Blog

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ନିମନ୍ତେ ରୋହିବାଙ୍କ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଭୂଦାନ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଆଶାର ନୂଆ କିରଣ ସୃଷ୍ଟି ହୋଇଛି। ଆଜି ରୋହିବାଙ୍କ ଗ୍ରାମବାସୀ ଓ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ମିଳିତ ସହଯୋଗରେ ୩୦ରୁ ଅଧିକ ପୁରୁଷ ଓ ମହିଳା ଓଡ଼ଗାଁ ତହସିଲଦାର ଡଃ ମାନସ ରଞ୍ଜନ ଭୋଇଙ୍କୁ ଭେଟି ପ୍ରାୟ ୨.୪୭ ଏକର ସମେତ ମୋଟ ୯ ଏକରରୁ ଊର୍ଦ୍ଧ୍ୱ ଜମି ସମ୍ପର୍କିତ ନଥିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି, ରୋହିବାଙ୍କ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକ ଜମି ଥିଲେ ମଧ୍ୟ ଦୀର୍ଘଦିନ ଧରି ସାବକ ପଟ୍ଟା ଓ କବଲା ଆକାରରେ ରହିଥିବାରୁ ବିଦ୍ୟାଳୟ ନାମରେ ରେକର୍ଡ ହୋଇପାରିନଥିଲା। ଏନେଇ ରୋହିବାଙ୍କ…

Read More

ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭: ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ

ନୟାଗଡ଼, (ନୟାଗଡ଼ ଦର୍ପଣ):- ନୟାଗଡ଼ ଯୁବରାଜ ଯୁବ ସଂସଦ ସଭା କକ୍ଷରେ ମାଇ ଭାରତ, ନୟାଗଡ଼ ପକ୍ଷରୁ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତରେ ଆୟୋଜିତ କାର୍ଯ୍ୟକ୍ରମରେ ମାଇଭାରତ ନୟାଗଡର କାର୍ଯ୍ୟକ୍ରମ ଅଧିକାରୀ ଅଶୋକ କୁମାର ବେହେରା, ଯୁବ ସ୍ବେଛାସେବୀ ସୋମ୍ୟ ସୋୟମପ୍ରଭା, ସୋମେଶ ପଟ୍ଟନାୟକ, ବର୍ଷା ପ୍ରିୟଦର୍ଶିନୀ,, ଶୁଭସ୍ମିତା ମିଶ୍ର, ମମତା ବେହେରା, ସତ୍ୟ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଅତିଥି ମାନେ ସୂଚନା ଦେଇଥିଲେ ଯେ,ମାଇଭାରତ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ସୃଜନଶୀଳତା, ନବସୃଜନ ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ Viksit Bharat Young Leaders Dialogue (VBYLD)–2027 ଆୟୋଜିତ ହେଉଛି। କେନ୍ଦ୍ର…

Read More

ନୟାଗଡ଼ ସହରରେ ପଲିଥିନ୍ ଓ ପ୍ଲାଷ୍ଟିକ ଜିନିଷ ଉପରେ ଜୋରଦାର ଚଢାଉ, ଦୋକାନୀ ଛାନିଆ

ନୟାଗଡ଼, (ନୟାଗଡ଼ ଦର୍ପଣ):- ନୟାଗଡ଼ ମ୍ୟୁନିସିପାଲ୍ ଟି ତରଫରୁ ନୟାଗଡ଼ ସହରର ବିଭିନ୍ନ ଦୋକାନ ଉପରେ ଆଜି ଜୋରଦାର ଚଢଉ କରାଯାଇ ପ୍ଲାଷ୍ଟିକ ଜିନିଷ ଓ ପଲିଥିନ ଜବତ ହେବା ସହିତ ୧୩,୪୦୦/- ଟଙ୍କା ଜରିମାନା ଆଦାୟ କରାଯାଇଛି । ନୟାଗଡ଼ ସହରରେ ଏପରି ଚଢଉ ଦେଖି ଦୋକାନୀମାନେ ଛାନିଆ ହୋଇପଡିଛନ୍ତି। ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀକରଣ ଦଳର ୧୦ ଜଣିଆ ଟିମ ଚଢଉରେ ସାମିଲ ହୋଇଛନ୍ତି  ।  ଆଜି ସନ୍ଧ୍ୟାସୁଦ୍ଧା ୧୯ କେ.ଜି. ପଲିଥିନ୍ ଓ କିଛି ପ୍ଲାଷ୍ଟିକ ସାମଗ୍ରୀ ଜବତ ହେବା ସହିତ ଜରିମାନା ଆଦାୟ ହୋଇଛି। ଖଣ୍ଡପଡା ରାସ୍ତା, ପି.ଟି.ଏସ୍. ଛକ ସହିତ ପ୍ରାୟ ୩୭ଟି ଦୋକାନ ଉପରେ ଚଢଉ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଚଢଉ ଟିମରେ ନାରାୟଣ…

