ପ୍ରେମିକାଙ୍କୁ ଲୁଚି ଲୁଚି ଦେଖା କରିବାକୁ ଆସି ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ପ୍ରେମିକର ମୃତ୍ୟୁ

ପଙ୍କୁଆ-କଳସାଖମଣ ରାସ୍ତା କଡ଼ରୁ ମିଳିଥିବା ମୃତ ଯୁବକଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କଲା ଦଶପଲ୍ଲା ପୋଲିସ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଚଡ଼େୟାପଲ୍ଲୀ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ବେଳେ ଗତ ୨୭ତାରିଖ ପୂର୍ବାହ୍ଣରେ ପଙ୍କୁଆ–କଳସାଖମଣ ରାସ୍ତାର ଉଦୁଡ଼ା ନିକଟରୁ ପୋଖରୀଗୋଛା ପଞ୍ଚାୟତ ଚିନାପହଁରା ଗ୍ରାମର ହରି ଥାଟେଇ(୨୩)ଙ୍କ ମୃତଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ହରି ବ୍ରହ୍ମପୁରର ଏକ ଏକାଡ଼େମିକରେ ରହି ସୈନ୍ୟ ବାହିନୀରେ ସାମିଲ ହେବାକୁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଘରକୁ ଫରିବା ରାସ୍ତାରେ ହଠାତ୍ ମୃତଦେହ ପଡ଼ିବା ଘଟଣା ଯେକୈାଣସି ବ୍ୟକ୍ତିଙ୍କ ମନକୁ ସନ୍ଦେହ ଆଣିଥିଲା। ମାଓବାଦୀଙ୍କ ଗତିବିଧି ରହୁଥିବା ହେତୁ ପ୍ରାଥମିକ ଭାବେ ଯେକେହି ମାଓବାଦୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲା। ମାତ୍ର ହରିଙ୍କ ପ୍ୟାଣ୍ଟ ପକେଟରୁ ଜବତ ହୋଇଥିବା ମୋବାଇଲକୁ ନେଇ ପୁଲିସ ସିଡ଼ିଆର୍ ଯାଞ୍ଚ କରିବା…

Read More

ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଓକିଲ ସଙ୍ଘ ନେତୃତ୍ୱ ନେବାପାଇଁ ସହମତି

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓକିଲ ସଙ୍ଘ ସମୂହ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜିଲ୍ଲା ଓକିଲ ସଙ୍ଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ସତସଙ୍ଗ ବିହାର ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବାର କାଉନସିଲ ସଭ୍ୟ ତଥା ଲୋକପ୍ରିୟ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ନିନ୍ଦା ପ୍ରସ୍ତାବ ନିଆଯାଇ ସମ୍ପ୍ରତି ରାଜ୍ୟରେ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ସାମୁହିକ ଭାବେ ଓକିଲ ସଙ୍ଘ ନେତୃତ୍ୱ ନେବାପାଇଁ ସର୍ବସମ୍ମତ ପ୍ରସ୍ତାବ ଆଲୋଚନା ହୋଇଥିଲା। ନିଖିଳ ଉତ୍କଳ ଆଇନଜୀବୀ ସଙ୍ଘ ପକ୍ଷରୁ ପ୍ରସ୍ତାବିତ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମିଳନୀ ସମସ୍ତ ଓକିଲ ସଙ୍ଘ କାର୍ଯ୍ୟକର୍ତ୍ତା ସହମତି ପ୍ରକାଶ କରିଥିଲେ।…

Read More

ଟାକରା ହାଇସ୍କୁଲର ଆଲୁମିନା କମିଟି ଗଠନ, ରେଜୁଲେସନ ଖାତାରେ କାଗଜ ଲେପମାରିଲେ ପ୍ରଧାନଶିକ୍ଷକ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ (ଟାକରା )ର ନୂତନ ଆଲୁମିନା କମିଟି ଚୟନ ପକ୍ରିୟା ଆଜି ବିଦ୍ୟାଳୟ ପରିସରରେ ହୋଇସାରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକେଶ ଦୁଗାଳ ୧୮. ୧୦. ୨୦୨୫ରେ ନୂତନ ଆଲୁମିନା କମିଟି ଗଠନ ପାଇଁ ଵିଜ୍ଞାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନଶିକ୍ଷକଙ୍କ ତତ୍ୱାବଧାନରେ ଟାକରା ହାଇସ୍କୁଲ ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ନୂତନ କମିଟିର ଚେୟାରମ୍ୟାନ ଭାବେ ପ୍ରଦୀପ କୁମାର ସାହୁ, ଭାଇସ ଚେୟାରମ୍ୟାନ ରୂପେ ଜଗବନ୍ଧୁ ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିବାବେଳେ ସଭ୍ୟ ଭାବେ ସନ୍ତୋଷ କୁମାର ସାହୁ, ସୁଲୋଚନା ମଳିକ, ନୋଡାଲ ଶିକ୍ଷକ ନୀଳମଣି ନାୟକ ଏବଂ ୨ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ…

