ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ରକ୍ତଦାନ କଲେ ତିନି ଶିକ୍ଷକ, ପ୍ରଶଂସା ସାଉଁଟିଲେ ଶିକ୍ଷକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ରୀ କୁମାରୀ ରଞ୍ଜୁ ମାଝି ଅନ୍ତେବାସୀ ଭାବେ ରହି ଆସୁଥିଲେ। ଛାତ୍ରୀ ଜଣଙ୍କ ମେଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭାପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ପରେ ଅଧିକ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୧ତାରିଖ ରାତ୍ର ଆଠ ଘଟିକା ସମୟରେ ଭର୍ତ୍ତି କରାଯାଇଥିଲା। ପରେ ଜଣାଗଲା ଯେ, ଛାତ୍ରୀ ଜଣଙ୍କର ରକ୍ତ ଅଭାବ ଅଛି ତୁରନ୍ତ ‘ଓ’ ପଜେଟିଭ ବ୍ଲଡ ଦରକାର। ଏହି ଜରୁରୀ ସୂଚନାକୁ ନୟାଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତ ରଞ୍ଜନ ବେହେରା ନୟାଗଡ଼    ଜିଲ୍ଲା କଲ୍ୟାଣ ବିଭାଗ ଓ୍ବାଟସ୍ଅପ ଗ୍ରୁପରେ ସେୟାର କରିଥିଲେ ଯେ ଯେଉଁମାନେ ରକ୍ତ ଦାନ କରିବେ ତୁରନ୍ତ ସହମତି ଦିଅନ୍ତୁ। ଏହି ସୂଚନା…

Read More

ଶ୍ରୀରାମ ଫାଉଣ୍ଡେସନ ଓଡିଶା ସହଯୋଗରେ ଛାତ୍ର ପଢିଲେ ପାଠ

ଭାପୁର, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମରେ ଆଇ ଘରେ ବାର ବର୍ଷ ରହି ବିଦ୍ୟାଳୟ ବାରଣ୍ଡା ମାଡି ନଥିବା ପିଲାର ମାର୍ଗଦର୍ଶକ ସାଜିଲା ଶ୍ରୀରାମ ଫାଉଣ୍ଡେସନ ଓଡିଶା। ସୂଚନାଯୋଗ୍ୟ, ବୋଲଗଡ ନିର୍ବାଚନ ମଣ୍ଡଳୀ ସମ୍ପୁର ଗ୍ରାମର ବାଦଲ ନାୟକ(୧୨) ତାଙ୍କ ମା’ଙ୍କ ସହ ଆଉ ଦୁଇ ଜଣ ଭାଇ ଭଉଣୀ ଅଜା ଘର ନିମାଣୀ ଗ୍ରାମରେ ଆଇ କେଳୁଣୀ ନାୟକଙ୍କ ପାଖରେ ରହି ଆସୁଥିଲା। ବିଧବା ଆଇ ଦୁଃଖର ପାହାଡ଼ ମୁଣ୍ଡରେ ଧରି ଚାଲୁଥିବା ବେଳେ ବିକଳାଙ୍ଗ ଝିଅର ଛୁଆମାନଙ୍କର ଭରଣ ପୋଷଣ ମଧ୍ୟ କରୁଥିଲା। ବହୁ ବାର ଗ୍ରାମରେ ଥିବା ବିଦ୍ୟାଳୟରେ ନାତିର ନାମ ଲେଖାଇବା ପାଇଁ  ଘୁରି ବୁଲିଲେ ବି କୌଣସି ସୁଫଳ ମିଳି ନଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖୋର୍ଦ୍ଧାରୁ ଆସୁଥିବା ଡାକ୍ତର ଆଶୁତୋଷ ମିଶ୍ର ଏହି…