Read More

ଇଶାନେଶ୍ୱର ବସ୍ତିରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର, ଶତାଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଯଶୋଦା ମା ଫାଉଣ୍ଡେସନ ଓ ଭୂମିକା ଚକ୍ଷୁ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଇଶାନେଶ୍ୱର ବସ୍ତିର କମ୍ୟୁନିଷ୍ଟ ସେଣ୍ଟରଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ଯୁବ ନେତା ମନୋଜ କୁମାର ସାହୁ ଓ ଇଶାନେଶ୍ୱର ବସ୍ତିର ସଭାପତି ରାଜେଶ ବେହୁରିଆ ଉପସ୍ଥିତ ଥିଲେ। ଶିବିରରେ ଶତାଧିକ ସ୍ଥାନୀୟ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଭୂମିକା ଚକ୍ଷୁ ପ୍ରତିଷ୍ଠାନର ପାରାମେଡିକାଲ ସଦସ୍ୟ, କମ୍ୟୁନିଟି ସ୍ୱାସ୍ଥ୍ୟ ସଂଗଠକ ଓ ଟେକ୍ନିକାଲ ଆସିଷ୍ଟାଣ୍ଟମାନେ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବାରେ ସହଯୋଗ କରିଥିଲେ। ଯଶୋଦା…

Read More

ଚେସ୍ ଖେଳାଳିଙ୍କ ପାଇଁ ବଡ଼ ସୁଯୋଗ

ନୟାଗଡ଼ କେ.ସି. କ୍ଲବ ପରିସରରେ ଆସନ୍ତା ଅକ୍ଟୋବର ୨, ୩ ଓ ୪ ତାରିଖ, ୨୦୨୬ରେ ଅନୁଷ୍ଠିତ ହେବାକୁ ଯାଉଛି ଅଲ୍ ଓଡ଼ିଶା ଓପନ୍ ସ୍କୁଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ। ଜିଲ୍ଲା ଚେସ୍ ଆସୋସିଏସନ୍, କେ.ସି. କ୍ଲବ ଓ ଓଡ଼ିଶା ଚେସ୍ ଆସୋସିଏସନ୍ର ମିଳିତ ସହଯୋଗରେ ଏହି ଚେସ୍ ପ୍ରତିଯୋଗିତା ଆୟୋଜିତ ହେବ।୧୭ ବର୍ଷରୁ କମ୍ ବର୍ଗର ସ୍କୁଲ୍ ପିଲାମାନଙ୍କ ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ୬୦ଟି ଟ୍ରଫି, ୧ ଲକ୍ଷ ଟଙ୍କାର ଅର୍ଥରାଶି। ସମଗ୍ର ଓଡ଼ିଶାର ୧୭ ବର୍ଷରୁ କମ୍ ବୟସର ସ୍କୁଲ୍ ସ୍ତରୀୟ ଚେସ୍ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ। ଚେସ୍ ପ୍ରତିଭାକୁ ପ୍ରମାଣ କରିବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଭାଗ ନେବା ପାଇଁ ସବିଶେଷ ସୂଚନା ଦିଆଯାଇଛି… ଦେଖି ନିଅନ୍ତୁ।

