ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ମୁଖ୍ୟାଳୟ ଠାରେ ସୋମବାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି ଓ ସମାଧାନ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲପାଳ ଏବଂ ଏସପିଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୧୬ଟି ଆବେଦନ ଗ୍ରହଣ କରାଯାଇଥିଲା। ମୋଟ ଅଭିଯୋଗ ମଧ୍ୟରୁ ୮୮ଟି ବ୍ୟକ୍ତିଗତ ଅଭିଯୋଗ, ୪ଟି ଗ୍ରାମ୍ୟ ସମସ୍ୟା, ସମ୍ବନ୍ଧୀୟ ଏବଂ ୨୪ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF) ସହାୟତା ପାଇଁ ଆବେଦନ ରହିଥିଲା। ଶୁଣାଣି ସମୟରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ବିଭିନ୍ନ ଅଭିଯୋଗର ତଦନ୍ତ କରି ୫୦ଟି ମାମଲାର ତୁରନ୍ତ ସମାଧାନ କରିଥିଲେ। ଅବଶିଷ୍ଟ ଆବେଦନଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପଠାଯାଇ ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପିଜି ସେଲ୍ ମାଧ୍ୟମରେ ସାଧାରଣ ଲୋକମାନେ ସିଧାସଳଖ ପ୍ରଶାସନ…
Read MoreCategory: ଭାପୁର ବ୍ଲକ
ଭାପୁରରେ ସେବା ଉତ୍ସବ, ବସ୍ତ୍ର ଓ ଚପଲ ବଣ୍ଟନ
ଭାପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୬ର ଚତୁର୍ଥ ଦିବସରେ ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାପୁର ବ୍ଲକର ରାକମା, ବିଜିପୁର ଓ ଭାପୁର ପଞ୍ଚାୟତର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର , ଖାଦ୍ୟ ଓ ଚପଲ ବଣ୍ଟନ କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ଆଦିତ୍ୟ ପାଳ, ସତ୍ୟନାରାୟଣ ବେହେରା, ପରମେଶ୍ୱର ସାହୁ,…
Read Moreଗୋଡ଼ିଗଦା ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୋଡ଼ି (ଚିପ୍ସ) ବୋଝେଇ ହାଇୱା ଟ୍ରକରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚର୍ଚ୍ଚା ଓ ଉତ୍କଣ୍ଠା ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ପଞ୍ଚାୟତର ସୁନାଖଳା ଗ୍ରାମର ଦିବାକର ରାଉତଙ୍କ ପୁଅ ମୁନା ରାଉତ (୧୯)। ସେ ଓଡି-୧୫ଜେ-୭୫୮୨ନମ୍ବର ବିଶିଷ୍ଟ ହାଇୱା ଟ୍ରକରେ ହେଲ୍ପର ଭାବେ କାମ କରୁଥିଲେ। ସୂଚନା ଅନୁସାରେ, ଶନିବାର ରାତିରେ ହାଇୱାଟି ଗୋଡ଼ି (ଚିପ୍ସ) ବୋଝେଇ କରି ଭାପୁର ବଜାର ନିକଟସ୍ଥ ମହୋତ୍ସବ ପଡ଼ିଆ ନିକଟରେ ଜଣେ ବ୍ୟକ୍ତିଙ୍କ ସ୍ଥାନରେ ଗୋଡ଼ି ଖାଲି କରୁଥିଲା। ତେବେ ଗୋଡ଼ି ଅନଲୋଡ୍ ସମୟରେ ସେଥିରୁ ହେଲ୍ପର ମୁନା ରାଉତଙ୍କ ମୃତଦେହ ମିଳିଥିଲା। ଘଟଣା ଜଣାପଡ଼ିବା ପରେ…
Read Moreଭିଜିଲାନ୍ସ ଜାଲରେ ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ଓ ସହଯୋଗୀ ଆଶୁତୋ
୧ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ଭାପୁର, (ନୟାଗଡ଼ ଦର୍ପଣ): ଲାଞ୍ଚ ନେବା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଜଣେ ଠିକାଦାରଙ୍କ ବିଲ କରିବା ଏବଂ ସିକ୍ୟୁରିଟି ଜମା ଟଙ୍କା ଫେରସ୍ତ ପାଇଁ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ନୟାଗଡ ଜିଲ୍ଲା ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଓ ସହଯୋଗୀ ଆଶୁତୋଷ ବଳିଆର ସିଂ। ଖଣ୍ଡପଡ଼ା ଅଞ୍ଚଳରେ ୨୦୨୧-୨୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କାମର ବିଲ୍ କ୍ଲିୟରିଂ ଏବଂ ସିକ୍ୟୁରିଟି ଜମା ଫେରସ୍ତ କରିବା ପାଇଁ ଜଣେ ଠିକାଦାର ଠାରୁ ୧,୩୬,୦୦୦(୧ ଲକ୍ଷ ୩୬ହଜାର) ଟଙ୍କା ଲାଞ୍ଚ ଦାବି କରୁଆସୁଥିଲେ । ଆଜି ସକାଳ ସମୟରେ…
