ଗଣିଆ ବନାଞ୍ଚଳର କର୍ତବ୍ୟ ନିଷ୍ଠ ବନପାଳଙ୍କର ଆକସ୍ମିକ ମୃତ୍ୟୁ

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବନାଂଚଳ କାର୍ଯ୍ୟାଳୟରେ ଦୀର୍ଘ ୧୫ବର୍ଷଧରି କାର୍ଯ୍ୟରତଥିବା ଜଣେ କର୍ତବ୍ୟ ନିଷ୍ଠ ବନପାଳଙ୍କର ଗତକାଲି ମଧ୍ୟରାତ୍ରୀରେ ଆକସ୍ମିକ ମୃତ୍ୟୁ ଘଟିଛି । ସୁଚନା ଥାଉକି ଦଶପଲା ବ୍ଳକ ତେଣ୍ଡାବାଡ଼ି ଗ୍ରାମର ସନ୍ତୋଷ କୁମାର ପ୍ରଧାନ(୪୫) ଅଟନ୍ତି । ସେ ଗଣିଆ ବନାଂଚଳରେ ପ୍ରଥମେ ବନରକ୍ଷୀଭାବେ କାର୍ଯ୍ୟ କରୁଥିବାବେଳେ କାଳକ୍ରମେ ପଦୋନ୍ନତି ହୋଇ ବନପାଳ ଭାବେ କାର୍ଯ୍ୟ କରୁଥିଲେ । କିଛିଦିନ ପୂର୍ବରୁ ସେ ହୃଦରୋଗ, ଯକୃତ ଓ ଫୁସଫୁସ ରୋଗରେ ପିଡ଼ିତ ଥିଲେ । ଭୂବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁକୁ ନେଇ ଗଣିଆ ବନାଂଚଳ ତଥା ଗଣିଆ ବ୍ଳକରେ ଏକ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଶବ ଗ୍ରାମରେ ପଂହଚିଲାପରେ ସନ୍ତୋଷଙ୍କ ମୃତ ଶରୀର ଦେଖିବାପାଇଁ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ସେ ଜଣେ କର୍ତବ୍ୟନିଷ୍ଠ, ମେଳାପୀ, ପରୋପକାରୀ ବ୍ୟକ୍ତିତ୍ୱ ଭାବେ ବେଶ ପରିଚିତ ଥିଲେ ।

Related posts