ଗଣିଆ ଥାନା କିଶୋରପ୍ରସାଦ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ପଛରେ ପିଟିହେଲା ବାଇକି , ଜଣଙ୍କର ମୃତ୍ୟୁ ଓ ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଗୁରୁତର

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶନିବାର ଦିନ ସନ୍ଧ୍ୟା ସମୟରେ ଘଟିଯାଇଛି। ଗଣିଆ ପଟୁ ଯାଉଥିବା ଏକ ବାଇକି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ ପଛରେ ପିଟିହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ସୁଶାନ୍ତ ପୃଷ୍ଟି। ଏହି ଦୁର୍ଘଟଣାରେ ଜଣାଶୁଣା ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଗୁରୁତର ଆହତ ହୋଇଛନ୍ତି।ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତ ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଓ ସୁଶାନ୍ତ ପୃଷ୍ଟିଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିବା ବେଳେ ବ୍ୟଙ୍ଗକବି ଆର୍ତତ୍ରାଣ ମିଶ୍ର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା…

Read More

ଗଣିଆ ପାଣ୍ଡରାସିଂଘାରେ ଯୁବକଙ୍କୁ ଗୁଳିମାଡ଼, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ଗଣିଆ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ପଞ୍ଚାୟତର ପାଣ୍ଡରାସିଙ୍ଗା ଛକରେ ଘଟିଥିବା ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏହି ଘଟଣାରେ ପତୁରିଆ ଗ୍ରାମର କୁଳମଣୀ ନାୟକଙ୍କ ପୁଅ ରବିନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିନ୍ଦ୍ର ନାୟକ ପାଣ୍ଡରାସିଙ୍ଗା ଛକସ୍ଥିତ ତାଙ୍କ ନିଜ ଗ୍ୟାରେଜରେ ବସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ହଠାତ୍ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।ଘଟଣା ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ବୈଜ୍ଞାନିକ ଟିମ୍ ଓ ପୋଲିସ…

Read More

ଗଣିଆ ବ୍ଲକ ଟପର ହେଲେ ବିଷ୍ଣୁପ୍ରିୟା ବେହେରା

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ଡଃ. ଆର.ସି. ସାମନ୍ତରାୟ ମହାବିଦ୍ୟାଳୟର ଛାତ୍ରୀ ଵିଷ୍ଣୁପ୍ରୀୟା ବେହେରା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୬୫ନମ୍ବର ରଖି ଗଣିଆ ବ୍ଲକ ଟପ୍ପର ହୋଇଥିବା ବେଳେ ସୁଜାତା ବେହେରା କଳା ବିଭାଗରେ ୫୪୪ନମ୍ବର ରଖି ବ୍ଲକ ଟପର ହୋଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ସମ୍ପାଦକ ଡ଼ .ଏଲ୍ଡାଡକାଇଣ୍ଡ  ସେଥ, ମ୍ୟାନେଜମେଣ୍ଟର ମୁଖ୍ୟ କବିଚନ୍ଦ୍ର ସାମନ୍ତରାୟ, ଓଡ଼ିଆ ଅଧ୍ୟାପକ ଜିତେନ୍ ପାଣିଗ୍ରାହୀଙ୍କ ସମେତ  ଅଂଚଳର ବୁଦ୍ଧିଜୀବୀ, ସ୍ବେଛାସେବୀମାନେ ଉଭୟ ଛାତ୍ରୀଙ୍କ ସମେତ ଉତ୍ତୀର୍ଣ୍ଣ କରିଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Read More

