ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡ଼ର ବାର୍ଷିକ କ୍ରୀଡା ପି. ଟି. ଏସ୍ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ପି.ଟି.ଏସ୍ ର ଅଧ୍ୟକ୍ଷ ଭବେଶ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗନେଇ ପାଠ ପଢ଼ିବା ସହିତ ଶାରୀରିକ, ଯୋଗ ଓ କ୍ରୀଡ଼ା ଇତ୍ୟାଦି ଶରୀରକୁ ସୁସ୍ଥ ନିରୋଗ ରଖିବାକୁ ଉପଦେଶ ଦେଇଥିଲେ । କ୍ରୀଡ଼ା ଦ୍ୱାରା ମନ ପ୍ରଫୁଲ୍ଲ ରହେ ଓ ପାଠ ପଢ଼ିବା ପାଇଁ ଆଗ୍ରହ ଆସେ। ତେଣୁ ଜଣେ ସଚ୍ଚା କ୍ରୀଡ଼ାବିତର ମନୋବୃତ୍ତି ନେଇ ଖେଳିବାକୁ ପଡିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ ।ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାନ୍ତି,ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ପ୍ରଧାନ ଓ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ନରସିଂହ ସାହୁ ଓ ସୂର୍ଯ୍ୟମଣି ନାୟକ ମଞ୍ଚାସୀନ ଥିଲେ। ବିଭିନ୍ନ ପ୍ରକାର କ୍ରୀଡ଼ା ଯଥା ଦୌଡ଼, ଲମ୍ୱଡ଼ିଆ, ଉଚ୍ଚଡ଼ିଆ, ଗୋଳାଫିଙ୍ଗା , ବର୍ଚ୍ଛାଫିଙ୍ଗା ଇତ୍ୟାଦିରେ ପ୍ରାୟ ୭୦୦ ରୁ ଊର୍ଦ୍ଧ୍ବ ଶିଶୁ ଭାଇଭଉଣୀ ଯୋଗଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ।
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନୟାଗଡ଼ର ବାର୍ଷିକ କ୍ରୀଡା ଉତ୍ସବ
