥାକୁ ସେ ସହଜରେ ବିଶ୍ୱାସ କରି ପାରିନଥିଲେ। ପ୍ରଥମେ ଏଠାକାର ପରିବେଶ ଦେଖି ସେ ଆଚମ୍ବିତ ହେବା ସହ ଏହା ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇବାକୁ ହକ୍ ବୋଲି କହିଥିଲେ। ବିଧାୟକ ଡ଼ଃ. ସାହୁ ଝରଣାକୁ…

Read More

ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକଙ୍କ କାଳିଆ ଦର୍ଶନ ଯାତ୍ରା

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ବରିଷ୍ଟ ନାଗରିକ ମଞ୍ଚ ପ୍ରାୟୋଜିତ କାଳିଆଦର୍ଶନ ଯାତ୍ରାରେ ୧୦୮ଜଣ ବରିଷ୍ଠ ନାଗରିକ ଆଜି ସକାଳୁ ରେଳରେ ପୁରୀ ଯାତ୍ରା କରିଛନ୍ତି। ପୁରୀରେ ପହଂଚି ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଅବଢ଼ା ସେବନ ଏବଂ ସମୁଦ୍ରକୂଳରେ ଏକ ସ୍ୱତନ୍ତ୍ର ବୈଠକରେ ଯୋଗଦେବେ। ରାଜ୍ୟ ମହାସଂଘ ସାଧାରଣ ସମ୍ପାଦକ ଏବଂ ପୁରୀ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତା ଉକ୍ତ ବୈଠକରେ ଯୋଗଦେବେ। ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରିଷ୍ଟ ନାଗରିକମାନଂକୁ କାଳିଆ ଦର୍ଶନ ପାଇଁ ସମସ୍ତ ପୁଲିସି ସହାୟତା ଯୋଗାଇଦେବାଥିବାରୁ ସଂଘର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଦୁର୍ଯ୍ୟାଧନ ସାହୁ ପୁରୀ ଆରକ୍ଷୀ ଅଧିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜିର ଏହି ତୀର୍ଥ ଯାତ୍ରାରେ ନୟାଗଡ, ବାଉଁଶିଆପଡା, ପଣ୍ଡୁସର, ବେଗୁନିଆପଟଣା, ଇଟାମାଟି, ଭାପୁର, ଶରଣକୁଳ ଏବଂ ଖଣ୍ଡପଡାର…

Read More