ନୟାଗଡ଼ ପୌର ପରିଷଦରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ, ସାମୂହିକ ଶପଥ ପାଠ କଲେ ପୌର ପରିଷଦ କର୍ମଚାରୀ

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ପୌର ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ପୌର ପରିଷଦର ପୁରୁଣା ସମ୍ମିଳନୀ ଗୃହରେ ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ପ୍ରଥମ ଗୃହମନ୍ତ୍ରୀ, ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଇଥାଏ। ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ଅକ୍ଷୁଣ୍ଣ ରଖିବା ସହ ରାଷ୍ଟ୍ର ପ୍ରତି ନିଜକୁ ସମର୍ପିତ କରିବା ନିମନ୍ତେ ପୌର ପରିଷଦର କର୍ମଚାରୀମାନେ ସାମୂହିକ ଶପଥ ଗ୍ରହଣ କରିଥିଲେ।

ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଏକତା ଦିବସର ଶପଥ ପାଠ କରାଇଥିଲେ। ଦେଶର ବିଭିନ୍ନ ଦେଶୀୟ ରାଜ୍ୟକୁ ଭାରତ ସହ ମିଶ୍ରଣ କରି ଏକ ଅଖଣ୍ଡ ଭାରତ ଗଠନ କରିବାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦର୍ଶୀ ଚିନ୍ତାଧାରା, ଦୃଢ଼ ନେତୃତ୍ୱ ଓ ଅତୁଳନୀୟ ଅବଦାନକୁ ସମସ୍ତେ ସ୍ମରଣ କରିଥିଲେ। ଏହି ମହାନ ରାଷ୍ଟ୍ରନାୟକଙ୍କ ପ୍ରତି ଉପସ୍ଥିତ କର୍ମଚାରୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଜାତୀୟ ଏକତା ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।

Related posts