ଉତ୍କଳ ସାମ୍ବାଦିକ ସଂଘର ସାଂଗଠନିକ ବୈଠକ

ବ୍ଲକସ୍ତରୀୟ ବନ୍ଧୁ ମିଳନରେ ଏକତା ଓ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ଉପରେ ଗୁରୁତ୍ୱ ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ନୟାଗଡ଼ ପ୍ୟାଲେସ ପରିସରରେ ନୟାଗଡ଼ ବ୍ଲକ ଓ ସହରାଞ୍ଚଳର ସାମ୍ବାଦିକମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବନିର୍ବାଚିତ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାବେଶରେ ସାମ୍ବାଦିକଙ୍କ ଏକତା, ସଂଘର ସାଂଗଠନିକ ମଜଭୁତ ଓ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଉପସ୍ଥିତ ସାମ୍ବାଦିକମାନେ ନବନିର୍ବାଚିତ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କୁ ସ୍ୱାଗତ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ। ନୟାଗଡ଼ ଜିଲ୍ଲାରେ ସାମ୍ବାଦିକମାନଙ୍କ ହକ୍‌ ଓ ସ୍ୱାର୍ଥ ପାଇଁ ପୂର୍ବତନ ସଭାପତି ଶ୍ରୀକାନ୍ତ ଖଟେଇ ଯେପରି ଲଢ଼େଇ କରି ଆସିଥିଲେ ଏବଂ ସମସ୍ତଙ୍କୁ ଏକଜୁଟ କରି ରଖିଥିଲେ, ସେହି…

Read More