ଡିସେମ୍ବର ୧୨ରୁ ଆରମ୍ଭ ହେବ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ

ଚାରିଦିନିଆ ମହାଯଜ୍ଞର ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ନୟାଗଡ଼,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକର ପ୍ରସିଦ୍ଧ ମଣିଭଦ୍ରା ପାହାଡ଼ ପାଦଦେଶରେ ଆସନ୍ତା ଡିସେମ୍ବର ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାରିଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଛି ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ-୨୦୨୬। ଏହି ମହାଯଜ୍ଞକୁ ଶୃଙ୍ଖଳିତ, ଭବ୍ୟ ଓ ସଫଳତାର ସହ ଆୟୋଜନ କରିବା ନିମନ୍ତେ ଶନିବାର ଅପରାହ୍ନ ୪ଟାରେ ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁ ଉପସ୍ଥିତ ଅଧିକାରୀ ଓ ଟ୍ରଷ୍ଟି ସଦସ୍ୟମାନଙ୍କୁ ସ୍ୱାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ପୂର୍ବବର୍ଷର ବୈଠକ ବିବରଣୀ ପାଠ କରିଥିଲେ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ମହାଯଜ୍ଞକୁ କିପରି ଅଧିକ…

Read More

ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ

ଏକତା ଦୌଡ଼, ଶପଥ ପାଠ ଓ ଆକର୍ଷଣୀୟ ପ୍ୟାରେଡ୍ ମାଧ୍ୟମରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ଲୌହମାନବ ତଥା ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ ତାରିଖକୁ ଜାତୀୟ ଏକତା ଦିବସ ଭାବେ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ଦିନତମାମ ଏକତା ଦୌଡ଼, ଶପଥ ପାଠ, ପୋଲିସ ପ୍ୟାରେଡ୍ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଜାତୀୟ ସଂହତି ଓ ଦେଶପ୍ରେମର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ସକାଳ ୭ଟାରେ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍‌)ଠାରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଡିପିଓ) ପର୍ଯ୍ୟନ୍ତ ‘ରନ୍ ଫର୍ ୟୁନିଟି’ ବା ଏକତା ଦୌଡ଼ ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ଜିଲ୍ଲାପାଲଳ ମଧୁମିତା ରଥ, ଏସ୍‌ପି…

Read More

ନୟାଗଡ଼ ପୌର ପରିଷଦରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ, ସାମୂହିକ ଶପଥ ପାଠ କଲେ ପୌର ପରିଷଦ କର୍ମଚାରୀ

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ପୌର ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ପୌର ପରିଷଦର ପୁରୁଣା ସମ୍ମିଳନୀ ଗୃହରେ ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ପ୍ରଥମ ଗୃହମନ୍ତ୍ରୀ, ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଇଥାଏ। ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ଅକ୍ଷୁଣ୍ଣ ରଖିବା ସହ ରାଷ୍ଟ୍ର ପ୍ରତି ନିଜକୁ ସମର୍ପିତ କରିବା ନିମନ୍ତେ ପୌର ପରିଷଦର କର୍ମଚାରୀମାନେ ସାମୂହିକ ଶପଥ ଗ୍ରହଣ କରିଥିଲେ। ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଏକତା ଦିବସର ଶପଥ ପାଠ କରାଇଥିଲେ। ଦେଶର ବିଭିନ୍ନ ଦେଶୀୟ ରାଜ୍ୟକୁ ଭାରତ ସହ ମିଶ୍ରଣ କରି ଏକ ଅଖଣ୍ଡ ଭାରତ ଗଠନ କରିବାରେ…

Read More

ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଶପଥ ପାଠ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସଦଭାବନା ସଭାଗୃହ ଠାରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମାନନୀୟା ଜିଲ୍ଲାପାଳ ମଧୁମିତା ରଥ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ନିମନ୍ତେ ନିଜକୁ ସମର୍ପଣ କରିବା ସହ ଦେଶର ଏକତା ଓ ଭାଇଚାରାକୁ ସୁଦୃଢ଼ କରିବା ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ପରିଚାଳନା କରିଥିଲେ ।

