ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡ଼ର ବାର୍ଷିକ କ୍ରୀଡା ପି. ଟି. ଏସ୍ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ପି.ଟି.ଏସ୍ ର ଅଧ୍ୟକ୍ଷ ଭବେଶ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗନେଇ ପାଠ ପଢ଼ିବା ସହିତ ଶାରୀରିକ, ଯୋଗ ଓ କ୍ରୀଡ଼ା ଇତ୍ୟାଦି ଶରୀରକୁ ସୁସ୍ଥ ନିରୋଗ ରଖିବାକୁ ଉପଦେଶ ଦେଇଥିଲେ । କ୍ରୀଡ଼ା ଦ୍ୱାରା ମନ ପ୍ରଫୁଲ୍ଲ ରହେ ଓ ପାଠ ପଢ଼ିବା ପାଇଁ ଆଗ୍ରହ ଆସେ। ତେଣୁ ଜଣେ ସଚ୍ଚା କ୍ରୀଡ଼ାବିତର ମନୋବୃତ୍ତି ନେଇ ଖେଳିବାକୁ ପଡିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ ।ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାନ୍ତି,ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ପ୍ରଧାନ ଓ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ନରସିଂହ ସାହୁ ଓ ସୂର୍ଯ୍ୟମଣି ନାୟକ ମଞ୍ଚାସୀନ…
Read MoreDay: November 27, 2026
ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟାମାଟିର ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଉତ୍ସାହ, ଉଦ୍ଦୀପନା ଓ କ୍ରୀଡ଼ାମୟ ପରିବେଶ ମଧ୍ୟରେ ଉଦ୍ଘାଟିତ ହୋଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଦୁଇଦିନିଆ କ୍ରୀଡ଼ା ଉତ୍ସବରେ ପ୍ରାୟ ୧୫୦ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ା ଓ ମନୋରଞ୍ଜନମୂଳକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।ଉତ୍ସବର ଏକ ଆକର୍ଷଣୀୟ ଦୃଶ୍ୟ ଥିଲା ମାଆ ତାରେଣୀଙ୍କ ପୀଠରୁ ଆସିଥିବା କ୍ରୀଡ଼ା ମଶାଲ ଯାହା ଗ୍ରାମ୍ୟ ପରିକ୍ରମଣ କରିବା ସହ ଶ୍ରଦ୍ଧା ଓ ଉତ୍ସାହର ସହିତ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିଲା। ଏହି ମଶାଲ କ୍ରୀଡ଼ାର ଉତ୍ସାହ, ଏକତା, ଶୃଙ୍ଖଳା ଓ ନିରନ୍ତର ପ୍ରୟାସର ପ୍ରତୀକ ଭାବେ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉଦ୍ଦୀପନା ସୃଷ୍ଟି କରିଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କ୍ରୀଡ଼ା ଉତ୍ସବର…
Read Moreଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ଅଭିଯାନର ଶୁଭାରମ୍ଭ ଓ ସଚେତନତା ରାଲି
ନୟାଗଡ଼,(ନୟାଗଡ଼ ଦର୍ପଣ): ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନ ଅବସରରେ ଆଜି ସକାଳ ୮ ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଓ ସଚେତନତା ରାଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ମହିଳା ସଶକ୍ତିକରଣଙ୍କ ମିଳିତ ଉଦ୍ୟମରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଡେପୁଟି କଲେକ୍ଟର ତପତି ରାଜ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ପୋଲିସ ବିଭାଗ ,ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥା ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ଏଥିରେ ପ୍ରାୟ ୪୦୦ ଜଣ ଅଂଶଗ୍ରହଣକାରୀ, ଯେଉଁଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ…
Read Moreବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନରେ ସାମୂହିକ ଶପଥ ଗ୍ରହଣ ଓ ପ୍ରଶିକ୍ଷଣ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଆଜି ସକାଳ ୮ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲ୍ୟ ବିବାହ ବିରୋଧୀ ସଚେତନତା ଓ ସାମୂହିକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ମହିଳା ସଶକ୍ତିକରଣ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ସଫଳତାର ସହ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ-ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଡେପୁଟି କଲେକ୍ଟର ତପତି ରାଜ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଡିପିସି ମିଶନ ଶକ୍ତିଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ ।ଏଥିରେ ପ୍ରାୟ ୩୫୦ ଜଣ ଅଂଶଗ୍ରହଣକାରୀ, ଯେଉଁଥିରେ ସ୍ୱୟଂ ସହାୟକ ଗୋଷ୍ଠୀର…
Read Moreବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଉଦଯାପିତ, ଶେଷ ସନ୍ଧ୍ୟାକୁ ରଙ୍ଗିନ କଲା ମେଲୋଡ଼ି ନାଇଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ ପଡ଼ିଆରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଉଦଯାପିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଜାନକୀ ବଲ୍ଲଭ ଜେନା, ଶର୍ମୀଳା ପ୍ରଧାନ, ଦୀନବନ୍ଧୁ ଗୁରୁ, ସ୍ଵୟଂପ୍ରଭା ରଥ, ମଞ୍ଜୁ ଗୁମାନସିଂ, ସନ୍ତୋଷ ମାହାର, ସୁନୀତା ରାଣୀ ମହାପାତ୍ର, ଗୀତାଞ୍ଜଳି ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ। ଶେଷ ସନ୍ଧ୍ୟାକୁ ରଙ୍ଗିନ କରିଥିଲା ଭୁବନେଶ୍ୱର ମେଲୋଡ଼ି ନାଇଟ କଳାକାରଙ୍କ ମେଲୋଡ଼ି। ୫ ଦିନ ଧରି ଅନୁଷ୍ଠିତ ହେଉଥିବା ବୋଇତ ବନ୍ଦାଣ ଯାତ୍ରା ଉତ୍ସବରେ ଦୋଳି, ମୀନାବଜାର ଓ ବିଭିନ୍ନ ଷ୍ଟଲ ଲୋକଙ୍କୁ ଆକର୍ଷିତ କରିଥିଲା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ…
Read More