ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

ଶିକ୍ଷାର୍ଥୀ ଚିହ୍ନଟଠାରୁ ପରୀକ୍ଷା ପରବର୍ତ୍ତୀ ମାର୍କ ପ୍ରବେଶ ପର୍ଯ୍ୟନ୍ତ ଦିଆଗଲା ତାଲିମ ରଣପୁର,(ନୟାଗଡ଼ ଦର୍ପଣ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ କୁ ଆହୁରି ସୁଦୃଢ଼ ଓ ସଫଳ କରିବା ଉଦ୍ଦେଶ୍ୟରେ ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅବସରରେ ଅଧିକାରୀଦ୍ୱୟ ଉଲ୍ଲାସ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗ୍ରାମୀଣ ଅଞ୍ଚଳରେ ନିରକ୍ଷର ବୟସ୍କ ଶିକ୍ଷାର୍ଥୀଙ୍କୁ ସାକ୍ଷର କରିବାରେ ଏହାର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ତାଲିମ ଶିବିରରେ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଓ ବିଶ୍ୱମୋହନ ବେହେରା…

Read More

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

ଶୋଭାଯାତ୍ରା, ଘୋଡ଼ାନାଚ ଓ ଲୋକନୃତ୍ୟରେ ଗାଁ ଗାଁରେ ପହଞ୍ଚିଲା ସାକ୍ଷରତାର ବାର୍ତ୍ତା ରଣପୁର,(ନୟାଗଡ଼ ଦର୍ପଣ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ଜନଆନ୍ଦୋଳନର ରୂପ ଦେବା ଲକ୍ଷ୍ୟରେ ରଣପୁର ବ୍ଲକ ମହତପଲ୍ଲା ବିଦ୍ୟାଳୟ ପକ୍ଷରୁ ଏକ ଆକର୍ଷଣୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣରେ ସମଗ୍ର ଅଞ୍ଚଳରେ ସାକ୍ଷରତାର ବାର୍ତ୍ତା ପ୍ରଚାର କରାଯାଇଥିଲା। କାର୍ଯ୍ୟକ୍ରମର ଅଂଶ ଭାବେ ମହତପଲ୍ଲା ଗ୍ରାମରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ସାକ୍ଷରତା ସମ୍ପର୍କିତ ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ‘ପଢ଼ିବା, ଶିଖିବା ଓ ଆଗକୁ ବଢ଼ିବା’ ଭଳି ବାର୍ତ୍ତା ମାଧ୍ୟମରେ ନିରକ୍ଷରତା ଦୂରୀକରଣ ସହ ସମସ୍ତଙ୍କୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା। ଶୋଭାଯାତ୍ରା ପରେ ଘୋଡ଼ାନାଚ…

Read More

ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

ଶିକ୍ଷଣ ସୋପାନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିକ୍ଷକ-ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ କୁଣ୍ଡଙ୍କ ସହଯୋଗରେ ଆୟୋଜିତ ଏହି ବୈଠକରେ କ୍ଲଷ୍ଟର ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ, ଶିକ୍ଷଣ ଫଳାଫଳ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସେ ବୈଠକର ବିଭିନ୍ନ ବିଷୟବସ୍ତୁ ସହିତ ୟୁଡାଇସ୍‌, ଉଲ୍ଲାସ, ସ୍ୱଚ୍ଛତା କାର୍ଯ୍ୟକ୍ରମ ଆଦିର ସଠିକ୍‌ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ଗୁରୁତ୍ୱର ସହ ଗ୍ରହଣ କରି ସମୟାନୁସାରେ…

Read More

ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

ରଣପୁର,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁ ଦିବସ ଅବସରରେ ରଣପୁର ମଣିନାଗ କଲ୍ୟାଣ ମଣ୍ଡପ ପରିସରରେ ଏକ ଭବ୍ୟ ସାମୂହିକ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରଣପୁରର ମାନ୍ୟବର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଆୟୋଜନରେ ଅନୁଷ୍ଠିତ ଏହି ଉତ୍ସବରେ ରଣପୁର ଅଞ୍ଚଳର ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପ ଓ ଚନ୍ଦନ ଅର୍ପଣ କରି ଗୁରୁଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିଥିଲେ। ଏହା ପରେ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଉପହାର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ବିଭିନ୍ନ ବକ୍ତା ଗୁରୁ-ଶିଷ୍ୟ ପରମ୍ପରା, ଶିକ୍ଷକଙ୍କ ତ୍ୟାଗ, ନିଷ୍ଠା ଓ ସମାଜ ଗଠନରେ ଶିକ୍ଷକଙ୍କ ମହତ୍ତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଶିକ୍ଷକମାନେ କେବଳ ଜ୍ଞାନର ଆଲୋକ ବାଣ୍ଟନ୍ତି ନାହିଁ, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ…

