ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ ପଡ଼ିଆରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଚତୁର୍ଥ ସଂନ୍ଧ୍ୟା ବେଶ୍ ଆକର୍ଷଣୀୟ ହୋଇଥିଲା । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଶିଳ୍ପୀକା ଡ୍ୟାନ୍ସ ଗ୍ରୃପ କଳାକାରମାନେ ଶୀତୁଆ ସଂନ୍ଧ୍ୟା ଆକର୍ଷଣୀୟ କରିଥିଲେ । ହଜାର ହଜାର ସଂଖ୍ୟାରେ ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏହା ସହିତ ଟ୍ରାକ୍ ସିଙ୍ଗର ତୈାଫିକ୍ଙ୍କ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା । କମେଡ଼ି କଳାକାର ଜୁନିଅର ପପୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ଦୋଳୀ, ମୀନାବଜାର ସହ ବିଭିନ୍ନ ଖାଦ୍ୟ ଷ୍ଟଲ ମଜା ଦର୍ଶକମାନେ ଉଠାଇଥିଲେ । ପରିଚାଳନା କମିଟି ସଭାପତି କିଷାନ୍ ଦାଶ ମଞ୍ଚ ପରିଚାଳନା କରିଥିଲେ।
ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଚତୁର୍ଥ ସଂନ୍ଧ୍ୟା, ଟ୍ରାକ୍ ସିଙ୍ଗର ତୈାଫିକଙ୍କ ଗୀତରେ ଦର୍ଶକ ମତୁଆଲା
