ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଚାନକ ପରିଦର୍ଶନ, ଛାତ୍ର ଛାତ୍ରୀଙ୍କ ନିରାପତ୍ତା ଓ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ  ଶିକ୍ଷାର ବିକାଶ କିପରି ଅଧିକ ତ୍ୱରାନ୍ୱିତ ହେବ ସେ ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି ନୂତନ ଭାବେ ଯୋଗ ଦେଇଥିବା ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର। ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଖାଲମଡା ଏବଂ ଶିମିଳି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାକେଡା  ଅଚାନକ ପରିଦର୍ଶନ କରିଥିଲେ ବ୍ଲକ୍ ଶିକ୍ଷା ଅଧିକାରୀ। ଶିମିଳି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସୁଧିରଞ୍ଜନ ପରିଡ଼ା କିପରି  ଶିକ୍ଷାଦାନ କରୁଛନ୍ତି  ଛାତ୍ର ଛାତ୍ରୀଙ୍କ ସହ ବସି ଦେଖିଥିଲେ।ଶିକ୍ଷାଦାନ ଶୈଳୀ କୁ ପ୍ରଶଂସା କରିଥିଲେ।ତତ୍ ସହିତ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଛାତ୍ରଛାତ୍ରୀ ମାନେ ସୁନ୍ଦର ଭାବେ ହସ୍ତାକ୍ଷର, ପାରାଗ୍ରାଫ୍ ଲେଖିଥିବାର…

Read More

ନୂଆଗାଁରେ ଜିଲ୍ଲା ବ୍ୟାପି “ସେବା ଉତ୍ସବ”
ଷଷ୍ଠ ଦିବସରେ କୋରଡ଼ା ପଞ୍ଚାୟତରେ  ବିଭିନ୍ନ ସାମଗ୍ରୀ ବଣ୍ଟନ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଚାଲିଥିବା ଜିଲ୍ଲାବ୍ୟାପୀ ‘ସେବା ଉତ୍ସବ’ର ଷଷ୍ଠ ଦିବସ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି। ଗତ ଦଶପୂର୍ବେ ନୂଆଗାଁରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ବର୍ତମାନ ଦଶ ବର୍ଷରେ ପହଂଚିଥିବା ବେଳେ ଜିଲ୍ଲାରେ ଶହ ଯୁବପିଢ଼ି ଏଥିରେ ସାମିଲ ହୋଇଛନ୍ତି। ଏହି କ୍ରମରେ ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ଗରିବ ଓ ଅସହାୟ ବ୍ୟକ୍ତି ମାନଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଏବଂ ଚପଲ ବଣ୍ଟନ କରାଯାଇଛି। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି। ସମାଜରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି…

Read More

ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ବ୍ଲକ ଶିକ୍ଷାଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ବ୍ୟାହତ ହେଉଥିବାରୁ ସୋମବାର ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇଥିଲେ। ଶିକ୍ଷକ ପଦବୀ ପୂରଣ ଦାବିରେ ସେମାନେ ଗାତେରି ନିକଟରେ ମହିପୁର–ବାହାଡ଼ାଝୋଲା ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିଲେ। ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ସୂଚନା ଅନୁସାରେ, ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଯୋଗଦାନ ପରଠାରୁ ଗତ ତିନି ବର୍ଷ…

Read More

ନୂଆଗାଁ କପ୍-୨୦୨୬, ଦ୍ଵିତୀୟ ଲିଗ୍ ମ୍ୟାଚରେ ନୂଆଗାଁ ଦଳ ବିଜୟୀ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମା ନୂଆଗାଁ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ନୂଆଗାଁ କପ୍ ୨୦୨୬ର ଦ୍ଵିତୀୟ ଲିଗ୍ ମ୍ୟାଚରେ ଆୟୋଜକ ଏଫ୍ ଇ ସି ସି ନୂଆଗାଁ ଦଳ ବିଜୟ ଲାଭ କରିଛି । ଅନୁଷ୍ଠିତ ମ୍ୟାଚରେ କୋରଡ଼ା ଦଳ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ କୋରଡ଼ା ଦଳ ୬ଗୋଟି ୱିକେଟ ହରାଇ ୭୫ରନ ସଂଗ୍ରହ କରିଥିଲା । ଏହାର ଜବାବରେ ନୂଆଗାଁ ଦଳ ମାତ୍ର ୬.୪ ଓଭରରେ ମାତ୍ର ତିନି ଗୋଟି ୱିକେଟ ହରାଇ ୭୭ରନ ସଂଗ୍ରହ କରି ବିଜୟ ଲାଭ କରିଛି । ମ୍ୟାଚରେ ଦମଦାର ବୋଲିଂ କରିଥିବା ନୂଆଗାଁ ଦଳର ଅଧିନାୟକ ସିପୁନ କୁମାର ସ୍ୱାଇଁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମ୍ୟାଚକୁ ଦୁଇ ଅଭିଜ୍ଞ…

