ଏ କଳିଯୁଗର ସତୀ ଅନୁସୂୟା, ୧୦ଦିନରେ ଦୁଇ ଜୀବନସାଥୀଙ୍କ ବିୟୋଗରେ ପୁରା ଗାଁ ଶୋକର ଛାୟା

ଭାପୁର, (ନୟାଗଡ଼ ଦର୍ପଣ): ଜୀବନର ସୁଖଦୁଃଖରେ ପରସ୍ପରର ସାଥୀ ହୋଇ ରହିଥିଲେ। ଦୀର୍ଘ ବର୍ଷର ଦାମ୍ପତ୍ୟ ଜୀବନରେ ଜଣେ ଅନ୍ୟଜଣଙ୍କ ପାଇଁ ଥିଲେ ଅତୁଟ ଭରସା। ହେଲେ ନିୟତିର ନିଷ୍ଠୁର ବିଧାନ ଆଗରେ ସବୁକିଛି ହାର ମାନିଗଲା। ସ୍ୱାମୀଙ୍କ ବିୟୋଗର ଦଶ ଦିନ ପରେ, ଠିକ୍ ଦଶାହ ଦିନରେ ସ୍ତ୍ରୀଙ୍କ ମଧ୍ୟ ପରଲୋକ ଘଟିଛି। ଏଭଳି ଏକ ହୃଦୟବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ର କରବର ଗ୍ରାମରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁଯାୟୀ, କରବର ଗ୍ରାମର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରବୋଧ କୁମାର ସାହୁ (୭୯)ଙ୍କ ଗତ ୨୦ ତାରିଖରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ପରିବାରବର୍ଗ ଶୋକରେ ଭାଙ୍ଗି ପଡ଼ିଥିବା ବେଳେ ଆଜି ଥିଲା ତାଙ୍କର ଦଶାହ କାର୍ଯ୍ୟ। ଘରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ସମୟରେ ହଠାତ୍ ଆଉ…

Read More