ନୟାଗଡ, (ନୟାଗଡ଼ ଦର୍ପଣ): ସୃଜନିକା, ନୟାଗଡ଼ ତରଫରୁ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଆସନ୍ତା ନଭେମ୍ବର ୧୫ ତାରିଖ ରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି। ଏହି ଅବସର ରେ ପରିଷଦ ତରଫରୁ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । ସୃଜନିକା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଉପସଭାପତି ନିଳୀମା ନନ୍ଦ, ଟ୍ରଷ୍ଟି ପ୍ରତାପ କୁମାର ସାହୁ, ଦେବେନ୍ଦ୍ର କୁମାର ପରମଗୁରୁ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନାର ନିଷ୍ପତ୍ତି କ୍ରମେ ୮ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିପାରିବେ । ନୃତ୍ୟଶିଳ୍ପୀମାନେ ସମସ୍ତ ପ୍ରକାର ନୃତ୍ୟ ପରିବେଷଣ କରିପାରିବେ । ଏବଂ ଏହାର ସମୟସୀମା ୩ ମିନିଟ ରଖାଯାଇଛି । ଏହି ନୃତ୍ୟ ପ୍ରତିଯୋଗିତା ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଗୋଲ୍ଡେନ ଜୁବୁଲି ସଭାଗୃହରେ ଅନୁଷ୍ଠିତ ହେବ ଏବଂ ନୃତ୍ୟ ଶିଳ୍ପୀମାନେ ସକାଳ ୮ ଘଣ୍ଟା ୩୦ ମିନିଟ ସମୟରେ ଆସି ସେମାନଙ୍କର ନାମ ପଞ୍ଜିକରଣ କରିବେ। ପ୍ରଧାନୀ ବୃନ୍ଦାବନ ପ୍ରସ୍ତୁତି ବୈଠକରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀମତୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
ନଭେମ୍ବର ୧୫ ରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ପ୍ରତିଯୋଗିତା
