ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୁମଧାମରେ ପାଳନ ହେଲା ବାର୍ଷିକ ଉତ୍ସବ

ଗିରିଧରପୁର ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଶିକ୍ଷା–ସଂସ୍କୃତି–ପ୍ରତିଭାର ଝଲକ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ କୁଳାସର କ୍ଲଷ୍ଟରର ଗିରିଧରପୁର ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଂଯୁକ୍ତ ବାର୍ଷିକ ଉତ୍ସବ ଶନିବାର ଦିନ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ  ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ନିଖିଳ ଉତ୍କଳ ପ୍ରାଥମିକ ମହାସଂଘର ମହାସଚିବ  ଜ୍ୟୋତି ରଞ୍ଜନ ଦାଶ ଶିକ୍ଷକମାନଙ୍କ ଭୂମିକା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଗଡ଼ବାଣିକିଲୋ ଗ୍ରାମପଞ୍ଚାୟତର ସରପଞ୍ଚ  ବ୍ରଜମୋହନ ରାଉତରାୟ, ସ୍ୱତନ୍ତ୍ର ଅତିଥି ଭାବେ ସହକାରୀ…

Read More

ନରସିଂହପୁର କ୍ଲଷ୍ଟରରେ ସଫଳ ଅଭିଭାବକ/ଶିକ୍ଷକ/ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ : ଶିକ୍ଷା ଉନ୍ନତି ଉପରେ ଗୁରୁତ୍ୱ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଗତ ଶନିବାର ଦିନ ଅଭିଭାବକ, ଶିକ୍ଷକ–ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ର ସଂଯୁକ୍ତ ବୈଠକ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ହଂସରା ପ୍ରାଥମିକ ବିଦ୍ୟାଳୟ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନିହାଲପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ଆୟୋଜିତ ହୋଇଥିଵାଏହି ବୈଠକରେ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ (CRCC) ସୁଶୀଲ କୁମାର ରଣା ଯୋଗ ଦେଇ ନିର୍ଦ୍ଧାରିତ ଏଜେଣ୍ଡା ଅନୁଯାୟୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାସମ୍ବନ୍ଧୀୟ ବିଷୟ ଉପରେ ସବିସ୍ତାର ଆଲୋଚନା କରିଥିଲେ। ବୈଠକରେ ସମାପ୍ତି ସୂଚକ ଆକଳନ (SLAS) ର ଫଳାଫଳ ବିଶ୍ଳେଷଣ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଚାଲୁ ହୋଇଥିବା ନୂତନ ପରୀକ୍ଷା ପଦ୍ଧତି, ‘ପଢ଼ିବା ଗଢ଼ିବା…

Read More

ପ୍ଲାଷ୍ଟିକ ବିରୋଧରେ ସମୂହ ସଙ୍କଳ୍ପ, ଅସୁରକୁମାରୀ ପୀଠରେ ସଚେତନତା ଅଭିଯାନ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବନ ବିଭାଗର ଆୟୋଜନରେ ଏବଂ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ସହ ବଜ୍ରକୋଟ ଗ୍ରାମବାସୀଙ୍କ ସହଯୋଗରେ ପବିତ୍ର ଆସୁରକୁମାରୀ ପୀଠ ପରିସରରେ “ପ୍ଲାଷ୍ଟିକ ମୁକ୍ତ ପିକନିକ୍ ସ୍ପଟ୍ ସଚେତନତା କାର୍ଯ୍ୟକ୍ରମ” ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବଜ୍ରକୋଟ ଗ୍ରାମ ପଞ୍ଚାୟତର ସରପଞ୍ଚ ବନିତା ବଳିଆରସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ପ୍ରଦୂଷଣର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ ଏବଂ ଆସୁରକୁମାରୀ ପୀଠକୁ ପ୍ଲାଷ୍ଟିକ ମୁକ୍ତ କ୍ଷେତ୍ର ଭାବେ ଗଢ଼ି ତୁଳିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ରାଣା ପ୍ଲାଷ୍ଟିକ ବଦଳରେ କାଗଜ, କପଡ଼ା ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏହି ସଚେତନତା କାର୍ଯ୍ୟକ୍ରମ କେବଳ ଏକ ଦିନର ଅଭିଯାନ ନୁହେଁ, ଏହା ଏକ ଆନ୍ଦୋଳନ ହେଉ, ଦୀର୍ଘ ଦିନର…

Read More

ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ- ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ସ୍ଥିତ ପିଏମ୍ ଶ୍ରୀ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି। ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ରଣପୁର ବିଜ୍ଞାପିତ ପରିଷଦ ଅଧିକାରୀଣୀ ରଙ୍ଗୀନ ମହାନ୍ତି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର ଓ ପଞ୍ଚଶଖା ଶିକ୍ଷା ସେତୁ ସଭାପତି ନବ କିଶୋର ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶିକ୍ଷୟତ୍ରୀ ଏଲିନା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷକ ବିରୁପାକ୍ଷ ମହାପାତ୍ରଙ୍କ ରଚିତ ସ୍ୱାଗତ ସଙ୍ଗୀତ ଗାନ କରି…

