ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ୍ କଲେ ବିଜେପି ନେତା
ନୟାଗଡ଼, (ନୟାଗଡ଼ ଦର୍ପଣ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ନୟାଗଡ଼ ବ୍ଲକ୍ର କନଫରେନ୍ସ ଗୃହରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ନାରା ଦେଇ ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିଛନ୍ତି ବିଜେପି ନେତା।
ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେପି ପ୍ରଭାରୀ ସୁରଥ ବିଶ୍ୱାଳ ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ କହିଥିଲେ ଯେ, ନିର୍ବାଚନରେ ବାରମ୍ବାର ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପରେ ବିରୋଧୀ ଦଳଗୁଡ଼ିକ ଗଣତନ୍ତ୍ରର ଆଳ ଦେଖାଇ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି।ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା, ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଏବଂ ଦଶପଲ୍ଲାର ନେତା ରାଘବ ମଲ୍ଲିକଙ୍କ ଉପସ୍ଥିତିରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର କଥା ଓ କାର୍ଯ୍ୟ ମଧ୍ୟରେ ଥିବା ଦ୍ୱୈତ ନୀତିକୁ ତୃଣମୂଳ ସ୍ତରରେ ଲୋକଙ୍କ ସମ୍ମୁଖରେ ଉଜାଗର କରାଯିବ ବୋଲି ବିଜେପି ନେତାମାନେ ଚେତାବନୀ ଦେଇଥିଲେ।

ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା, ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଏବଂ ଦଶପଲ୍ଲାର ନେତା ରାଘବ ମଲ୍ଲିକଙ୍କ ଉପସ୍ଥିତିରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର କଥା ଓ କାର୍ଯ୍ୟ ମଧ୍ୟରେ ଥିବା ଦ୍ୱୈତ ନୀତିକୁ ତୃଣମୂଳ ସ୍ତରରେ ଲୋକଙ୍କ ସମ୍ମୁଖରେ ଉଜାଗର କରାଯିବ ବୋଲି ବିଜେପି ନେତାମାନେ ଚେତାବନୀ ଦେଇଥିଲେ।
ସେମାନେ ଆହୁରି ଅଭିଯୋଗ କରିଥିଲେ ଯେ, ସାମ୍ବିଧାନିକ ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ବାଧାପ୍ରାପ୍ତ କରି କଂଗ୍ରେସ ନେତାମାନେ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବା ସହ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି। ବିରୋଧୀଙ୍କ ଏଭଳି ଆଭିମୁଖ୍ୟର ରାଜନୈତିକ ମୁକାବିଲା କରିବା ସହ ଜନସାଧାରଣଙ୍କ ନିକଟରେ ପ୍ରକୃତ ତଥ୍ୟ ପହଞ୍ଚାଇବାକୁ ବିଜେପି ପକ୍ଷରୁ ଆହ୍ୱାନ ଦିଆଯାଇଛି।
