ଦଶପଲ୍ଲାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି, ୯୦ଟି ଅଭିଯୋଗ ଗ୍ରହଣ, ୨୮ଟିର ତୁରନ୍ତ ସମାଧାନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ପରିସରରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି ଓ ତ୍ୱରିତ ସମାଧାନ ଲକ୍ଷ୍ୟରେ ଆୟୋଜିତ ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୯୦ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ୬୫ଟି ବ୍ୟକ୍ତିଗତ ମାମଲା, ୧୨ଟି ଗ୍ରାମ ସମ୍ବନ୍ଧୀୟ ସମସ୍ୟା, ୧୩ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ସହାୟତା ପାଇଁ ଆବେଦନ ରହିଥିଲା। ଶୁଣାଣି ସମୟରେ ନୟାଗଡ଼ ଜିଲ୍ଲାପାଳ ମାଡୁମିତା ରଥ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ ଜିଲ୍ଲପାଳ କର୍ଣ୍ଣଦେବ ସାମାଦ୍ଦାର, ବିଡ଼ିଓ ଶରତ ମଲ୍ଲିକ, ଏସ୍ଡ଼ିପିଓ ସୃଷ୍ଟି ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ୨୮ଟି…

Read More

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଆସନ୍ତାକାଲି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ

ଟାକରା ନୂତନ ପାୱାର ଗ୍ରୀଡ୍ କାର୍ଯ୍ୟକ୍ଷମ କରିବାକୁ ଦାବି, ଆମ୍ବୁଲାନ୍ସ ଓ ଦମକଳ ସେବାକୁ ମିଳିବ ଛାଡ଼ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଞ୍ଚଳରେ ଦୀର୍ଘଦିନ ଧରି ଲାଗି ରହିଥିବା ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲଟେଜ୍ ସମସ୍ୟା ଓ ମନମୁଖୀ ବିଦ୍ୟୁତ ବିଲ୍ ଆଦାୟର ପ୍ରତିବାଦରେ ବିଦ୍ୟୁତ ଉପଭୋକ୍ତା ସଂଘ, ଦଶପଲ୍ଲା ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ ଡାକରା ଦିଆଯାଇଛି।  ସଂଘର କହିବାନୁସାରେ, ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ସାଧାରଣ ଲୋକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ କୃଷକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଟାକରା ନିକଟରେ ନିର୍ମାଣ ଶେଷ ହୋଇଥିବା ନୂତନ ପାୱାର ଗ୍ରୀଡ୍‌କୁ ଶୀଘ୍ର କାର୍ଯ୍ୟକ୍ଷମ କରାଗଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ବୋଲି ସଂଘ ଦାବି କରିଛି। ସଂଘ ଅଭିଯୋଗ କରିଛି ଯେ, ଏହି ସମସ୍ୟା ନେଇ…

Read More

ବିଦ୍ୟୁତ ବିଭାଗ ବିରୋଧରେ ପୁଞ୍ଜିଭୂତ ଜନ ଅସନ୍ତୋଷ, ୩୦ଜୁନରେ ଦଶପଲ୍ଲା ବନ୍ଦ ଡାକରା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ ବିଦ୍ୟୁତ ସେବାକୁ ନେଇ ଦୀର୍ଘଦିନ ଧରି ପୁଞ୍ଜିଭୂତ ଜନ ଅସନ୍ତୋଷ ବର୍ତ୍ତମାନ ଗଣଆନ୍ଦୋଳନର ରୂପ ନେବାକୁ ଯାଉଛି। ବିଦ୍ୟୁତ ବିଭାଗ ଓ ଟାଟା ପାୱାର ପକ୍ଷରୁ ଦାବିଗୁଡ଼ିକର ସମାଧାନ ନ ହେବାରୁ ଆସନ୍ତା ୩୦ ଜୁନ (ମଙ୍ଗଳବାର) ‘ଦଶପଲ୍ଲା ବନ୍ଦ’ ପାଇଁ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କରିଛି। ଦଶପଲ୍ଲା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ ସମସ୍ୟା, ଟାକରାଠାରେ ୨୦୧୮ ମସିହାରୁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୨୦/୩୩ କେଭି ପାୱାର ଗ୍ରିଡ୍ ସବ୍-ଷ୍ଟେସନ କାର୍ଯ୍ୟକ୍ଷମ ନ ହେବା ଏବଂ ଟିପିସିଓଡିଏଲ୍‌ ପକ୍ଷରୁ କିଛି ଯୁବକଙ୍କ ନାମରେ ରୁଜୁ ମାମଲା ପ୍ରତ୍ୟାହାର ସମେତ ବିଭିନ୍ନ ଦାବି ନେଇ ଗତ ୧୦ ଜୁନ ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର…