Read More

ମାଇଁ ଭୋଟ -ମାଇଁ ଭାରତ ପଦଯାତ୍ରା

ନୂଆଗାଁ, (ନୟାଗଡ଼ ଦର୍ପଣ):  ନୂଆଗାଁରେ ମାଇଁ ଭୋଟ -ମାଇଁ ଭାରତ ପଦଯାତ୍ରା  ଅନୁଷ୍ଠିତ ହୋଇଯାଇଛି l  ନୟାଗଡ଼ ସେବା ଉତ୍ସବ ସମିତି ଓ ମାଇଁ ଭାରତ, ନୟାଗଡ଼ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୂଆଗାଁ ବିଡ଼ିଓ ଡ଼. ଅମ୍ରିତ ରାଉଳ, ତହସିଲଦାର ହେମନ୍ତ କୁମାର ନାୟକ, ନୂଆଗାଁ ମହାବିଦ୍ୟାଳୟ ଅଧକ୍ଷ ବିଜୟ କୁମାର ସାହୁ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଉପସ୍ଥିତ ରହି ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ l  ନୂଆଗାଁ କଲେଜ ଠାରୁ ପଦଯାତ୍ରା ବାହାରି ଥାନା ପଡିଆ ଯାଏଁ ପହଞ୍ଚିଥିଲା  l ଦେଶ ବିକାଶ ସହ ଦେଶର ଗଣତନ୍ତ୍ରକୁ ସୃଦୃଢ଼ କରିବାରେ ଯୁବକ ମାନଙ୍କର ଗୁରୁ ଭୂମିକା ରହିଥିବା ବେଳେ ଯୁବ ଭୋଟର ମାନେ ନିଜର ମୂଲ୍ୟବାନ ଭୋଟ ଦେଇ ଦେଶର ବିକାଶରେ ଭାଗିଦାରୀ ହୋଇପାରିବେ ବୋଲି…

Read More

୭ମ ଜିଲ୍ଲାସ୍ତରୀୟ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପରୀ ଉଦଘାଟିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଗୁମୀ ପଞ୍ଚାୟତ ଡିମିରିପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ୩ ଦିନ ବ୍ୟାପୀ ୭ମ ଜିଲ୍ଲା ସ୍ତରୀୟ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପରୀ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ଙ୍କ ସଭାପତିତ୍ଵରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାମ୍ପରୀରୁ ନେତୃତ୍ବ, କମ୍ୟୁନିଟି, ଶାରୀରିକ ସମୃଦ୍ଧ ହୋଇଥାଏ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନୀଲ କୁମାର ଦାସ, ନୂଆଗାଁ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଗୁମୀ ସରପଞ୍ଚ ବବୃ ମହାରଣା, ସମିତି ସଭ୍ଯ ସଞ୍ଜୀବ କୁମାର ଡାକୁଆ, ଡିମିରିପଲ୍ଲୀ ଉଚ୍ଚ…

Read More

ଶିକ୍ଷାର ବିକାଶ ପାଇଁ- ଶିକ୍ଷା ସଭା

ନୂଆଗାଁ, (ନୟାଗଡ଼ ଦର୍ପଣ): ନୁଆଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଶ୍ରୀବନ୍ତ ଦେଇପୁର ଠାରେ ଦୁରୁଦୁରା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଏକ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୁପେ ଶିକ୍ଷାବିତ୍ ଚରଣ ନାୟକ, ମୁଖ୍ୟବକ୍ତା ରୁପେ ନୟାଗଡ଼ ଇନ୍ନରହୁଇଲ୍ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ପୁର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ବାରିକ, ଫକୀରଚରଣ ସୁନ୍ଦରା, କବି ସମ୍ପଦ କୁମାର ଦାଶ, ବିଦ୍ୟାଳୟର ସଭାପତି ପ୍ରଦୀପକୁମାର ମହାପାତ୍ର, ଜିଲ୍ଲା ଆଇନ ପ୍ରାଧିକରଣ ନୟାଗଡ଼ର ସଭ୍ୟ ସଭ୍ୟା, ଆଇନଜୀବୀ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତବନ୍ଧୁ ବେହେରା ଓ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀଧର ବେହେରା ଆଦି ମଞ୍ଚ ମଣ୍ଡନ କରିଥିଲେ। ଉକ୍ତ ସଭାରେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ…

