ନୟାଗଡ଼, (ନୟାଗଡ଼ ଦର୍ପଣ): ଭୋଟ ବଚାଓ ଦେଶ ବଚାଓ ଆଜି ନଭେମ୍ବର ୨୫ ସମ୍ବିଧାନ ରକ୍ଷା ପାଇଁ ନୟାଗଡ଼ରେ କଂଗ୍ରେସ ପକ୍ଷରୁ ବିଶାଳ ମୋଟର ସାଇକେଲ ରାଲି ବିଜିପୁର ଠାରୁ ବାହାରି ବିଭିନ୍ନ ପଞ୍ଚାୟତ ଦେଇ ନୟାଗଡ଼ ସହର ପରିକ୍ରମା କରି ଟ୍ରାଫିକ ଛକ ଠାରେ ପଥପ୍ରାନ୍ତ ସଭା ଆୟୋଜନ କରାଯାଇ ଥିଲା। ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ସମ୍ବିଧାନ ରକ୍ଷା ରାଲିରେ ବରିଷ୍ଠ ନେତା ହୁସେନ ଖାନ, ଲଷ୍ମୀଧର ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ଶାନ୍ତ, ରାଜ୍ୟ ସେବାଦଳ ସାଧାରଣ ସମ୍ପାଦକ ମନୋଜ ସାହୁ, ରାଜ୍ୟ ଓବିସି ଉପସଭାପତି କମଳ ଚରଣ ସାହୁ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସୀମ ଖାନ, ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ନୟାଗଡ଼ ମୁନିସିପାଲିଟି କଂଗ୍ରେସ ସଭାପତି ରାଜକିଶୋର ଜେନା, ଓବିସି…
Read MoreDay: November 26, 2026
ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଚତୁର୍ଥ ସଂନ୍ଧ୍ୟା, ଟ୍ରାକ୍ ସିଙ୍ଗର ତୈାଫିକଙ୍କ ଗୀତରେ ଦର୍ଶକ ମତୁଆଲା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ ପଡ଼ିଆରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଚତୁର୍ଥ ସଂନ୍ଧ୍ୟା ବେଶ୍ ଆକର୍ଷଣୀୟ ହୋଇଥିଲା । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଶିଳ୍ପୀକା ଡ୍ୟାନ୍ସ ଗ୍ରୃପ କଳାକାରମାନେ ଶୀତୁଆ ସଂନ୍ଧ୍ୟା ଆକର୍ଷଣୀୟ କରିଥିଲେ । ହଜାର ହଜାର ସଂଖ୍ୟାରେ ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏହା ସହିତ ଟ୍ରାକ୍ ସିଙ୍ଗର ତୈାଫିକ୍ଙ୍କ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା । କମେଡ଼ି କଳାକାର ଜୁନିଅର ପପୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ଦୋଳୀ, ମୀନାବଜାର ସହ ବିଭିନ୍ନ ଖାଦ୍ୟ ଷ୍ଟଲ ମଜା ଦର୍ଶକମାନେ ଉଠାଇଥିଲେ । ପରିଚାଳନା କମିଟି ସଭାପତି କିଷାନ୍ ଦାଶ ମଞ୍ଚ ପରିଚାଳନା କରିଥିଲେ।
Read More