ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ କଳାକାର ପୋର୍ଟାଲ ପାଇଁ  ଚୟନ ପ୍ରକ୍ରିୟା ଆରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୟାଗଡ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆମ କଳାକାର ପୋର୍ଟାଲ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖଣ୍ଡପଡ଼ା ରୋଡରେ ଥିବା ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ନଭେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଏବଂ ପୁନଶ୍ଚ ନଭେମ୍ବର ୨୫ ଓ ୨୬ ତାରିଖ ଯାଏଁ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିର କରାଯାଇଛି।  ଆସନ୍ତା ୧୮ ତାରିଖରୁ ଏହି ଚୟନ ପ୍ରକ୍ରିୟା ଦୁଇ ଗୋଟି ସ୍ଥାନରେ ଯଥା ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଓ ରୋଟାରି କ୍ଲବରେ ଅନୁଷ୍ଠିତ ହେବ। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ  ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଯୋଗ ଦେଇ ଏହି କାର୍ଯ୍ୟକ୍ରମର…

Read More

ଡିସେମ୍ବର ୮ରୁ ୮ମ ‘ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୬’ : ଆୟୋଜନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଉଦଘାଟନ କରିବେ ବାଚସ୍ପତି ସୁରମା ପାଢ଼ୀ, ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇପାରନ୍ତି ରାଜ୍ୟପାଳ ରାଜସୁନାଖଳା,(ନୟାଗଡ଼ ଦର୍ପଣ):  ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଠାରେ ଆସନ୍ତା ଡିସେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଗଣପର୍ବ ୮ମ ‘ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୬’। ସ୍ଥାନୀୟ ସିଟି ସ୍କୁଲ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଗା ସାଂସ୍କୃତିକ ମହାକୁମ୍ଭକୁ ସଫଳ କରିବା ପାଇଁ ରାଜସୁନାଖଳା ଦୁଧିଆଠାରେ ମହୋତ୍ସବ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ମହୋତ୍ସବ କମିଟିର ସଭାପତି ତଥା ରାଜସୁନାଖଳା ଗ୍ରାମପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ କମିଟିର ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୈଠକ ବସିଥିଲା। ଚଳିତ ବର୍ଷ ମହୋତ୍ସବ ୮ମ ବର୍ଷରେ ପଦାର୍ପଣ କରୁଥିବାରୁ…

Read More