Read More

ସରସ୍ବତୀ ଶିଶୁମନ୍ଦିର ମାଳିସାହିର ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ମାଳିସାହି ସରସ୍ବତୀ ଶିଶୁମନ୍ଦିରର ତ୍ରୟୋବିଂଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ମନୋରଞ୍ଜନ ପଣ୍ଡା ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିଶୁମାନେ ଭବିଷ୍ୟତରେ ଭଲମଣିଷ ହୋଇ ସମୃଦ୍ଧ ଦେଶ ଗଠନରେ ସହାୟକ ହେବାକୁ ଅଭିଭାବକମାନେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ମୁଖ୍ୟଅତିଥି ଭାବେ ନୟାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼ଃ. ଜ୍ୟୋତିରଞ୍ଜନ ସାମନ୍ତରାୟ, ମୁଖ୍ୟବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ନାୟକ, ସମ୍ମାନିତ ଅତିଥିଭାବେ ଓଟିଭିର ଉପସ୍ଥାପକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଯୋଗଦେଇ ଶିଶୁମନ୍ଦିରର ଶିକ୍ଷାଦାନ ବ୍ୟବସ୍ଥା  ଶିଶୁର ସାମଗ୍ରିକ ବିକାଶରେ ସହାୟକ ବୋଲି ମତବ୍ୟକ୍ତ କରିବା ସହିତ ଶିଶୁମାନଙ୍କୁ ଯଥାସମ୍ଭବ ମୋବାଇଲ ଫୋନର ବ୍ୟବହାରରୁ ନିବୃତ୍ତ ରଖିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ପରିଚାଳନା…

Read More

ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ତରଫରୁ  ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନର ଦ୍ବାରା  ତିନି ଦିନିଆ  ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନର ଏକ ପ୍ରୟୋଗଶାଳା ଦଶପଲ୍ଲା ବ୍ଲକରେ ସଭାଗୃହରେ  ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦଶପଲ୍ଲା ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକର  ମୋଟ ୧୧୩ଟି ଅନୂସୁଚିତ ଜନଜାତି ବହୁଳ  ଗ୍ରାମର  ସାମଗ୍ରିକ ଉନ୍ନତ କରାଯିବାର ଲକ୍ଷ ରଖାଯାଇଛି। ସେଇ ଗ୍ରାମର ଜନଜାତି ଯୁବକ ଯୁବତୀମାନେ  ସଶକ୍ତ ହେବା ସହ  ଗ୍ରାମ ଓ ସରକାରୀ କର୍ମଚାରୀଙ୍କ ସହ ସଂଯୋଗ ସ୍ଥାପନା କରି  ବିକାଶ ବାହକ ହେବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦଶପଲା, ଜିଲ୍ଲା ମଙ୍ଗଳ…

Read More

ଡ. ସୁରେଶ ବରାଡ଼ଙ୍କ ଉପନ୍ୟାସ ‘ଡଙ୍ଗରରେ ନିଆଁ’ ଲୋକାର୍ପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଔପନାସିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଉପନ୍ୟାସ ‘ଡଙ୍ଗରରେ ନିଆଁ’ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ସ୍ବାଧୀନତା ଦିବସ ଅବସରରେ ଗ୍ରାମ ସଭାପତି ଭରତ ସାହୁଙ୍କ ପୌରୋହିତ୍ୟରେ ଥୁଆବାରୀ ଗ୍ରାମବାସୀମାନଙ୍କ ଦ୍ଵାରା ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ମାନଙ୍କ କରକମଳରେ ଏହି ଉପନ୍ୟାସ ପୁସ୍ତକର ଲୋକାର୍ପଣ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ରୂପେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ପାରାଢ଼ିପି ସରପଞ୍ଚ ବିଭୂତି…

Read More