ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ଅଧୀନ ରଥାଗାଁ ନିକଟସ୍ଥ NH-୫୭ କଡ଼ରୁ ଉଦ୍ଧାର ହୋଇଥିବା ଜଣେ ଅଜଣା ପୁରୁଷଙ୍କ ମୃତଦେହର ପରିଚୟ ଜାଣିବା ପାଇଁ ଦଶପଲ୍ଲା ପୋଲିସ ପକ୍ଷରୁ ଜନ ସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି। ୨୪ ଅକ୍ଟୋବର ସକାଳ ପ୍ରାୟ ୮ଟା ୧୦ ମିନିଟ ସମୟରେ ଘଟଣା ସମ୍ପର୍କରେ ସୂଚନା ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ମୃତକଙ୍କ ପରିଚୟ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ ମୃତଦେହକୁ ସୁରକ୍ଷିତ ଭାବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖାଯାଇଛି । ଏ ସଂକ୍ରାନ୍ତରେ ଦଶପଲ୍ଲା ଥାନାରେ U.D. Case No.26/2026 ରୁଜୁ କରାଯାଇ ଆବଶ୍ୟକ ତଦନ୍ତ ଓ ଇନକ୍ୱେଷ୍ଟ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ମୃତକଙ୍କ ପରିଚୟ ଜାଣିଥିବା ବ୍ୟକ୍ତି କିମ୍ବା କୌଣସି ପରିବାରର ସଦସ୍ୟ ନିଖୋଜ ଥିବା ସନ୍ଦେହ…
Read MoreBlog
ନୟାଗଡ଼ ବିଦ୍ୟୁତ ଡିଭିଜନରେ ଉତ୍କଟ କର୍ମଚାରୀ ଅଭାବ
୨ ଲକ୍ଷ ୧୭ ହଜାର ଉପଭୋକ୍ତା ପ୍ରଭାବିତ ହେବା ଆଶଙ୍କା ୨୩ ଲାଇନମ୍ୟାନଙ୍କ ଛଟେଇ ଉଦ୍ୟମକୁ ବିରୋଧ, ହାଇକୋର୍ଟ ଯିବାକୁ ରଣଜିତ ଦାଶଙ୍କ ଚେତାବନୀ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଦ୍ୟୁତ ଡିଭିଜନରେ ଉତ୍କଟ କର୍ମଚାରୀ ଅଭାବକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଟିପିସିଓଡିଏଲ୍ (TPCODL) ଅଧୀନରେ ଥିବା ଏହି ଡିଭିଜନରେ ଆବଶ୍ୟକ କର୍ମଚାରୀ ନଥିବାରୁ ବିଦ୍ୟୁତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ଉପଭୋକ୍ତାଙ୍କୁ ଉନ୍ନତ ସେବା ଯୋଗାଣ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ କାର୍ଯ୍ୟରତ ୨୩ ଜଣ ଲାଇନମ୍ୟାନଙ୍କୁ ହଟାଇବା ଉଦ୍ୟମକୁ ବିରୋଧ କରିଛନ୍ତି ନୟାଗଡ଼ ବାର୍ ଆସୋସିଏସନ୍ର ବରିଷ୍ଠ ଆଇନଜୀବୀ ରଣଜିତ ଦାଶ। ଆସନ୍ତା ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଜନସ୍ୱାର୍ଥରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ଶକ୍ତି ବିଭାଗର…
Read Moreରୋଟାରୀ କ୍ଲବ ନୟାଗଡ଼ ଓ ଓକେସିଏଲ୍ର ମିଳିତ ଉଦ୍ୟମରେ ଏଆଇ କ୍ଷମତା ବିକାଶ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ଓକେସିଏଲ୍ର ମିଳିତ ଉଦ୍ୟମରେ ପିଏମ୍ଶ୍ରୀ ଏନ୍ଏସି ସରକାରୀ ହାଇସ୍କୁଲରେ ଏକ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) କ୍ଷମତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁରେନ୍ଦ୍ର ଖଣ୍ଡା ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିବା ବେଳେ ରୋଟାରୀ କ୍ଲବର ସଭାପତି ଶ୍ରୀ ବାସୁଦେବ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଏଆଇର ବ୍ୟବହାର ଓ ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏଆଇ କିପରି ସେମାନଙ୍କ ଦକ୍ଷତା ବୃଦ୍ଧି, ପରୀକ୍ଷା ପ୍ରସ୍ତୁତି ଏବଂ ଭବିଷ୍ୟତରେ କ୍ୟାରିୟର ଗଠନରେ ସହାୟକ ହୋଇପାରିବ, ସେ ସମ୍ପର୍କରେ ଏକ ଉପସ୍ଥାପନା ମାଧ୍ୟମରେ ଆଲୋକପାତ କରିଥିଲେ। ଏହି ଅବସରରେ ଓକେସିଏଲ୍ର ସଂଯୋଜକ ଶ୍ରୀ ଅଜୟକାନ୍ତ ପୃଷ୍ଟି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ…
Read Moreବରକନ୍ୟା ଝରଣାକୁ ପ୍ରଶାସନର ଅଣଦେଖା