Read More

ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡାର ରାଷ୍ଟ୍ରୀୟ ସେବା ଯୋଜନା ବିଭାଗ ଆୟୋଜନରେ ଏବଂ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଆନୁକୁଲ୍ୟରେ  ରାଷ୍ଟ୍ରୀୟ ଯୁବ ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ପୁଲକ କୁମାର ମହାନ୍ତି ସଭାପତିତ୍ତ୍ଵ   କରିଥିଲେ। ମୁଖ୍ୟ ଅତିଥି ଭାବେ ଯୁବ ଶିକ୍ଷାବିତ୍ ବିପିନ ବିହାରୀ ସାହୁ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ। ବିଚାରକଭାବେ ଅଧ୍ୟାପକ ପ୍ରସନ୍ନ କୁମାର ପରିଡା, ଦାଶରଥି ସାହୁ ଓ ଡ: ସନ୍ତୋଷ କୁମାର ସାହୁ  ଯୋଗଦେଇ ବିଶେଷ ଭାବରେ ଛାତ୍ର ଜୀବନରେ ଶୃଙ୍ଖଳା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ସାମୁହିକ ଭାବେ ବନ୍ଦେ ମାତରଂ ଗାନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ସଙ୍ଗୀତ ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା…

Read More

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

ଭକ୍ତଚରଣଙ୍କ ସ୍ମୃତିରେ କବିତାର ଅଭିଷେକ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ‘ଅର୍ଜୁନ’ର ଚତୁର୍ଥ ଦିବସ ସଡ଼କ ସୁରକ୍ଷା ସଚେତନତା, ସାହିତ୍ୟିକ ଚର୍ଚ୍ଚା ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଲ୍ଲାସମୟ ଭାବେ ପାଳିତ ହୋଇଯାଇଛି।ସକାଳେ ପଞ୍ଚୁଦୋଳ ପଡିଆଠାରୁ ରଣପୁର ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସଡ଼କ ସୁରକ୍ଷା ସଚେତନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଶୋଭାଯାତ୍ରାର ଉଦଘାଟନ କରିବା ସହ ପଦଯାତ୍ରାରେ ସାମିଲ ହୋଇ ସଡ଼କ ସୁରକ୍ଷା ସନ୍ଦେଶ ପ୍ରଚାର କରିଥିଲେ। ଏହି ଅବସରରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି,  ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଓ ବିଡ଼ିଓ ମନୋଜ କୁମାର ମଧ୍ୟ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ, କଲେଜ ଓ ବହୁ ସଂଖ୍ୟକ ସାଧାରଣ ଲୋକ ସାମିଲ ହୋଇଥିଲେ। ଚତୁର୍ଥ ଦିବସକୁ ଭକ୍ତ…

Read More

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”

ସଂସ୍କୃତି ଓ ସୃଜନଶୀଳତାର ଆଲୋକମୟ ଉତ୍ସବ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଆନନ୍ଦମୟ ଅନୁଭୂତି ନେଇଆସିଲା। ଆଲୋକ, ସଙ୍ଗୀତ ଓ ସଂସ୍କୃତିର ସମନ୍ୱୟରେ ସମଗ୍ର ପରିବେଶ ଉତ୍ସବମୟ ହୋଇଉଠିଥିଲା।ସନ୍ଧ୍ୟାର କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକନୃତ୍ୟ, ଲୋକସଙ୍ଗୀତ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସ୍ଥାନୀୟ କଳାକାରଙ୍କ ସହିତ ଆମନ୍ତ୍ରିତ ଶିଳ୍ପୀମାନଙ୍କ ପ୍ରଦର୍ଶନୀ ମଞ୍ଚକୁ ଆହୁରି ଜୀବନ୍ତ କରିଥିଲା। ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ଶହୀଦ ରଘୁନାଥ ମହାନ୍ତିଙ୍କ ଉଦ୍ଦେଶ୍ୟ ରେ ଉତ୍ସାର୍ଗୀକୃତ କରାଯାଇଛି। ଦର୍ଶକମାନଙ୍କ ଭିଡ଼ ଓ ଉତ୍ସାହ ମହୋତ୍ସବର ସଫଳତାକୁ ସ୍ପଷ୍ଟ କରିଥିଲା। ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Read More