Read More

ଦଶପଲ୍ଲା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବିକାଶ କ୍ଷେତ୍ରରେ ଦେଶରେ ଦିନକୁ ଦିନ ସାଇନ୍ସ ଓ ଟେକ୍ନୋଲୋଜିର ଆବଶ୍ୟକତା ଯେତିକି ଗୁରୁତ୍ବ ବହନ କରୁନି ଅପରାଧିକ କାର୍ଯ୍ୟକଳାପରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ବିଶେଷକରି ନାନା ଉପାୟରେ ସାଇବର୍ କ୍ରାଇମ୍ ବୃଦ୍ଧି ପାଇ ଚାଲିଛି। ଡ଼ିଜିଟାଲ୍ ମାଧ୍ୟମ ଠାରୁ ଆରମ୍ଭ କରି ନିବେଶ ଓ ଟ୍ରେଡ଼ିଂ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ ବା ତତ୍କାଳ କ୍ରେଡ଼ିଟ୍ ଆପ୍, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ସହ ଇ–କମର୍ସ ତଥା ଅଫର୍ ଠକେଇ ଭଳି ନାନା ଉପାୟ ଅବଲମ୍ବନ କରି ସାଇବର ଅପରାଧି ମାନେ ଠକେଇ କରୁଛନ୍ତି। ତେବେ ଏହି ସାଇବର ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ତଥା ତୃଣମୂଳ ସ୍ତରରେ ଏସମ୍ପର୍କରେ ସେଚତନତା…

Read More

ଦଶପଲ୍ଲା ଏନ୍ଏସି କାଉନସିଲର ମାନଙ୍କ ଧାରଣା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ୧୩ ଦଫା ଦାବି ନେଇ ଦଶପଲ୍ଲା ଏନ୍ଏସି କାଉନସିଲର ମାନଙ୍କର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ଦାବି ଗୁଡିକ ମଧ୍ୟରେ ୧- ୱାର୍ଡ ନଂ ୫, ୬ ଓ ୧୦ ନମ୍ବରରେ ନିର୍ମାଣ ହୋଇଥିବା ଦୋକାନ ଘର ଗୁଡିକୁ ଯୁଦ୍ଧ କାଳିନ ଭିତ୍ତିରେ ବଣ୍ଟନ। ୨- ଯୋଗାଣ ବିଭାଗ ଦ୍ୱାରା ହୋଇଥିବା ସମସ୍ତ ହିତା ଧିକାରୀ ମାନଙ୍କୁ ରାସନ କାର୍ଡ ପ୍ରଦାନ। ୩-୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷର ଆକ୍ସନ ପ୍ଲାନରେ ସ୍ଥାନିତ ହୋଇଥିବା ସମସ୍ତ କାର୍ଯ୍ୟକୁ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ। ୪- ୱାର୍ଡ଼ ନ-୬ରେ ଥିବା ସ୍ମାର୍ଟ ପାର୍କକୁ ପୂର୍ଣାଙ୍ଗ କରାଯାଉ, ୱାର୍ଡ ନଂ – ୯ରେ ଥିବା ଆଦର୍ଶ ଶ୍ମଶାନ କାର୍ଯ୍ୟକ୍ଷମ କରାଯାଉ। ୫- ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସଭା ଗୃହକୁ କାର୍ୟ୍ଯକ୍ଷମ କରାଯାଉ…

Read More

ଉତ୍ସର୍ଗ ନ୍ୟୁଜର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଅଗ୍ରଣୀ ୱେବ ଚ୍ୟାନେଲ ଉତ୍ସର୍ଗ ନ୍ୟୁଜକୁ ଆଜି ୧ବର୍ଷ ପୂର୍ତ୍ତି ଅବସରରେ ଦଶପଲ୍ଲା ବ୍ଲକର କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ କୁନିକୁନି ପିଲାଙ୍କୁ ବର୍ଣ୍ଣବୋଧ ବହି ଏବଂ ଖାତା,ପେନ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘ, ଗଣିଆ ଶାଖା କୋର୍ଡିନେଟର ତଥା ଦୈନିକ ଖବର କାଗଜ ସକାଳ ଗଣିଆ ବ୍ଲକ ପ୍ରତିନିଧି ଦେବୀ ପ୍ରସାଦ ଦାସ, ଦୈନିକ ଖବର କାଗଜ ହୀରାଞ୍ଚଳର ଦଶପଲ୍ଲା ପ୍ରତିନିଧି ରତ୍ନାକର ହୋତା, ଦୈନିକ ଖବର କାଗଜ ତୀର୍ଥକ୍ଷେତ୍ରର ଗଣିଆ ବ୍ଲକ ପ୍ରତିନିଧି ସାହେବ ସେନାପତି ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଉତ୍ସର୍ଗ ନ୍ୟୁଜର ଷ୍ଟାଫ ଚିତ ରଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଭ୍ୟ ବିଦ୍ୟାଧର ମୁଦୁଲି, ନିହାର ରଞ୍ଜନ ମହାନ୍ତି, ସନ୍ତୋଷ କୁମାର ସାହୁ, ନାରାୟଣ ସାହୁ,…