Read More

ଦଶପଲ୍ଲା ବିଇଓ ଭକ୍ତି ବିନୋଦ ସଲଙ୍କୁ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ପ୍ରଶାସନିକ ଦକ୍ଷତା ପାଇଁ ଦଶପଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଭକ୍ତି ବିନୋଦ ସଲଙ୍କୁ ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସଙ୍ଗୀତଧାରାର ଏକ ପ୍ରତିନିଧି ଦଳ ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଉପଢୌକନ ଓ ସମ୍ମାନ ସୂଚକ ଫଳକ ପ୍ରଦାନ କରି ଏହି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।ସୂଚନାଯୋଗ୍ୟ ଯେ, ନିକଟରେ ‘ସଙ୍ଗୀତଧାରା’ ପକ୍ଷରୁ ଦଶପଲ୍ଲାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଚୟନ କରିବାରେ ଏବଂ ସେମାନଙ୍କୁ ଏହି ମଞ୍ଚରେ ସାମିଲ କରିବାରେ ଶ୍ରୀ ସଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ସହିତ ଜଣେ ଦକ୍ଷ ଶିକ୍ଷାଧିକାରୀ ଭାବେ ଦଶପଲ୍ଲା ବ୍ଲକରେ ସେ ଅନେକ ଗୁଡ଼ିଏ ଜନହିତକର ଓ ଉଲ୍ଲେଖନୀୟ କାର୍ଯ୍ୟ କରି ସ୍ଥାନୀୟ…

Read More

ବିଦ୍ୟୁତ ବିଭାଗର ମନମାନିକୁ ବିରୋଧ କରି ଦଶପଲ୍ଲା ଉପଭୋକ୍ତା ତାତିଲେ

ଟାକରା ନିର୍ମାଣଧୀନ ଗ୍ରୀଡ଼କୁ ଯୁଦ୍ଧ କାଳୀନ ଭିତ୍ତିରେ ଚାଲୁ କରିବା ପାଇଁ ଦାବୀ ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଞ୍ଚଳରେ ଟାଟା ପାୱାରର ମନଇଚ୍ଛା ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ଼ର ଦୂରୀ କରଣ, ସଂଗଠିତ ଭାବେ ପ୍ରତିବାଦ କରୁଥିବା ଉପଭୋକ୍ତାଙ୍କ ନାମରେ ଟିପିସିଓଡିଏଲର ମିଥ୍ୟା ମୋକଦ୍ଧମାକୁ ପ୍ରତ୍ୟାହାର କରିବା, ସ୍ମାଟ ମିଟର ଲଗାଇବା ବାହାନାରେ ଗ୍ରାହକମାନଙ୍କୁ ଜୁଲୁମ ବନ୍ଦ କରିବା ଏବଂ ଟାକରାର ଝୀଂଟିକାବାରି ଠାରେ ୪ ବର୍ଷ ହେଲା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଗ୍ରୀଡ଼କୁ ଚାଲୁ ନ କରିବା ପ୍ରତିବାଦ ରେ ବୁଧବାର ଦିନ ସାହସ୍ରାଧିକ ଜନ ସାଧାରଣ ଏକ ବିଶାଳ ଶୋଭାଯାତ୍ରାରେ ପ୍ରଭୁ ମହାବୀରଙ୍କ ପୀଠରୁ ଆସି ସହର ପରିକ୍ରମା ପରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୨୫ ତାରିଖ ଭିତରେ ଯଦି ୫ଗୋଟି ମୌଳିକ…