ଜାନୁଆରୀ ୫ରୁ ରଣପୁର ମହୋତ୍ସବ, ରଣପୁର ମହୋତ୍ସବ: ଐତିହ୍ୟ ଓ ସଂସ୍କୃତିର ଉତ୍ସବ

ରଣପୁର,(ନୟାଗଡ଼ ଦର୍ପଣ):  ଆସନ୍ତା ଜାନୁଆରୀ ୫ ରୁ ୯ ପର୍ଯ୍ୟନ୍ତ ରଣପୁରରେ ଆୟୋଜିତ ହେଉଛି ରଣପୁର ମହୋତ୍ସବ। ଐତିହ୍ୟ, ସଂସ୍କୃତି, ଇତିହାସ ଓ ପରମ୍ପରାକୁ ଆଧାର କରି ଏହି ମହୋତ୍ସବ ଦୀର୍ଘବର୍ଷ ଧରି ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ଗର୍ବର ପ୍ରତୀକ ଭାବେ ପାଳିତ ହୋଇ ଆସୁଛି। ଏହି ପାଞ୍ଚ ଦିନିଆ ମହୋତ୍ସବରେ ରଣପୁରର ଐତିହାସିକ ଗୌରବ, ଲୋକସଂସ୍କୃତି ଓ ପାରମ୍ପରିକ କଳାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିବ। ଲୋକନୃତ୍ୟ, ଲୋକସଙ୍ଗୀତ, ପାଲା, ଦାସକଠିଆ, ଓଡ଼ିଶୀ ନୃତ୍ୟ ସହିତ ସାହିତ୍ୟିକ ଆଲୋଚନା, କବି ସମ୍ମିଳନୀ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିବ। ମହୋତ୍ସବର ପ୍ରଥମ ଦିନ ମଞ୍ଚକୁ ଆଲୋକିତ କରିବେ ଓଡ଼ିଆ ସଙ୍ଗୀତ ଜଗତର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଇରା ମହାନ୍ତି। ତାଙ୍କର ସୁମଧୁର କଣ୍ଠ ଓ ଲୋକପ୍ରିୟ ଗୀତରେ ଦର୍ଶକମାନେ ମନମୁଗ୍ଧ ହେବେ ବୋଲି…

Read More

୪୩ ବର୍ଷ ପରେ ପୁନର୍ମିଳନ, ରଣପୁର ମହାବିଦ୍ୟାଳୟ ୧୯୯୨ ବ୍ୟାଚର ବନ୍ଧୁମିଳନ ଓ ଗୁରୁ ସମ୍ବର୍ଦ୍ଧନା ସଭା

ରଣପୁର,(ନୟାଗଡ଼ ଦର୍ପଣ) : ରଣପୁର ମହାବିଦ୍ୟାଳୟର ୧୯୯୨ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ନେହମୟ ବନ୍ଧୁମିଳନ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪୩ ବର୍ଷର ବ୍ୟବଧାନ ପରେ ଆୟୋଜିତ ଏହି ମିଳନ ଉତ୍ସବ ଶିକ୍ଷା, ସ୍ମୃତି ଓ ଗୁରୁଭକ୍ତିର ଅମୂଲ୍ୟ ଦୃଶ୍ୟ ସୃଷ୍ଟି କରିଥିଲା।ଏହି ଅବସରରେ ତତ୍କାଳୀନ ଅଧ୍ୟାପକମାନଙ୍କୁ ସମ୍ମାନ ଓ କୃତଜ୍ଞତାର ପ୍ରତୀକ ସ୍ୱରୂପ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମଟି ମନୋଜ ବିଶ୍ୱାଳ, ଭଗବାନ ପରିଡା ଓ ବିଳାସିନୀ ବାହିନୀପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ପ୍ରାୟ ୪୦ ଜଣ ପୁରାତନ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇ ପୁରୁଣା ଦିନର ସ୍ମୃତି, କଲେଜ ଜୀବନର ଅନୁଭୂତି ଓ ଗୁରୁ–ଶିଷ୍ୟ ସମ୍ପର୍କର ମାଧୁର୍ୟକୁ ସ୍ମରଣ କରି ସ୍ମୃତି ରୋମନ୍ଥନ କରିଥିଲେ। ଆନନ୍ଦ, ଆତ୍ମୀୟତା…

Read More

ଜାନୁୟାରୀ ୫ରୁ ୯ପର୍ଯ୍ୟନ୍ତ ପାଞ୍ଚ ଦିନିଆ ମହା ଆୟୋଜନ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁରର ସାଂସ୍କୃତିକ ପରମ୍ପରାକୁ ଆଉ ଏକ ମାଇଲସ୍ଟୋନ୍‌ ଯୋଗାଇବାକୁ ଯାଉଛି ଆସନ୍ତା ‘ଅର୍ଜୁନ–୨୦୨୬’ ରଣପୁର ମହୋତ୍ସବ। ଆସନ୍ତା ଜାନୁୟାରୀ ୦୫ରୁ ୦୯ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହାମେଳା ଆୟୋଜିତ ହେବ ବୋଲି ମହୋତ୍ସବ କମିଟି ସୂଚନା ଦେଇଛି।ସୋମବାର ସ୍ଥାନୀୟ ମା ମଣିନାଗ କଲ୍ୟାଣୀ ମଣ୍ଡପରେ ଏହି ମହୋତ୍ସବକୁ ସଫଳ କରିବା ନିମିତ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକଟି କମିଟିର ସଭାପତି, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି  ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ସମ୍ପାଦକ  ସ୍ୱରାଜ ମହାନ୍ତିଙ୍କ ସହଯୋଗରେ କମିଟି ସଦସ୍ୟ, ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ ଓ ଆଗ୍ରହୀ ଜନସାଧାରଣ ଉପସ୍ଥିତ ରହି ମହୋତ୍ସବର ସମସ୍ତ  ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ଏ ବର୍ଷ ଆହୁରି ଆକର୍ଷଣୀୟ,…

Read More