Read More

ନୟାଗଡ଼ ଟାଉନ୍ ଷ୍ଟେସନରେ ରେଳ ସେବା ଓ ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଦାବି: ରେଳ ମହାପ୍ରବନ୍ଧକଙ୍କୁ ଭେଟିଲା ନାଗରିକ ମଞ୍ଚ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତ୍ରୀଙ୍କ ସମସ୍ୟା, ଛାତ୍ରଛାତ୍ରୀ, ରୋଗୀ ଏବଂ ବ୍ୟବସାୟୀମାନଙ୍କୁ ଦୃଷ୍ଟିରେ ରଖି ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରେଳସେବା ସମ୍ପର୍କିତ ପାଞ୍ଚ ଦଫା ଦାବି ନେଇ  ନାଗରିକ ମଞ୍ଚ ଆଜି ପୂର୍ବତଟ ରେଳପଥ ରେଳ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କୁ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ସାକ୍ଷାତ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦାବି ଜଣାଇଛି । ଏହି ଦାବି ଗୁଡ଼ିକ ମଧ୍ୟରେ ଦଶପଲ୍ଲା-ଭୁବନେଶ୍ୱର ସେବା ଏକ୍ସପ୍ରେସ (୧୮୪୨୪/୧୮୪୨୩) ଟ୍ରେନକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା। ଏହାକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରିତ କଲେ ଜିଲ୍ଲାବାସୀ ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ତଥା ଏସ.ସି.ବି. ମେଡିକାଲ କଲେଜ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସୁବିଧାରେ ଯାଆସ କରିପାରନ୍ତେ। ସେହିପରି ଦିନକୁ…

Read More

ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

ରଣପୁର,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁ ଦିବସ ଅବସରରେ ରଣପୁର ମଣିନାଗ କଲ୍ୟାଣ ମଣ୍ଡପ ପରିସରରେ ଏକ ଭବ୍ୟ ସାମୂହିକ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରଣପୁରର ମାନ୍ୟବର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଆୟୋଜନରେ ଅନୁଷ୍ଠିତ ଏହି ଉତ୍ସବରେ ରଣପୁର ଅଞ୍ଚଳର ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପ ଓ ଚନ୍ଦନ ଅର୍ପଣ କରି ଗୁରୁଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିଥିଲେ। ଏହା ପରେ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଉପହାର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ବିଭିନ୍ନ ବକ୍ତା ଗୁରୁ-ଶିଷ୍ୟ ପରମ୍ପରା, ଶିକ୍ଷକଙ୍କ ତ୍ୟାଗ, ନିଷ୍ଠା ଓ ସମାଜ ଗଠନରେ ଶିକ୍ଷକଙ୍କ ମହତ୍ତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଶିକ୍ଷକମାନେ କେବଳ ଜ୍ଞାନର ଆଲୋକ ବାଣ୍ଟନ୍ତି ନାହିଁ, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ…

Read More

ନୟାଗଡ଼ରେ ହେମେନ୍ଦ୍ର ସେନା ତରଫରୁ ହେମେନ୍ଦ୍ରଙ୍କ ଶ୍ରାଦ୍ଧବାର୍ଷିକୀ ସହ ରକ୍ତଦାନ ଶିବିର, ୪୧ୟୁନିଟ ରକ୍ତ ସଂଗ୍ରହ

ନୟାଗଡ଼, (ନୟାଗଡ଼ ଦର୍ପଣ): ହେମେନ୍ଦ୍ର ସେନା ତରଫରୁ ସ୍ଵର୍ଗତ କୁମାର ସାହେବ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଶ୍ରାଦ୍ଧବାର୍ଷିକୀ ତଥା ଗୁରୁଦିବସ ଅବସରରେ ତା୦୫.୦୯.୨୦୨୬ରିଖ (ଶନିବାର) ସକାଳ ୯ ଘଟିକା ସମୟରେ  ସଂଗଠନର ସଭାପତି ଦିବ୍ୟ ରଞ୍ଜନ ସାହୁ, ସାଧାରଣ ସମ୍ପାଦକ ମଲ୍ଲିକ ମହମ୍ମଦ ମୁବାସିର,  ସଂଯୋଜକ ଅନିଲ କୁମାର ସାହୁ , ଉପଦେଷ୍ଟା ନାସିର ଅହମ୍ମଦ, ମାଧବ ସାହୁ, ରାଜକିଶୋର ପୃଷ୍ଟି, ରଞ୍ଜନ ରଶ୍ମି ଜେନା ସମେତ  ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ସ୍ବର୍ଗତ ହେମେନ୍ଦ୍ର ସିଂହଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ, ଖଣ୍ଡପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ଵାଇଁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ରାଜକୁମାର ଅରଣ୍ୟରାଜ କିଶୋର ସିଂ, ରାଜକୁମାରୀ ଦକ୍ଷାଣୀ ମଞ୍ଜରୀ ସିଂଙ୍କ ଦ୍ଵାରା ରକ୍ତଦାନ ଶିବିର ପୁରୁଣା ରାଜବାଟୀ ନୟାଗଡ଼ଠାରେ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ କଲା ରୋଟାରୀ କ୍ଳବ୍, ନୟାଗଡ଼

