ଗଣିଆ ଥାନା କିଶୋରପ୍ରସାଦ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ପଛରେ ପିଟିହେଲା ବାଇକି , ଜଣଙ୍କର ମୃତ୍ୟୁ ଓ ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଗୁରୁତର

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶନିବାର ଦିନ ସନ୍ଧ୍ୟା ସମୟରେ ଘଟିଯାଇଛି। ଗଣିଆ ପଟୁ ଯାଉଥିବା ଏକ ବାଇକି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ ପଛରେ ପିଟିହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ସୁଶାନ୍ତ ପୃଷ୍ଟି। ଏହି ଦୁର୍ଘଟଣାରେ ଜଣାଶୁଣା ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଗୁରୁତର ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତ ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଓ ସୁଶାନ୍ତ ପୃଷ୍ଟିଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିବା ବେଳେ ବ୍ୟଙ୍ଗକବି ଆର୍ତତ୍ରାଣ ମିଶ୍ର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଗଣିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଥାନାକୁ ଆଣିଛି । ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Related posts