ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

ଶିକ୍ଷାର୍ଥୀ ଚିହ୍ନଟଠାରୁ ପରୀକ୍ଷା ପରବର୍ତ୍ତୀ ମାର୍କ ପ୍ରବେଶ ପର୍ଯ୍ୟନ୍ତ ଦିଆଗଲା ତାଲିମ ରଣପୁର,(ନୟାଗଡ଼ ଦର୍ପଣ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ କୁ ଆହୁରି ସୁଦୃଢ଼ ଓ ସଫଳ କରିବା ଉଦ୍ଦେଶ୍ୟରେ ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅବସରରେ ଅଧିକାରୀଦ୍ୱୟ ଉଲ୍ଲାସ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗ୍ରାମୀଣ ଅଞ୍ଚଳରେ ନିରକ୍ଷର ବୟସ୍କ ଶିକ୍ଷାର୍ଥୀଙ୍କୁ ସାକ୍ଷର କରିବାରେ ଏହାର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ତାଲିମ ଶିବିରରେ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଓ ବିଶ୍ୱମୋହନ ବେହେରା…

Read More

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

ଶୋଭାଯାତ୍ରା, ଘୋଡ଼ାନାଚ ଓ ଲୋକନୃତ୍ୟରେ ଗାଁ ଗାଁରେ ପହଞ୍ଚିଲା ସାକ୍ଷରତାର ବାର୍ତ୍ତା ରଣପୁର,(ନୟାଗଡ଼ ଦର୍ପଣ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ଜନଆନ୍ଦୋଳନର ରୂପ ଦେବା ଲକ୍ଷ୍ୟରେ ରଣପୁର ବ୍ଲକ ମହତପଲ୍ଲା ବିଦ୍ୟାଳୟ ପକ୍ଷରୁ ଏକ ଆକର୍ଷଣୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣରେ ସମଗ୍ର ଅଞ୍ଚଳରେ ସାକ୍ଷରତାର ବାର୍ତ୍ତା ପ୍ରଚାର କରାଯାଇଥିଲା। କାର୍ଯ୍ୟକ୍ରମର ଅଂଶ ଭାବେ ମହତପଲ୍ଲା ଗ୍ରାମରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ସାକ୍ଷରତା ସମ୍ପର୍କିତ ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ‘ପଢ଼ିବା, ଶିଖିବା ଓ ଆଗକୁ ବଢ଼ିବା’ ଭଳି ବାର୍ତ୍ତା ମାଧ୍ୟମରେ ନିରକ୍ଷରତା ଦୂରୀକରଣ ସହ ସମସ୍ତଙ୍କୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା। ଶୋଭାଯାତ୍ରା ପରେ ଘୋଡ଼ାନାଚ…

Read More

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା

ପ୍ରକଳ୍ପରେ ଝଲସିଲେ ପ୍ରତିଭା, ବିଜ୍ଞାନମୟ ହେଲା ବିଦ୍ୟାଳୟ ପରିସର ନୟାଗଡ଼,(ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତନ, ସୃଜନଶୀଳତା, ଗବେଷଣାମନସ୍କତା ଓ ପରୀକ୍ଷଣ ଦକ୍ଷତାର ବିକାଶ ଲକ୍ଷ୍ୟରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ପକ୍ଷରୁ ନୟାଗଡ଼ ହାଉସିଂ ବୋର୍ଡ ନିକଟସ୍ଥ ରାମକୃଷ୍ଣ ବିହାରସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ନୟାଗଡ଼ ଜିଲ୍ଲା ପ୍ରମୁଖ ସମାଜସେବୀ ଶ୍ରୀଧର ସାହୁଙ୍କ ପୌରହିତ୍ୟରେ  ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ବିଜ୍ଞାନ ଗୁରୁଜୀ ପବିତ୍ର ସାହୁ ଓ ଦେବଦତ୍ତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଶକ୍ତି ସଞ୍ଚୟ, ବର୍ଜ୍ୟବସ୍ତୁ ପରିଚାଳନା, କୃଷି, ସ୍ୱାସ୍ଥ୍ୟ ଓ ଆଧୁନିକ ପ୍ରଯୁକ୍ତି ଆଦି ବିଷୟକୁ ନେଇ…

Read More

ବିଦ୍ୟାଳୟ ରେ ପାଳିତ ହେଲା ଦାସିଆ ଅଜାଙ୍କ ଶ୍ରାଦ୍ଧ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଇଟାମାଟି ରେ ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା, ବିଶିଷ୍ଟ ସଂଗ୍ରାହକ, ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ରେ ସଂଯୋଜନା କରିଥିଲେ  ଶିକ୍ଷୟିତ୍ରୀ ଚିନ୍ମୟୀ ନାୟକ। କାର୍ଯ୍ୟକ୍ରମ ଆରମ୍ଭ ରୁ ସଂସ୍କୃତ ଶିକ୍ଷକ ଶ୍ରୀହର୍ଷ ମହାପାତ୍ର ବେଦମନ୍ତ୍ର ପାଠ କରିଥିବା ବେଳେ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା,ଶରତ ଚନ୍ଦ୍ର ଆଚାର୍ଯ୍ୟ,ଶିକ୍ଷୟିତ୍ରୀ ହରପ୍ରିୟା ଦ୍ୱିବେଦୀ, ପ୍ରମୁଖ ଦାସିଆ ଅଜାଙ୍କ ତ୍ୟାଗ, ନିଷ୍ଠା, ସମର୍ପଣ ସହ ତାଙ୍କ ଜୀବନର କୃତି ଓ କିର୍ତ୍ତୀ ବିଷୟରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାସିଆ ଅଜାଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ…

