ସମାଜସେବା ପାଇଁ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ ହେଲେ ପ୍ରଭାସିନୀ ନନ୍ଦ

ନୟାଗଡ଼, (ନୟାଗଡ଼ ଦର୍ପଣ): ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲା ପାଣିପଇଲାସ୍ଥିତ ମଦର ଆବାସିକ ସ୍କୁଲର ପ୍ରତିଷ୍ଠାତା ତଥା ସମାଜସେବୀ, ସାମ୍ବାଦିକା ଓ ଆଇନଜୀବୀ ପ୍ରଭାସିନୀ ନନ୍ଦଙ୍କୁ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଛି। World Charity Welfare Foundation ପକ୍ଷରୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ କଳା ପରିଷଦଠାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଶିକ୍ଷା, ସ୍ୱାସ୍ଥ୍ୟ, କଳା ଓ ପରିବେଶ ସୁରକ୍ଷା ସହିତ ବାଲ୍ୟବିବାହ ନିରାକରଣ ଭଳି ସାମାଜିକ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ରହିଛି। ଏଥିସହ ଭିନ୍ନକ୍ଷମ ଓ ଅସହାୟଙ୍କୁ ସହାୟତା ପ୍ରଦାନ, ଅନୁସୂଚିତ ଜାତି, ଜନଜାତି ତଥା ପଛୁଆ ବର୍ଗଙ୍କ ଉନ୍ନତି, ଆବାସିକ ବିଦ୍ୟାଳୟ ଓ ଅନାଥ ଆଶ୍ରମ ପ୍ରତିଷ୍ଠା ସମେତ ବିଭିନ୍ନ ଜନହିତକାରୀ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଛନ୍ତି।

ତାଙ୍କର ଏହି ବହୁମୁଖୀ ସମାଜସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ସ୍ୱୀକୃତି ଜଣାଇ ଏହି ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଭାସିନୀ ନନ୍ଦ ଏହି ସମ୍ମାନ ହାସଲ କରିଥିବାରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

Related posts