Read More

ଅଭାବୀଙ୍କୁ ବସ୍ତ୍ର ରାସନ ଓ ଆର୍ଥିକ ସହାୟତା ପ୍ରଦାନ

ଭାପୁର, (ନୟାଗଡ଼ ଦର୍ପଣ): ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ନବମ ବାର୍ଷିକ ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ର ଏବଂ ସମ୍ପାଦକ ତ୍ରିନାଥ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତିର କାର୍ଯ୍ୟକର୍ତ୍ତା ବିଭିନ୍ନ ଗ୍ରାମ ପରିକ୍ରମା କରି ଅସହାୟ ବ୍ୟକ୍ତି ବିଶେଷଙ୍କୁ ଭେଟି ତାଙ୍କ ଅସୁବିଧା ପଚାରି ବୁଝିବା ସହ ସେମାନଙ୍କୁ ବସ୍ତ୍ର, ଚପଲ  ଆନୁଷଙ୍ଗିକ ସାମଗ୍ରୀ ସହ ଆର୍ଥିକ ସହାୟତା ବଣ୍ଟନ କରିଥିଲେ। ଏହି ଅବସରରେ ଭାପୁର ସଦର ମହକୁମା ସମେତ ଶାଳବଣିଆ, ଫତେଗଡ଼, ବିଜିପୁର, ଟାଙ୍ଗୀସାହି, ଦୁର୍ଗାପୁରା, ସୁନାଖଳାରେ ବିଭିନ୍ନ ଅଭାବୀଙ୍କୁ ବସ୍ତ୍ର, ରାସନ, ଚପଲ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେବା ଉତ୍ସବ ସମିତି ର ସଦସ୍ୟ ଆଶୁତୋଷ ସାହୁ, ତପନ କୁମାର ସାହୁ ରଶ୍ମି ରଞ୍ଜନ ନାୟକ, ଅଭିଲିପ୍ସା ସାହୁ,…

Read More

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦୈନିକ ଖବର କାଗଜର ଶିରୋନାମା ପାଲଟୁଛି ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା

ନୟାଗଡ଼, (ନୟାଗଡ଼ ଦର୍ପଣ) : ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମେକେଶ ରାୟ ଏବଂ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆସନ୍ତା ଜୁନ ୨୫ ତାରିଖ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ସକାଳ ୧୦ ଘଟିକା ସମୟରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ…

Read More

କଣ୍ଟିଲୋକୁ ରେଳ ସଂଯୋଗ ନେଇ ସାଂସଦକୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କଣ୍ଟିଲୋସ୍ଥିତ ନୀଳମାଧବ ପୀଠକୁ ରେଳ ସେବା ନେଇ ତାଳଚେର -ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିନାୟକ ମିଶ୍ର, ରାମେଶ୍ୱର ଶତପଥୀ, ଶନିବାର ସନ୍ଧ୍ୟାରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ କଟକସ୍ଥିତ ପ୍ରଜାତନ୍ତ୍ର କାର୍ଯ୍ୟାଳୟରେ ସାକ୍ଷାତ ସହ ଆଲୋଚନା କରିଥିଲେ। ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ପ୍ରତିଶୃତିକୁ ତ୍ୱରାନ୍ୱିତ କରିବା ଦିଗରେ ମାନ୍ୟବର ସାଂସଦ ତୁରନ୍ତ ପଦକ୍ଷେପ ନେବେ ବୋଲି କଥା ଦେଇଥିଲେ। ସୂଚନା ଯୋଗ୍ୟ ବଡମ୍ବା-ନରସିଂହପୁର, କଣ୍ଟିଲୋ, ଖଣ୍ଡପଡ଼ା, ନୟାଗଡ଼ ଦେଇ ଏକ ସ୍ୱତନ୍ତ୍ର ଲାଇନ କାଇପଦର ସହ ସଂଯୋଗ କରିବା ପାଇଁ ଡିପିଆର ପ୍ରସ୍ତୁତ ନିମନ୍ତେ ରେଳ ବିଭାଗ ତିନି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। କ୍ରିୟାନୁଷ୍ଠାନ କମିଟିର ସଭ୍ୟମାନଙ୍କୁ ଦିଲ୍ଲୀ ଆସିବା ପାଇଁ ମାନ୍ୟବର ସାଂସଦ…

Read More

ପରିଚାଳନାଗତ ଅନିୟମିତତା ଯୋଗୁଁ ଦେବୋତ୍ତର ଅଧୀନକୁ ଗଲା ଫତେଗଡ଼ ରାମ ମନ୍ଦିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଫତେଗଡ଼ ମୌଜାରେ ଥ‌ିବା ଶ୍ରୀରାମ ମନ୍ଦିର ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନକୁ ଆସିଛି । ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ଏହି ଶ୍ରୀରାମ ମନ୍ଦିରରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହି ଭବ୍ୟ ମନ୍ଦିର ସ୍ଥାନୀୟ କିଛି ଲୋକଙ୍କ ଦ୍ୱାରା ପରିଚାଳନା କରାଯାଉଥିଲା। ମନ୍ଦିର ପରିଚାଳନାରେ ଅନିୟମିତତା ହେଉଥ‌ିବା ଦେବୋତ୍ତର କମିସନ ଲଲାଟେନ୍ଦୁ ଜେନାଙ୍କ ନଜରକୁ ଆସିଥିଲା। କମିସନଙ୍କ ନିର୍ଦେଶକ୍ରମେ ଦେବୋତ୍ତର ନିରୀକ୍ଷକ ଏହାର ପରିଚାଳନା ସମ୍ବନ୍ଧରେ ତଦନ୍ତ କରିଥିଲେ। ତଦନ୍ତ ସମୟରେ ମନ୍ଦିର ପରିଚାଳନାରେ ଥିବା ବ୍ୟକ୍ତିମାନେ ଅନୁଷ୍ଠାନର ଆୟବ୍ୟୟର ତଥ୍ୟ ପ୍ରଦାନ କରିପାରିନଥିଲେ। ଦେବୋତ୍ତର ନିରୀକ୍ଷକଙ୍କ ବିବରଣୀ ଏବଂ ଅନ୍ୟ ତଥ୍ୟାବଳୀ ବିଚାରକୁ ନେଇ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଅନୁଯାୟୀ…

Read More

ସରସ୍ବତୀ ଶିଶୁ ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ

ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ବ୍ଲକ ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ପ୍ରଧାନ ଆଚାର୍ଯ୍ୟ କାମରାଜ ବରାଡଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବିଦ୍ୟାଳୟର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଭୁବନେଶ୍ୱର ର ସାଧାରଣ ସମ୍ପାଦକ ଡା. କରୁଣାକର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପବିତ୍ର କୁମାର ସୁବୁଦ୍ଧି, ସମ୍ମାନୀତ ଅତିଥି ଭାବେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଦୀପ କୁମାର ପାଇକରାୟ, ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ଚରଣ କୁମାର ସାହୁ ଉପସ୍ଥିତ ଥିଲେ। ବିଦ୍ୟାଳୟର ସଂପାଦକ ତଥା ଅଧ୍ୟାପକ ପଦ୍ମ ଚରଣ ଭୋଳ ସଂପାଦକୀୟ ବିବରଣୀ ପାଠ କରିଥିଲେ।…

Read More

ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ  ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ  ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୪୬ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୧୭ଟି ଫଇସଲା କରାଯାଇ ୧୫,୧୨,୪୦୫ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହ ଜନିତ ୧୬ଟି ମାମଲା ଫଇସଲା କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୨୪୫ଟି ମାମଲା ଫଇସଲା କରଯାଇଥିଲା।…

Read More

ବିଶ୍ବ ଏଡ଼ସ୍ ଦିବସ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ବିଶ୍ବ ଏଡ଼ସ୍ ଦିବସ ପରିପ୍ରେକ୍ଷୀରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଭାପତିତ୍ବ କରି କଲେଜର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଛାତ୍ରଛାତ୍ରୀମାନଙ୍କୁ ଏଡ଼ସ୍ ରୋଗର ଭୟାବହତା ବିଷୟରେ ଅବଗତ କରାଇଥିଲେ। ସଭାରେ ଗୌରମୋହନ ସାହୁ ଜନସାଧାରଣଙ୍କର ଏଡ଼ସ୍ ଭୂତାଣୁ ସମ୍ବନ୍ଧୀୟ ବିଶେଷ ଜ୍ଞାନ ନଥିବା ହେତୁ ଦୁର୍ଦ୍ଦଶା ଭୋଗୁଥିବା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୀତିଶ୍ରୀ ମଲ୍ଲିକ “ମିଳିତ ଭାବେ ଏଡ଼ସ୍ କିମ୍ବା ଏହି ଭୂତାଣୁକୁ ଆୟତ୍ତାଧୀନ” ବିଷୟବସ୍ତୁ ଉପରେ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାୟ ୧୫୦ ଛାତ୍ରଛାତ୍ରୀ ଓ ରେଡକ୍ରସ ସ୍ବେଚ୍ଛାସେବୀଙ୍କୁ ନେଇ ଅନୁଷ୍ଠିତ ଉତ୍ସବକୁ ଯୁବ ରେଡକ୍ରସ ଅଫିସର ବିଜୟିନୀ ଶୁଭଦର୍ଶିନୀ ଓ ଡକ୍ଟର ଜୟରାମ ସିଂ ସାମଲ ପରିଚାଳନା କରିଥିଲେ। ଉକ୍ତ…

Read More

ଭାପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସରସ୍ବତୀ ଶିଶୁ ମନ୍ଦିର, ଭାପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ା ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିବା ସହିତ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାରେ ସଙ୍ଗୀତଧାରାର ଅଭିନଵ ପ୍ରାୟସକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ଭାପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରଶାନ୍ତ କୁମାର ଦାଶ, ଜୟଶ୍ରୀ ଦେବୀ ଏବଂ ଉଦିତ ନାରାୟଣ ଦାଶ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୬ ଜଣ କଣ୍ଠଶିଳ୍ପୀଙ୍କୁ…

Read More