ଉତ୍ତମ କର୍ମର ଉତ୍ତମ ଫଳ କହିଲେ ମୁଖ୍ଯ ଅତିଥି ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଗୁରୁଦିବସ ମହାସମାରୋହରେ ପାଳନ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ବିଶିଷ୍ଟ ଶିକ୍ଷାବିତ୍ ରାମଚନ୍ଦ୍ର ମହାପାତ୍ର ସଭାରେ ସଭାପତିତ୍ୱ କରିଥିଲେ। ଏହି ଗୁରୁ ପୂଜନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ର ପ୍ରାକ୍ତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ସଭାମଞ୍ଚରେ ସ୍ଥାପିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପଦୀପ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ନିଆରା ଢଙ୍ଗରେ ଗୁରୁ ପୂଜନ ଦେଖି ମୁଖ୍ଯ ଅତିଥି ବିମୋହିତ ହୋଇଥିଲେ। ଏବଂ ଉତ୍ତମ କର୍ମର ଉତ୍ତମ ଫଳ…

Read More

ନୟାଗଡ଼ ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ, ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ଦାୟୀ କଲା କଂଗ୍ରେସ

ଉଭୟଙ୍କ ବିରୁଦ୍ଧରେ କୋର୍ଟରେ ମୋକଦ୍ଧମା ପାଇଁ ୧୫ ଦିନିଆ ନୋଟିସ କରାଯିବ ମିଲିଭଗତରେ ଚାଲିଛି ନୟାଗଡ଼ ଜିଲ୍ଲାବ୍ୟାପି ସ୍ୱାସ୍ଥ୍ୟ ବ୍ୟବସାୟ : କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୦୭ ନୟାଗଡ଼ କନ୍ୟାଭ୍ରୁଣ ହତ୍ୟା ଭଳି ସଂଗୀନ ବଦନାମ ବିଭୀଷିକା ଆଜି ମଧ୍ୟ ଲୋକଙ୍କ ମନରୁ ଲିଭିନାହିଁ ମୋକଦ୍ଧମା ନୟାଗଡ଼ ମହିଳା ଅଦାଲତରେ ବିଚରାଧୀନ ଥିବାବେଳେ ପିସିପିଏନଡିଟି କଠୋର ଆଇନ ଏବଂ ବେଟି ବଚାଓ-ବେଟି ପଢ଼ାଓ (ବିବିବିପି) ବୈଧାନିକ ନିୟମାବଳୀକୁ ଡିଷ୍ଟ୍ରିକ୍ତ ଆପ୍ରୋପ୍ରିଏଟ ଅଥରିଟି (ଡିଏଏ ) ଅର୍ଥାତ ଜିଲ୍ଲାପାଳ ଏବଂ ସିଡ଼ିଏମଓଙ୍କ କାର୍ଯ୍ୟକାରିତାରେ ଖିଲାପି ନୀତି ପାଇଁ ଆଜି ସମଗ୍ର ଜିଲ୍ଲାରେ କିଛି ଅସାଧୁ ଅଲଟ୍ରାସାଉଣ୍ଡ ମାଲିକ ଏବଂ ଅର୍ଥପିପାସୁ ଡାକ୍ତର ଲିଙ୍ଗ ନିରୂପଣ ଭଳି ଜଘନ୍ୟ କାର୍ଯ୍ୟ କରୁଥିବା ଯୋଗୁଁ ଆଜି ନୟାଗଡ଼ ଜିଲ୍ଲାରେ ପୁନଶ୍ଚ ଶିଶୁ ଲିଙ୍ଗାନୁପାତ ସଂକଟରେ ଥିବା ଅଭିଯୋଗ କରିଛନ୍ତି ଜିଲ୍ଲା…

Read More