ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରରେ ଦେବଦଳନ ରଥ ଚକ

ନୂଆଗାଁ,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଅବସରରେ ଅପରାହ୍ନରେ ଦୁରଦୁରା ଗ୍ରାମରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରରେ ପୁରୀରୁ ଦେବଦଳନ ରଥର ଚକ ଆସି ପହଞ୍ଚିଛି। ଦୁରୁଦୁରା ଗ୍ରାମରେ ରଥଚକ ପହଞ୍ଚିବା ପରେ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଥମେ ଆଜ୍ଞାମାଳ ଦେଇ ଶ୍ରଦ୍ଧାଳୁମାନେ ଗ୍ରାମକୁ ରଥଚକ୍ରକୁ ପାଛୋଟି ନେବା ସହ ଗ୍ରାମ ପରିକ୍ରମା କରିଥିଲେ । ପରେ ଉକ୍ତ ରଥଚକକୁ ଶ୍ରୀଜଗନ୍ନାଥ ସଂଗ୍ରହାଳୟରେ ସଂସ୍ଥାପନ କରାଯାଇଥିଲା l ଘଣ୍ଟ, ମୃଦଙ୍ଗ, ତୁରୀ, ଗିନି ଧ୍ଵନିରେ ଦୁରୁଦୁରା ଗ୍ରାମ ଉତ୍ସବମୁଖର ହୋଇଉଠିଥିଲା । ଏଥି ସହିତ କବିସୂର୍ଯ୍ୟନଗରରୁ ଆସିଥିବା ଘଣ୍ଟବାଦ୍ୟ ଦଳ ଏବଂ ମା’ ମଙ୍ଗଳା ପାଇକ ଆଖଡ଼ାର କଳାକାରମାନେ ସେମାନଙ୍କର ପାଇକ ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ସହଯୋଗରେ ସଂଗ୍ରହାଳୟକୁ ଆସିଥିବା ସଂଗ୍ରହାଳୟର ସଂପାଦକ ସଞ୍ଜୟ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ସୁଭଦ୍ରାଙ୍କ ରଥରl ଚକକୁ ଦର୍ଶନ କରିବା ସହିତ ଗ୍ରାମ ପରିକ୍ରମା କରିଥିଲେ । ଶ୍ରୀ ଜଗନ୍ନାଥ ସଂଗ୍ରାହଳୟ ମଧ୍ୟରେ ସଞ୍ଜୟଙ୍କ ଦ୍ଵାରା ସଂଗ୍ରହ କରାଯାଇଥିବା ସମସ୍ତ ପୋଥି, ଦେଶବିଦେଶର ଖବର କାଗଜ, ପାଞ୍ଜି ଦେଖି ଖୁସି ହୋଇ ଯାଇଥିଲେ l ସଂଗ୍ରାହଳୟର କିଭଳି ଉନ୍ନତି କରାଯାଇ ଏକ ସ୍ଥାୟୀ ଭବନ ନିର୍ମାଣ କରାଯିବ ସେଥିପାଇଁ ଉପସ୍ଥିତ ବିଧାୟକଙ୍କୁ ଅନୁରୋଧ କରିଥିଲେ ସଞ୍ଜୟ । ମାନ୍ୟବର ବିଧାୟକ ମଧ୍ୟ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପଟ୍ଟଶାଣି, ଉପାଧକ୍ଷ ନୂଆଗାଁ ବ୍ଲକ ଉପାଧ୍ୟାକ୍ଷ ପର୍ଶୁରାମ ସ୍ୱାଇଁ, ସ୍ଥାନୀୟ ସରପଂଚ ଜିତେନ୍ଦ୍ର କୁମାର ସାହୁ, ସମିତି ସଭ୍ୟ, ସାମ୍ବାଦିକ ଶିବରାମ ମହାପାତ୍ରଙ୍କ ସମେତ ଆଖପାଖ ଅଂଚଳର ଶହ ଶହ ଜଗନ୍ନାଥ ପ୍ରେମୀ, ବୁଦ୍ଧିଜୀବୀ, ସମାଜ ସେବୀ ଉପସ୍ଥିତ ଥିଲେ l

Related posts