Read More

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା, ମେଧାବୀ ଛାତ୍ରୀ ସ୍ୱୟଂ ଶ୍ରୀୟାଙ୍କୁ ମେଧା ସମ୍ବର୍ଦ୍ଧନା

ରଣପୁର,(ନୟାଗଡ଼ ଦର୍ପଣ): ବଜ୍ରକୋଟ ଗ୍ରାମପଞ୍ଚାୟତ ଅଧୀନ ବିଦ୍ୟାଳୟ ପରିସରରେ ସ୍ଥାନାନ୍ତରଣ ଶିକ୍ଷକ ସେବା ସମ୍ବର୍ଦ୍ଧନା ଓ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆନନ୍ଦ ଓ ଭାବାବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଶିକ୍ଷକଙ୍କ ନିଷ୍ଠାପର ସେବାକୁ ସମ୍ମାନ ଦେବା ସହ ବିଦ୍ୟାଳୟର ମେଧାବୀ ଛାତ୍ରୀଙ୍କ ସଫଳତାକୁ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବଜ୍ରକୋଟ ଗ୍ରାମପଞ୍ଚାୟତର ସରପଞ୍ଚ ବନିତା ବାଲିଆରସିଂହ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମୀଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ପ୍ରଧାନ, ଗୌରାଙ୍ଗପୁର କ୍ଲଷ୍ଟରର ସି.ଆର.ସି.ସି. ସୁଧାକର ମିଶ୍ର, ଶିକ୍ଷାବିତ୍ ଅଶୋକ କୁମାର ଦାଶ, ଶିକ୍ଷାବିତ୍  ସନ୍ତୋଷ କୁମାର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶେଷଦେବ ପ୍ରଧାନ, ପଞ୍ଚସଖା ସେତୁ…

Read More

ସୁନାଖଳା ଅଞ୍ଚଳରେ ଯୁଗ୍ମ ଏନ୍‌ଫୋର୍ସମେଣ୍ଟ ଟିମର ଚଢ଼ାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାର ସୁନାଖଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଯୁଗ୍ମ ଏନ୍‌ଫୋର୍ସମେଣ୍ଟ ଟିମଙ୍କ ଦ୍ୱାରା ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ଖାଦ୍ୟ ସୁରକ୍ଷା ଅଧିକାରୀ, ନୟାଗଡ଼ ଶ୍ରୀ ନବ କିଶୋର ସାହୁ, ଡ୍ରଗ୍ସ ଇନ୍ସପେକ୍ଟର, ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ନୟାଗଡ଼ଙ୍କ ନେତୃତ୍ୱରେ ରଣପୁର ସର୍କଲର ଏକ ଅବକାରୀ ଟିମ୍ ଏବଂ ସୁନାଖଳା ପୋଲିସ ଟିମ୍ ଙ୍କ ସହଯୋଗରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଚଢ଼ାଉ ସମୟରେ ମୋଟ ୨୦ଟି ଦୋକାନ/ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା l ଏହି ଯାଞ୍ଚ ସୁନାଖଳା ଅଞ୍ଚଳର  ବିନୋଦପଡ଼ା, ସୁନାଖଳା ମୁଖ୍ୟ ରାସ୍ତା, ଉପର ବଜାର, ଗୋପୀନାଥପୁର, ମେଡିକାଲ ଛକ ଆଦି ଜାଗାରେ ବିଭିନ୍ନ ହୋଲସେଲର୍ ଦୋକାନ, ହୋଟେଲ, ଫଳ ଦୋକାନ ଓ ଖୁଚୁରା ଦୋକାନ ଆଦିରେ…

Read More

ଚମ୍ପାଗଡ଼ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନକୁ ନେଇ ଅନିୟମିତତା ଅଭିଯୋଗ

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ଼ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ଓ ସଦସ୍ୟ ଚୟନକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି। ଏନେଇ କିଛି ଛାତ୍ର-ଅଭିଭାବକ ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ (ସମଗ୍ର ଶିକ୍ଷା), ଜିଲ୍ଲା ଶିକ୍ଷା ଅଧିକାରୀ ଓ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ପରିଚାଳନା କମିଟି ସଦସ୍ୟ ଚୟନ ପାଇଁ ପ୍ରଥମେ ଡକାଯାଇଥିବା ବୈଠକରେ ପ୍ରାୟ ୪୫ ଜଣ ଅଭିଭାବକ ଉପସ୍ଥିତ ଥିଲେ। ଆବଶ୍ୟକ ସଂଖ୍ୟକ ଉପସ୍ଥିତି ନଥିବା ଦର୍ଶାଇ ସେହି ବୈଠକକୁ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ପରେ ଅନ୍ୟ ଏକ ଦିନ ବୈଠକ ଡକାଯାଇଥିବା ବେଳେ ସେଠାରେ ପ୍ରାୟ ୨୫ ଜଣ ଅଭିଭାବକ ଉପସ୍ଥିତ ଥିଲେ…

