ମା’ ଦକ୍ଷିଣକାଳୀ ଚନ୍ଦ୍ରଶେଖର ପାଲା ଗାୟକ ମଣ୍ଡଳର କାର୍ଯ୍ୟ କାରିଣୀ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ମା’ଦକ୍ଷିଣକାଳୀ ପାଲା ଗାୟକ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ରବିବାର  ନୟାଗଡ଼ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି l ଗାୟକ କଳାନିଧି ପଣ୍ଡିତ ମନୋଜ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉତ୍କଳୀୟ ଲୋକକଳା ଓ ଲୋକସଂସ୍କୃତିର ସ୍ଵାକ୍ଷର ବହନ କରୁଥିବା ପାଲା ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ଓ ଏହାର ଅଧିକ ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନେବା ସମ୍ପର୍କରେ ଆଲୋଚନା ହୋଇଥିଲା l ଗାୟକ ତ୍ରିନାଥ ପଣ୍ଡା ମଙ୍ଗଳା ଚାରଣ ଚରଣ ପାଠ କରିବା ପରେ ସାଙ୍ଗଠନିକ ଆଲୋଚନା କରାଯାଇଥିଲା l ରାଜ୍ୟର ସମସ୍ତ ପାଲା ଗାୟକ, ବାୟକ ଓ ପାଳିଆ ମାନଙ୍କୁ ଏକତ୍ରିତ କରିବା ପାଇଁ ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦ ପକ୍ଷରୁ ବାର୍ଷିକ ସମ୍ମିଳନୀ ଡିସେମ୍ବର ୫ ଓ ୬ ତାରିଖରେ ପୁରୀ ଜିଲ୍ଲା ପାରିକୁଦ ଠାରେ ଏବଂ ନୟାଗଡ଼ ଜିଲ୍ଲା ସ୍ତରୀୟ ବାର୍ଷିକ ସମ୍ମିଳନୀ ଓଡ଼ିଆ ସାହିତ୍ୟର ପ୍ରଥମ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ଜନ୍ମମାଟି ଶରଣକୁଳ ଠାରେ ନଭେମ୍ବର ୨୯ ତାରିଖରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି l ଏହି ବୈଠକରେ ରମେଶ ଚନ୍ଦ୍ର କୁଣ୍ଡୁ ,ରଙ୍କ ନିଧି ବାରିକ, ରାଜ କିଶୋର ପ୍ରଧାନ, ସୁବାସ ଚନ୍ଦ୍ର ଗ୍ରହାଚାର୍ଯ୍ୟ, ବାଞ୍ଛାନିଧି ମହାପାତ୍ର, ଯଦୁମଣି ଜେନା, ପଞ୍ଚାନନ ସାହୁ,ଗୋବିନ୍ଦ ଚନ୍ଦ୍ର ସାହୁ  ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ସମ୍ପାଦକ ଅକ୍ରୁର ବାରିକ ବିବରଣୀ ପଠ କରିଥିଲେ l ପ୍ରଦୀପ କୁମାର ଅତିବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ l

Related posts