Read More

ମଧ୍ୟଖଣ୍ଡରେ ମହାତ୍ମା ଗାନ୍ଧିଙ୍କ ମହାପ୍ରୟାଣ ଦିବସ ପାଳନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜାନୁୟାରୀ ୩୦ତାରିଖ ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଦଶପଲ୍ଲା ବ୍ଲକ ମଧଖଣ୍ଡର ପୂଜ୍ୟପୂଜା ସମିତି ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ସେଦିନ ମଧ୍ୟଖଣ୍ଡରେ ଥିବା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ଗାନ୍ଧୀ ଶୋଭାଯାତ୍ରା ସାରା ଗ୍ରାମ ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ସ୍କୁଲ ଛାତ୍ରମାନେ ଖଦଡ଼ ପରିଧାନ କରି ଗାନ୍ଧୀ ବେଶରେ ସଜାଇ ହୋଇ ଚଷମା ପିଁନ୍ଧି ହାତରେ ବାଡିଧରି ଚାଲିବା ସହ ପୂଜ୍ୟପୂଜା ସମିତିର ସଭ୍ୟ ଓ ଗ୍ରାମବାସୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରି  ଗ୍ରାମ ପରିକ୍ରମା କରି କଲ୍ୟାଣ ମଣ୍ଡପ ଠାରେ ସମବେତ ହୋଇଥିଲେ। ସନ୍ଧ୍ୟାରେ କଲ୍ୟାଣ ମଣ୍ଡପ ସଭଗୃହରେ ପୂଜ୍ୟପୂଜା ସମିତିର ସଭାପତି ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ  ଗାନ୍ଧିଜୀଙ୍କ ବିଚାରଧାରା ଉପରେ ଆଲୋଚନା ଓ…

Read More

ଦୀର୍ଘସମୟ ପରେ ହଟିଲା ରାସ୍ତା ଅବରୋଧ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦୀର୍ଘ ସମୟ ପରେ ହଟିଲା ଜାତୀୟ ରାଜପଥ ଅବରୋଧ। ଜିଲ୍ଲାପାଳ ନ ଆସିଲେ ଉଠିବୁ ନାହିଁ ବୋଲି ଅଡ଼ିବସିଥିଲେ ଲୋକେ। ସୂଚନାଥାଉକି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଗ୍ରାମ ପଂଚାୟତର ରଥିପୁର, ଗୋପାଳପୁର, ଟାକରା ମୌଜାର ଜନସାଧାରଣ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ଉପରେ ସ୍ଥାନୀୟ ଗୋପାଳପୁର ମୌଜା ଠାରେ ଏକ ଗଳାରାସ୍ତା ନିର୍ମାଣ କରିବା ପାଇଁ ଦୀର୍ଘ ୧ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଦାବୀ କରି ଆସୁଥିଲେ ସୁଦ୍ଧା କେହି ଶୁଣୁନଥିବା ଅଭିଯୋଗ କରି ଆଜି ଦୀର୍ଘ ସମୟ ଜାତୀୟ ରାଜପଥ ଅବରୋଧ କରି ବସିଥିଲେ । କାରଣ ରେଳଧାରଣାର ଅପରପାର୍ଶ୍ଵରେ ବୃତଙ୍ଗ ନଦୀ, ୩ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଉଥିବା ପମ୍ପ ହାଉସ, ଗ୍ରାମ ଶ୍ମଶାନ, ଗାଈଗୋରୁ ଚରୁଥିବା ସ୍ଥାନ ରହିଥିଲା। ରେଳଧାରଣା ନିର୍ମାଣ ହେବା…

