ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ମୁଖ୍ୟାଳୟ ଠାରେ ସୋମବାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି ଓ ସମାଧାନ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲପାଳ ଏବଂ ଏସପିଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୧୬ଟି ଆବେଦନ ଗ୍ରହଣ କରାଯାଇଥିଲା।
ମୋଟ ଅଭିଯୋଗ ମଧ୍ୟରୁ ୮୮ଟି ବ୍ୟକ୍ତିଗତ ଅଭିଯୋଗ, ୪ଟି ଗ୍ରାମ୍ୟ ସମସ୍ୟା, ସମ୍ବନ୍ଧୀୟ ଏବଂ ୨୪ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF) ସହାୟତା ପାଇଁ ଆବେଦନ ରହିଥିଲା। ଶୁଣାଣି ସମୟରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ବିଭିନ୍ନ ଅଭିଯୋଗର ତଦନ୍ତ କରି ୫୦ଟି ମାମଲାର ତୁରନ୍ତ ସମାଧାନ କରିଥିଲେ। ଅବଶିଷ୍ଟ ଆବେଦନଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପଠାଯାଇ ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ପିଜି ସେଲ୍ ମାଧ୍ୟମରେ ସାଧାରଣ ଲୋକମାନେ ସିଧାସଳଖ ପ୍ରଶାସନ ନିକଟରେ ନିଜର ସମସ୍ୟା ଉପସ୍ଥାପନ କରିପାରୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ଲୋକଙ୍କ ଅଭିଯୋଗର ଶୀଘ୍ର ଓ ସ୍ୱଚ୍ଛ ସମାଧାନ ପାଇଁ ଏପରି ଶୁଣାଣି ଶିବିର ନିୟମିତ ଭାବେ ଆୟୋଜନ କରାଯାଉଛି।
ଭାପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ୧୧୬ଟି ଅଭିଯୋଗ ଗ୍ରହଣ, ୫୦ଟିର ତୁରନ୍ତ ସମାଧାନ