Read More‘ସାମ୍ବାଦିକ ଗୌରବ’ ସମ୍ମାନରେ ସମ୍ମାନୀତ ହେଲେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଆଜି ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ”ସାମ୍ବାଦିକ ଗୌରବ” ସମ୍ମାନ ମିଳିଛି। ଆଜି କଟକର ସାରସ୍ବତପୀଠ ଶ୍ରୀରାମ ଚନ୍ଦ୍ର ଭବନରେ “ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ” ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା “ସମାଜ”ର ପୂର୍ଵତନ ସମ୍ପାଦକ ଡ଼କ୍ଟର ସତ୍ୟ ରାୟ ପୌରାହିତ୍ୟ କରିଥିଲେ। ଏହି ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ସାମ୍ବାଦିକ ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ମୁରଲୀଧର ସାମଲ, ଯୁଗ୍ମ-ସମ୍ପାଦକ ଅରବିନ୍ଦ ରାଉତରାୟ ଏବଂ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ସାମ୍ବାଦିକତା କ୍ଷେତ୍ରରେ ରହିଥିବା ଦକ୍ଷତା, ନିର୍ଭିକତା, ସଚୋଟତା ଓ ସମ୍ବେଦନଶୀଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।…
Read Moreମନମୋହିଲା ଅସୀମା ପଣ୍ଡାଙ୍କ ଗୀତ ଓ ପପୁ ପମପମଙ୍କ କମେଡି
ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଅସ୍ମିତା, କଳା, ସଂସ୍କୃତି, ଐତିହ ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ବହୁ ପ୍ରତିକ୍ଷୀତ ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୬ ଉଦଘାଟିତ ହୋଇଯାଇଛି। ସକାଳ ୧୨ଟାରେ ଉତ୍କର୍ଷ ମହୋତ୍ସବର ଉଦଘାଟନ କାର୍ଯ୍ୟକ୍ରମ ଅତ୍ୟାନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ବାବା ବାଲୁଙ୍କେଶ୍ୱର ଦେବ ପୀଠରୁ ଭାପୁର ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ଉତ୍କର୍ଷ ଭାପୁର ମହୋତ୍ସବର ସଭାପତି ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଠାକୁରଙ୍କ ନିକଟରେ ପୂଜର୍ଚନା କରି ପତାକା ଦେଖାଇ ମଶାଲ ଶୋଭାଯାତ୍ରା ଶୁଭାରମ୍ଭ କରିଛନ୍ତି। ମଶାଲ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୁବକ, ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସହର ସହ ଅଂଶଗ୍ରହଣ କରିଥିଲେ। ମଶାଲ ଶୋଭାଯାତ୍ରା ମହୋତ୍ସବ…
Read Moreଖଣ୍ଡପଡା ଏବଂ ଭାପୁର ବ୍ଲକରେ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଖଣ୍ଡପଡା ଏବଂ ଭାପୁର ବ୍ଲକରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଭାପୁର ବ୍ଲକର ସେଣ୍ଟ ଜାଭିଆର ସ୍କୁଲରେ ଅନୁଷ୍ଠିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାରେ ଓମ ପ୍ରକାଶ ମହାରଣା,ସ୍ଵାଗତିକା ନାଏକ,ମିତାଲି ଦାଶ, ଆରାଧନା ପଣ୍ଡା ଏବଂ କ୍ରିଷ୍ଣା ଦାଶ ସେମି ଫାଇନାଲ ପର୍ଯ୍ୟାକୁ ମନୋନୀତ ହୋଇଥିଲେ। ସେହିପରି ଅପରାହ୍ନରେ ଖଣ୍ଡପଡ଼ା ବ୍ଲକ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଇପ୍ସିତା ପ୍ରିୟଦର୍ଶିନୀ,ଗୁଡୁ ମହାନ୍ତି,ବିଶ୍ୱଜିତ ନାୟକ, ଶୁଭସ୍ମିତା ବେହେରା, ବର୍ଷାରାଣୀ ପ୍ରଧାନ ପ୍ରମୁଖ ସେମି ଫାଇନାଲକୁ ମନୋନୀତ ହୋଇଥିଲେ। ଉଭୟ ବ୍ଲକରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରପତି ଭାବେ ନୟାଗଡ଼ର ବରିଷ୍ଠ ତଥା ବେତାର କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ରବୀନ୍ଦ୍ର କୁମାର ଦାଶ ଏବଂ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଯୋଗଦାନ…