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଅନ୍ୟତମ ପର୍ଯ୍ୟଟନସ୍ଥଳ ଭାବେ ବରକନ୍ୟା ଝରଣାକୁ ସାମିଲ କରିବାକୁ ରାଜ୍ୟ ସରକାର ସ୍ବୀକୃତି ଦେଇଛନ୍ତି। ହେଲେ ସାଢେ ୩ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଆଗଉ ନଥିବା ବେଳେ ସାଢେ ୪କୋଟି ଟଙ୍କା ଫେରିଯିବା ସ୍ଥିତିରେ ରହିଛି। ବହୁ ବାଦ ବିବାଦ ପରେ ବରକନ୍ୟା ଝରଣାର ବିକାଶ କାର୍ଯ୍ୟ ପାଇଁ ନୟାଗଡ଼ ରେଞ୍ଜରଙ୍କୁ ଦାୟିତ୍ଵ ଦିଆଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନାହିଁ। ଏବେ ବରକନ୍ୟା ଝରଣା ପର୍ଯ୍ୟଟନ ମାନଚିତ୍ରରୁ ଲିଭିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।ସୂଚନା ଅନୁଯାୟୀ, ନୟାଗଡ଼ ବନଖଣ୍ଡ ଅଧୀନ ପଞ୍ଚିରିଡ଼ା ବନାଞ୍ଚଳର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ନିକଟରେ ବରକନ୍ୟା ଝରଣା ବହି ଯାଇଛି। ଏଠାରେ ବର୍ଷସାରା ପାହାଡ଼ ଉପରୁ ତଳକୁ ପାଣି ପଡିଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ମଧ୍ୟରେ ଝରଣାର କୁଳୁ…
Read Moreଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ ମାନ୍ୟବର ବିଧାୟକ, ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ସୁରେଶ ପୂଜାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନନୀୟା ବାଚସ୍ପତି, ଓଡ଼ିଶା ବିଧାନ ସଭା ସୁରମା ପାଢ଼ୀ, ମାନ୍ୟବର ବିଧାୟକ, ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ,ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା, ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ବିଷ୍ନୁପ୍ରିୟା ବେହେରା, ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ…
Read Moreଖଣ୍ଡପଡ଼ା ରାସ୍ତାରୁ ବସ ଚୋରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଖଣ୍ଡପଡ଼ା ରାସ୍ତା ବଲାଙ୍ଗୀପାର୍କ ସାମ୍ନାରେ ଥିବା ମହନ୍ତ ପ୍ରେଟୋଲ ପମ୍ପ ନିକଟରେ ରଖାଯାଇଥିବା ଏକ ଯାତ୍ରୀବାହୀ ଘରୋଇ ବସ ଆଜି ସଂନ୍ଧ୍ୟାରେ ଚୋରୀ ହୋଇଥିବା ଅଭିଯୋଗ ହେଉଛି । ନୟାଗଡ଼ରୁ ଗଣିଆ ଅଭିମୂଖେ ଯାଉଥିବା ବାବା ନୀଳକଂଣ୍ଠ ନାମକ ଏହି ବସ ଆଜି ସଂନ୍ଧ୍ୟାରେ ପ୍ରେଟୋଲ ଟାଙ୍କି ନିକଟରେ ରଖାଯାଇଥିଲା । ତାହାକୁ କେହି ଦୁର୍ବୁତ୍ତ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ବସ ମାଲିକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୋଡ଼ିସାହି ଗ୍ରାମର ପ୍ରତୀଭା ସିଂ । ବସ କର୍ମଚାରୀମାନେ ଗାଡ଼ି ଲକ୍ କରି ରଖିଥିବା ବେଳେ କିଭଳି ଚୋରୀ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟାଉନଥାନା ପୁଲିସ ଘଟଣାର ଖୋଳତାଡ଼ ଚଲାଇଛି ।
Read Moreଉତ୍କଳ ସାମ୍ବାଦିକ ସଂଘ ପରିଚାଳନା କମିଟି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖା ପରିଚାଳନା କମିଟି ବୈଠକ ଫତେଗଡ ଶ୍ରୀରାମ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ଭାପୁର ଶାଖା ପକ୍ଷରୁ ପରିଚାଳନା କରିଥିଲେ। ଆଗାମୀ ବର୍ଷ ପାଇଁ ସଦସ୍ୟତା ନବୀକରଣ ପ୍ରସଙ୍ଗ ଆଲୋଚନା କରାଯାଇ ବ୍ଲକ୍ ସଂଯୋଜକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବ୍ଲକ୍ ସଂଯୋଜକମାନେ ଚଳିତ ବର୍ଷର ସଦସ୍ୟ ତାଲିକା ଏବଂ ନବୀକରଣ ଦେୟ ବୈଠକରେ ପ୍ରଦାନ କରିଥିଲେ। ବୈଠକରେ ଜିଲ୍ଲା ଶାଖା ପରିଚାଳନା କମିଟି ପୁର୍ନଗଠନ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ନୂତନ ଜିଲ୍ଲା ଶାଖା ସଭାପତି ଭାବେ ଚିତ୍ତରଞ୍ଜନ ମିଶ୍ରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହାକୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। କାର୍ଯ୍ୟକାରୀ ସଭାପତି ଭାବେ ରବୀନ୍ଦ୍ର କୁମାର ଦାସ, ଉପ ସଭାପତି…
