ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖା ପରିଚାଳନା କମିଟି ବୈଠକ ଫତେଗଡ ଶ୍ରୀରାମ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ଭାପୁର ଶାଖା ପକ୍ଷରୁ ପରିଚାଳନା କରିଥିଲେ। ଆଗାମୀ ବର୍ଷ ପାଇଁ ସଦସ୍ୟତା ନବୀକରଣ ପ୍ରସଙ୍ଗ ଆଲୋଚନା କରାଯାଇ ବ୍ଲକ୍ ସଂଯୋଜକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବ୍ଲକ୍ ସଂଯୋଜକମାନେ ଚଳିତ ବର୍ଷର ସଦସ୍ୟ ତାଲିକା ଏବଂ ନବୀକରଣ ଦେୟ ବୈଠକରେ ପ୍ରଦାନ କରିଥିଲେ। ବୈଠକରେ ଜିଲ୍ଲା ଶାଖା ପରିଚାଳନା କମିଟି ପୁର୍ନଗଠନ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ନୂତନ ଜିଲ୍ଲା ଶାଖା ସଭାପତି ଭାବେ ଚିତ୍ତରଞ୍ଜନ ମିଶ୍ରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହାକୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। କାର୍ଯ୍ୟକାରୀ ସଭାପତି ଭାବେ ରବୀନ୍ଦ୍ର କୁମାର ଦାସ, ଉପ ସଭାପତି…
Read MoreDay: October 12, 2026
ନିଉଟାଉନ କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ସୁରଭି ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଉଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ନିଉଟାଉନ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ, ବକ୍ତୃତା,ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଆଦିରେ ଅଂଶ ଗ୍ରହଣ କରିଥିଲେ।ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ଶିକ୍ଷକ ଲକ୍ଷ୍ମୀଧର ସାହୁ,ସସ୍ମିତା ସ୍ୱାଇଁ, ଦେବସ୍ମିତା ଅଧିକାରୀ,କାଦମ୍ବିନୀ କରଣ, ସରିତା ପ୍ରିୟଦର୍ଶିନୀ ସ୍ୱାଇଁ,ମିନାକ୍ଷୀ କର, ରଶ୍ମିତା ମହାପାତ୍ର, ଦେବରାଜ ମହାପାତ୍ର,…
Read Moreନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଓ ଅଣୁ କବିତା ଆସର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ତ୍ରୟବାର୍ଷିକ ସାମ୍ବିଧାନିକ ବୈଠକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହେବା ସହିତ ଅଣୁ କବିତା ଆସର ଆୟୋଜିତ ହେଇଥିଲା। ଆଜିର ପ୍ରଥମାର୍ଦ୍ଧ ଅଣୁ କବିତା ଆସରରେ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ.ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ମୁଖ୍ୟବକ୍ତା ଭାବରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡ. ବିନ୍ଦୁଲତା ଷଣ୍ଢ ଯୋଗଦେଇ ଥିବା ବେଳେ ଶତାଧିକ କବି/କବୟିତ୍ରୀ ଉପସ୍ଥିତ ହୋଇ ନିଜର ସ୍ୱରଚିତ ଅଣୁ କବିତା ପାଠ କରିଥିଲେ। ସେଥିମଧ୍ୟରୁ ଶ୍ରେଷ୍ଠ ତିନୋଟି କବିତାକୁ ଚୟନ କରାଯାଇ କବି ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।ଶ୍ରେଷ୍ଠ କବିତା ପାଇଁ ସମ୍ବର୍ଦ୍ଧିତ ହେଲେ କବୟିତ୍ରୀ ଡ.ସୁକାନ୍ତି ମହାନ୍ତି, ଡ.ସୀତୁ ପ୍ରକାଶ ରଥ ଓ ପ୍ରିୟଦର୍ଶିନୀ…
Read Moreନାଟ୍ୟକାର ରାମଚନ୍ଦ୍ର ଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସାହିତ୍ୟ ଆକାଶର ଅନନ୍ୟ ତାରକା ଦିବଂଗତ ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜନ୍ମ ବାର୍ଷିକୀ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମରେ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଅଦ୍ୟ ଅକ୍ଟୋବର ୧୨ତାରିଖ ପୂର୍ବାହ୍ନରେ। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାରଙ୍କ ପୁତ୍ର ଡ଼. ଶରତଚନ୍ଦ୍ର ମିଶ୍ର, ଡ. ଗିରୀଶଚନ୍ଦ୍ର ମିଶ୍ର, ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର, ଡ଼.ରବିନାରାୟଣ ପଣ୍ଡା, ବାବୁଲି ସାମନ୍ତରାୟ, ଆଡଭୋକେଟ ପ୍ରତାପ ନନ୍ଦ, ଶିକ୍ଷକ ନେତା ଏମ୍ ଆଉରଙ୍ଗଜେବ, ନିରଞ୍ଜନ ମିଶ୍ର, ନାଟ୍ୟପ୍ରେମୀ ମିଷ୍ଟର କାଳିଆ, ପବିତ୍ର ଇନ୍ଦ୍ରଜିତ, ସୁଦର୍ଶନ ରାଉତ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଦଶପଲ୍ଲା ମାଟିର ଯୋଗଜନ୍ମା ପୁରୁଷ ଓଡିଆ ନାଟକର ସଙ୍କଟମୟ ସମୟରେ ଯେଭଳି ଘର ସଂସାର,…
Read More