Read More

ନୟାଗଡ଼ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ

ନୟାଗଡ଼ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ନୟାଗଡ଼,(ନୟାଗଡ଼ ଦର୍ପଣ): ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ  ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାଟି ସକାଳ ୭ ଘଟିକା ସମୟରେ ପିଟିଏସ୍ ପଡ଼ିଆଠାରୁ ଆରମ୍ଭ ହୋଇ ନୟାଗଡ଼ ରିଜର୍ଭ ପୋଲିସ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା ।ଏହି ପଦଯାତ୍ରାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ  ରୋଜିନା ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ଜ୍ୟୋତି ରଞ୍ଜନ ସାମନ୍ତରାୟ, ପିଟିଏସ ଅଧ୍ୟକ୍ଷ ଭବେଶ କୁମାର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ…

Read More

ପିଏମଶ୍ରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ଛାୟା ବିଧାନସଭା ଅଧିବେଶନ ଅନୁଷ୍ଠିତ: ଶିଶୁ ବିଧାୟକଙ୍କ କଣ୍ଠରେ ଗୁଞ୍ଜରିତ ହେଲା ଜନସମସ୍ୟା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗଣତନ୍ତ୍ରର ମୂଳଦୁଆକୁ ଦୃଢ଼ କରିବା ଏବଂ ପିଲାମାନଙ୍କୁ ଦେଶର ଭବିଷ୍ୟତ ନାଗରିକ ତଥା ଦାୟିତ୍ୱସମ୍ପନ୍ନ ନେତା ଭାବେ ଗଢ଼ିିତୋଲିବା ଉଦ୍ଦେଶ୍ୟରେ ପିଏମଶ୍ରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଏକାନ୍ତ ଆକର୍ଷକ ଓ ରୋମାଞ୍ଚକର ‘ଛାୟା ବିଧାନସଭା’ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଖୁଣ ଭାବେ ମନ୍ତ୍ରୀ, ବିଧାୟକ, ବାଚସ୍ପତି ଏବଂ ବିରୋଧୀ ଦଳ ନେତା ଭୂମିକା ଅଭିନୟ କରି ପ୍ରକୃତ ବିଧାନସଭାର ଏକ ଜୀବନ୍ତ ଚିତ୍ର ପ୍ରସ୍ତୁତ କରିଥିଲେ। ଅଧିବେଶନ ଆରମ୍ଭରେ ପ୍ରଶ୍ନକାଳ ବେଶ୍ ଆକର୍ଷକ ରହିଥିଲା। ଶିଶୁ ବିଧାୟକମାନେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ଗ୍ରାମାଞ୍ଚଳର ବିକାଶ ଏବଂ ଯୁବପିଢ଼ିଙ୍କ ପାଇଁ କ୍ରୀଡ଼ାର ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରୀ ଦଳର ମନ୍ତ୍ରୀମାନଙ୍କୁ ଜେରା କରିଥିଲେ। ସେପଟେ ବିରୋଧୀ ଦଳର ଭୂମିକାରେ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ଜନସମସ୍ୟାକୁ ନେଇ ସରକାରଙ୍କୁ…

Read More

ସଡ଼କ ସୁରକ୍ଷା ସ୍ଲୋଗାନ ପ୍ରତିଯୋଗିତାରେ ରାନୀ ଡାକୁଆଙ୍କୁ ଦ୍ୱିତୀୟ ପୁରସ୍କାର

ସଡ଼କ ସୁରକ୍ଷା ସ୍ଲୋଗାନ ପ୍ରତିଯୋଗିତାରେ ରାନୀ ଡାକୁଆଙ୍କୁ ଦ୍ୱିତୀୟ ପୁରସ୍କାର ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନିଜ ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇ ନୟାଗଡ଼ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସ୍ଲୋଗାନ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ଦଶମ ଶ୍ରେଣୀ ଛାତ୍ରୀ ରାନୀ ଡାକୁଆ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ନୟାଗଡ଼ ପକ୍ଷରୁ ଆୟୋଜିତ ‘ଯୁବ ମାନସ’ ଆଧାରିତ ସଡ଼କ ସୁରକ୍ଷା ସ୍ଲୋଗାନ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୩ ତାରିଖରେ ନୟାଗଡ଼ସ୍ଥିତ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାନୀ ନିଜର ପ୍ରତିଭା ପ୍ରଦର୍ଶନ କରି ଦ୍ୱିତୀୟ…