Read More

ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି  ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜେସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ,ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁମିତ୍ରା ଭୂୟାଁ,କମ୍ରେଡ ବିଶ୍ୱନାଥ ମହାପାତ୍ର,ସମାଜସେବୀ…

Read More

ଦାସିଆ ଅଜାଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ପାଠାଗାର ଆନ୍ଦୋଳନର ଆଗଧାଡିର ନାୟକ ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦିପ ଧୁପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂଜ୍ୟପୂଜା କମିଟି ର ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନା ରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଭାରତ ବିକାଶ ପରିଷଦର ସଭାପତି ଶ୍ରୀ ପ୍ରଶନ୍ନ କୁମାର ବସନ୍ତିଆ, ରୋଟାରୀ କ୍ଲବ ସଭାପତି ବାସୁଦେବ ସାହୁ, ନୟାଗଡ଼ କ୍ଲବ୍ ସଂପାଦକ ଶ୍ରୀଧର ସାହୁ, ସିଭିଲ ସୋସାଇଟ ସଦସ୍ୟ, ରୋଟାରିଆନ ଜି ରଶ୍ମିରାଜ, ପୂର୍ବତନ ବିଇଓ ନିମାଇଁ ସାରଙ୍କ ସମେତ ଅନେକ ଦାସିଆ ଅଜା ପ୍ରେମୀ ଉପସ୍ଥିତ ଥିଲେ । ଶ୍ରୀ ରାମକୃଷ୍ଣ ଆଦର୍ଶ…

Read More

ଧାରଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍କୁଲରେ ଶିକ୍ଷକ ଅଭାବ ସମେତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଓଡ଼ଗାଁ ବ୍ଲକ୍ ମଗରବନ୍ଧ ପଞ୍ଚାୟତର ବାଲିତଇଲା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ତୁରନ୍ତ ଧାରଣାସ୍ଥଳରେ ପହଞ୍ଚିଥିଲେ। ସେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ଇଂ. ପଟ୍ଟନାୟକ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ସହ ଆଲୋଚନା କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଣ୍ଡେ ମଧ୍ୟ ଧାରଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ବିଦ୍ୟାଳୟର…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ

୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା ନୟାଗଡ଼, (ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ, ଅନୁସନ୍ଧାନମନସ୍କତା ଓ ସୃଜନଶୀଳ ଚିନ୍ତାଧାରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ବିହାରସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ୟାଳୟର ବାର୍ଷିକ ବିଜ୍ଞାନମେଳା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନମେଳାରେ ୧୨୦ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ୪୦ଜଣ ପୂର୍ବ ପ୍ରାଥମିକ କୁନି କୁନି ଶିଶୁ ମାନଙ୍କର କଣ୍ଢେଇ ମେଳା ସ୍ଥାନ ପାଇଥିଲା। କୁନି କୁନି  ଶିଶୁ ବୈଜ୍ଞାନିକଙ୍କ ସୃଜନଶୀଳତା ଓ ପ୍ରତିଭା ଉପସ୍ଥିତ ଅଭିଭାବକ ଓ ଅତିଥିମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା। ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ସମାଜସେବୀ ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଏହି ବିଜ୍ଞାନମେଳା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ବିଜ୍ଞାନମେଳା…

Read More

ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ

ମଗରବନ୍ଧ ବାଲିସାହି ପ୍ରାଥମିକ ବିଦ୍ୟାଳୟ ନଗ୍ନ ଦୃଷ୍ଟାନ୍ତ : କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଶିକ୍ଷକ ନିଯୁକ୍ତି ଦାବିରେ ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ ବାଲିସାହି ପ୍ରାଥମିକ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ନିଜ ପିତାମାତାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ଘଟଣାକୁ ନେଇ କଂଗ୍ରେସ ଚିନ୍ତା ପ୍ରକଟ କରିଛି। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀମାନେ ‘ଆମକୁ ଶିକ୍ଷକ ଦିଅ, ଆମେ ପାଠ ପଢ଼ିବୁ’ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ଘଟଣା ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କହିଛନ୍ତି। ଆଗାମୀ ଦିନରେ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ପୁନରାବୃତ୍ତି ଯେପରି ନହୁଏ,…

Read More

ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

ଶିକ୍ଷଣ ସୋପାନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିକ୍ଷକ-ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ କୁଣ୍ଡଙ୍କ ସହଯୋଗରେ ଆୟୋଜିତ ଏହି ବୈଠକରେ କ୍ଲଷ୍ଟର ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ, ଶିକ୍ଷଣ ଫଳାଫଳ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସେ ବୈଠକର ବିଭିନ୍ନ ବିଷୟବସ୍ତୁ ସହିତ ୟୁଡାଇସ୍‌, ଉଲ୍ଲାସ, ସ୍ୱଚ୍ଛତା କାର୍ଯ୍ୟକ୍ରମ ଆଦିର ସଠିକ୍‌ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ଗୁରୁତ୍ୱର ସହ ଗ୍ରହଣ କରି ସମୟାନୁସାରେ…

Read More