ଭିଜିଲାନ୍ସ ଜାଲରେ ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ଓ ସହଯୋଗୀ ଆଶୁତୋ

୧ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ       ମାଡ଼ିବସିଲା ଭିଜିଲାନ୍ସ ଟିମ୍

ଭାପୁର, (ନୟାଗଡ଼ ଦର୍ପଣ): ଲାଞ୍ଚ ନେବା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଜଣେ ଠିକାଦାରଙ୍କ ବିଲ କରିବା ଏବଂ ସିକ୍ୟୁରିଟି ଜମା ଟଙ୍କା ଫେରସ୍ତ ପାଇଁ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ନୟାଗଡ ଜିଲ୍ଲା ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଓ ସହଯୋଗୀ ଆଶୁତୋଷ ବଳିଆର ସିଂ। ଖଣ୍ଡପଡ଼ା ଅଞ୍ଚଳରେ ୨୦୨୧-୨୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କାମର ବିଲ୍ କ୍ଲିୟରିଂ ଏବଂ ସିକ୍ୟୁରିଟି ଜମା ଫେରସ୍ତ କରିବା ପାଇଁ ଜଣେ ଠିକାଦାର ଠାରୁ ୧,୩୬,୦୦୦(୧ ଲକ୍ଷ ୩୬ହଜାର) ଟଙ୍କା ଲାଞ୍ଚ ଦାବି କରୁଆସୁଥିଲେ । ଆଜି ସକାଳ ସମୟରେ ଖଣ୍ଡପଡ଼ା ସରକାରୀ ବାସ ଭବନରେ ଲାଞ୍ଚ ନେବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ହାତରେ ଧରପଡ଼ିଛନ୍ତି । କନିଷ୍ଠ ଯନ୍ତ୍ରୀ କେଶବଙ୍କ ସରକାରୀ ବାସ ଭାବନ ସମେତ ଅଫିସରେ ଭିଜିଲାନ୍ସ ଟିମ୍ ଛାନଭିନ୍ନ କରିବା ସହ ବହୁ ଜରୁରୀ କାଗଜ ପତ୍ର ଜବତ କରିବା ସହ ଭୁବନେଶ୍ବର  ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆ ଯାଇଥିବା ସୂଚନା ମିଳିଛି। ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ କାର୍ଯ୍ୟରେ ଯୋଗଦେବା ପର ଠାରୁ ବିଭିନ୍ନ କେଳେଙ୍କାରିରେ ଲିପ୍ତ ଥିବା ନେଇ ପୂର୍ବରୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ  ଅଭିଯୋଗ ହୋଇ ଆସୁଥିଲା, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନଥିଲା, ସେଥିପାଇଁ ସେ କାହାକୁ ମାନୁ ନ ଥିଲେ ଏବଂ ଅଫିସକୁ ଠିକ ସମୟରେ ଆସୁନଥିଲେ, କି କୌଣସି କାର୍ଯ୍ୟକୁ ଠିକ ଭାବରେ କରୁନଥିଲେ।

Related posts