ନିର୍ବାଚନୀ ସ୍ୱଚ୍ଛତା ଓ ୧୦୦ ପ୍ରତିଶତ VVPAT ଗଣତି ଦାବି କଲେ AICC ପର୍ଯ୍ୟବେକ୍ଷକ ପି.ସି. ଶର୍ମା ନୟାଗଡ଼, (ନୟାଗଡ଼ ଦର୍ପଣ): ଗଣତନ୍ତ୍ରର ସୁରକ୍ଷା ଓ ଭୋଟରଙ୍କ ଅଧିକାର ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଅଖିଳ ଭାରତ କଂଗ୍ରେସ କମିଟି (AICC) ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଅବସରରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ AICC ପର୍ଯ୍ୟବେକ୍ଷକ ତଥା ମଧ୍ୟପ୍ରଦେଶର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ପି.ସି. ଶର୍ମା ଯୋଗଦେଇ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ଓ ଭୋଟରଙ୍କ ଅଧିକାରକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ।ଶ୍ରୀ ଶର୍ମା କହିଥିଲେ ଯେ, ଗଣତନ୍ତ୍ରର ମୂଳଦୁଆ ହେଉଛି ଜନସାଧାରଣଙ୍କ ଭୋଟ ଅଧିକାର। କିନ୍ତୁ ଆଜି ସେହି ପବିତ୍ର ଅଧିକାର ଉପରେ ଆଘାତ କରାଯାଉଥିବା ଅଭିଯୋଗ ଗଣତନ୍ତ୍ର ପ୍ରତି ଚିନ୍ତାଜନକ…
Read More