Read More

ପଥଚାରୀଙ୍କୁ ଲୁଟିଲା ବେଳେ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା ରାଜା, ଖସିଗଲା ସହଯୋଗୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ସମୟରେ ରାତାରାତି କୋଟିପତି ହେବାର ନିଶା ଘାରିଛି ଯୁବପିଢ଼ିଙ୍କୁ। ସେଥିପାଇଁ କୌଣସି ବି କାର୍ଯ୍ୟ କରିବାକୁ ପଛଉ ନାହାଁନ୍ତି ଏହି ଯୁବକ ମାନେ। ୨୦ବର୍ଷରୁ ୩୫ବର୍ଷୀୟ ଯୁବକ ମାନେ ପାଦ ଥାପୁଛନ୍ତି ଅପରାଧ ଦୁନିଆରେ। ଦୈନିକ ଘଟୁଛି ଅଭାବନୀୟ ଘଟଣା। ଟେର ପାଉନଥିଲା ସ୍ଥାନୀୟ ପୋଲିସ। ପୋଲିସକୁ ମାସିକ ହାଟଗୁଂଜା ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଦଶପଲ୍ଲା ଥାନା ମଧ୍ଯଖଣ୍ଡ ଅଞ୍ଚଳର କିଛି ଯୁବକ। କନ୍ଧମାଳରୁ ବାଇକ୍ ଓ କାର୍ ଯୋଗେ ଆସୁଥିବା ଯାତ୍ରୀଙ୍କୁ ଗଞ୍ଜେଇ ମାଫିଆ ଭାବି ଲୁଟ୍‌ରାଜ୍ ଚଳାଇ ଆସିଥିବା ଗ୍ୟାଙ୍ଗକୁ ସାବାଡ଼ କରିବା ପାଇଁ ଆକ୍ସନ୍ ମୋଡ଼କୁ ଆସିଛି ଦଶପଲ୍ଲା ପୁଲିସ। ଏହି ଲୁଟେରାଙ୍କ ଦ୍ବାରା ସାଧାରଣ ଯାତ୍ରୀ ଲୁଟ୍‌ର ଶିକାର ହେଉଥିବା ବେଳେ ଆଜି ଜଣେ ଲୁଟେରାକୁ କାବୁ କରିଛି ଦଶପଲ୍ଲା ପୁଲିସ। ଗିରଫ…

Read More

ଏବିଭିପି ଦଶପଲ୍ଲା ପକ୍ଷରୁ ନଗର ସମ୍ମିଳନୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦଶପଲ୍ଲା ଶାଖା ପକ୍ଷରୁ ଦଶପଲ୍ଲା ମହାବୀର ମନ୍ଦିର ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଚଳିତ ଶିକ୍ଷାବର୍ଷ ପାଇଁ ଏବିଭିପି ନଗର ଟିମ୍ ଘୋଷଣା କରାଯାଇଛି। ନଗର ସଭାପତି ଭାବେ ଅଧ୍ୟାପକ ସରୋଜ କୁମାର ପଣ୍ଡା ମନୋନୀତ ହୋଇଛନ୍ତି। ନଗର ସମ୍ପାଦକ ଭାବେ ମାନସ୍ ବାରିକ, ସାହସମ୍ପାଦକ ଭାବେ- ଚନ୍ଦନ ନାୟକ, ଯାଜ୍ଞସେନି ନାୟକ, ଜାନକୀ ମହାକୁଡ଼, ଶୁଭମ ବାରିକ, ଅଙ୍କିତା ବେହେରା, ଗାୟତ୍ରୀ ପୃଷ୍ଟି, ସୁନୀଲ କିରଣ ବାରିକ, ସୋସିଆଲ ମିଡିଆ- ସତ୍ୟବ୍ରତ ପ୍ରଧାନ, ଗୋକୁଳ ପ୍ରଧାନ, ସେବା ପ୍ରମୁଖ- ପୁଷ୍ପାଞ୍ଜଳି ସାହୁ, ଲିଜାରାଣୀ ମୁଦୁଲି, ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ- ସୋନାଲି ନାୟକ, ଦୀପିକା ଖିଲାର, ଖେଲୋ ଭାରତ- ପିଙ୍କୁ ବେହେରା, ରାକେଶ ରଣା, କାର୍ଯ୍ୟକାରିଣୀ ସଦସ୍ୟ-…

