ଚମ୍ପାଗଡ଼ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ଦିବସ: ବିବିଡି ଓ ମହାବୀର ଇଲେଭେନ୍ ଷ୍ଟାର୍ ବିଜୟୀ

ରଣପୁର, (ନୟାଗଡ଼ ଦର୍ପଣ): ଚମ୍ପାଗଡ଼ ପ୍ରିମିୟର ଲିଗ୍ (CPL) କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଆଜି ୧୨ ଓଭର ବିଶିଷ୍ଟ ଦୁଇଟି ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।ପ୍ରଥମ ମ୍ୟାଚ୍‌ରେ ବିବିଡି ଇଲେଭେନ୍ ଦଳ ଚିଅର୍ସ ଇଲେଭେନ୍‌କୁ ୧୧ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ମହାବୀର ଇଲେଭେନ୍ ଷ୍ଟାର୍ ଦଳ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ MRC ଇଲେଭେନ୍‌କୁ ୪ ରନ୍‌ରେ ହରାଇ ବିଜୟ ହାସଲ କରିଥିଲା।ଏହି ଅବସରରେ ବିଜେପି ଚାନ୍ଦପୁର ମଣ୍ଡଳର ସାଧାରଣ ସମ୍ପାଦକ ଗଣେଶ୍ୱର ମାନ୍ଧାତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ନିରଞ୍ଜନ ମାନସିଂହ ଓ ସର୍ବେଶ୍ୱର ମାନସିଂହ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଗଣେଶ୍ୱର ମାନ୍ଧାତା ନିଜ ଅଭିଭାଷଣରେ କହିଥିଲେ ଯେ, ଆମେ ସମସ୍ତେ ମିଳିମିଶି…

Read More

ଦୁଇ କୃତି ଛାତ୍ର ପାଇଲେ “ନୀଳମଣି ସାହୁ ସ୍ମୃତି” ପୁରସ୍କାର

ନୟାଗଡ଼, (ନୟାଗଡ଼ ଦର୍ପଣ): ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଇଟାମାଟି ପରିସରରେ ଆୟୋଜିତ ହୋଇଥିବା ସ୍ମୃତି ପୁରସ୍କାର ଓ ଶିଶୁ ଦିବସ ସମାରୋହ ଅବସରରେ ବିଦ୍ୟାଳୟର ଦୁଇଜଣ  ଛାତ୍ର ପୂର୍ଣ୍ଣଚନ୍ଦ୍ର ସାହୁ, ଆଶୁତୋଷ ମହାରଣା ଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ନୀଳମଣି ସାହୁ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶରତ ଚନ୍ଦ୍ର ସାହୁ, ସଂପାଦକ ଜଗନ୍ନାଥ ଦାସ, ପ୍ରାକ୍ତନ ଛାତ୍ର ଉମେଶ ପଟ୍ଟନାୟକ ଓ ମାଗୁଣି ଚରଣ ଖଣ୍ଡା ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି କୈଳାସ ପ୍ରଧାନ,ଉପସଭାପତି ଗୀତାଞ୍ଜଳି ବିଶ୍ୱାଳ ଯୋଗଦେଇ ଦୁଇ ଛାତ୍ର ଙ୍କୁ ପୁରସ୍କାର ସ୍ୱରୂପ ମେମେଣ୍ଟୋ ଏବଂ ଅଢେଇ ହଜାର ଟଙ୍କା…

Read More

ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଆୟୋଜିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ନୟାଗଡ଼ ବ୍ଲକସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା  ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆଠାରେ ଅନୁଷ୍ଠିତ ହୋଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୩୫ଜଣ ଛାତ୍ର ଛାତ୍ରୀ   ଗୀତାର ଷଷ୍ଠ ଅଧ୍ୟାୟକୁ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ଯୋଗଦେଇ ଗୀତା ଅଭ୍ୟାସ ହିଁ ଜୀବନର ବ୍ରତ ହେବା ଉଚିତ୍ ବୋଲି କହିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ଯକ୍ରମ ସଂଯୋଜକଭାବେ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉଦ୍ଘାଟକ ଭାବେ  ଜିଲ୍ଲା କାର୍ଯ୍ୟ କାରିଣୀସଦସ୍ୟ ସର୍ବେଶ୍ୱର ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ  ଉଦ୍ଘାଟନ କରିଥିଲେ। ବିଚାରକ ଭାବେ…

Read More

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ  ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରର ବିଷୟ ବସ୍ତୁ ଥିଲା “ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ”। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଜୟାନନ୍ଦ  ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଏବଂ ସାମ୍ବାଦିକ ଭବନର ସଭାପତି ରଜତ କୁମାର ପଟ୍ଟନାୟକଙ୍କ ସମେତ  ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବହୁ ବରିଷ୍ଠ ସାମ୍ବାଦିକ ଯଥା  ହୁସେନ ଖାନ,ଶ୍ରୀ ରାମକୃଷ୍ଣ ରଥ,  ଶ୍ରୀ ବୈଦ୍ୟ ଭୂଷଣ ମହାପାତ୍ର,  ଶ୍ରୀ ଶୁଭେନ୍ଦୁ…

Read More

ନାରାୟଣୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୬ ଅନୁଷ୍ଠିତ

ପ୍ରାୟ ୬୦ଟି ପ୍ରକଳ୍ପ ପ୍ରଦର୍ଶିତ, ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ପ୍ରତିଭାର ନିଦର୍ଶନ ଇଟାମାଟି,(ନୟାଗଡ଼ ଦର୍ପଣ): ନାରାୟଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ–୨୦୨୬ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ପ୍ରାୟ ୬୦ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଛାତ୍ରଛାତ୍ରୀମାନେ ନିଜର ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା, ନୂତନ ଉଦ୍ଭାବନ ଓ ଅନୁସନ୍ଧାନମୂଳକ ମନୋଭାବର ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମରେ ଇଟାମାଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ୱପ୍ନେଶ୍ୱରୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି (SMC)ର ସଭାପତି ଶ୍ରୀ ସୁଜିତ କୁମାର ରାଉତ ଏବଂ କମିଟିର ସଦସ୍ୟ ଶ୍ରୀ ସର୍ବେଶ୍ୱର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି ଶିକ୍ଷଣୀୟ କାର୍ଯ୍ୟକ୍ରମର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ…

Read More