Read More

ଦଶପଲ୍ଲାରେ କୃଷକ ଶ୍ରମିକ ଓ କ୍ଷେତ ମଜଦୂର ମାନଙ୍କ ବିକ୍ଷୋଭ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ଐତିହାସିକ ମେଳା ତୋଟା ଥରେ ଓଡ଼ିଶା କୃଷକ ସଭା ଦଶପଲ୍ଲା ବ୍ଲକ ସଭାପତି ବ୍ରଜବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା। ଏହି ସଭାରେ ମୁଖ୍ୟତଃ ତୁରନ୍ତ ଧାନ ମଣ୍ଡି ଖୋଲିବା, କଟନି  ଛଟନି ବନ୍ଦ କରିବା ଓ ତୁରନ୍ତ ଚାଷୀମାନଙ୍କୁ ପ୍ରାପ୍ୟ ପ୍ରଦାନ କରିବା ରହିଥିବା ବେଳେ, ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରିବା, ବିହନ ବିଲ୍ ୨୦୨୫ ରଦ କରିବା ଓ ବିଦ୍ୟୁତ୍ ସନ୍ସୋଧନ ବିଲ୍ ପ୍ରତ୍ୟାହାର ଓ ସ୍ମାର୍ଟ ମିଟର ପ୍ରଚଳନ ନକରିବା ପ୍ରଭୃତି ଉପରେ ଆଲୋଚନା କରାଯାଇ ଏକ ଦାବିପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ମେଲିଆ ତୋଟା ଠାରୁ ଏକ ଶୋଭାଯାତ୍ରା ବାହାରି ଦାବି ସପକ୍ଷରେ ସ୍ଲୋଗାନ ମାନ ଦେଇ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା।…

Read More

ସରକାରୀ ଚାକିରୀ ଛାଡ଼ି ଷାଠିଏ ଦଶକରେ   ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଗାଁ’ରେ ଡାକ୍ତରଖାନା ଓ କୃଷିର ବିକାଶ ପାଇଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିଥିବା ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧା ସୁମନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ରାମଚନ୍ଦ୍ର ପଣ୍ଡା ମେମୋରିଆଲ ଟ୍ରଷ୍ଟ ଓ ସ୍କୁଲ ପରିଚାଳନା କମିଟିର ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସ୍ବର୍ଗତ ପଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କଲାପରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କ ସଭାପତିତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବକ୍ତାମାନେ ରାମଚନ୍ଦ୍ର ପଣ୍ଡାଙ୍କ ଜୀବନୀ ସହିତ ଗାଁ’ ପାଇଁ ତାଙ୍କର ତ୍ୟାଗପୁତ୍ତ ଜୀବନର ଅବଦାନ ସହିତ ସରକାରୀ ଚାକିରୀକୁ ପରିତ୍ୟାଗ କରି ଗାଁରେ ଷାଠିଏ ଦଶକରେ ହାଇସ୍କୁଲ ପ୍ରତିଷ୍ଠା କରି ଶିକ୍ଷାର ଆଲୋକ ଜାଳିବା ସହିତ ଗାଁରେ ଡାକ୍ତରଖାନା ଓ କୃଷିର ବିକାଶ ପାଇଁ ମହାନ୍ତିପଲ୍ଲୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପ୍ରଭୃତି…

Read More

ଫାଇନାଲରେ ମର୍ଦ୍ଧାବାଡ଼ି କ୍ରିକେଟ କ୍ଳବର ବିଜୟ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଗତ ୨୪ ତାରିଖରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତରେ ଥିବା ଏମବିସିସି କ୍ରିକେଟ କ୍ଲବ ତରଫରୁ ଏମବିସିସି ଚାମ୍ପିୟନ ଟ୍ରଫି ନାମରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ଆଜି ଥିଲା ଏହାର ଅନ୍ତିମ ଦିନ ଅର୍ଥାତ ଫାଇନାଲ ଖେଳ। ଏଥିରେ ମର୍ଦ୍ଧାବାଡ଼ି କ୍ରିକେଟ ଦଳ ଓ ଏମବିସିସି କ୍ରିକେଟ ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟଚ ଜିତି ମର୍ଦ୍ଧାବାଡ଼ି କ୍ରିକେଟ ଦଳ ବ୍ୟାଟିଂ କରି ନିଜ ଦଳର ସମସ୍ତ ଉଇକେଟ ହରାଇ ୧୦୪ ରନ ହାସଲ କରିଥିଲା। ପରେ ବିପକ୍ଷ ଦଳ ଏମବିସିସି କ୍ରିକେଟ କ୍ଲବ ବ୍ୟାଟିଂ କରି ସମୁଦାୟ ୯ ଓଭର ଖେଳି ସମସ୍ତ ଉଇକେଟ ହରାଇ ୮୬ରନ ହାସଲ କରି ପରାଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଦଶପଲ୍ଲା ବ୍ଲକର…

Read More