ଗଣିଆ ବନାଞ୍ଚଳର କର୍ତବ୍ୟ ନିଷ୍ଠ ବନପାଳଙ୍କର ଆକସ୍ମିକ ମୃତ୍ୟୁ

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବନାଂଚଳ କାର୍ଯ୍ୟାଳୟରେ ଦୀର୍ଘ ୧୫ବର୍ଷଧରି କାର୍ଯ୍ୟରତଥିବା ଜଣେ କର୍ତବ୍ୟ ନିଷ୍ଠ ବନପାଳଙ୍କର ଗତକାଲି ମଧ୍ୟରାତ୍ରୀରେ ଆକସ୍ମିକ ମୃତ୍ୟୁ ଘଟିଛି । ସୁଚନା ଥାଉକି ଦଶପଲା ବ୍ଳକ ତେଣ୍ଡାବାଡ଼ି ଗ୍ରାମର ସନ୍ତୋଷ କୁମାର ପ୍ରଧାନ(୪୫) ଅଟନ୍ତି । ସେ ଗଣିଆ ବନାଂଚଳରେ ପ୍ରଥମେ ବନରକ୍ଷୀଭାବେ କାର୍ଯ୍ୟ କରୁଥିବାବେଳେ କାଳକ୍ରମେ ପଦୋନ୍ନତି ହୋଇ ବନପାଳ ଭାବେ କାର୍ଯ୍ୟ କରୁଥିଲେ । କିଛିଦିନ ପୂର୍ବରୁ ସେ ହୃଦରୋଗ, ଯକୃତ ଓ ଫୁସଫୁସ ରୋଗରେ ପିଡ଼ିତ ଥିଲେ । ଭୂବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁକୁ ନେଇ ଗଣିଆ ବନାଂଚଳ ତଥା ଗଣିଆ ବ୍ଳକରେ ଏକ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଶବ ଗ୍ରାମରେ ପଂହଚିଲାପରେ ସନ୍ତୋଷଙ୍କ ମୃତ ଶରୀର ଦେଖିବାପାଇଁ ଲୋକାରଣ୍ୟ ହୋଇଥିବା ଦେଖିବାକୁ…

Read More

ମାତୃହନ୍ତା ପୁଅକୁ ବାନ୍ଧିଲା ଗଣିଆ ପୋଲିସ

ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ଥାନା କରଡାପଡା ପଞ୍ଚାୟତ କଳାଶିମିଳି ଗ୍ରାମରେ ଶନିବାର ଦିନ ବୃଦ୍ଧା ମାକୁ ମାରିଥିବା ମାତୃହନ୍ତା ପୁଅକୁ ରବିବାର ଦିନ ଅଦାଲତ ଚାଲାଣ କରିଛି ଗଣିଆ ପୋଲିସ । ସୁଚନଥାଉକି କଳାଶିମିଳି ଗ୍ରାମର ରବିନ୍ଦ୍ର ବାରିକିଙ୍କ ସ୍ତ୍ରୀ ସୁକାନ୍ତି ଦେଇ(୫୨)ଙ୍କୁ ତାଙ୍କ ଏକମାତ୍ର ପୁଅ କୁନା ବାରିକି ବାଡ଼େଇ ମାରିଦେଇଥିବା ଥାନାରେ ଅଭିଯୋଗ କରିଥିଲେ । ବାପା ଖଣ୍ଡପଡ଼ାକୁ କାମ କରିବା ପାଇଁ ଯାଇଥିବା ବେଳେ ପୁଅ ବିଭିନ୍ନ ସମୟରେ ମାକୁ ମାରଧର କରୁଥିଲା । ଏପରିକି ବିଭିନ୍ନ ସମୟରେ ଗ୍ରାମବାସୀ ମଧ୍ୟ ସମାଧାନ କରୁଥିଲେ । କିନ୍ତୁ ପୁଅ ସବୁବେଳେ ମଦ ପିଇ ମା ସହିତ ପାଟିତୁଣ୍ଡ କରୁଥିଲା । ଶୁକ୍ରବାର ଦିନ ମାଆକୁ ବାଡେଇଥିବା ଗ୍ରାମବାସୀ ମାନେ କହିଛନ୍ତି । ଏପରିକି ସନ୍ଧ୍ୟା ବେଳେ ମାଆକୁ ଘରକୁ ଠେଲି ଠେଲି…

Read More

ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସନ୍ଧ୍ୟା ୬ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ ସ୍ଥିତ ମଣିଭଦ୍ରା ପାହାଡ଼ର ପାଦଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହାଯଜ୍ଞ ଆସନ୍ତା ନଭେମ୍ବର ୨୩ତାରିଖ ଠାରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ୟାପି ଅନୁଷ୍ଠିତ ହେବ । ବିଗତ ବର୍ଷ ଭଳି ଚଳିତ ବର୍ଷ ଏହି ମହାଯଜ୍ଞକୁ କିପରି ସରସ ସୁନ୍ଦର ଓ ସୂଚାରୁରୂପେ ପାଳନ କରାଯିବ ସେଥି ନିମନ୍ତେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ,ଲାଇନ ବିଭାଗର ଅଧିକାରୀ ଓ ଓଁ ମା ସତ୍ୟ ଶାନ୍ତି ସେବାଶ୍ରମର ସଦସ୍ୟମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଆଗାମୀ ତା.୧୦.୧୧.୨୦୨୫ରିଖ ଦିବା ୧୧ଘଟିକା ସମୟରେ ପରବର୍ତ୍ତୀ ବୈଠକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗଣିଆ,…