Read Moreଭାପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ
ଭାପୁର,(ନୟାଗଡ଼ ଦର୍ପଣ) : ଭାପୁର ବ୍ଲକରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲାମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ, ଭାପୁର ବିଡ଼ିଓ, ତହସିଲଦାରଙ୍କ ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ ପ୍ରକୋଷ୍ଟ୍ରରେ ମୋଟ ୬୮ଟି ଆପତ୍ତି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ ୬୧ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୩ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୪ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଥିଲା, ରେଡ଼କ୍ରସ ସହାୟତା ପାଇଁ…
Read Moreପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ରକ୍ତଦାନ କଲେ ତିନି ଶିକ୍ଷକ, ପ୍ରଶଂସା ସାଉଁଟିଲେ ଶିକ୍ଷକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ରୀ କୁମାରୀ ରଞ୍ଜୁ ମାଝି ଅନ୍ତେବାସୀ ଭାବେ ରହି ଆସୁଥିଲେ। ଛାତ୍ରୀ ଜଣଙ୍କ ମେଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭାପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ପରେ ଅଧିକ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୧ତାରିଖ ରାତ୍ର ଆଠ ଘଟିକା ସମୟରେ ଭର୍ତ୍ତି କରାଯାଇଥିଲା। ପରେ ଜଣାଗଲା ଯେ, ଛାତ୍ରୀ ଜଣଙ୍କର ରକ୍ତ ଅଭାବ ଅଛି ତୁରନ୍ତ ‘ଓ’ ପଜେଟିଭ ବ୍ଲଡ ଦରକାର। ଏହି ଜରୁରୀ ସୂଚନାକୁ ନୟାଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତ ରଞ୍ଜନ ବେହେରା ନୟାଗଡ଼ ଜିଲ୍ଲା କଲ୍ୟାଣ ବିଭାଗ ଓ୍ବାଟସ୍ଅପ ଗ୍ରୁପରେ ସେୟାର କରିଥିଲେ ଯେ ଯେଉଁମାନେ ରକ୍ତ ଦାନ କରିବେ ତୁରନ୍ତ ସହମତି ଦିଅନ୍ତୁ। ଏହି ସୂଚନା…
Read Moreଶ୍ରୀରାମ ଫାଉଣ୍ଡେସନ ଓଡିଶା ସହଯୋଗରେ ଛାତ୍ର ପଢିଲେ ପାଠ
ଭାପୁର, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମରେ ଆଇ ଘରେ ବାର ବର୍ଷ ରହି ବିଦ୍ୟାଳୟ ବାରଣ୍ଡା ମାଡି ନଥିବା ପିଲାର ମାର୍ଗଦର୍ଶକ ସାଜିଲା ଶ୍ରୀରାମ ଫାଉଣ୍ଡେସନ ଓଡିଶା। ସୂଚନାଯୋଗ୍ୟ, ବୋଲଗଡ ନିର୍ବାଚନ ମଣ୍ଡଳୀ ସମ୍ପୁର ଗ୍ରାମର ବାଦଲ ନାୟକ(୧୨) ତାଙ୍କ ମା’ଙ୍କ ସହ ଆଉ ଦୁଇ ଜଣ ଭାଇ ଭଉଣୀ ଅଜା ଘର ନିମାଣୀ ଗ୍ରାମରେ ଆଇ କେଳୁଣୀ ନାୟକଙ୍କ ପାଖରେ ରହି ଆସୁଥିଲା। ବିଧବା ଆଇ ଦୁଃଖର ପାହାଡ଼ ମୁଣ୍ଡରେ ଧରି ଚାଲୁଥିବା ବେଳେ ବିକଳାଙ୍ଗ ଝିଅର ଛୁଆମାନଙ୍କର ଭରଣ ପୋଷଣ ମଧ୍ୟ କରୁଥିଲା। ବହୁ ବାର ଗ୍ରାମରେ ଥିବା ବିଦ୍ୟାଳୟରେ ନାତିର ନାମ ଲେଖାଇବା ପାଇଁ ଘୁରି ବୁଲିଲେ ବି କୌଣସି ସୁଫଳ ମିଳି ନଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖୋର୍ଦ୍ଧାରୁ ଆସୁଥିବା ଡାକ୍ତର ଆଶୁତୋଷ ମିଶ୍ର ଏହି…
Read More