ମାତ୍ର ୧ବର୍ଷ ୧୦ମାସ ବୟସରେ ଅସାଧାରଣ ପ୍ରତିଭାର ଅଧିକାରିଣୀ ଜିଜ୍ଞାଶା ଜିଲ୍ଲା ପାଇଁ ଆଣିଲେ ଗୌରବ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିଭା ପ୍ରଦର୍ଶନ ପାଇଁ ବୟସ କେବେ ବି ପ୍ରତିବନ୍ଧକ ହୋଇନଥାଏ। ଏହାର ଏକ ଅଦ୍ଭୁତ ଉଦାହରଣ ପାଲଟିଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓ ବର୍ଷା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ଝିଅ ଜିଜ୍ଞାଂଶା ଜିୟାଂଶୀ ପ୍ରଧାନ। ମାତ୍ର ୧ ବର୍ଷ ୧୦ ମାସ ବୟସରେ ନିଜର ଅସାଧାରଣ ସ୍ମରଣଶକ୍ତି ଓ ଜ୍ଞାନକୌଶଳ ପ୍ରଦର୍ଶନ କରି ସେ ‘ଇଣ୍ଡିଆ ବୁକ ଅଫ ରେକଡ଼’ ମାନ୍ୟତା ହାସଲ କରିଛନ୍ତି।୨୦୨୪ ଅକ୍ଟୋବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିବା ଜିଜ୍ଞାଂଶା ୨୦୨୬ ଅଗଷ୍ଟ ୩୧ ତାରିଖ ସୁଦ୍ଧା ମାତ୍ର ୧ ବର୍ଷ ୧୦ ମାସ ବୟସରେ ଏହି ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିଲେ।ସେ ୧୬ ପ୍ରକାର ଆକୃତି, ୧୫ଟି ଜାତୀୟ ପ୍ରତୀକ, ୬ଟି ଋତୁ, ୮ଟି ଗ୍ରହ, ଶରୀରର ୨୩ଟି ଅଙ୍ଗ, ୨୪ ପ୍ରକାର…

Read More

ନୟାଗଡ଼ରେ ଉଦ୍‌ଘାଟିତ ହେଲା ଓରମାସ୍‌ର ଦୀପାବଳି ଷ୍ଟଲ୍

ସ୍ଥାନୀୟ କାରିଗର ଓ ଉତ୍ପାଦକଙ୍କ ହାତତିଆରି ସାମଗ୍ରୀକୁ ମିଳିବ ବଜାର ନୟାଗଡ଼, (ନୟାଗଡ଼ ଦର୍ପଣ): ଆଲୋକର ପର୍ବ ଦୀପାବଳି ଅବସରରେ ନୟାଗଡ଼ ସଦର ମହକୁମା ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନ ସମ୍ମୁଖରେ  ଓରମାସ୍‌ (ORMAS) ପକ୍ଷରୁ ଏକ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ୍ ଉଦ୍‌ଘାଟିତ ହୋଇଛି। ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲଗ୍ନଜିତ୍ ରାଉତ, ଓରମାସ୍‌ର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନୀଳକଣ୍ଠ ରଥଙ୍କ ସମେତ ଅନ୍ୟାନ୍ୟ ଓରମାସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏହି ଷ୍ଟଲ୍‌ର ଶୁଭାରମ୍ଭ ହୋଇଥିଲା।ଏହି ଷ୍ଟଲ୍‌ରେ ସ୍ଥାନୀୟ କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ଉତ୍ପାଦକଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଉପଲବ୍ଧ ହେଉଛି। ଏଥିରେ ମାଟି…

Read More

ନୟାଗଡ଼ ମଧୁବନ ଡକାୟତି ଘଟଣାର ପର୍ଦ୍ଦାଫାସ୍, ଜଣେ ଗିରଫ

ସୁନା ଅଳଙ୍କାର ଓ ୪୦ ହଜାର ଟଙ୍କା ଜବତ, ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ଥାନା ଅନ୍ତର୍ଗତ ମଧୁବନ (ସୀତାରାମପୁର) ଗ୍ରାମରେ ଘଟିଥିବା ଡକାୟତି ଘଟଣାରେ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ଘରୁ କିଛି ସୁନା ଓ ରୁପା ଅଳଙ୍କାର ସମେତ ନଗଦ ୪୦ ହଜାର ଟଙ୍କା ଜବତ କରିଛି ପୋଲିସ। ପୋଲିସ ସୂଚନା ଅନୁଯାୟୀ, ମଧୁବନ ଗ୍ରାମର ବୈକୁଣ୍ଠ ସାହୁଙ୍କ ପୁଅ ଶରତ ସାହୁ (୩୮) ଗତ ଅକ୍ଟୋବର ୨୮ ଓ ୨୯ ତାରିଖ ମଧ୍ୟ ରାତିରେ ପରିବାର ସହ ଘରେ ଶୋଇଥିବା ସମୟରେ କିଛି ଅଜଣା ଦୁର୍ବୃତ୍ତ ଘରର କବାଟ ଗ୍ରିଲ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେମାନେ ଘରୁ ୨ଟି ସୁନା ମାଳି, ଗୋଟିଏ ସୁନା…

Read More