Read More

ଦଶପଲ୍ଲା ବ୍ଲକ ୧୮ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଆଦି କର୍ମଯୋଗୀ ଅଭିଯାନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ତରଫରୁ ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନରେ ଦଶପଲ୍ଲା ବ୍ଲକ ୧୮ଗୋଟି ଗ୍ରାମ ପଞ୍ଚାୟତକୁ ଆଦି କର୍ମଯୋଗୀ ଅଭିଯାନରେ ସାମିଲ କରାଯାଇଛି। ଯାହା ଦଶପଲ୍ଲା  ବ୍ଲକର ବାଣିଗୋଛା, କୁଜାମେଣ୍ଢି, ଡୁଡା, କୁଲୁରୁକୁମ୍ପା, ଚଢୟାପଲ୍ଲି, କଳସଖମଣ, ନୂଆଗାଁ, ଖମାରସାହି, ତେଣ୍ଡାବାଡି, ଭୋଗବାଡି, ପୋଖରୀଗୋଛା, ତୁମ୍ମାଣ୍ଡି, ସାରିଗଣ୍ଡା, ଟାକରା, ଘୋଳାହାଣ୍ଡି  ଘୁଗୁଡିପଡା ଓ ନଛିପୁର ଆଦି ଗ୍ରାମ ପଞ୍ଚାୟତର ସମୁଦାୟ ୧୧୦ ଟି  ଅନୂସୁଚିତ ଜନଜାତି ବହୁଳ ଗ୍ରାମକୁ ଆଦିବାସୀ ମନ୍ତ୍ରଣାଳୟ ଦ୍ବାରା ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ଗ୍ରାମ ଗୁଡିକର ସାମଗ୍ରିକ ବିକାଶ ନିମନ୍ତେ  ସମସ୍ତ ବିଭାଗର ସହମତିରେ ପ୍ରତେକ ଗ୍ରାମ ପାଇଁ ଏକ ଭିଲେଜ ଭିଜନ ପ୍ଲାନ ପ୍ରସ୍ତୁତ ସହ ଆଗାମୀ ଅକ୍ଟୋବର ୨ତାରିଖରେ ଡିଏ ଯୁଗା ଗ୍ରାମର ସମସ୍ତ ଭିଲେଜ ପ୍ଲାନ ଉକ୍ତ ପଞ୍ଚାୟତର ଗ୍ରାମ…

Read More

ବାଣୀଗୋଛାରେ ଗଡ଼ିଲା ସବୁଜରଥ, ସାମ୍ବାଦିକଙ୍କୁ ଡ଼ାକି ଉପେକ୍ଷା କଲେ ବନବିଭାଗ କର୍ମଚାରୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) : ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବନାଞ୍ଚଳ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ସବୁଜରଥ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା। ଏଥିରେ ବନପାଳ ରାଜ କୁମାର ଶତପଥୀ, ପୁଷ୍ପଲତା ପ୍ରଧାନ, ଗୋଲକ ବେହେରାଙ୍କ ସମେତ ସମସ୍ତ ବନକର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ବନପାଳ ରାଜ କୁମାର ଶତପଥୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୂର୍ବରୁ ଅବଗତ କରାଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କହିଥିଲେ।ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଖବର ସଂଗ୍ରହ କରିବା ଉଦ୍ଦେଶ୍ୟରେ ବାଣୀଗୋଛାରେ ପହଂଚିଥିଲେ। କିନ୍ତୁ ସେତେବେଳେ ବନପାଳ ଆଉ ଟିକିଏ ସମୟ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଆପଣ ଅପେକ୍ଷା ଟିକେ କରିଥାନ୍ତୁ କହି ସାମ୍ବାଦିକଙ୍କୁ ଆଉ ନ ଜଣାଇ ଅପେକ୍ଷା କରାଇ କାର୍ଯ୍ୟକ୍ରମ କୁ ସାରିଦେଇଥିଲେ। କିଛି ଘଣ୍ଟାପରେ ଗଣମାଧ୍ୟମ ପ୍ରତିନିଧି ବନପାଳଙ୍କୁ ଫୋନକରି କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବାରୁ ବନପାଳ…

Read More