Read Moreନିଉଟାଉନ କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ସୁରଭି ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଉଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ନିଉଟାଉନ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ, ବକ୍ତୃତା,ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଆଦିରେ ଅଂଶ ଗ୍ରହଣ କରିଥିଲେ।ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ଶିକ୍ଷକ ଲକ୍ଷ୍ମୀଧର ସାହୁ,ସସ୍ମିତା ସ୍ୱାଇଁ, ଦେବସ୍ମିତା ଅଧିକାରୀ,କାଦମ୍ବିନୀ କରଣ, ସରିତା ପ୍ରିୟଦର୍ଶିନୀ ସ୍ୱାଇଁ,ମିନାକ୍ଷୀ କର, ରଶ୍ମିତା ମହାପାତ୍ର, ଦେବରାଜ ମହାପାତ୍ର,…
Read Moreନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଓ ଅଣୁ କବିତା ଆସର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ତ୍ରୟବାର୍ଷିକ ସାମ୍ବିଧାନିକ ବୈଠକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହେବା ସହିତ ଅଣୁ କବିତା ଆସର ଆୟୋଜିତ ହେଇଥିଲା। ଆଜିର ପ୍ରଥମାର୍ଦ୍ଧ ଅଣୁ କବିତା ଆସରରେ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ.ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ମୁଖ୍ୟବକ୍ତା ଭାବରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ. ବିନ୍ଦୁଲତା ଷଣ୍ଢ ଯୋଗଦେଇ ଥିବା ବେଳେ ଶତାଧିକ କବି/କବୟିତ୍ରୀ ଉପସ୍ଥିତ ହୋଇ ନିଜର ସ୍ୱରଚିତ ଅଣୁ କବିତା ପାଠ କରିଥିଲେ। ସେଥିମଧ୍ୟରୁ ଶ୍ରେଷ୍ଠ ତିନୋଟି କବିତାକୁ ଚୟନ କରାଯାଇ କବି ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।ଶ୍ରେଷ୍ଠ କବିତା ପାଇଁ ସମ୍ବର୍ଦ୍ଧିତ ହେଲେ କବୟିତ୍ରୀ ଡ.ସୁକାନ୍ତି ମହାନ୍ତି, ଡ.ସୀତୁ ପ୍ରକାଶ ରଥ ଓ ପ୍ରିୟଦର୍ଶିନୀ…
Read Moreନାଟ୍ୟକାର ରାମଚନ୍ଦ୍ର ଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସାହିତ୍ୟ ଆକାଶର ଅନନ୍ୟ ତାରକା ଦିବଂଗତ ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜନ୍ମ ବାର୍ଷିକୀ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମରେ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଅଦ୍ୟ ଅକ୍ଟୋବର ୧୨ତାରିଖ ପୂର୍ବାହ୍ନରେ। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାରଙ୍କ ପୁତ୍ର ଡ଼. ଶରତଚନ୍ଦ୍ର ମିଶ୍ର, ଡ. ଗିରୀଶଚନ୍ଦ୍ର ମିଶ୍ର, ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର, ଡ଼.ରବିନାରାୟଣ ପଣ୍ଡା, ବାବୁଲି ସାମନ୍ତରାୟ, ଆଡଭୋକେଟ ପ୍ରତାପ ନନ୍ଦ, ଶିକ୍ଷକ ନେତା ଏମ୍ ଆଉରଙ୍ଗଜେବ, ନିରଞ୍ଜନ ମିଶ୍ର, ନାଟ୍ୟପ୍ରେମୀ ମିଷ୍ଟର କାଳିଆ, ପବିତ୍ର ଇନ୍ଦ୍ରଜିତ, ସୁଦର୍ଶନ ରାଉତ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଦଶପଲ୍ଲା ମାଟିର ଯୋଗଜନ୍ମା ପୁରୁଷ ଓଡିଆ ନାଟକର ସଙ୍କଟମୟ ସମୟରେ ଯେଭଳି ଘର ସଂସାର,…
Read More