Read More

ସ୍ବାଧୀନତା ଦିବସରେ ଚମ୍ପାଗଡ ଉନ୍ନୀତ ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଜାତୀୟ ପତାକା ପ୍ରତି ଅବହେଳା ଓ ଅସମ୍ମାନ ଅଭିଯୋଗ

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ ଉନ୍ନୀତ ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଅଗଷ୍ଟ ମାସ ୧୫ ତାରିଖ ଦିନ ୮୦ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ପ୍ରତି ଅସମ୍ମାନ ଓ ଅବହେଳା କରାଯାଇଥିବା ଅଭିଯୋଗ ଆସିଛି ।ବିଦ୍ୟାଳୟ ପରିସରରେ ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା । ତେବେ ନିୟମ ଅନୁଯାୟୀ ଉତ୍ସବ ଶେଷ ହେବା ପରେ ନିର୍ଦ୍ଧାରିତ ସମୟରେ ପତାକା କୁ ସମ୍ମାନର ସହ ଅବତରଣ କରାଯିବାର ନିୟମ ରହିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ପତାକା ଟି ଉତ୍ତୋଳିତ ଅବସ୍ଥାରେ ରହିଥିବା ଲୋକଲୋଚନକୁ ଆସିଥିଲା । ଏପରିକି ସ୍ଥାନୀୟ ଯୁବକମାନେ ଏହାକୁ କ୍ୟାମେରାରେ କଏଦ କରିଛନ୍ତି, ଯାହା ଜିପିଏସ୍ ଫଟୋ ରୁ ସ୍ପଷ୍ଟ ଭାବରେ ଅଭିଯୋଗର ସତ୍ୟତା ବାରି…

Read More

ଚାନ୍ଦପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ, ସାମିଲ ହେଲେ ବାଚସ୍ପତି ସୁରମା ପାଢ଼ୀ ଚାନ୍ଦପୁର, (ନୟାଗଡ଼ ଦର୍ପଣ): ଦେଶପ୍ରେମ, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାର ବାର୍ତ୍ତା ନେଇ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଉଥିବା ବେଳେ ଏହି କ୍ରମରେ ଚାନ୍ଦପୁରରେ ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଚାନ୍ଦପୁରସ୍ଥିତ ମୋହନ ମହିଳା ମହାବିଦ୍ୟାଳୟ ନିକଟରୁ ଶୋଭାଯାତ୍ରା ବାହାରିଥିଲା। ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା। ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ରାୟ ୧୨୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ…

Read More

ଗୋପାଳପୁର ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା ଅନଷ୍ଠିତ ହୋଇଯାଇଅଛି

ରଣପୁର, (ନୟାଗଡ଼ ଦର୍ପଣ): ସ୍ୱାଧୀନ ଚିନ୍ତାଧାରା, ଦେଶପ୍ରେମ, ଜାତିପ୍ରେମକୁ ଉଦବୋଧ କରିବା ପାଇଁ ଅଗଷ୍ଟ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଉଅଛି । ଏହି ଅବସରରେ ଗୋପାଳପୁର ମଣ୍ଡଳ ବିଜେପି ତରଫରୁ ଅପରାହ୍ନ ସାଢ଼େ ୩ ଟା ସମୟରେ ମଝିଆଖଣ୍ଡ ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।ଏହି ଶୋଭାଯାତ୍ରାରେ ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ସାମିଲ୍ ହୋଇଥିଲେ । ଏହି ଶୋଭାଯାତ୍ରା କମଳେଶ୍ୱର ମନ୍ଦିର ପ୍ରାଙ୍ଗଣ ରୁ ବାହାରି ଦେଶାତ୍ମବୋଧକ ନାରା ଦେଇ ମଝିଆଖଣ୍ଡ ବଜାର ପରିକ୍ରମା କରି ଅଗାଧୁ ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାରେ ବିଜେପି ଜିଲ୍ଲା ଉପ ସଭାପତି ପରେଶ ମିଶ୍ର,ଜିଲ୍ଲା ଉପସଭାପତି ନିର୍ମଳ କୁମାର ମତଗଜସିଂହ ,…

Read More