Read More

ଏ କଳିଯୁଗର ସତୀ ଅନୁସୂୟା, ୧୦ଦିନରେ ଦୁଇ ଜୀବନସାଥୀଙ୍କ ବିୟୋଗରେ ପୁରା ଗାଁ ଶୋକର ଛାୟା

ଭାପୁର, (ନୟାଗଡ଼ ଦର୍ପଣ): ଜୀବନର ସୁଖଦୁଃଖରେ ପରସ୍ପରର ସାଥୀ ହୋଇ ରହିଥିଲେ। ଦୀର୍ଘ ବର୍ଷର ଦାମ୍ପତ୍ୟ ଜୀବନରେ ଜଣେ ଅନ୍ୟଜଣଙ୍କ ପାଇଁ ଥିଲେ ଅତୁଟ ଭରସା। ହେଲେ ନିୟତିର ନିଷ୍ଠୁର ବିଧାନ ଆଗରେ ସବୁକିଛି ହାର ମାନିଗଲା। ସ୍ୱାମୀଙ୍କ ବିୟୋଗର ଦଶ ଦିନ ପରେ, ଠିକ୍ ଦଶାହ ଦିନରେ ସ୍ତ୍ରୀଙ୍କ ମଧ୍ୟ ପରଲୋକ ଘଟିଛି। ଏଭଳି ଏକ ହୃଦୟବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ର କରବର ଗ୍ରାମରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁଯାୟୀ, କରବର ଗ୍ରାମର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରବୋଧ କୁମାର ସାହୁ (୭୯)ଙ୍କ ଗତ ୨୦ ତାରିଖରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ପରିବାରବର୍ଗ ଶୋକରେ ଭାଙ୍ଗି ପଡ଼ିଥିବା ବେଳେ ଆଜି ଥିଲା ତାଙ୍କର ଦଶାହ କାର୍ଯ୍ୟ। ଘରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ସମୟରେ ହଠାତ୍ ଆଉ…

Read More

ନୟାଗଡ଼ରେ ‘ବିକଶିତ ଭାରତ ଯୁବ ସଂସଦ’ ନଭେମ୍ବର ୬ରେ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଉପରେ ହେବ ଆଲୋଚନା, ଯୋଗଦେବେ ୧୫୦ ଯୁବ ପ୍ରତିଯୋଗୀ ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ରାଷ୍ଟ୍ରୀୟ ଚେତନା ଓ ସଂସଦୀୟ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ନୟାଗଡ଼ରେ ଆୟୋଜିତ ହେବ ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ। ଆସନ୍ତା ନଭେମ୍ବର ୬ ତାରିଖରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳରୁ ପ୍ରାୟ ୧୫୦ ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ରହିଛି ‘One Nation, One Election’ (ଏକ ରାଷ୍ଟ୍ର, ଏକ ନିର୍ବାଚନ)। ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ଯୁବପିଢ଼ିଙ୍କ ମତାମତ, ବିଚାରଧାରା ଓ ଯୁକ୍ତିପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି…

Read More

ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ସ୍ଥିତ କେ.ସି. କ୍ଲବ୍‌ ପରିସରରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପୋଷ୍ଟ ସୁପରିଟେଣ୍ଡେଣ୍ଟ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ସାଇବର କ୍ରାଇମ୍‌ ଡିଏସ୍‌ପି ଶ୍ରୀ ଭାବଗ୍ରାହୀ ରାଉତ, ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ରହି ମିତବ୍ୟୟିତା, ସଞ୍ଚୟ ଓ ଆର୍ଥିକ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ଦୈନନ୍ଦିନ ଜୀବନରେ ଅନାବଶ୍ୟକ ଖର୍ଚ୍ଚକୁ ଏଡ଼ାଇ ସଞ୍ଚୟ ଅଭ୍ୟାସ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ । ବିଶେଷକରି ଡିଜିଟାଲ୍‌ ଯୁଗରେ ଅନଲାଇନ୍‌ ଆର୍ଥିକ କାରବାର ସମୟରେ ସାଇବର ଠକେଇରୁ ସତର୍କ ରହିବା ସହିତ ନିଜର ଆର୍ଥିକ ତଥ୍ୟ ଓ ବ୍ୟାଙ୍କିଙ୍ଗ୍‌ ସୂଚନାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ପୋଷ୍ଟାଲ…

Read More