ନୟାଗଡ଼ରେ ଜିଲ୍ଲାସ୍ତରୀୟ ନୂଆ ମଧୁବାବୁ ପେନସନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମଧୁ ବାବୁ ପେନସନ୍ ଯୋଜନା (MBPY) ଅନ୍ତର୍ଗତ ନୂଆ ପେନସନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମୋଟ୍ ୮୦୦ ଜଣ ନୂଆ ହିତାଧିକାରୀଙ୍କୁ ନୂଆ ଭତ୍ତା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ  ଦୁଷ୍ମନ୍ତ ସ୍ବାଇଁ , ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଈଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼, ଜିଲ୍ଲାପାଳ ମଧୁମିତା ରଥ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଲଗ୍ନଜିତ ରାଉତ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳ, ନୟାଗଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ଅନ୍ୟାନ୍ୟ ଅତିଥି ମାନେ ନୂଆ ପେନସନ୍ ବଣ୍ଟନ ଉପରେ ବକ୍ତବ୍ୟ ରଖିଥିଲେ। ମାନନୀୟ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଜିର କାର୍ଯ୍ୟକ୍ରମକୁ ନେଇ ବିଶେଷ ଭାବେ ବକ୍ତବ୍ୟ ରଖିବା ସହ UPMP – Unified Pension Management Portal ଉପରେ ଆଲୋକପାତ କରିଥିଲେ। ଏବେ ଆଉ ଟାର୍ଗେଟ୍ ପାଇଁ ଅପେକ୍ଷା କରିବାକୁ ପଡ଼ିବନି, ପ୍ରତି ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁର କରାଯିବ ବୋଲି ସେ କହିଥିଲେ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, କାମଦେବ ନାୟକ, ନୟାଗଡଙ୍କ ସହ ଜିଲ୍ଲାର ଓ ବ୍ଲକ ରୁ ଆସିଥିବା ସମସ୍ତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଲଗ୍ନଜିତ ରାଉତ  ଜିଲ୍ଲା ପରିଷଦ ଧନ୍ୟବାଦ ଅର୍ପଣ କରିଥିଲେ।

Related posts