Read More

ନୟାଗଡ଼ ଜିଲ୍ଲାର ବରିଷ୍ଠ ଅଭିନେତା ସଚ୍ଚି ପଣ୍ଡାଙ୍କ ବିୟୋଗରେ ଶୋକସଭା

ଗଣିଆ,(ନୟାଗଡ଼ ଦର୍ପଣ): ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଧାରାବାହିକ, ଭଜନରେ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ ବରିଷ୍ଠ ଅଭିନେତା ସଚ୍ଚି ପଣ୍ଡା। ଚରିତ୍ର ଅଭିନୟରେ ନିଜର ପାରଦର୍ଶିତା ଦେଖାଇଥ‌ିବା ବ୍ୟକ୍ତି ଜଣକ ପ୍ରକୃତରେ ଜଣେ ଶାନ୍ତ, ସରଳ ହୃଦୟବାନ ମଣିଷ ରୂପେ ପରିଗଣିତ ଥିଲେ। ତାଙ୍କ ମୃତ୍ୟୁର ଗଣିଆରେ ଶୋକର ଛାୟା ଖେଳିଯାଇଛି। ଢୋଲମରା ବାସିନ୍ଦା ହୋଇଥିଲେ ମଧ୍ୟ ପାଠ ପଢା ଠାରୁ ଆରମ୍ଭ କରି କଳାକାର ଜୀବନ ସେ ଗଣିଆରେ ଅତିବାହିତ କରିଥିଲେ। ଗଣିଆର ପ୍ରତ୍ୟକ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡିତଥିଲେ। ତାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଅଭିନେତା ଗିରିଶ କୁମାର ମିଶ୍ର, ଗଣିଆ କଳାକାର ସଂଘର ଉପସଭାପତି ବିଜୟ କୁମାର ବେହେରା,…

Read More

ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ତରଫରୁ  ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନର ଦ୍ବାରା  ତିନି ଦିନିଆ  ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନର ଏକ ପ୍ରୟୋଗଶାଳା ଦଶପଲ୍ଲା ବ୍ଲକରେ ସଭାଗୃହରେ  ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦଶପଲ୍ଲା ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକର  ମୋଟ ୧୧୩ଟି ଅନୂସୁଚିତ ଜନଜାତି ବହୁଳ  ଗ୍ରାମର  ସାମଗ୍ରିକ ଉନ୍ନତ କରାଯିବାର ଲକ୍ଷ ରଖାଯାଇଛି। ସେଇ ଗ୍ରାମର ଜନଜାତି ଯୁବକ ଯୁବତୀମାନେ  ସଶକ୍ତ ହେବା ସହ  ଗ୍ରାମ ଓ ସରକାରୀ କର୍ମଚାରୀଙ୍କ ସହ ସଂଯୋଗ ସ୍ଥାପନା କରି  ବିକାଶ ବାହକ ହେବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦଶପଲା, ଜିଲ୍ଲା ମଙ୍ଗଳ…

Read More

ସ୍ୱାସ୍ଥ୍ୟ, ସଚେତନତା ଶିବିର ଓ ଚଷମା ଓ ଚପଲ ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଗଣିଆ ବ୍ଲକ ଅନ୍ତର୍ଗତ ବେଠିଆସାହି ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ  ବେଠିଆ ସାହି ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା।  ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ…

Read More

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦୈନିକ ଖବର କାଗଜର ଶିରୋନାମା ପାଲଟୁଛି ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା

ନୟାଗଡ଼, (ନୟାଗଡ଼ ଦର୍ପଣ) : ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମେକେଶ ରାୟ ଏବଂ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆସନ୍ତା ଜୁନ ୨୫ ତାରିଖ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ସକାଳ ୧୦ ଘଟିକା ସମୟରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ…

Read More